Unknown

 

 

 

 

 

 

 

 

ପ୍ରସ୍ତାବ ସିନ୍ଧୁ

ଦୀନକୃଷ୍ଣ ଦାସ

 

ବନ୍ଦଇ ବାଳଗୋପାଳ ମୂରତି

ଶାରଦା ବଲ୍ଲଭ ଲକ୍ଷ୍ମୀର ପତି

।।

ଭକତ ହିତେ ମର୍ତ୍ତ୍ୟପୁରେ ବିଜେ

ଦେବାଧିଦେବଙ୍କ ଉପରେ ରାଜେ

।।

ବସୁଦେବ ଅଟେ ଯାହାର ପିତା

ଉଗ୍ରସେନ ସୁତା ଯାହାର ମାତା

।।

ଗୁପତ ପ୍ରକାରେ ପ୍ରବେଶଗୋପେ

ବସୁଦେବ ନେଲା ଚୋର ସ୍ୱରୂପେ

।।

ଯଶୋଦା ଦେବୀଙ୍କ କୋଳରେଦେଲା

ବିଜୁଳିକି ଘେନି ମଥୁରା ଗଲା

।।

ମର୍ତ୍ତେ ଜାଣନ୍ତି ଏହା ତିନିଜଣ

ଦେବକୀ ବସୁଦେବ ଉଗ୍ରସେନ

।।

ସ୍ୱର୍ଗରେ ଜାଣନ୍ତି ଯେ ଶଚୀପତି

ଆବର ଜ୍ଞାତା ଗୁରୁ ବୃହସ୍ପତି

।।

ନାରଦ ମୁନିହିଁ ଜାଣନ୍ତି ପୁଣ

ବେନିପୁର ମଧ୍ୟେ ଏ ଷଡ଼ଜଣ

।।

ଆବର କେହି ଜାଣିବାକୁ ନାହିଁ

ବିଷ୍ଣୁ ମାୟାକୁ କେ ଖଣ୍ଡି ପାରଇ

।।

ବ୍ରହ୍ମା ନ ଜାଣନ୍ତି ଯାହାର ଲେଶ

ମାନବ ହୋଇ ମୁଁ କହିବି କିସ

।।

ସେ ମହାପ୍ରଭୁଙ୍କ ପଦ୍ମଚରଣ

ଦୀନକୃଷ୍ଣ ଦାସ ପଶେ ଶରଣ

।।

ସୁଜନଜନେ ଶୁଣ ମନ ଦେଇ

ପ୍ରସ୍ତାବସିନ୍ଧୁ ଏ ଗ୍ରନ୍ଥକୁ କହି

।।

ସୂର୍ଯ୍ୟବଂଶେ ରାଜା ଯେ ଦଶରଥ

ଗୁରୁ ବଶିଷ୍ଟ ମୁନି ବ୍ରହ୍ମାସୂତ

।।

ସକଳ ଗୁଣେ ସେ ମୁନି ନିପୁଣ

ଜ୍ଞାତା ଭୂତ ଭବିଷ୍ୟ ବର୍ତ୍ତମାନ

।।

ସେ ମୁନିଙ୍କୁ ଚାହିଁବୋଇଲେରାୟେ

ଭୋମୁନି ମୋ ଆଗେ କହ କଥାଏ

।।

ଭଲ ମନ୍ଦ ଉଭୟର ବ୍ୟବସ୍ଥା

ତବ ଶ୍ରୀମୁଖୁଁ ଶୁଣିବାକୁ ଇଚ୍ଛା

।।

ମୁନି ବୋଇଲେ ତା କହିବା ଶୁଣ

ଆସନେ ବସି ସ୍ଥିରହୋଇ ଶୁଣ

।।

 

ମୂଳସୂତ୍ରଂ ପ୍ରବକ୍ଷାମି ଚାଣକ୍ୟେନ ଯଥୋଦିତଂ

ଯସ୍ୟ ବିଜ୍ଞାନ ମାତ୍ରେଣ ନରୋ ଭବତି ପଣ୍ଡିତଃ ।।

 

ପାପ ପୁଣ୍ୟ ଭଲମନ୍ଦ ବ୍ୟବସ୍ଥା

ରାଜବିଧିମତ ଯେମନ୍ତ କଥା

।।

ମୂଳସୂତ୍ର ତୋତେ କହିବି ମୁହିଁ

ଯାହା ଚାଣକ୍ୟେ ଅଛି ଉକ୍ତହୋଇ

।।

ଏ ଗ୍ରନ୍ଥ ପଢ଼ଇ ଯେବଣ ଜନ

ପଣ୍ଡିତପଣକୁ ହୁଏ ଭାଜନ

।।

ସେକଥାତୋଆଗେ କହିବା ବାଛି

ଉଚିତ ଅର୍ଥ ଏ ଗ୍ରନ୍ଥରେ ଅଛି

।।

 

ନାନା ଶାସ୍ତ୍ରୋଦ୍ଧୃତଂ ବକ୍ଷେ ରାଜନୀତି ସମୁଚ୍ଚୟଂ

ସର୍ବବୀଜମିଦଂ ଶାସ୍ତ୍ର ଚାଣକ୍ୟ ସାରସଂଗ୍ରହଂ ।

 

ନାନା ଶାସ୍ତ୍ରରୁ ହୋଇଛି ଉଦ୍ଧାର

ଯା ନାମ ଅଟଇ ଚାଣକ୍ୟ ସାର

।।

ସର୍ବ ଶାସ୍ତ୍ର ବୀଜ ଏଥିରେ ଅଛି

ରାଜନୀତିମାନ ପୂରି ରହିଛି

।।

 

ଯସ୍ୟାଭ୍ୟାସୁଷେ ଯକୃତଂ ଚାତୁର୍ଯ୍ୟଂ ସୁଯଶୋଽଧିକଂ

ଶୁଭାଶୁଭବତଂ ଦୃଶ୍ୟଂ ଜ୍ଞାୟତେ ଚ ତଦୁଃଚ୍ୟତେ ।

 

ଏ ଗ୍ରନ୍ଥ ପଢ଼ିବ ଯେବଣ ଜନ

କହି ପାରିବ ସବୁ କଥାମାନେ

।।

ସ୍ୱଭାବେ ଚତୁର ହେବସେ ପ୍ରାଣୀ

ବୁଦ୍ଧି ସ୍ଫୁରିବ ଭଲମନ୍ଦ ଜାଣି

।।

 

ଇଦଂ ଶାସ୍ତ୍ରଂ ମନୁଷ୍ୟାଣାଂ ସର୍ବେଷାମୁପକାରକଂ

ଧର୍ମୋପଦେଶ ବିନୟଂ କାର୍ଯ୍ୟାକାର୍ଯ୍ୟଂ ଶୁଭାଶୁଭଂ ।

 

ଏ ଗ୍ରନ୍ଥ ମହିମା କେ ପାରେ କହି

ସର୍ବଲୋକଙ୍କୁ ଉପକାର ଏହି

।।

ଧର୍ମୀଲୋକଙ୍କୁ ଧର୍ମ କଥା କହି

ଉପଦେଶୀଲୋକ କାର୍ଯ୍ୟହିଁ ପାଇ

।।

ସମୟ ଅନୁରୂପେ ଯେଉଁ ବୁଦ୍ଧି

ସକଳ କାର୍ଯ୍ୟ ଏ କରଇ ସିଦ୍ଧି

।।

ଶୁଭ ଅଶୁଭ ଭଲ ମନ୍ଦ ଯାହା

ଏ ଶାସ୍ତ୍ର ପଢ଼ିଲେ ଜାଣଇତାହା

।।

ମୂର୍ଖ ଲୋକଙ୍କର ଯେଉଁ ବିଚାର

ସାବଧାନେ ଶୁଣ ନୃପତିବର

।।

 

ବିଦ୍ୱାନେବହି ଜାନାତି ବିଦ୍ୱଜ୍ଜନପରିଶ୍ରମଂ

ନ ହି ବନ୍ଧ୍ୟା ଦ୍ୱିଜାନାତି ଗୁର୍ବାଂ ପ୍ରସବବେଦନା ।

 

ବାଳୁତ ପୁଅର ହୃଦୟ ବ୍ୟଥା

ପାଠ ପଢ଼ିବାରଯେଉଁ ବ୍ୟବସ୍ଥା

।।

ମୂର୍ଖଲୋକେ ତା ନ ଜାଣନ୍ତିକିନା

ବୋଲନ୍ତି ଏକଷ୍ଟ ଅଳପ ସିନା

।।

ବିଦ୍ୟାପଢ଼ିବାରେ ଯେଉଁ ବ୍ୟବସ୍ଥା

ବୁଧ ସେ ଜାଣଇ ତହିଁର କଥା

।।

ଯେତେଦୁଃଖେ ପଢ଼ାଯାଏଟି ପାଠ

ବନ୍ଧ୍ୟା କି ଜାଣଇ ପ୍ରସବ କଷ୍ଟ

।।

ମୁର୍ଖ ଲୋକର ଏ ବିଚାର ଯେଣୁ

ପଢ଼ିବା କଷ୍ଟ ନ ଜାଣନ୍ତି ତେଣୁ

।।

ପ୍ରସବ ସ୍ତିରୀର ଯେତେକ ବ୍ୟଥା

ସେହି ସେ ଜାଣଇ ତାହାର କଥା

।।

ପଣ୍ଡିତଭାବେ ଯେତେଲୋକ ଶ୍ରେଷ୍ଠ

ସେ ଜାଣନ୍ତି ବିଦ୍ୟା ପଢ଼ିବା କଷ୍ଟ

।।

 

ଲୁବ୍‌ଧମର୍ଥେନ ଗୃହୀୟାତ୍ କ୍ରୁଦ୍ଧମଞ୍ଜଳି କର୍ମଣା

ମୂର୍ଖଂ ଖନ୍ଦାନୁବାଦେନ ଯଥାତଥ୍ୟେନ ପଣ୍ଡିତଂ ।

 

ଯାହାର ଶରଧା ଯେଉଁ କଥାକୁ

ସେବାଟ ଯେବେଦେଖ ଇବତାକୁ

।।

ତେବେ ତାମନରୁ ଛାଡ଼ଇ ଦୁଃଖ

ଅନ୍ୟ କଥାକୁ ନ ମଣଇ ସୁଖ

।।

ଯାହାର ଯେବଣ ଦ୍ରବ୍ୟକୁ ଆଶ

ସେ ଦ୍ରବ୍ୟପାଇଲେ ହୁଏ ସନ୍ତୋଷ

।।

ଲୋଭୀକୁ ଧନଦେଇ ରଖ ପାଶ

ରାଗୀକୁ ହାତଯୋଡ଼ି କର ବଶ

।।

ମୂର୍ଖଲୋକଙ୍କୁ ଛନ୍ଦ କଥାମାନ

କହି ସନ୍ତୋଷ କରିବ ତା ମନ

।।

ପଣ୍ଡିତଲୋକଙ୍କୁ ଯଥାର୍ଥ କହି

ଏତେକେ ସେଲୋକ ତୋଷହୁଅଇ

।।

 

ଆପଦାର୍ଥେ ଧନଂ ରକ୍ଷେଦ୍ଦାରୋ ରକ୍ଷେଦ୍ଧନୈରପି

ଆତ୍ମାନଂ ସତତଂ ରକ୍ଷେତ୍ପଶ୍ଚଦ୍ଧାର ଧନୈରପି ।

 

ଆବର କଥାଏ ଶୁଣ ରାଜନ

ବିପଦ କାଳକୁ ସଞ୍ଚିବ ଧନ

।।

ଧନଦେଇ ନାରୀ ଗ୍ରହଣ କର

ନାରୀ ନ ଥିଲେଟି ନୁହଇ ଘର

।।

ବିପତ୍ତିବେଳେ ଯେବେଥାଏ ଧନ

ତାହା ସବୁଦେଇ ରଖ ଜୀବନ

।।

ପୁତ୍ର ଭାରିଯା ଥିଲେ ତା ଉପେକ୍ଷି

ଅତି ଯତନରେ ଦେହକୁ ରଖି

।।

ଦେହ ରଖିଥିଲେ ସବୁହିଁ ପାଇ

ପଛେ ପୁଣି ପୁତ୍ର ଭାରିଯାହୋଇ

।।

 

ପ୍ରସ୍ତାବ ସଦୃଶଂ ବାକ୍ୟ ସ୍ୱଭାବସଦୃଶ ପ୍ରିୟଂ

ଆମ୍ଭଶକ୍ତିସମଂ କୋପଂ ଯେ ଧନାତି ସୁପଣ୍ଡିତଃ ।

 

ସଭାଗୋଷ୍ଠୀରେ ଭଲମନ୍ଦ କଥା

ପ୍ରସ୍ତାବ ସଦୃଶ କହିବ କଥା

।।

ଯାହାସଙ୍ଗେ ଯେଉଁ କଥା ବିଚାରି

ତା ତୁଲେ ପ୍ରୀତି ସେହିଭାବେକରି

।।

ଆତ୍ମାର ଯେଡ଼େ ପରାକ୍ରମ ଧାପ

ତହିଁର ସଦୃଶ କରିବ କୋପ

।।

ଏତେବିଚାରେ ଯେଉଁଲୋକଥାଇ

ପଣ୍ଡିତ ବୋଲିଟି ତାହାକୁକହି

।।

 

ଧନୀ ଚ ଶ୍ରୋତ୍ରିୟୋ ରାଜା ନଦୀ ବୈଦ୍ୟସ୍ତୁ ପଞ୍ଚମ

ପଞ୍ଚ ଯତ୍ର ନ ବିଦ୍ୟନ୍ତେ ତତ୍ର ବାସଂ ନ କାରୟତେ୍ ।

 

ଯେଉଁ ଦେଶରେ ଧର୍ମବନ୍ତ ପ୍ରାଣୀ

ସୁପଣ୍ଡିତ ଯେବେ ନଥାଏ ପୁଣି

।।

ଚିକିତ୍ସକ ଯେବେ ନଥିବ ପାଶ

ରାଜତେଜ ନାହିଁ ଯେବଣ ଦେଶ

।।

ନଦୀ ନଥିଲେ ଭଲଜଳ ନାହିଁ

ଏମନ୍ତ ଦେଶରେ ରହିବ ନାହିଁ

।।

 

ଦୁଷ୍ଟା ଭାର୍ଯ୍ୟା ଶଠଂ ମିତ୍ରଂ ଭୃତ୍ୟାଶ୍ଚୋତ୍ତରଦାୟକଃ ।

ସସର୍ପେ ଚ ଗୃହେ ବାସୋ ମୃତ୍ୟୁରେବ ନ ସଂଶୟ ।

 

ଯେଉଁ ପୁରୁଷର ଭାରିଯା ଦୁଷ୍ଟ

ମଇତ୍ର ହୋଇ ହୁଏ ଯେବେ ଶଠ

।।

ଭୃତ୍ୟସରି ହୋଇ ଉତ୍ତର ଦେବ

ଗୃହରେ ସର୍ପ ବାସ କରିଥିବ

।।

ସେ ଲୋକ ଜୀବନ ପାଇବ କାହିଁ

ମରିବାର ତାର ବିଳମ୍ବ ନାହିଁ

।।

 

ନଦୀନା ନଖିନାଂ ଶୃଙ୍ଗିଣାଂ ଶସ୍ତ୍ରପାଣିନାଂ ।

ବିଶ୍ୱାସୋହି ନ କର୍ତ୍ତବ୍ୟଃ ସ୍ତ୍ରୀଷୁ ରାଜକୁଳେଷୁ ଚ ।

 

ପରଦେଶେ ଥିବ ଯେବଣ ନଈ

ଭରସା କରି ନ ପଶିବ ତହିଁ

।।

ନଖ ଥିଲା ଜନ୍ତୁ ଯେବେ ଦେଖିବ

ତାହାଙ୍କୁ ବିଶ୍ୱାସ କେଭେ ନଯିବ

।।

ଶିଙ୍ଗଥିଲା ଜନ୍ତୁ ଦେଖିଲେ ଡରି

ଆବର ବିଶ୍ୱାସ ନ ଯିବ ସ୍ତିରୀ

।।

ରାଜାଙ୍କୁ ବିଶ୍ୱାସ କେଭେ ନଯାଇ

ଖଳ ଲୋକଙ୍କୁ ଯେ ବିଶ୍ୱାସ ନାହିଁ

।।

 

ଅନାୟକା ବିନଶ୍ୟନ୍ତି ନିଶ୍ୟନ୍ତି ବହୁ ନାୟକାଃ ।

ସ୍ତ୍ରୀନାୟକାଃ ବିନଶ୍ୟନ୍ତି ନଶ୍ୟନ୍ତି ଶିଶୁନାୟକାଃ ।

 

ନାୟକ ନ ଥାଇ ଯେବଣ ଘର

ସେ ଘର ଛାରକୁ ଲେଖା ନ କର

।।

ଯେଉଁଘରେ ଜଣେ ଜଣେ ନାୟକ

ପଞ୍ଜରେ ସେଘର କେଭେନଲେଖ

।।

ସ୍ତିରୀ ନାୟକଟି ଯେବଣ ଘରେ

ସେ ଘର ନୁହଇ ଲେଖା କାହିଁରେ

।।

ଯେଉଁ ଘରେ ଥିବ ଶିଶୁ ନାୟକ

ସେ ଘର ଛାରକୁ କାହିଁ ନଲେଖ

।।

 

ଯସ୍ମିନ୍ ଦେଶେନ ସମ୍ମାନଂ ବା ବୃତ୍ତିନଚ ବାନ୍ଧବାଃ ।

ନ ଚ ବିଦ୍ୟାଗମଃ କଶ୍ଚିତ୍ତଦେଶଂ ପରିବର୍ଜ୍ଜୟେତ୍ ।

 

ଆବର କଥାଏ ଶୁଣ ବିଶେଷେ

ସନମାନ ନାହିଁ ଯେବଣ ଦେଶେ

।।

ଯେଉଁ ଦେଶରେ ବୃତ୍ତିବାଡ଼ି ନାହିଁ

ବନ୍ଧୁ ଆଦିକରି ନ ଥିବେ ଯହିଁ

।।

ବିଦ୍ୟାବନ୍ତ ଲୋକ ନଥିବ ଯେବେ

ସେଦେଶେ ବାସ ନକରିବକେବେ

।।

 

ଚଳତ୍ୟେକେନ ପାଦେନ ତିଷ୍ଠତ୍ୟେକେନ ବୁଦ୍ଧିମାନ

ନାସମୀକ୍ଷ ପରସ୍ଥାନ ପୂର୍ବମାୟତନଂ ତ୍ୟଜେତ୍ ।

 

ଯେବେ ଯିବ ପରସ୍ଥାନକୁ ଭାଜି

ତହିଁ ସମାଚାର ଆଗହୁଁ ବୁଝି

।।

ମାସେ ପକ୍ଷେ କାଳ ଘର କରିବ

ତେବେ ପୂର୍ବ ଆୟତନ ତେଜିବ

।।

ଏଥକୁ ଅପ୍ରତେ ନ କର ପୁଣ

ଫେଡ଼ି କହିବା ଦୃଷ୍ଟାନ୍ତର ଶୁଣ

।।

ପଥ ଚାଲନ୍ତେ ପାଦେ ଆଗେ ବଢ଼ି

ସେ ପାଦ ରଖି ଆରପାଦ କାଢ଼ି

।।

ଏହି ପ୍ରକାରେ ସେ କଥାକୁ ଘେନ

ଆବର କହିବା ଶୁଣ ରାଜନ

।।

 

ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ଶତ୍ରୁ ବିଗ୍ରହେ ।

ରାଜଦ୍ୱାରେ ଶ୍ମଶାନେ ବା ଯସ୍ତିଷ୍ଠତି ସ ବାନ୍ଧବଃ ।

 

ବନ୍ଧୁ ବୋଲିକରି ଯାହାକୁ କହି

ସେ ଯେବେ ଉତ୍ସବ କାଳେ ଆସଇ

।।

ସଖା ହୋଇଥାଏ ବିପତ୍ତି ଠାବ

ଦୁର୍ଭିକ୍ଷକାଳେ ସମ୍ଭାଳଇ ଯେବେ

।।

ଶତ୍ରୁ ଉପଗତ ସମୟେ ଯାଇ

ତେତେବେଳେ ଯେବେ ସପକ୍ଷ ହୋଇ

।।

ରଜାର ଦଣ୍ଡିବା କାଳେ ସେନେହ

ସଖାହୋଇ ଯେବେ ପାତଇ ଦେହ

।।

ଶ୍ମଶାନେ ବୋଇଲେ ମରଣ କାଳେ

ପଚାରେ ସେ ତାକୁ ବାନ୍ଧବ ବୋଲେ

।।

ଏତେଠାରେ ଯେହୁ ସପକ୍ଷ ହୋଇ

ବନ୍ଧୁ ବୋଲି ହାଦେ ତାହାକୁକହି

।।

 

ଜାନିୟାଦ ବ୍ୟସନେ ଭୃତ୍ୟାନ୍ ବାନ୍ଧବାନ୍ ବ୍ୟସନାଗମେ ।

ମିତ୍ରଂଚାପଦ କାଳେ ଚ ଭାର୍ଯ୍ୟାଂ ଚ ବିଭବକ୍ଷୟେ ।

 

ସେବକ ବୋଲି ବୋଲିବ ଯାହାକୁ

ବିପଦକାଳେ ପେଷିବା ଯାହାକୁ

।।

ବନକୁ ଯାଉକି ଦୁର୍ଗମେ ଯାଉ

ତହିଁକି ବିମନ ନଥାଉ ଥାଉ

।।

ଦୁଃଖରେ ଯେବେ ବନ୍ଧୁକୁ ଦେଖିବ

ଖଣ୍ଡେ ଦୂରରୁ ପାଛୋଟି ଆଣିବ

।।

ଆଦର କରି ନିଜପୁରେ ନେଇ

ଯଥାସକ୍ୟେ ତାକୁ ଚରଚା ଦେଇ

।।

ଗଲାବେଳେ ଯିବା ବାଟକୁ ପୁଣି

ସୁବନ୍ଧୁ ବୋଲିଟି ତାହାକୁ ଜାଣି

।।

ମିତ୍ର ଯେବେ ଆସେ ଆପଦକାଳେ

କୁଟୁମ୍ବ ସହିତ ନେଇ ସମ୍ଭାଳେ

।।

ନିଜ କୁଟୁମ୍ବହୁଁ ଅଧିକ ଦେଖେ

ସୁମିତ୍ର ବୋଲିଟି ତାହାକୁ ଲେଖେ

।।

ଭାରିଯା ଯେବେ ପ୍ରିୟବତୀ ଅଟେ

ନିର୍ଦ୍ଧନ କାଳେ ଗେରସ୍ତକୁ ଖଟେ

।।

ଯେବେ ହୋଇଥାଏ ବଚନକାରୀ

ତାହାକୁ ବୋଲି ପ୍ରିୟବତୀ ନାରୀ

।।

 

ଭୋଜ୍ୟଂ ଭୋଜନଶକ୍ତିଶ୍ଚ ରତିଶକ୍ତି ର୍ବରାସ୍ତ୍ରିୟଃ ।

ବିଭବୋ ଦାନଶକ୍ତି ନାଳ୍ପସ୍ୟ ତପସଃ ଫଳଂ ।

 

ସମ୍ପଦ ଥାଇ ଯେ ଭୋଗର ଶକ୍ତି

ଥିବ ଆଉ ଥାଇ ବର ଯୁବତୀ

।।

ସଂଭୋଗ ଶକତି ଥିଲେଟି ସୁଖ

ବିଭବରେ ଦାନଶକ୍ତିକି ଲେଖ

।।

ଅଳପ ତପସ୍ୟାଫଳେ ଏମାନ

ନ ମିଳଇ ଏହା ମନରେ ଘେନ

।।

 

ଅଗ୍ନିହୋତ୍ରଫଳା ବେଦଶୀଳଃବୃତ୍ତିଫଳ ତତଃ

ରତିପୁତ୍ରଫଳା ନାରୀଦତ୍ତଭୁକ୍ତଫଳ ଧନ ।

 

ଅଗ୍ନିହୋତ୍ର ବୋଲି ବିପ୍ରଙ୍କୁ କହି

ତାହାଙ୍କଫଳ ଯେ ଦେବଅଟଇ

।।

ଶୀଳବୃତ୍ତିଫଳ ତପସ୍ୟା କରି

ରତିପୁତ୍ର ପୁତ୍ରୀ ଫଳଟି ନାରୀ

।।

ଦେବା ଭୁଞ୍ଜିବାର ଫଳ ସମ୍ପତ୍ତି

ଏବେ ଯେ କହିବା ସ୍ତିରୀଙ୍କ ରୀତି

।।

 

ଆହାରୋ ଦ୍ୱି ଗୁଣଃ ସ୍ତ୍ରୀଣାଂ ବୁଦ୍ଧିସ୍ତସାଂ ଚତୁର୍ଗୁଣଃ

ଷଡ୍‌ଗୁଣୋଃ ବ୍ୟବସାୟଶ୍ଚ କାମାଶ୍ଚାଅଷ୍ଟଗୁଣଃ ସ୍ମୃତଃ ।।

 

ପୁରୁଷଠାରୁ ଦ୍ୱିଗୁଣ ଭୋଜନେ

ବୁଦ୍ଧ ଚାରିଗୁଣ ଯୁବତୀମାନେ

।।

ଘର ଆଡ଼ ତିରେଷଡ଼ଗୁଣେ ବଳି

କାମେ ଆଠଗୁଣ ନୁହେ ସମ୍ଭାଳି

।।

ଏବେ ଅଣହିତ ହିତ କରିବା

ପରଆପଣା ଦେହେଁ ବୁଝାଇବା

।।

 

ପରୋଽପି ହିତବାନ ବନ୍ଧୁ ବଂନ୍ଧୁ ରପ୍ୟହିତଃ ପରଃ

ଅହିତୋ ଦେହିଜୋ ବ୍ୟାଧି ହିତ ମାରଣ୍ୟମୌଷଧିଃ ।

 

ପରହୋଇ ଯେବେ ରଞ୍ଜିବା ଚିତ୍ତ

ବନ୍ଧୁ ହୋଇ ଯେବେ ନୋହିବ ହିତ

।।

ପରକୁ ପର ହୁଏ ଉପକାରୀ

ବନ୍ଧୁହିଁ ତାହାକୁ ନୁହଇ ସରି

।।

ତୁମ୍ଭେ ବୋଲିବ କେଉଁ ଭାବେ ପୁଣ

ଫେଡ଼ି କହିବା ଦୃଷ୍ଟାନ୍ତର ଶୁଣ

।।

ଆପଣା ଦେହରୁ ଜନ୍ମଇ ବ୍ୟାଧି

ଯେମନ୍ତ ପ୍ରକାରେ ଭଗାରି ସାଧି

।।

ବନରୁ ଆଣିବା ଔଷଧ ମୂଳ

ଭକ୍ଷିବା ମାତ୍ରକେ ଦେହ କୁଶଳ

।।

ପରହୋଇ ଯେବେ ହିତ ହୋଇଲା

ସେହି ସେ ବନ୍ଧୁ ଶାସ୍ତ୍ରରେ କହିଲା

।।

 

ଋଣଶେଷୋଽଗ୍ନି ଶେଷଶ୍ଚ ବ୍ୟାଧିଶେଷ ସ୍ତଥୈବଚ

ପୁନଶ୍ଚ ବର୍ଦ୍ଧିତେ ଯସ୍ମତ୍ତକ ଚ୍ଛେଷଂ ବିନାଶୟେତ୍ ।

 

ଭୋ ରାଜା ଆବର କଥାଏ ଶୁଣ

ଋଣର ଶେଷ ନ ବୁଝିବ ପୁଣ

।।

ବ୍ୟାଧିର ଶେଷରେ ଶତ୍ରୁରଶେଷ

ଏସବୁ ଶେଷ ନ ରଖିବ ଲେଶ

।।

ଏମାନଙ୍କୁ ଯେବେ କରିବ ହେଳା

ପଛକୁ ବୁଡ଼ିବ ଆପଣା ଭେଳା

।।

 

ତ୍ୟଜେଦକଂ କୁଳସ୍ୟାର୍ଥେ ଗ୍ରାମସ୍ୟାଣା କୁଳଂ ତ୍ୟଜେତ୍

ଗ୍ରାମଂ ଜନପଦସ୍ୟାର୍ଥେ ଆତ୍ମାର୍ଥେ ପୃଥିବୀଂ ତ୍ୟଜେତ୍ ।

 

ଘରେ ପାଞ୍ଚସାତ ପରାଣୀ ଥାଇ

ଜଣେ ଲାଗି ଯେବେ ଘର ଭାଜଇ

।।

ଯେବେସେ ଜଣକୁ ତ୍ୟାଗ କରିବ

ତେବେ ସେଘର ନିଶ୍ଚୟ ରହିବ

।।

ଘରକୁଲାଗି ଗ୍ରାମ ଭାଜୁ ଥିଲେ

ସେଘରକୁ ତ୍ୟାଗ କରିବ ଭଲେ

।।

ଗ୍ରାମଲାଗି ଦେଶ ଯେବେଟି ଭାଜି

ଲୋଭନକରିସେ ଗ୍ରାମକୁ ତେଜି

।।

ଆତ୍ମାକୁ ଯେବେ ବିପତ୍ତି ପଡ଼ିବ

ସେ ପୃଥ୍ୱୀତେଜି ଅନ୍ୟପୃଥୀ ଯିବ

।।

ଆବର କଥାଏ କହିବା ଶୁଣ

ଯେତେଠାରେ ଲଜ୍ଜା ନକରିପୁଣ

।।

 

ଗୀତେ ବାଦ୍ୟେ ପଠେ ନୃତ୍ୟ ସଂଗ୍ରାମେ ରତି ସଙ୍ଗମେ

ଆହାରେ ବ୍ୟବହାରେ ଚ ତ୍ୟକ୍ତ ଲଜ୍ଜାଃ ସୁଖୀ ଭବେତ୍ ।

 

ଗାଇବା ବାଇବା ପଢ଼ିବାଠାରେ

ଲଜ୍ଜା ନ କରିବ ନୃତ୍ୟ ରଙ୍ଗରେ

।।

ରିପୁ ସଂଗ୍ରାମେ ସ୍ତିରୀ ସଙ୍ଗବେଳେ

ଭୋଜନେ ଗୃହ ବ୍ୟବସାୟକାଳେ

।।

ଏତେଠାରେ ଯେବେ କରିବଲାଜ

ଅଧର୍ମ ବୋଲାଇ ନୁହଇ କାର୍ଯ୍ୟ

।।

 

ଶୈଳେ ଶୈଳେ ନ ମାଣିକଂ ମୌକ୍ତିକ ନ ଗଜେ ଗଜେ

ସାଧବେ ନହି ସର୍ବତ୍ର ଚନ୍ଦନ ନ ବନେ ବନେ ।

 

ଶଇଳ ବୋଲି ପର୍ବତକୁ କହି

ସବୁ ପର୍ବତେ କି ମାଣିକ୍ୟ ଥାଇ

।।

ହିମବନ୍ତ ଗିରି ଯେବଣ ସ୍ଥାନ

ତହିଁରୁ ଉପୁଜେ ମାଣିକ୍ୟମାନ

।।

ସବୁ ହସ୍ତୀଏ ନୁହନ୍ତି ଶକତା

ଐରାବତ କୁଳେଥାଏ ମୁକୁତା

।।

ସବୁ ଦେଶରେ କି ସାଧବ ଥାଇ

ଧନୀ ଲୋକକୁ ଯେ ସାଧବ କହି

।।

ସବୁ ଗୃହରେ କି ଥାଏ ନନ୍ଦନ

ସବୁ ବନରେ କି ଥାଏ ଚନ୍ଦନ

।।

ମଳୟ ନାମେ ସେ ଯେଉଁ ପର୍ବତ

ତହିଁରେ ପବନ ବହେ ବସନ୍ତ

।।

ସେ ପବନ ଯେଉଁ ବନକୁ ଯାଏ

ସେହି ବନରେ ଯେ ଚନ୍ଦନ ହୁଏ

।।

 

ଯତ୍ର ପ୍ରୀତି ବର୍ତ୍ତେ ନିତ୍ୟଂ ତ୍ରିଣି ତତ୍ରଂ ନ କାରୟେତ୍

ଦୂତମର୍ଥପ୍ରୟୋଗଂ ନ ପରୋକ୍ଷେ ଦାରଦର୍ଶନେ ।

 

ସାରସ୍ୱତ କଥା ଉତ୍ତମ କୀର୍ତ୍ତି

ଯେଉଁ ଲୋକ ସଙ୍ଗେ କରିବ ପ୍ରୀତି

।।

ନିକର ବଚନ କହୁଛି ଏତେ

ତାହାସଙ୍ଗେ କଥା ନକରି ଯେତେ

।।

ତାସଙ୍ଗେ ଦ୍ରବ୍ୟ କାରବାର କେବେ

କରିବ ନାହିଁଟି ଭାବେ ଅଭାବେ

।।

ସେ ଲୋକଠାରେ ଦ୍ରବ୍ୟ ଦେବ ନାହିଁ

ଦେଲେ ଆଉ ତାକୁ ମାଗିବ ନାହିଁ

।।

ଭାରିଯାକୁ ଯେବେ ଦେଖିବ ତାର

କଥା ନ କହିଲେ ରହେ ବେଭାର

।।

ଜୁଆ ନଖେଳିବ ତା ତୁଲେଯାଇ

ତେବେ ସେ ପ୍ରୀତି ସବୁଦିନଥାଇ

।।

 

ଯସ୍ମିନଦେଶେ ଚରିପବୋ ଯଦ୍‌ଗୃହେ ପ୍ରାଣାହା ପ୍ରିୟା ।

କର ପିଡାଭେବେଦ୍ ଯତ୍ର ଯନ୍ନାଦ୍ୟ ନତ୍ରସଂକଟଃ ।

ଯଦ ବିତ୍ତେ ପ୍ରାଣନାଶଃ ସ୍ୟାଦ୍‌ଯଦ୍ଭକ୍ଷ୍ୟେ ମରଣଂ ଭଦେତ୍ ।

ତତ୍ସର୍ବଂ ବର୍ଜୟେଦ୍ଧ ମାନ୍ନାତ୍ର କିଚିଦ ବିଚାରୟେତ୍ ।

 

ଯେଉଁ ଦେଶେ ଥିଲେ ଭଗାରି ମାରେ

ଯେଉଁ ଭାରିଯା ପ୍ରାଣ ନାୟକରେ

।।

ଯେଉଁ ଦେଶରେ କର ପୀଡ଼ା ପାଇ

ଯେଉଁ ନଦୀରେ କୁମ୍ଭୀରଟି ଥାଇ

।।

ଯେଉଁ ଦ୍ରବ୍ୟେ ଥିଲେ ଘଟଇ ନାଶ

ଯେଉଁ ଭୋଜନରେ ଜୀବନ ଶେଷ

।।

ସ୍ୱରୂପ ବଚନ କହୁଛି ଏବେ

ଏତେ ଦ୍ରବ୍ୟକୁ ଦୂରକର ତେବେ

।।

 

ନାନାଶାସ୍ତ୍ରର୍ଥବୀଦ୍ଧୀଚ ସଭାୟଂ ତେନ୍ମିରୁତରଂ ।

ସତୁନିନ୍ଦ୍ୟଃ ପଣ୍ଡିତେସହୀନଚାରଂ ଗୃହଂ ଯଥା ।

 

ନାନା କୀରତି ଧର୍ମ ଆଚରଣେ

ପଣ୍ଡିତ ହୋଇ ଶୂରବନ୍ତ ପଣେ

।।

ସକଳଗୁଣେ ଯେ ନୋହେ ବକତା

ସେ କି ସୁପଣ୍ଡିତ ପଣେ ସକତା

।।

ନାନା ଅନ୍ୟାଚାର ଯେବଣ ଘର

ସେଘର ଛାରକୁ ଲେଖା ନକର

।।

 

ଶରବ ନ ପୁରୁଷୋ ୟସ୍ତୁ ଭବେଦାଳସିକୋ ସଦା ।

ସତୁନିନ୍ଦ୍ୟା ଭବେଦ୍ଧୀରେଷାଳସଂ ଶ୍ରୀବିଘାତକଂ ।

 

ଶୁରବନ୍ତ ବୋଲି ବୋଲିବା ଯାହା

ସେ ଯେବେ ହୁଏ ଅତି ଅଳସୁଆ

।।

ଅଳପ ହତଶ୍ରୀ ଆଶ୍ରେ ଯାହାକୁ

ଶୂରବନ୍ତ ବୋଲି ନବୋଲି ତାକୁ

।।

 

ବାଲ୍ୟେ ଚ ପଠତେ ବିଦ୍ୟା ତରୁଣେହ୍ୟର୍ଥ ଚିନ୍ତନଂ ।

ତୃତୀୟୋ ଚିନ୍ତୟେଦ୍ଧର୍ମଂ ଚତୁର୍ଥେ କିଂ କରିଷ୍ୟତି ।

 

ବାଳକାଳେ ବେଦ ବିଦ୍ୟାରେ ମନ

ତରୁଣ କାଳରେ ସଞ୍ଚିବ ଧନ

।।

ତୃତୀୟ କାଳେ ଧର୍ମ ଚିନ୍ତା ହୋଇ

ଚତୁର୍ଥ କାଳରେ କିଛିହିଁ ନୋହି

।।

ବିଦ୍ୟା ଆଦି ନାନା ଧର୍ମ ବିଚାରି

ଶୂରବନ୍ତ ପଣେ ତପସ୍ୟା କରି

।।

ନିର୍ଦ୍ଧନ ହୋଇଲେ ଦରିଦ୍ର ଭାବେ

କିଛିହିଁ କରି ନ ପାରିବ ତେବେ

।।

ଯାହା ହୃଦୟେ ପାଠଶାସ୍ତ୍ର ନାହିଁ

ବନ୍ଧୁ ଲୋଡ଼ିଲେ ସେ ପାଇବ କାହିଁ

।।

 

ବିଦେଶେ ଚ ସଖା ବିଦ୍ୟା ବିପତ୍ତୌ ଚ ସଖା ଧନଂ

ସ୍ୱଗୃହେ ଚ ସଖା ନାରୀ ମରଣାନ୍ତୋ ସଖା ହରି ।

 

ଯେଉଁ ରାଜ୍ୟକୁ ଯାଅ ପଛେ ଏକା

ବିଦ୍ୟା ବନ୍ଧୁ ଥିଲେ ବିପଦେ ସଖା

।।

ବିପତ୍ତିକାଳେ ଥାଏ ଯେବେ ଧନ

ସେ ତାକୁ ହୁଏ ବଳ ପକ୍ଷମାନ

।।

ଭର୍ତ୍ତାକୁ ପତ୍ନୀ ସଖା ଗୃହକାଳେ

ଧର୍ମ ସଖାହୁଏ ମରିବାବେଳେ

।।

 

ନ ଚ ବିଦ୍ୟାସମୋ ବନ୍ଧୁନଚ ବ୍ୟାଧିସମୋ ରିପୁଃ ।

ନ ଚ ପତ୍ନୀସମୋ ସ୍ନେହୋ ନ ଚ ଦୈବତ୍ ପରଂ ବଳଂ ।।

 

ବିଦ୍ୟାସମ ବନ୍ଧୁ ନାହିଁ ଯେ ଜାଣ

ବ୍ୟାଧିସମ ଶତ୍ରୁ ନାହିଁଟି ଆନ

।।

ନିଜପତ୍ନୀ ସମ ନାହିଁ ଯେ ସ୍ନେହ

ଦଇବୁ ପରବଳ କେବା କହ

।।

 

କୃଷିବସ୍ତୁ ସୁଭକ୍ଷେନତ୍ୟଂ ସୁଖ ସୁଭୋଗତଃ ।

ଯସ୍ୟାନାରୀ ଗୁଣ ଜ୍ଞାତା ହ୍ୟୁତ୍ସବଂ ନସ୍ୟ ମନ୍ଦିରେ ।

 

ଯାହାର ବାଡ଼ିରେ କୃଷି ଅନେକ

ପ୍ରତିଦିନ ତାର ଭୋଜନ ସୁଖ

।।

ଯାହା ଭାରିଯା ପ୍ରିୟବତୀ ଅଟେ

ସୁସେବା କରି ଗୃହସ୍ଥକୁ ଖଟେ

।।

ପ୍ରିୟବତୀ ହୋଇ ଯାର ଯୁବତୀ

ସେ ପୁରୁଷ ଘରେ ଉତ୍ସବ ନିତି

।।

 

ପୁତ୍ରପୌତ୍ରିଃ ସଦାପୂର୍ଣ୍ଣ ଦାସଦାସୀ ସମନ୍ୱିତଂ ।

ଭବେଚ୍ଛେଦ୍ ବନିତା ଦୃଷ୍ଟା ଯଥା ରଣ୍ୟ ତଥା ଗୃହଂ ।

 

ପୁତ୍ର ଦୁହିତା ଯେ ଦ୍ରବ୍ୟ ଅନେକ

ବନ୍ଧୁବାନ୍ଧବ ଯେ ସେବକଲୋକ

।।

କୋଟି ସମ୍ପତ୍ତି ତା ଗୃହରେ ଥାଇ

ଭାରିଯା ଏକା ପ୍ରିୟବତୀ ନୋହି

।।

ସେ ଗୃହ ତାହାକୁ ଅରଣ୍ୟ ସମ

ମନ ଚଞ୍ଚଳେ ଚିତ୍ତ ହୁଏ ଭ୍ରମ

।।

ଭାରିଯା ବିହୀନେ ଯେମନ୍ତେ ଘର

ବନରେ ଥିବାଟି ଭଲ ପ୍ରକାର

।।

 

ଯସ୍ୟଭାର୍ଯ୍ୟା ଗୃହେ ନିତ୍ୟ ମଧୁର ପ୍ରିୟଭାଷିଣୀ ।

ତସ୍ୟ ବର୍ଦ୍ଧନ୍ତି ଗାତ୍ରାଣି ଶୁକ୍ଲପକ୍ଷେ ଯଥା ଶଶୀ ।

 

ଭାରିଯା ଯେବେ ପ୍ରିୟବତୀ ହୋଇ

ମଧୁର ଭାଷା ଗୃହସ୍ଥକୁ କହି

।।

ଭୋଜନ ଶୟନ ସୁଖରେ ଯେବା

ବଚନ ନଲଙ୍ଘି କରଇ ସେବା

।।

ଏମନ୍ତ ପ୍ରକାରେ ଯାହାର ସ୍ତିରୀ

ଦିନକୁ ଦିନ ବର୍ଦ୍ଧମାନ ଶିରୀ

।।

ଶୁକଳ ପକ୍ଷରେ ଚନ୍ଦ୍ରମା ଯେହ୍ନେ

ଗୃହସ୍ଥଦେହ ବିକାଶଇ ତେହ୍ନେ

।।

 

ପୁତ୍ର ପ୍ରୟୋଜନ ଭାର୍ଯ୍ୟା ପୁତ୍ରଃପିଣ୍ଡ ପ୍ରୟୋଜନଃ

ହିତପ୍ରୟୋଜନଂ ମିତ୍ରଂ ଧନଂ ସର୍ବପ୍ରୟୋଜନ ।

 

ଭାରିଯା ଲୋଡ଼ା ଯେ ପୁତ୍ରନିମନ୍ତେ

ପୁତ୍ରକୁ ଲୋଡ଼ା କରି ପିଣ୍ଡହିତେ

।।

ତୁମ୍ଭେ ବୋଲଅବା କିମ୍ପାଇ କହ

ବୃଦ୍ଧକାଳେ ହେଲେ ପୋଷଇପୁଅ

।।

ଅନ୍ତକାଳେ ତାରେ ସେ ପିଣ୍ଡବାଢ଼ି

ତେଣୁକରି ପୁତ୍ର ଭାରିଯା ଲୋଡ଼ି

।।

ହିତକାଳର ପ୍ରୟୋଜନ ମିତ

ସବୁ ସମୟେ ପ୍ରୟୋଜନ ବିତ୍ତ

।।

 

ଜୀର୍ଣ୍ଣଂ ଅନ୍ନଂ ପ୍ରଶଂସନୀୟାଭାର୍ଯ୍ୟାଂ ଚ ଗତଯୌବନାଂ

ସଂଗ୍ରାମବିଜିତାନ୍‍ଶୂରାନ୍ ପଶ୍ୟଚ ଗୃହମାଗତଂ ।

 

ଯେଉଁ ଅନ୍ନ ଭୁଞ୍ଜି ଉଦର ପାରି

ଜୀର୍ଣ୍ଣ ହେଲେ ତାକୁ ପ୍ରଶଂସାକରି

।।

ଆପଣା ଭାରିଯା ବୟସ ଗଲେ

ତେବେ ସେ ପ୍ରଶଂସା କରିବ ଭଲେ

।।

ସଂଗ୍ରାମ ଭୂମିରେ କ୍ଷତିୟ ପଣେ

ଯୁଦ୍ଧକରି ଯେବେ ଗଡ଼ଇ ରଣେ

।।

ଯେବଣ କୃଷି ଥିବଟି କ୍ଷେତ୍ରରେ

ଆୟକରି ଆଣି ଥୋଇବ ଘରେ

।।

ତେବେ ସେ ତାହାକୁ ପ୍ରଶଂସା କରି

ଶାସ୍ତ୍ରରେ କହିଛି ସଦା ବିଚାରି

।।

 

ଦୁର୍ଜ୍ଜନଃ ଶଠମିତ୍ରଂ ଚ କୁଳସ୍ତ୍ରୀ ଜାରିଣୀ ତଥା

ଗୋବୃଦ୍ଧୋ ଭଗ୍ନବାସଶ୍ଚ ନ ଗଚ୍ଛେତ୍ତସ୍ୟ ସନ୍ନିଧଂ ।

 

ଦୁର୍ଜ୍ଜନ ଲୋକ ଶଠମିତ୍ର ହୋଇ

କୁଳସ୍ତିରୀ ଯେବେ ବିଟପୀ ହୋଇ

।।

ବୃଦ୍ଧ ଗୋରୁ ଆଦି ପୁରୁଣାବାସ

ଏତେ ପଦାର୍ଥର ନ ଯିବ ପାଶ

।।

 

ଗଜଂ ମତ୍ତଂ ହିଜଂ ମୂଖଂ ବୃଷଭଂ କାମପୀଡ଼ିତଂ

ଅନ୍ତଃପୂରଗତାଂ ନାରୀ ଦୂରତଃ ପରି ବର୍ଜୟତ୍ ।

 

ଗଜ ହୋଇଥିବ ଯେବେଟି ମତ୍ତ

ବିପ୍ରହୋଇ ତାର ଥିବ ମୂର୍ଖତ୍ତ୍ୱ

।।

ବୃଷଭ ଯେବେ କାମମତ୍ତ ହୋଇ

ଧେନୁ ସଙ୍ଗତରେ ଗୋଡ଼ାଇ ଥାଇ

।।

ଅନ୍ତଃପୁରକୁ ଯେଉଁ ନାରୀ ଯାଇ

ଏତେ ଲୋକପାଶେ ନଯିବ କେହି

।।

 

ଯସ୍ୟ କ୍ଷେତ୍ରଂ ନଦୀପାରେ ଯସ୍ୟ ଭାର୍ଯ୍ୟାପରେ ରତା

ଯସ୍ୟ ମିତ୍ରଂ ନଷ୍ଟବ୍ୟର୍ଥଂ ପୁତ୍ରରାଗୀ ଚ ତାଂ ତ୍ୟଜେତ୍ ।

 

ନଦୀପାରେ ଥିବ ଯେବଣ ଚାଷ

ଯେଉଁ ସ୍ତିରୀ ରତ ପର ପୁରୁଷ

।।

ମିତ୍ରହୋଇ ହାଦେ ନଥାଇ ବ୍ୟଥା

ଭଗାରି ଆଗେ କହେ କଟୁକଥା।।

 

ପୁତ୍ର ହୋଇ ଯେବେ ପିତାକୁ ରାଗେ

ଏମାନଙ୍କୁ ତ୍ୟାଗ କରିବ ବେଗେ

।।

ଆବର କଥାଏ ଶୁଣ ସନ୍ଦେଶ

ଯେବଣ ଲୋକକୁ ନାହିଁ ବିଶ୍ୱାସ

।।

 

ଗ୍ରାମ୍ୟେୟେ ରାଜପାର୍ଶ୍ୱସ୍ଥେ ବିଶ୍ୱାସୋ କଦାଚନ

ରିପୌ କନକାରଣ୍ୟାଂ ବିଶ୍ୱାସଃ ପ୍ରାଣଘାତକଃ ।

 

ରାଜାକତିରେ ଯେଉଁ ଲୋକ ଥାଇ

ତାହାକୁ ବିଶ୍ୱାସ ନଯିବ କେହି

।।

ଅବିଶ୍ୱାସୀ ଖଳ ଦୁର୍ଜନଜନ

ଗ୍ରାମକୂଟ ହୋଇଯେଉଁ ପ୍ରଧାନ

।।

ଭଗାରୀ କଳହକାରିଣୀ ନାରୀ

ଏହାକୁ ବିଶ୍ୱାସ କଲେଟି ମରି

।।

 

ବିଦ୍ୟାଭାଷେ ବିଷଂ ବିଦ୍ୟାପ୍ୟଜୀର୍ଣ୍ଣେଭୋଜନଂ ବିଷ

ବିଷଂ ଗୋଷ୍ଠୀ ଦରିଦ୍ରାଣାଂ ବୃଦ୍ଧସ୍ୟ ତରୁଣୀ ବିଷଂ ।

 

ଅଣୁଭ୍ୟାସେ ବିଦ୍ୟାଯାଏଟି ନାଶ

ଅଜୀର୍ଣ୍ଣେ ଭୋଜନ ହୁଅଇ ବିଷ

।।

ଦରିଦ୍ରଲୋକ ଯେ ସ୍ୱଭାବେ କଷ୍ଟୀ

ବିଷପ୍ରାୟେ ତାକୁଲାଗଇ ଗୋଷ୍ଠୀ

।।

ଆବର ଅଧିକ କହିବା କିସ

ବୃଦ୍ଧଲୋକକୁ ଯୁବାସ୍ତିରୀ ବିଷ

।।

 

ବରମେକ ଗୁଣୀପୁତ୍ରୋ ନ ଚ ମୁର୍ଖ ଶତୈରପି

ଏକଶ୍ଚନ୍ଦ୍ରସ୍ତ ମୋହନ୍ତି ନ ଚ ତାରାଗଣୈରପି ।

 

ଗୁଣବନ୍ତ ପୁତ୍ର ଗୋଟିଏ ହେଉ

ନିର୍ଗୁଣ ତନୟ କୋଟିଏ ନୋହୁ

।।

ତୁମ୍ଭେ ବୋଲିବଟି କେମନ୍ତ ଅବା

କାହିଁ ଦେଖିଲା ଦୃଷ୍ଟାନ୍ତକୁ ଦେବା

।।

ଗୁଣବନ୍ତ ବୋଲି ଚନ୍ଦ୍ରକୁ କହି

ଲକ୍ଷେଯୋଜନରେ ଥାଏ ସେ ଉଇଁ

।।

କେତେଦୂରେ ଉଦେ ହୁଅଇ ଦେଖ

ଉଜ୍ଜ୍ୱଳ କରଇ ବ୍ରହ୍ମାଣ୍ଡଯାକ

।।

ଦିବସ ପ୍ରାୟେକ ଦିଶଇ ମହୀ

ଗୁଣବନ୍ତ ବୋଲି ତାହାକୁ କହି

।।

ଲକ୍ଷତାରାଗଣ ହେଲେ ଉଦୟ

ସେ ନିକି ଦିଶିବେ ଚନ୍ଦ୍ରମା ପ୍ରାୟ

।।

ଏହି ପ୍ରକାରେ ଭଲ ମନ୍ଦ କଥା

ମୂର୍ଖ ବିଦ୍ୟାବନ୍ତ ପଣ୍ଡିତ ଯଥା

।।

ମୁର୍ଖର ସବୁକଥା ଅବିଗୁଣ

ପଣ୍ଡିତଗୋଷ୍ଠୀ ତାହାକୁ ନ ଗଣ

।।

ବିଦ୍ୟାବନ୍ତ ଲୋକ ସବୁହୁଁ ଭଲ

ଆହେ ସାଧୁଜନେ ତୁମ୍ଭେ କି ବୋଲ

।।

 

ଉଦୟାସ୍ତେ ଯଥାଭାନୋସ୍ତେଜୋବୃତ୍ତି ଲୟଂ ଭବେତ୍

ସମ୍ପଦୋ ବିପଦଶ୍ଚୈବ ତଥା ସନାନ୍ୟଥା ଭବେତ୍ ।

 

ପ୍ରସ୍ତାବ ବଚନ କହିବା ରାୟେ

ସମ୍ପତ୍ତି ବିପତ୍ତି ଶୁଣ କଥାଏ

।।

ଭାନୁ ଯେତେବେଳେ ଉଦୟ ହୋଇ

ଅଳପ ଜ୍ୟୋତି ପ୍ରକାଶିଣ ଥାଇ

।।

ବେନିପକ୍ଷରେ ତେଜ ବର୍ଦ୍ଧମାନ

ଅସ୍ତକାଳେ ପୁଣି ହୁଅଇ ଲୀନ

।।

ମହତ ଲୋକମାନଙ୍କର ଠାରେ

ସମ୍ପତ୍ତି ବିପତ୍ତି ଏହି ପ୍ରକାରେ

।।

 

ଲଭନ୍ତେ ସମ୍ପଦୋ ଯେନ ବିପତ୍ତେନପି ଲଭ୍ୟତେ ।

କ୍ଷୟତ୍ୱଂ ପୂର୍ଣ୍ଣଚନ୍ଦ୍ରସ୍ୟ ତାରକା କ୍ଷୟ ବର୍ଜିତାଃ ।

 

ମହତଲୋକକୁ ସମ୍ପତ୍ତି ଯେତେ

ବିପତ୍ତି ପୁଣି ପଡ଼ୁଥାଏ କେତେ

।।

ନକ୍ଷତ୍ରମାନେ ଯେ ଅଟନ୍ତି ସାନ

ସେହିମତି ଥାନ୍ତି ସକଳ ଦିନ

।।

ସାନ ଲୋକଙ୍କର ସବୁ ସମାନ

ସମ୍ପତ୍ତି ବିପତ୍ତିରେ ନୋହେଭିନ୍ନ

।।

 

ଗୁଣିନ ଗୁଣଜ୍ଞୋ ରମତେ ନ ଗୁଣଶିଳସ୍ୟ ପରିକୋଷଃ ।

ଅତିରେତି ବନକମଳ ନ ହି ଭେକସ୍ତେ କଦାସୋଽପି ।

 

ଗୁଣବନ୍ତ ଲୋକ ଗୁଣଙ୍କୁ ଚିହ୍ନି

ନିର୍ଗୁଣିକ ଲୋକ କି ଭାବ ଜାଣି

।।

ତୁମ୍ଭେ ବୋଲିବ ସେ କେମନ୍ତ ଅବା

କାହିଁ ଦେଖିଲା ଦୃଷ୍ଟାନ୍ତକୁ ଦେବା

।।

ଜଳ ଭିତରେ ନଳିନୀର ବାସ

ମଣ୍ଡୁକୀଥାଇ ଯେତାହାର ପାଶ

।।

ସବୁଦିନେ ବୃକ୍ଷମୂଳରେ ଅଛି

ପଦ୍ମର ଭାବ ନ ଜାଣଇ କିଛି

।।

ଭୃଙ୍ଗଥାଏ ବନେ ବହୁତ ଦୂରେ

ଫୁଟିଲେ ଆସଇ ସେତ ତତ୍ପରେ

।।

ପଦ୍ମ ମକରନ୍ଦ କରଇ ଭୋଗ

ଯେବଣ ପଦାର୍ଥ ଯାହାକୁ ଯୋଗ

।।

ଗୁଣକର୍ମ ଯେଣୁ ନ ଜାଣେ କିଛି

ସେ ଲୋକ ପାରୁଶେ ଥିଲେକିଅଛି

।।

 

ବିରୂପା ରାଜକନ୍ୟାଚେତ୍ସୁ ରୂପାପ୍ୟନ୍ୟ ନ୍ୟକା

ତୟୋର୍ମଧ୍ୟାବ୍ରାଜ କନ୍ୟାମାନ୍ୟଗଣ୍ୟା ଜନୈରପି ।

 

ଆବର କଥାଏ ଶୁଣ ରାଜନ

କନ୍ୟା ଉଚ୍ଚ ନୀଚ ବର ବିଧାନ

।।

ରାଜକୁଳେ କନ୍ୟା ବିରୂପା ଥିବ

ସେ ଯେବେସୁମନେ ଯାଚିଣଦେବ

।।

ବରିବ ବିରୂପ ନ ବାଛି ତାହା

ନୀଚ ରୂପବନ୍ତେ ନୋହିବ ବାହା

।।

ସେ ଯେବେ ସ୍ୱରୂପ କୁରୂପ ହେଉ

ବରିବ ସଂଶୟ ନ କରି ଆଉ

।।

 

ବିଷପଦ୍ୟମୃତଂ ଗ୍ରାହ୍ୟମମେଧ୍ୟାପି କାଞ୍ଚନଂ ।

ନୀଚାଦପ୍ୟୁତ୍ତମଂ ବିଦ୍ୟା ସ୍ତ୍ରୀରତ୍ନଂ ଦୁଷ୍କୁଳାପି ।

 

ପ୍ରାଣହାରଶ୍ୱ ବିଷ ହେଉ ପଛେ

ତହିଁରୁ ଅମୃତ ହରିବ ସ୍ୱଚ୍ଛେ

।।

ଅମେଧ ଦ୍ରବ୍ୟରେ କାଞ୍ଚନ ଥିଲେ

ଗ୍ରହଣ କରିବ କହୁଛି ଭଲେ

।।

ନୀଚଠାରେ ଯେବେ ସୁବିଦ୍ୟାଥିବ

ଗୁରୁପ୍ରାଏ ମଣି ଶିକ୍ଷା କରିବ

।।

ଅକୁଳେ ଯେବେ ସ୍ତିରୀ ରତ୍ନଥାଇ

ବରିବ ମନେ ସଂଶୟ ନ ଥୋଇ

।।

ସମୁଦ୍ରୁ ଯେସନେ ବିଷ ଅମୃତ

ଜାତ ହୋଇଅଛି ଏ ଦୁଇମତ

।।

ଗୁଣ ଥିବାରେ ଅମୃତକୁ ଭୁଞ୍ଜି

ବିଷକୁ ଡରି ଦୂରକରି ତେଜି

।।

ଏହି ପ୍ରକାରେଟି ଉତ୍ତମ ରୀତି

ଆବର କହିବା ଶୁଣ ନୃପତି

।।

 

ପରୋପକାରିଣେ ଭଦ୍ରଂ ଭବେତ୍ ଶ୍ରୀବର୍ଦ୍ଧତେ ସଦା ।

ପରାପଘାତିନ ସ୍ତତ୍ ବାତ୍ତବେତ୍ସର୍ବମଙ୍ଗଳଂ ।

 

ପରକୁ ଶୁଭଚିନ୍ତା ଯେହୁ କରି

ବର୍ଦ୍ଧମାନ ହୁଏ ତାହାର ଶିରୀ

।।

ପରକୁ ଯେ ପ୍ରାଣୀ ଚିନ୍ତଇ ମନ୍ଦ

ନିଶ୍ଚୟ ତାହାର ତୁଟଇ କନ୍ଧ

।।

 

ଦୁର୍ଜ୍ଜନସ୍ୟ ଦୟା ନାସ୍ତି ଯସ୍ୟ କୀଟାୟତେ ସୁଧୀଃ ।

ହିତୋପଦେଶବର୍ତ୍ତାୟାଂ ତସ୍ୟ ଶ୍ରଦ୍ଧା ନ ଯୁଚ୍ୟତେ ।

 

ଦୁର୍ଜନ ହୃଦୟେ ଦୟା ନ ଥାଏ

ସନ୍ଥ ଦିଶଇ ତାକୁ କୀଟପ୍ରାୟେ

।।

ସାଧୁ ଲୋକମାନେ କହନ୍ତି ଯାହା

କେବେହେଁ ତାକୁ ନ ରୁଚଇ ତାହା

।।

ପାପକୁ ଯାହାର ବିଚାର ନାହିଁ

ସନ୍ଥକୁ ଭୟ ସେ କରିବ କାହିଁ

।।

ସେ ତାହାର ଜାତି ସ୍ୱଭାବ ଗୁଣ

ଫେଡ଼ି କହିବା ଦୃଷ୍ଟାନ୍ତର ଶୁଣ

।।

 

ଅହଂ ପ୍ରକୃତି ସୁକ୍ତସ୍ତୁ ପ୍ରକୃତି ର୍ମାଂ ନ ମୁଞ୍ଚନ୍ତି ।

ଅଙ୍ଗାର ଶତ ଧୌତେନ ମଳିନତ୍ୱ ନମୁଞ୍ଚନ୍ତି ।

 

ଦୁଧଭାଣ୍ଡେ ନେଇ ଅଙ୍ଗାର ଥୁଅ

ସହସ୍ର ବେଳ ପରିଯାନ୍ତେ ଧୂଅ

।।

କେବେହେଁ କଳା ନଛାଡ଼ଇ ତାର

ଦୁର୍ଜନ ସ୍ୱଭାବ ଏହି ପ୍ରକାର

।।

 

ନିର୍ଦ୍ଧନସ୍ତୁ ଧନଂ ପ୍ରାପ୍ୟ ସର୍ବାହୀନମକଳ୍ପୟେତ ।

ବିଚାରରହିତଃ ସୋଽପି ପାପ ପୁଣ୍ୟ ନ ଚିନ୍ତୟୋତ୍ ।

 

ନିର୍ଦ୍ଧନଲୋକ ଅରଜିଲେ ଧନ

ଚକ୍ଷୁକୁ ତାର ନ ଦିଶଇ ଆନ

।।

ସ୍ୱଭାବେ ଦରିଦ୍ର ହୋଇଣ ଥାଇ

ଧନ ଅର୍ଜିଲେ ବଡ଼ଲୋକ ହୋଇ

।।

ଆଗପଛ ବେନି ବିଚାର ଛାଡ଼େ

ସମ୍ପତ୍ତି ପଟଳ ଚକ୍ଷୁରେ ପଡ଼େ

।।

ଭଲ ଭଲ ଲୋକ ଦିଶନ୍ତି ନାହିଁ

ପାପ ପୁଣ୍ୟକୁ ତା ବିଚାର କାହିଁ

।।

ଯେତେବେଳେ ପୁଣି ସରଇ ଧନ

ଚକ୍ଷୁକୁ ବିପତ୍ତି ହୋଏ ଅଞ୍ଜନ

।।

ଯାହାଙ୍କୁ କହୁ ନଥାଏ ସେ କଥା

ସେମାନଙ୍କୁ ପୁଣି ନୁଆଁଏ ମଥା

।।

ଧନ ସ୍ୱଭାବେ ଅଚଞ୍ଚଳ ନୋହି

କୁଳ ଉଜ୍ଜ୍ୱଳ ସେକରିବ ନାହିଁ

।।

ନିଷ୍କଳଙ୍କ ପଦ କେ ପାରେ ବାଛି

କଳଙ୍କ ପୁଣି ସବୁଠାରେ ଅଛି

।।

ଏଥର ସଂଶୟ ଫେଡ଼ିବା ପୁଣ

କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ

।।

 

ଇନ୍ଦ୍ରେମେଷାଣ୍ଡଚିହ୍ନୋ ମଳିନ ଉଡ଼ୁପତି ମାଧବୋଗୋପେ ଜାତଃ

ବେଶ୍ୟାପୁତ୍ରୋ ବଶିଷ୍ଟ କୃମିରୁଧିର ଯମଃ ସର୍ବଭକ୍ଷୋ ହୁତାଶଃ ।

ବ୍ୟାସଃ କୈବର୍ତ୍ତ ପୁତ୍ରଃ ସଲବଣଜମ୍ବୁଧି ପାଣ୍ଡବେ ଜାରଜାଶ୍ଚ

ରୁଦ୍ରଃ ପ୍ରେତାଧିବାସୀ ତ୍ରିଭୁବନ ବିଜୟୀଃବାଚ୍ୟତାଂ କୋ ନୃଯାତି ।

 

ସ୍ୱର୍ଗ ନୃପତି ଯେ ଇନ୍ଦ୍ର ରାଜନ

ସକଳ ଦେବତାଙ୍କ ଶ୍ରେଷ୍ଠ ଜାଣ

।।

ଅମର ରାଜାପଣେ ଯାକୁ ମାନି

ତାଠାରେ ମେଷାଣ୍ଡଚିହ୍ନଯେ ପୁଣି

।।

ବୁଧ ନୃପତିର ଚନ୍ଦ୍ରମା ପିତା

ସକଳ ପ୍ରାଣୀର ସେ ଜୀବଦାତା

।।

ବୃହସ୍ପତି ଶାପ କଳଙ୍କ ଦୁଃଖେ

ମୃଗଲାଞ୍ଛନକୁ ବସିଛି ସୁଖେ

।।

ଅଶେଷ ବ୍ରହ୍ମାଣ୍ଡ ଠାକୁର ହରି

ଜନମ ଲଭିଲେ ମଥୁରାପୁରୀ

।।

ଡରି ବସୁଦେବ ଚୋରାଇ ନେଲା

ନନ୍ଦଘରେ ନେଇ ଗୁପତେ ଦେଲା

।।

ଗଉଡ଼ ବୋଲନ୍ତି ସଜଳ ଲୋକ

ତେଡ଼େପ୍ରଭୁଠାରେ ଏଡ଼େ କଳଙ୍କ

।।

ବଶିଷ୍ଠୠଷିଙ୍କି କଳଙ୍କ ଅଛି

ବେଶ୍ୟାପୁତ୍ର ବୋଲି ତାହାଙ୍କୁ ବାଛି

।।

ସକଳ ଜନ୍ତୁର ନୃପତି ଯମ

ପାପପୁଣ୍ୟ ବେନି ବିଚାରେ ଧର୍ମ

।।

ତାହା ତହିଁ ଅଛି କଳଙ୍କ ଯେତେ

ବିସ୍ତାରକରି ତାକହିବା ତୋତେ

।।

କୃମିରୋଗ ତାର ଚରଣେ ଥାଇ

ରୁଧିରମାନ ଯାଉଥାଏ ବହି

।।

ଅଗ୍ନିଦେବତା ଅଟେ ବଡ଼ଲୋକ

ତାହାତହିଁ ପୁଣି ଅଛି କଳଙ୍କ

।।

ଘୃତ ଅମୃତ ହୋମ ଯଜ୍ଞେ ପାଇ

ଚନ୍ଦନ ଭକ୍ଷଇ ଅମେଧ୍ୟ ଖାଇ

।।

ପରାଶରଙ୍କର ନନ୍ଦନ ବ୍ୟାସ

ତାଙ୍କର ମହିମା କହିବା କିସ

।।

ଅଠର ପୁରାଣ ଯେ ଚାରିଦେବ

ହୃଦୁ ଜାତ କରେ ଅନେକ ପଦ

।।

ତେଡେ ଋଷିଙ୍କି ସେ ଦୁଷଣବାଣୀ

ଲଲାଟ ଲିଖନ ଅଛି ଯେ ପୁଣି

।।

କଇବର୍ତ୍ତୀ ପୁତ୍ର ବୋଲନ୍ତି ଲୋକ

ତେଡ଼େଋଷିଠାରେ ଏଡ଼େ କଳଙ୍କ

।।

ସପତ ସିନ୍ଧୁ ଯେ ଅଗାଧ ଜଳ

ଘେରି ରହିଛି ପୃଥିବୀ ସକଳ

।।

ଯାହା ଦର୍ଶନେ ମହାପାପ ଲେଛି

ତାହାଠାରେ ପୁଣି କଳଙ୍କ ଅଛି

।।

ତୀର୍ଥଯାତ୍ରା ବୋଲି ଜଗତେ ଭଣି

ତେଡ଼େବଡ଼ ଜଳ ହୋଇଲା ଲୁଣି

।।

ପଞ୍ଚପାଣ୍ଡବେ ଯେ ପଣ୍ଡୁ ନନ୍ଦନ

ତାଙ୍କଠାରେ ଅଛି କଳଙ୍କମାନ

।।

ବିଧାତା ଲିଖନ ଏ ଘଟସୁତ୍ର

ଏକ ବାପୁର ସେ ନୁହନ୍ତି ପୁତ୍ର

।।

ଈଶ୍ୱରଙ୍କୁ ବୋଲି ଯେ ବଡ଼ଲୋକ

ତାଙ୍କଠାରେ ଅଛି ବଡ଼କଳଙ୍କ

।।

ନଗ୍ର ଉପେକ୍ଷି ଶମଶାନ ବାସୀ

ହାତୀଘୋଡ଼ା ତେଜି ବୃକ୍ଷରେ ବସି

।।

ଚନ୍ଦନ କର୍ପୁର କସ୍ତୁରୀ ଧୂଳି

ଏମାନ ତେଜିଣ ବିଭୂତିବୋଳି

।।

ସଂସାର ଜନଙ୍କୁ କିମ୍ପାଇ ଲେଖ

ଏଡ଼େ ଲୋକଠାରେ ଏତେକଳଙ୍କ

।।

ନିଷ୍କଳଙ୍କ ହୋଇ କେହିତ ନାହିଁ

କଳଙ୍କ ଅଛି ଯେ ସବୁରିଠାଇଁ

।।

ଦୁର୍ଜ୍ଜନ ଲୋକ ନ ଜାଣନ୍ତି କିଛି

ଉତ୍ତମ ଲୋକଙ୍କୁ କହନ୍ତି ବାଛି

।।

ଭଲମନ୍ଦ ବେନିକର୍ମ ନ ଜାଣେ

ଟାହି କରୁଥାନ୍ତି ବଡ଼ିବା ପଣେ

।।

ଦୁର୍ଜ୍ଜନ ଲୋକର ପ୍ରତିଜ୍ଞା ଗାଢ଼

କାଳ ସର୍ପରୁ ସେ ଅଟଇ ବଡ଼

।।

କାଳସର୍ପ ଧର୍ମ ଗୁଣ ବିଚାରେ

ଦଂଶିଲେ ମନୁଷ୍ୟ କ୍ଷଣକେ ମରେ

।।

ଆଉ ଅଧିକ ନ ଲାଗଇ କଷ୍ଟ

ଦୁର୍ଜ୍ଜନ ଲୋକ ଅତିବଡ଼ ନଷ୍ଟ

।।

ଗୋରୁ ବ୍ରାହ୍ମଣ ସ୍ତିରୀହତ୍ୟା ମୂଳେ

ଏତେକ ପାପ ସେ କରନ୍ତିଠୂଳେ

।।

 

ନଦୀସ୍ରୋତସମଃ କ୍ରୂର ଧର୍ମାଧର୍ମ ବିବର୍ଜିତ ।।

ବୃହକାଷ୍ଠାନି ଜୀବାନୀ ବିନାଶୟତ୍ୟ ସଂଶୟ ।।

 

ଦୁର୍ଜ୍ଜନ ଲୋକ ସୋହତୀ ନଈ

କାଷ୍ଠ ପଡ଼ିଲେ ଯେହ୍ନେ ଭାସିଯାଇ

।।

ନାନା ଜନ୍ତୁମାନ କରଇ ନାଶ

ତେଣୁକରି ତାଙ୍କୁ ନାହିଁ ବିଶ୍ୱାସ

।।

ତାହାଙ୍କସଙ୍ଗେ ନକରିବ ଗୋଷ୍ଠୀ

କଲେପୁଣି ପଛେ ହୋଇବକଷ୍ଠୀ

।।

ଏ କଥାକୁ ହେଳା ନ କର ପୁଣ

ଫେଡ଼ି କହିବା ଦୃଷ୍ଟାନ୍ତକୁ ଶୁଣ

।।

 

କାକେନ ତ୍ରିୟତେ ଦୋଷୋ ରାଜହଂସୋ ବିନାଶିତଃ

ଦୁର୍ଜ୍ଜନସ୍ୟ ଚ ମେଳେନ ଅକାଳେ ମୃତ୍ୟୁଲକ୍ଷଣଂ ।

 

ବୃକ୍ଷ ଉପରେ କାକ ବସିଥିଲା

ଶୂରବନ୍ତ ତହିଁ ତଳକୁ ଗଲା

।।

ପଥଶ୍ରାନ୍ତ ହୋଇ ବସିଲା ଧୀରେ

କାକ ମଳତ୍ୟାଗ କଲା ତା ପରେ

।।

ରାଜହଂସ ପକ୍ଷୀ ଗୋଟିଏ ଆସି

ସେଥିଲା ତାହାର ସନ୍ନିଧ୍ୟେ ବସି

।।

ବୃକ୍ଷତଳରେ ବସିଅଛି ଯେହୁ

କରେ ଧନୁଶର ଧରିଛି ସେହୁ

।।

ତରୁ ଉପରକୁ ଚାହାନ୍ତେ ଲୋକ

ଦେଖିଲା ବୃକ୍ଷରେ ବସିଛି କାକ

।।

ତୂଣୀରୁ ଶର ଗୋଟିଏକ ଆଣି

କାକ ଉପରକୁ ବିନ୍ଧିଲା ଟାଣି

।।

ଦଇବେ ଚତୁର ସେ କାକପକ୍ଷୀ

ଉଡ଼ି ପଳାଇଲା ନାରାଚ ଦେଖି

।।

ହଂସ ଯେବସିଥିଲା ସେହି ଡାଳେ

କାଣ୍ଡ ବାଜିଲା ତା ହୃଦକମଳେ

।।

ନାରାଚଘାତେ ନ ପାରିଲା ଉଡ଼ି

ତଳେପଡ଼ି ପ୍ରାଣ ଗଲା ତ ଛାଡ଼ି

।।

ତେଣୁକରି ଦୃଷ୍ଟ ପ୍ରାଣୀକି ଡରି

ସଙ୍ଗଥିଲେ ସନ୍ଥଲୋକହିଁ ମରି

।।

 

ତସ୍ୱରସ୍ୟ କୁତୋ ଧର୍ମୋ ଦୁର୍ଜ୍ଜନସ୍ୟ କୁତଃ କ୍ଷମା

ବେଶ୍ୟାନାଂଚ କୁତଃ ସ୍ନେହଃ କୁତଃ ସତ୍ୟଂଚ କାମିନାଂ ।

 

ତସ୍କର ସଙ୍ଗ ଜେଭେ ନ କରିବ

ତାରେ ଲେଶ ନାହିଁ ଦୟାଭାବ

।।

ଦୁର୍ଜ୍ଜନ ଲୋକର ମନ୍ଦ ବ୍ୟବସ୍ଥା

ତାହାଠାରେ ନାହିଁ କ୍ଷମାର କଥା

।।

ବେଶ୍ୟା ସ୍ତିରୀର ଚଞ୍ଚଳ ସ୍ୱଭାବ

ପୁଂସଠାରେ ନାହିଁତା ସ୍ନେହଭାବ

।।

କାମୁକ ଲୋକ ଯେ ଅବୋଧମତ

ତାହାଠାରେ କିବା ଲୋଡ଼ିବସତ

।।

 

ଅବ୍ୟାପାରୁସେ ବ୍ୟାପାରଂ ଯୋ ନରଃ କର୍ତ୍ତୁ ମିଚ୍ଛତି

ସ ଏତ ନିଧନଂ ଯାତି କୀଳୋତ୍ପାଟୀବ ବାନରଃ ।

 

ସ୍ୱବୃତ୍ତି ହୁଡ଼ି ଯେ ଅବୃତ୍ତି କରେ

ସେ ପ୍ରାଣୀଟି ନାଶ ଯାଏ ତତ୍ପରେ

।।

ତୁମ୍ଭେ ବୋଲିବ କେଉଁ ଭାବେ ଅବା

ଏଥକୁ ଶୁଣ ଦୃଷ୍ଟାନ୍ତର ଦେବା

।।

କରତକାରୀ ଯେ କରତ ନେଇ

ପଟା କରତିଲେ ବନରେ ଯାଇ

।।

ଯେସରି ଲାତାକୁ ଯନ୍ତାଇ ଦେଲେ

ଯେ ଅଧା ହୋଇଛି କୀଳା ମାଇଲେ

।।

ନିଜ ମନ୍ଦିରକୁ ଗଲେ ସେମାନେ

ବାନରପଲ ଯେଥିଲେ ସେ ବନେ

।।

ସେ ପଲ ନାୟକ ଯେଉଁ ବାନର

ସେ ଯାଇ ବସିଲା ପଟା ଉପରେ

।।

ବେନିପାଶକୁ ତା ଗୋଡ଼ ଲମ୍ବାଇ

ବୃକ୍ଷଣ ସେ ପଟା ସନ୍ଧିରେ ରହି

।।

ଦଇବେ ମକଟ ଜାତି ସ୍ୱଭାବେ

ବୃକ୍ଷଡାଳ ଧରି ଝୁଲନ୍ତି ସର୍ବେ

।।

ସେହିମତି ବୁଝି କୀଳା ଧଇଲା

ଦୋହଲିହୁଅନ୍ତେ ବାହାରି ଗଲା

।।

ପଟା ଜାକିଯାନ୍ତେ ଫାଟିଲା ମଞ୍ଜି

ବାନର ଜୀବନ ଛାଡ଼ିଲା ଗର୍ଜି

।।

ଏହିମତି ନିଜ ବୃତ୍ତି ଛାଡ଼ିଲେ

ନାଶକୁ ଯାଇଟି ଅବୃତ୍ତି କଲେ

।।

 

ହସ୍ତୀ ହସ୍ତସହସ୍ରେଣ ଶତହସ୍ତେନ ବାଜୀନଃ

ଶୃଙ୍ଗିଣୋ ଦଶହସ୍ତେନ ସ୍ଥାନ ତ୍ୟାଗେନ ଦୁର୍ଜ୍ଜନ ।

 

ଶୃଙ୍ଗଥିଲା ଜନ୍ତୁ ଦୂରୁ ଉପେକ୍ଷି

ଦଶହାତଠାରୁ ଘୁଞ୍ଚିବ ଦେଖି

।।

ହାତୀକି ହଜାର ହାତରୁ ତେଜି

ଶଏ ହାତଠାରୁ ଘୁଞ୍ଚିବ ବାଜୀ

।।

ଦୁର୍ଜ୍ଜନଲୋକ ଯେଉଁଠାରେ ଥିବ

ସ୍ଥାନ ତ୍ୟାଗକରି ସେଠାରୁ ଯିବ

।।

 

ଯସ୍ୟ ତସ୍ୟ ପ୍ରଶୁତୋଽପ୍ରି ଗୁଣବତ୍ ପୁଜ୍ୟତେ ନରଃ

ଧନୁବଂଶୋ ବିଶୁଦ୍ଧୋଽପି ନିର୍ଗୁଣଃ କି କରିଷ୍ୟତି ।

 

ଯେବଣ ଲୋକର ନଥିବ ଗୁଣ

ସେ କେମନ୍ତେ ପୂଜା ପାଇବ ପୁଣ

।।

ବଡ଼ଲୋକର ହୋଇକିନା ଶିଷ୍ୟ

ଗୁଣ ନଥିଲେ ସେ କରିବ କିସ

।।

ଗୁଣଯୋଗୁ ଧନୁ ଅସ୍ତ୍ର ବୋଲାଇ

ଗୁଣ ନ ଥିଲାକୁ ବାଉଁଶ କହି

।।

ତୁମ୍ଭେ ବୋଲିବ କେଉଁଟାରେ ଅବା

ଏଥକୁ ପୁଣ ଦୃଷ୍ଟାନ୍ତର ଦେବା

।।

 

ଗୁଣବାନ ପୁଜ୍ୟତେ ଲୋକେ ଗୁଣହୀନୋ ନ ପୁଜ୍ୟତେ

ବାସୁଦେବ କଥା ନିତ୍ୟ ବସୁଦେବସ୍ୟକାକଥା ।

 

ବାସୁଦେବ ବାସୁଦେବ ତନୁଜ

ତିନିପୁରେ ଲୋକେ ଅଟନ୍ତି ପୂଜ୍ୟ

।।

ଦେବାଧିଦେବଙ୍କ ଉପରେ ରାୟେ

ନାମଧରନ୍ତେ ପାପ କ୍ଷୟଯାଏ

।।

ଗୁଣଥିଲାକୁ ତାକୁ ପୂଜାକରି

ବସୁଦେବର ତ ନାମ ନ ଧରି

।।

ପିତାହୋଇଣ ସେ କରିବ କିସ

ଗୁଣ ଥିଲାକୁ ପୁତ୍ର ପାଇ ଯଶ

।।

ଶାସ୍ତ୍ର ବିଚାର ଯେ ପାରଇ ବୁଝି

ଗୁଣଥିଲା ଲୋକ କୁଳ ନ ଖୋଜି

।।

ଏଥକୁ ଅପ୍ରତେ ନ କର ପୁଣ

କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ

।।

 

ଅଶ୍ୱତ୍‌ଥଶ୍ଚ ମହତ୍ ବୃକ୍ଷ କାକବିଷ୍ଠାସମୁଦ୍ଭବଃ

ଗୁଣେନ ସର୍ବ ପୁଜ୍ୟାପି କୁଳେନ କିଂ ପ୍ରୟୋଜନଂ ।।

 

ଅଶ୍ୱତ୍‌ଥ ବୃକ୍ଷ ଯେ ମହତ ତରୁ

ଜନ୍ମ ହୋଇଲା ସେ କାକବିଷ୍ଠାରୁ

।।

ବୃକ୍ଷମାନଙ୍କର ଉପରେ ରାଜା

ବାସୁଦେବତୁଲ୍ୟ କରନ୍ତି ପୂଜା

।।

ଗୁଣ ଥିଲାକୁ ସେ ପୂଜାପାଇ

କୁଳ ତାହାର ନଖୋଜନ୍ତିକେହି

।।

ବିଷ୍ଣୁବାସନା ଯାହାଠାରେ ଅଛି

ସେଲୋକମାନଙ୍କ କୁଳ ନ ପୁଚ୍ଛି

।।

ତୁମ୍ଭେ ବୋଲିବ କେଉଁଭାବେ ଅବା

ଏଥକୁ ପୁଣ ଦୃଷ୍ଟାନ୍ତର ଦେବା

।।

 

ଭଗୀରଥି ନଦୀ ପୂଜ୍ୟା ବିଷ୍ଣୁ ବ୍ରହ୍ମାଣ୍ଡ ନାୟକ

ତୟେବଂଶଗୁଣ କୋଽପି ନ ପୁଚ୍ଛେନ୍ନାବ୍ୟସୋଗହଃ ।।

 

ଭାଗୀରଥି ଗଙ୍ଗା ଉତ୍ତମ ନଈ

କୁଳ ତାହାର ନ ପୁଚ୍ଛନ୍ତି କେହି

।।

ଜଳମାନଙ୍କରେ ତା ଜଳ ଶ୍ରେଷ୍ଠ

ମଥାରେ ସିଞ୍ଚିଲେ ପାତକ ନଷ୍ଟ

।।

ଅଶେଷ ବ୍ରହ୍ମାଣ୍ଡ ଠାକୁର ହରି

ତାଙ୍କ କୁଳଗୋତ୍ର ପୁଚ୍ଛି ନପାରି

।।

ବିଷ୍ଣୁ ବୈଷ୍ଣବ ଭିନ୍ନାଭିନ୍ନ ନୋହି

ବେଦେ ବ୍ରହ୍ମମୁଖେ ଅଛନ୍ତିକହି

।।

ଏକାଦଶୀ ନାମେ ଯେବଣ ବ୍ରତ

ତାହାର ମହିମା କେ କରୁଅନ୍ତ

।।

ବ୍ରତମାନଙ୍କରେ ନୃପତି ଯେହୁ

ତାରକୁଳଗୋତ୍ର ପୁଚ୍ଛଇ କେହୁ

।।

 

ଗୁଣେନ ନୀଚାଃ ପ୍ରଜ୍ୟତ୍ୱଂ ମାନ୍ୟୋପୂଜ୍ୟାଽପ୍ୟଯୋଗ୍ୟତଃ

ଦୁଗ୍‌ଧସ୍ୟ ଗୁଣଭେଦନ ଘୃତସମଗ୍ରେ ପ୍ରଶଂସିତଂ ।

 

ବୃଦ୍ଧବଡ଼ ଲୋକ ହେଲେହେଁ ଯହିଁ

ଗୁଣହୀନେ ପୂଜା ନପାଏ ସେହି

।।

ଦଧିରୁ ଜନମ ଯେ ଘୃତରାଶି

ଭୋଜନବେଳେ ତା ଆଗପରଶି

।।

ଦଧି ଦୁଗ୍‌ଧମାନ ପଛକୁ ଥୋଇ

ଘୃତକୁ ଅଗ୍ରେ ଅନ୍ନସଙ୍ଗେ ଖାଇ

।।

ତେଣୁକରି ଗୁଣ ପୂଜନ୍ତି ସର୍ବେ

ନିର୍ଗୁଣର ମାନ୍ୟ ନୁହଇଲବେ

।।

ଆବର କଥାଏ କହିବା ଶୁଣ

ଯେତେଲୋକଠାରୁ ଘେନିବା ଗୁଣ

।।

 

ସିଂହାଦେକଂ ବକାଦେକଂ ଚତ୍ୱାରି କୁକୁଟାଦପି

ବାୟସ୍ୟତ ପଞ୍ଚଶିକ୍ଷେଚ୍ଚ ଷଟ୍ ଶୁନିଶ୍ଚିଥି ଗର୍ଦ୍ଦଭାତ ।

 

ସିଂହଠାରୁ ଗୁଣେ ଗୁଣେ ବକରୁ

କୁକୁଟ ଚାରି ପାଞ୍ଚ କାକଠାରୁ

।।

ଶ୍ୱାନଠାରୁ ଷଡ଼ଗୁଣ ଶିଖିବ

ଗଧଠାରୁ ତିନିଗୁଣ ରଖିବ

।।

ତୁମ୍ଭେ ବୋଲିବ କେଉଁଭାବେ ଅବା

କେଉଁ ଜନ୍ତୁଠାରୁ କିଗୁଣ ନେବା

।।

ଏଥକୁ ଅପ୍ରତେ ନ କର ପୁଣ

ଫେଡ଼ି କହିବା ଦୃଷ୍ଟାନ୍ତର ଶୁଣ

।।

 

ପ୍ରଭୁତମଳ୍ପକର୍ଯ୍ୟଂ ବା ଯୋ ନରଃ କର୍ତ୍ତୃମିଚ୍ଛତି

ସର୍ବାରମ୍ଭେଣ ତତ୍‌ କୁର୍ଯ୍ୟାତ୍ ସିଂହାଦେକଂ ପ୍ରଶିକ୍ଷତେ ।

 

ସିଂହର ଗୁଣ ମୁଁ କହୁଛି ଏତେ

ବଡ଼ଜନ୍ତୁକୁ ଆକର୍ଷଣ ଯେତେ

।।

ସାନଜନ୍ତୁକୁ ସେହି ଭାବେଧରି

ପ୍ରଭୁ ସେବାକାର୍ଯ୍ୟ ଏରୂପେ କରି

।।

ସହସ୍ରେ ଟଙ୍କାକୁ ଆକଟ ଯେତେ

ଟଙ୍କାଏ ପାଇଁକି ଆକଟ ତେତେ

।।

ବକହୁଁ ଘେନିବ ଯେବଣ ଗୁଣ

ସେ କଥାହିଁ ଏବେ କହିବା ଶୁଣ

।।

 

ସର୍ବେନ୍ଦିୟାଣି ସଂଯମ୍ୟ ବକବତ ପଣ୍ଡିତୋଜନଃ ।

କାକଦୋଷୋ ପାପନାଦି ସର୍ବକାର୍ଯ୍ୟାଣି ସାଧୟତେ ।

 

ସେ ଯେହ୍ନେ ମାଛକୁ ଟାକିଣଥାଇ

ସଧୀରେ ସଧୀରେ ପାଦବଢ଼ାଇ

।।

ଅକଳ ହୋଇଲେ କିଛି ନକରେ

କଳେ ପେଡ଼ିଲେ ଧାତିକାରେଧରେ

।।

ଶତ୍ରୁଠାରେ ତେହ୍ନେ ନୋହିବ ଲାଜ

ସମୟ ଟାକି କରୁଥିବ କାର୍ଯ୍ୟ

।।

ଯେତେବେଳେ ତାକୁ ପାରିବ ସାଧି

ତେତେବେଳେ ଯାଇ ହୋଇବ ବାଦୀ

।।

ଆଗତ କରି ନ କହିବ କଥା

କହିଲେ ଆପଣେ ପାଇବ ବ୍ୟଥା

।।

ସାଧିବ ନାନା ପରକାର କରି

ଉଶ୍ୱାସ କଲେଟି ଆପଣେମରି

।।

ଏମନ୍ତ ଭାବେଟି ବକର ଗୁଣ

କୁକୁଡ଼ାର କଥା କହିବା ଶୁଣ

।।

 

ଯୁଦ୍ଧଂ ଚ ପ୍ରାତରୁଥାନ ଭୋଜନଂ ସହ ବନ୍ଧୁଭିଃ

ସ୍ତ୍ରୀୟମାପଦଗତାଂ ରକ୍ଷେଚ୍ଚତୁଃ ଶିକ୍ଷେଚ୍ଚ କୁକୁଟାତ୍ ।

 

କୁକୁଡ଼ା ଯେଉଁରୂପେ କରେ ରଣ

କେଭେ ନଛାଡ଼େ ଥିବାଯାଏ ପ୍ରାଣ

।।

ଚଞ୍ଚଳ ପ୍ରକୃତି ଯେହ୍ନେ ତାହାର

ଡାକିଦିଏ ଥାଇ ରାତ୍ର ପ୍ରହର

।।

ସେହି ପରକାରେ ପାହାନ୍ତି ନିଶି

ହରିକୀର୍ତ୍ତନ କରୁଥାଏ ବସି

।।

ପାହାନ୍ତାରେ ଯେହେବ ଉଜାଗର

ଆୟୁବଳ ନିଶ୍ଚେ ବଢ଼ଇ ତାର

।।

ଭୋଜନକରେ ଯେହ୍ନେ ବନ୍ଧୁ ମେଳେ

ଚରଚା କରିବ ଯେଯାହା ବଳେ

।।

ଆପଦ ପଡ଼ିଲେ ପରିବାରଙ୍କୁ

ପକ୍ଷଘୋଡ଼ାଇ ରକ୍ଷାକରେ ତାଙ୍କୁ

।।

ସେହିଭାବେ ନିଜ କୁଟୁମ୍ବମାନ

ଆବୋରିଥିବ ଯେ ସକଳ ଦିନ

।।

ଶ୍ରୀ ଜଗନ୍ନାଥଙ୍କ କଞ୍ଜଚରଣ

ଶିଶୁମତି କୃଷ୍ଣଦାସ ଶରଣ

।।

କୁକୁଟ ଲକ୍ଷଣ ଏଠାରୁ ଗଲା

କାକଗୁଣ ଏବେ କହିବା ଭଲା

।।

 

ଗୂଢ଼ ମୈଥୁନଧର୍ମ ଚ କାକେଚ ସଂଗ୍ରାହଃ

ଅପ୍ରମାଦନାଳସ୍ୟଂ ପଞ୍ଚ ଶିଷେଚ୍ଚ ବାୟସାତ୍ ।

 

ଏହିଠାରେ ଅଛି ଏ ପଞ୍ଚଗୁଣ

ବୁଝାଇ କହିବା ସୁଜନେ ଶୁଣ

।।

ବାୟସ ବୋଲିଣ କୁଆକୁ କହି

ସେହି ଭାବରେ ସେ ଚତୁର ହୋଇ

।।

ଏହି ପ୍ରକାରେ ଥେଣ୍ଟପଣ ଧରି

କୁଆପ୍ରାୟ ଚିତ୍ତ ଚଞ୍ଚଳ କର

।।

କୁଆ ଯେସନେ ଚାରିମାସେ ଗଲେ

ଯୁବତୀ ସଙ୍ଗତେ ରମଇ ଭଲେ

।।

ବେଳେ ଭୋଗକଲେ ବରଷପାଇଁ

ତାହା ଅଙ୍ଗସଙ୍ଗ ନ ଦେଖେକେହି

।।

କାକମତି ଲକ୍ଷ୍ୟ ଯେଉଁ କାଳରେ

ସ୍ତିରୀ ଭୋଗକରି ସେହି ପ୍ରକାରେ

।।

କୁଆ ଯେବେ ଖାଦ୍ୟ ବିଶେଷ ପାଇଁ

ଆରଦିନକୁ ତା ସଞ୍ଚିଣ ଥାଇ

।।

ଗୁପତେ ଲୁଚାଇ ଥୁଅଇ ଯାହା

ନ ମିଳିଲାଦିନ ଭୁଞ୍ଜଇ ତାହା

।।

କୁଆର ପ୍ରାୟେ ଅନିଦ୍ରାକୁ ଯିବ

ନିଦ୍ରା ହୋଇଥିଲେ ଚେତନା ଥିବ

।।

ଏଠାରୁ ଶେଷ କାକ ପାଞ୍ଚଗୁଣ

ଶ୍ୱାନକଥା ଏବେ କହିବା ଶୁଣ

।।

 

ଶୀଘ୍ର ରାବ୍ୟାଳ୍ପସନ୍ତୁଷ୍ଟଃ ସୁନିଦ୍ରା ଶୀଘ୍ର ଚେତନଃ

ପ୍ରଭୁଭକ୍ତଶ୍ଚ ଶୂରଶ୍ଚ ଜ୍ଞାତବ୍ୟ ଶୁନି କ୍ଷଡ଼ଗୁଣା ।

 

ଶ୍ୱାନ ଯେ କୁକୁର ସ୍ୱଭାବ ଯଥା

ତାହାଠାରୁ ଘେନ ଏ ଷଡ଼କଥା

।।

ଶ୍ୱାନ ଯେହ୍ନେ ଭକ୍ଷ ବହୁତ ଖାଇ

ଅଳପ ପାଇଲେ ସନ୍ତୁଷ୍ଟ ହୋଇ

।।

ସେହିପ୍ରକାରେଟି ଶୁଣ ରାଜନ

ସନ୍ତୋଷ କରିବ ଆପଣା ମନ

।।

ଶ୍ୱାନ ଯେସନେ ନିଦ୍ରା ଯାଇଥାଇ

ଅଳପକେ ପୁଣି ଚେତନାପାଇ

।।

ସଚଳ ନିଶ୍ଚଳ ଦ୍ୱିଗୁଣ ମତ

ନିଦ୍ରା ଯିବ ଯେବେ ଏହି ସଂଯତ

।।

ଆବର ବଚନ କହିଣ ଦେବା

ଶ୍ୱାନତହୁଁ ଘେନ ଉତ୍ତମସେବା

।।

ଗୃହସ୍ଥ ଆହାରଦେଲେ ସେ ଖାଇ

ନଦେଲେ ପୁଣ ଉପବାସେ ରହି

।।

ନୋହିଲେ ଏଣେତେଣେ ମିଳେ ଯାହା

କର୍ମକୁ ଆଦରି ଭୁଞ୍ଜଇ ତାହା

।।

ଯେଉଁଆଡ଼େ ଥିଲେ ଘରକୁ ଆସେ

ସେବା କରିଥାଇ ଗୃହସ୍ଥ ପାଶେ

।।

ପ୍ରଭୁସେବା ହିଁ ଏହି ରୂପେ କରେ

ଆଉ କଥାମାନ ମନେ ନଧରେ

।।

ଆବର ହିତ ବଚନେକ କହୁଁ

ଶୂରବନ୍ତପଣ ଘେନ ତା ତହୁଁ

।।

ଯେଡେ ବଡ଼ ଲୋକ ହେଲେ ହେଁ ହେଉ

ଦେଖିଲେ ରଡ଼ିଦିଏ ଭାଉଭାଉ

।।

ଦୂରକୁ ଅଇଲେ ବହଇ ରାଗ

ଛାମୁରେ ପଡ଼ିଲେ ଯୁଝଇ ବେଗ

।।

ରାଜା ହେଉପଛେ ନ ଘୁଞ୍ଚେ ତାକୁ

ଶୂରବନ୍ତପଣ ବୋଲି ଏହାକୁ

।।

ନିକର ବଚନ କହିଲି ଯଥା

ଗଧଠାରୁ ଘେନ ଏ ତିନିକଥା

।।

 

ଅବିଶ୍ରାନ୍ତଂ ବହୋଦ୍ଭାରଂ ଶୀତୋଷ୍ଣ ନ ଚ ବିନ୍ଦତି

ସସନ୍ତୋଷସ୍ତଥା ନିତ୍ୟତ୍ରିଣି ଶିକ୍ଷେକ ଗର୍ଦ୍ଦଭାତ୍ ।

 

ସ୍ୱଭାବେ ପ୍ରକୃତି ଏମନ୍ତ ତାର

ଅବିଶ୍ରାନ୍ତ ହୋଇ ବହଇ ଭାର

।।

ଯେଣିକି ନେବ ତାହାସୁଖେ ନେଉ

ତହିଁକି ଶୋଚନ ନଥାଏ ଆଉ

।।

ଶୀତ ଖରାଦିନେ ବରଷା ଘେନି

ଦୁଃଖ ସୁଖ ସହି ହୁଅଇ ତୁନି

।।

ସେହି ପ୍ରକାରେଟି ଅଧମ ଲୋକ

ବୋଝଭାରବହି ଲାଗଇ ବେକ

।।

କୃଷ୍ଣ ନାମରେ ଯେ ନୁହଇ ସୁଖୀ

ଗଧ ସଙ୍ଗତରେ ତାହାକୁ ଲେଖି

।।

ଆବର ବଚନ କହିବା ଯେ ତା

ଯେଉଁ ପାଞ୍ଚଲୋକ ଧର୍ମର ପିତା

।।

ସେ କଥା ଏବେ ମୁଁ କହିବି ପୁଣ

ସନ୍ତୋଷ ହୋଇ ସାବଧାନେ ଶୁଣ

।।

 

ଅନ୍ନଦାତା ଭୟତ୍ରାତା ଯସ୍ତୁ କନ୍ୟା ପ୍ରୟଚ୍ଛତି

ଜନ୍ମଦୋ ଜ୍ଞାନଦଶ୍ଚୈବ ପଞ୍ଚତେ ପିତରଃ ସ୍ମୃତାଃ ।

 

ଅନ୍ନ ବସ୍ତ୍ର ଦେଇ ପୋଷଇ ଯେହି

ଧର୍ମପିତା ବୋଲି ତାକୁଇ କହି

।।

ମହାଭୟରୁ ଯେ କରଇ ପାର

ଶାସ୍ତ୍ରର ପ୍ରମାଣେ ସେ ପିତା ତାର

।।

ବିଦ୍ୟା ପଢ଼ାଇ ଯେ କରଇ ଜିତା

ତାହାକୁ ବୋଲିଟି ଧରମ ପିତା

।।

ଭାରିଯାର ବାପ ଶ୍ୱଶୁର ଏକ

ଧର୍ମଶାସ୍ତ୍ରରେ ଏ ପିତାର ଲେଖ

।।

ଆପଣା ବାପ ତ ସହଜେ ହୋଇ

ଏ ପାଞ୍ଚଲୋକ ପିତା ବୋଲି କହି

।।

ପାଞ୍ଚମାତା ପୁଣ ଯେମନ୍ତ ଭାବେ

ସେକଥା ବୁଝାଇ କହିବା ଏବେ

।।

 

ମିତ୍ରାମ୍ବା ରମଣୀମାତା ଚାରୋଶ୍ଚ ସ୍ୱାମୀନ୍ଦଃ ପ୍ରିୟା

ଜନ୍ମଦାତ୍ରୀତି ବିଜ୍ଞେୟାମାତରଃ ପଞ୍ଚ ସଂଖ୍ୟକାଃ ।

 

ଆପଣାର ମିତ୍ର ଯେବଣ ଲୋକ

ତାହା ଜନନୀ ମାତାସମ ଲେଖ

।।

ପ୍ରଭୁମାନଙ୍କର ଯେଉଁ ରମଣୀ

ମାତା ବୋଲିକରି ତାହାଙ୍କୁ ମାନି

।।

ଗୁରୁଭାରିଯା ଯେ ମାତାରେ ଲେଖ

ଏମାନଙ୍କୁ ସବୁ ସମାନ ଦେଖ

।।

ଆପଣାର ମାତା ଯେ ଗର୍ଭଧ୍ୟାରୀ

ଭାରିଯା ଜନନୀ ମାତାର ସରି

।।

ଏମନ୍ତ ହୋଇ ଯେ ଏ ପାଞ୍ଚମାତ

ଆବର ବଚନ କହିବା ହିତ

।।

 

ଧନ୍ୟୋ ଧର୍ମାନୁସାରେଣ କୁଟୁମ୍ବଂ ପୋଷୟତ୍ତୁ ଯଃ

କୁଟୁମ୍ବ ଯସ୍ୟ ଦୁଃଖୀସ୍ୟାଜୀବନଂ ତସ୍ୟ ନିଷ୍ଫଳଂ ।

 

ଯେଉଁ ପ୍ରାଣୀମାନେ ଧର୍ମ ବିଚାରି

ଦିନ ବଞ୍ଚନ୍ତି କର୍ମକୁ ଆଦରି

।।

ଯେଉଁ ପ୍ରାଣୀମାନେ ଜୀବନ ରଖି

କୁଟୁମ୍ବ ଦୁଃଖରେ ନୁହନ୍ତି ଦୁଃଖୀ

।।

ଆପଣା ଜୀବନ ପୋଷନ୍ତି ସୁଖେ

ପୁତ୍ର ଭାରିଯା ଯେ ବଞ୍ଚନ୍ତି ଦୁଃଖେ

।।

ଏମନ୍ତ ଲୋକର ଜୀବନ ଛାର

ସେ ପ୍ରାଣୀମାନଙ୍କୁ ଲେଖା ନକର

।।

 

ଗଜେନ୍ଦ୍ରୋ ବନ୍ଧନସ୍ଥେଽପି ସହସ୍ର ପ୍ରାଣୀପୋଷକଃ

ଶ୍ୱାପି ସ୍ୱେଚ୍ଛାନୁଗାମୀ ବେଦୂଦର ପୋଷୟେତ୍ ସ୍ୱକଂ ।

 

ଗଜେନ୍ଦ୍ର ଯେବେଟି ବନ୍ଦୀରେ ଥାଇ

ତଥାପି ସହସ୍ର ପ୍ରାଣୀ ପୋଷଇ

।।

ଉତ୍ତମ ଗୁଣଟି ଯାହାର ଥାଇ

ଯହିଁ ତହିଁ ଥିଲେ ସେ ପୂଜାପାଇ

।।

ଗୁଣ ଥିବାରୁ ତା ତେଜ ପ୍ରକାଶେ

ବନ୍ଧନନେ ଥାଇ ଶତଲୋକ ପୋଷେ

।।

ଶ୍ୱାନ ଯେ କୁକୁର ମେଳରେ ଥାଇ

ଚାରିଦିଗେ ଫେରି ଆହାର ଖାଇ

।।

ଗୃହସ୍ଥ ଦ୍ରବ୍ୟ ଜଗି ବସିଥାଇ

ଆପଣା ପେଟ ପୋଷିବାର ପାଇଁ

।।

 

ଯନ୍ତ୍ରିତ୍ରେଣାହିତଂ କାର୍ଯ୍ୟଂ ସହାର୍ଯ୍ୟ ନ ମହାର୍ଗକେ

ବିପତ୍ତୌ ନୈବ ସାହାଯ୍ୟ ତସ୍ୟ ମୈତ୍ର ନିରର୍ଥକ ।

 

ମିତ୍ରହୋଇ ଯେବେ ନକର ହିତ

ଅସମୟ କାଳେ ନଦିଏ ବିତ୍ତ

।।

ବିପତ୍ତିକାଳେ ଯେ ନୁହଇ ସଖା

ସେ ମିତ୍ର କାହିଁରେ ନକର ଲେଖା

।।

 

ସର୍ଜିତେନ ତୁ ବିତ୍ତେନ ଦେବ ବ୍ରାହ୍ମଣ ବାନ୍ଧବାନ୍

ନ ଯଜେଦ୍ ଯସ୍ତାସ୍ୟ ବିତ୍ତଂ କ୍ଷୀୟତେଗ୍ନିନୁପାଦଷୁ ।

 

ଧନ ଦ୍ରବ୍ୟ ଅର୍ଜି କରିବ କିସ

ଜଗତ ସୁଖେଯେ ନପାଏ ଯଶ

।।

ବେଦ ବ୍ରାହ୍ମଣ ସମସ୍ତଙ୍କୁ ଲେଛି

ବନ୍ଧୁ କୁଟୁମ୍ବରେ ନଦେଇ କିଛି

।।

ଆପଣେ ନଖାଏ ନ ଦିଏ ପରେ

ସେ ଧନ ଯାଇଟି ନାନାପ୍ରକାରେ

।।

ରାଜା ତଣ୍ଡଇ କିବା ଅଗ୍ନି ଖାଇ

ଆଉ ଯେତେ ଥାଇ ଚୋରୀରେ ଯାଇ

।।

ଯେତେ ପ୍ରକାରେ ଅରଜିଲେ ଧନ

ବିଧାତା ଲେଖନ କେକରୁ ଆନ

।।

 

କପାଳଲିଖିତଂ ଭାଗ୍ୟ ନିନ୍ଦ୍ୟାନିନ୍ଦ ଶୁଭାଶୁଭ

ସାଧିତଂ ବିଧିନାଂ ସର୍ବ ଗଳହସ୍ତେନ କର୍ମଣା ।

 

ଯହିଁ ଯାହାକୁ ମୃତ୍ୟୁଯୋଗ ଥାଇ

ଦଇବ ତହିଁକି ନିଏ କଢ଼ାଇ

।।

ଯେଉଁଠାରେ ଯାକୁ ଥାଏ ବନ୍ଧନ

କେବେହେଁ ସେକଥା ନୁହଇ ଆନ

।।

ମୃତ୍ୟୁ ସହିତ ରାଜଲକ୍ଷ୍ମୀ ଭୋଗ

ଯେଉଁଠାରେ ତାକୁ ଥାଏ ସଂଯୋଗ

।।

କର୍ମ ତହିଁକି ଅଧିକାରୀ ହୋଇ

ଗଳାରେ ହସ୍ତ ଦେଇ ଘେନିଯାଇ

।।

ମରଣ ଯୋଗ ଦୁଃଖ ସୁଖମାନ

କାହାର ବଳଯେ ନୁହଇଆନ

।।

 

ଦୁଃଖାକୋଟଂ ଧିକଂ କଷ୍ଟଂ ଭବେନ୍ମରଣ ପୀଡ଼ନଂ

ଯଦୁଃଖ କ୍ଷଣମାତ୍ରଂ ତୁ ଯାଚଞ୍ଜା ଦୁଃଖ ସୁଦୁସ୍ତରଂ

 

ସବୁ ଦୁଃଖରୁ ଯେ ମରଣ ବଡ଼

କେଉଁ କଥା ନୁହେ ତେଡ଼େଗାଢ଼

।।

ନାନାବିଧ ଦୁଃଖ କଷଣ ଠାରୁ

ମରଣ ଦୁଃଖ ଅତିବଡ଼ ଗରୁ

।।

ପରକୁ ଦ୍ରବ୍ୟ ମାଗିବାର ଦୁଃଖ

ମରଣୁ ଅଧିକ ଏ କଥା ଲେଖ

।।

ମରଣ ଦୁଃଖ ନିମିଷକେ ଯାଇ

ମାଗିବା ଦୁଃଖ ସବୁଦିନେ ଥାଇ

।।

 

ପ୍ରତିମା ବିଷ୍ଣୁ ରୂପସ୍ୟାପ୍ୟଗ୍ନିହୋତ୍ରଦ୍ୱିଜସ୍ୟ ଚ

ଉଭୟେ ଦର୍ଶନଂ ଯତ୍ରାତଦ୍ଦିନଂ ସଫଳଃ ଭବେତ୍ ।

 

ବିଷ୍ଣୁ ପ୍ରତିମା ଯେଉଁଠାରେ ଦେଖି

ନମସ୍କାର କରି ପାପ ଉପେକ୍ଷି

।।

ଅଗ୍ନିହୋତ୍ରୀ ବିପ୍ର ଦେଖିବ ଯେବେ

ନମସ୍କାର ତାକୁ କରିବ ତେବେ

।।

ଏ ଦୁଇକଥା ଯେଉଁଦିନ କରି

ସେଦିନ ଦୁଷ୍କୃତ ମାନଙ୍କୁ ହରି

।।

ତେଣୁକରି ଏବେ କହୁଛି ଶୁଣ

ଧର୍ମ ଅଧର୍ମର ପ୍ରସ୍ତାବ ଗୁଣ

।।

 

ଗୌରେକା ପଞ୍ଚ ବ୍ୟାଘ୍ରସ୍ୟ କୁମ୍ଭୀର୍ଯ୍ୟାଃଶତସନ୍ତତି

ଅଧର୍ମେ ପ୍ରଳୟଂ ଯାନ୍ତି ଧର୍ମେ ସର୍ବତ୍ର ବର୍ଦ୍ଧତେ ।

 

କୁମ୍ଭୀର ଡ଼ିମ୍ବ ଯେ ପାଡ଼ଇ ଶଏ

ବ୍ୟାଘ୍ରୀ ଜାତକରେ ପାଞ୍ଚତନୟେ

।।

ସେ ଜନ୍ତୁମାନଙ୍କୁ ନାହିଁ ବିଶ୍ୱାସ

ଅଧର୍ମ ଫଳେ ସେ ହୁଅନ୍ତି ନାଶ

।।

ଏକା ଗୋଟିଏ ଜାତକରେ ଗାଈ

ଧର୍ମରେ ବର୍ଦ୍ଧିତ ହୁଅଇ ସେହି

।।

ଅଧର୍ମ କେବେହେଁ ନୁହଇ ଭଲ

ଧର୍ମରେ ବର୍ଦ୍ଧିତ ଗୋଧନ ପଲ

।।

 

ଦୁର୍ଜ୍ଜୁନସ୍ୟ ଚ ଯା ଲକ୍ଷ୍ମୀଶ୍ଚ ଚିରକାଳଂ ନ ଦୃଶ୍ୟତେ

ମର୍କଟସ୍ୟ ଗଳେ ବଦ୍ଧା ମଲ୍ଲିକା ମାଳିକା ଯଥା ।

 

ଦୁର୍ଜ୍ଜନ ଲୋକ ଅରଜିଲେ ଧନ

ସେ ଧନ ନ ରହେ ବହୁତ ଦିନ

।।

ତୁମ୍ଭେ ବୋଲିବ କେଉଁ ଭାବେ ଅବା

ଏଥକୁ ପୁଣ ଦୃଷ୍ଟାନ୍ତକୁ ଦେବା

।।

ମର୍କଟ ବେକେ ମଲ୍ଲୀଫୁଲମାଳ

ଲମ୍ବାଇଲେ ଥାଇ ସେ ଯେତେବେଳ

।।

ଫୁଲଣା ହୋଇ ଧାତିକାରେ ଡେଇଁ

ଏ ଡାଳୁ ବସଇ ସେ ଡାଳେଯାଇ

।।

ଏତେକମାତ୍ରେ ମଲ୍ଲୀଫୁଲ ମାଳ

ଛିଡ଼ି ହୁଅଇ ନାରଖାର ତୁଲ

।।

 

ଦୁର୍ବଳସଃ ବଳଂ ରାଜା ବାଳକଂ ରୋଦନଂ ବଳଂ

ପକ୍ଷୀଣା ବଳମାକାଶଂ ମତ୍ସ୍ୟାନାଂ ବହୁଳଂ ଜଳ ।

 

ଦୁର୍ବଳ ଲୋକର ବଳ ନୃପତି

କ୍ରନ୍ଦନ ବାଳକ ବଳ କହନ୍ତି

।।

ପକ୍ଷୀର ବଳ ଆକାଶ ମଣ୍ଡଳ

ମାଛର ବଳ ଯେ ବହୁତ ଜଳ

।।

ଏମନ୍ତ ଭାବରେ ଶାସ୍ତ୍ରର ବାଟ

ଭଲମନ୍ଦ କଥା ତହିଁରେ ଭେଟ

।।

ଧର୍ମ ଅଧର୍ମ ପାପ ପୁଣ୍ୟ ଦୁଇ

ପାପଲୋପ ପୁଣ୍ୟ ଉଦିତ ହୋଇ

।।

ଅଧର୍ମ କଥାକୁ ଗଲେଟି ନରେ

ଦଇବ ତାକୁ ମନ୍ଦଚିନ୍ତା କରେ

।।

ତୁମ୍ଭେବୋଲିବ କେଉଁଭାବେ ପୁଣ

ଫେଡ଼ିକହିବା ଦୃଷ୍ଟାନ୍ତର ଶୁଣ

।।

 

ପରସ୍ୟ ଚିନ୍ତେତେ ମନ୍ଦୋ ଦେବଂ ଚିନ୍ତତି ଦୁର୍ଗତିଂ

ନୃପେଣ ଲଭ୍ୟତେ କନ୍ୟା ଭଗବତ୍ ଭଲ୍ଲୁକୋ ଯଥା ।

 

ପଶ୍ଚିମଦେଶେ ଉଜାଣି ନରେ

ତହିଁର ସାଧକ ଶରଧାକର

।।

ତାହାର ଭାରିଯା ଯେ ପ୍ରିୟବତୀ

ଅପୂର୍ବ ସୁନ୍ଦରୀ ବେନି ଯୁବତୀ

।।

ବଡ଼ ଲୀଳାବତୀ ଯେ ଅନୁପମ

ରତ୍ନାବତୀ ସାନ ଭାରିଯା ନାମ

।।

ଏକାନ୍ତେ ସେ ସାଧୁମନ୍ଦିରେ ଆସି

ପ୍ରବେଶ ହୋଇଲା ଏକ ପ୍ରବାସୀ

।।

ଭଗବାନ ନାମ ଲୋକେ କୁହାଇ

ଚୂଡ଼ାକର୍ମ ବୋଲି ତାହାକୁ କହି

।।

ଆସି ସାଧୁକୁ ସେ ପ୍ରାର୍ଥନା କଲା

ଦେଖି ସାଧୁ ବିନୟରେ ପୁଚ୍ଛିଲା

।।

ସାଧୁଙ୍କୁ ଚାହିଁ ଭଗବତ ଭାଷେ

ତୋର ଘରେ ଆମ୍ଭେ ରହିବୁ ମାସେ

।।

ଭଗବତଠାରୁ ଏମନ୍ତ ଶୁଣି

ନିସ୍ତରିଲା ପ୍ରାୟ ହୋଇଲା ପୁଣି

।।

ଆପଣା ଘର ଭିତରକୁ ନେଲା

ଗମ୍ଭିରୀ ଗୋଟିଏ ଲିପାଇ ନେଲା

।।

ଭଗବତ ତହିଁ ନିଶ୍ଚିନ୍ତେ ରହି

ସାଧବ ବେନି ଭାରିଯାକୁ ରାଇ

।।

ଲୀଳାବତୀ ତାର ସହଜେ ବଡ଼

ବୋଇଲା ତୁଗୋ ସବୁକଥା ଛାଡ଼

।।

ତୋହର ଯେବେ ଦୟାଅଛି ମୋତେ

ଘରଣୀର ବିଧି ଲାଗଇ ତୋତେ

।।

ଆନ କଥାରେ ତୁ ନଦେବୁ ମନ

ଚରବିବୁ ବନ୍ଧୁ କୁଟୁମ୍ବମାନ

।।

ସାନଭାରିଯା ନାମ ରତ୍ନାବତୀ

ତାହାକୁ ପୁଣ ହକାରିଲା କତି

।।

ବୋଇଲା ମୋତେ ଦୟା ଅଛି ଯେବେ

କଥାଏ ତୋ ଆଗେ କହିବି ତେବେ

।।

ଭଗବତଙ୍କୁ ସେବା କରୁଥିବୁ

ଯେତେବେଳେ ଯାହା ମାଗିବେଦବୁ

।।

ଭୋଜନର ସଞ୍ଚା ଯେ ବିଧିମାନ

ଦେଇ ଖଟିବୁ ତାକୁ ପ୍ରତିଦିନ

।।

ଏମନ୍ତେ ବୋଲିଣ ଚରିତ ଦେଲା

ବାଣିଜ୍ୟକରି ସେ ସାଧବ ଗଲା

।।

ଘରକୁ ଆସି ସଙ୍ଖୋଳଇ ନିତ୍ୟେ

ଭାଗବତ ଅନ୍ନ ପାଣି ସହିତେ

।।

ଏମନ୍ତେ କେତେହେଁକ ଦିନ ଗଲା

ସାଧବ ସାହୁ ପଣ କରିଗଲା

।।

ପଥଶ୍ରମ ପାଇ କରନ୍ତେ ଜ୍ୱର

ସେଦିନ ରହିଲା ଖାତକ ଘର

।।

ଦଇବ ସଂଯୋଗ କଲା ଏମନ୍ତ

ଘରେ ଥିଲାଟି ଯେଉଁ ଭଗବତ

।।

ସାଧବ ସାନ ଭାରିଯାକୁ ଚାହିଁ

କାମ ପଞ୍ଚଶରେ ଆତୁର ହୋଇ

।।

ବୋଇଲା ଭୋ ସଖି ଜୀବନ ରଖ

ଏ ମୋର ବିରହ ବେଦନା ଦେଖା

।।

ତୋ ରୁପ ଦେଖି ମୁଁ ହୋଇଲି ତୋଷି

ଭୋନାରୀ ମୋତେ ପ୍ରସନ୍ନ ହୁଅସି

।।

ଏ ତୋର ରୂପ ଯଉବନ ଭାର

ଏହାଦେଇ ମୋତେ ଉଦ୍ଧାର କର

।।

ନୋହିଲେ ଜୀବନ ଛାଡ଼ିବି ଢାଳେ

କଥା ରହିଥିବ ଯେ କାଳେକାଳେ

।।

ଗବତ ମୁଖୁ ଏମନ୍ତ ଶୁଣି

ତାଟକା ହୋଇଲା ଦିବ୍ୟକାମିନୀ

।।

ଚଞ୍ଚଳ ଚିତ୍ତ କଲା ଛନ୍ନ ଛନ୍ନ

ଜିଭ କାମୁଡ଼ି ଛୁଇଁଲା ଶ୍ରବଣ

।।

ଶରୀରୁ ଜୀବନ ଗଲା କି ଛାଡ଼ି

ଉପରେ ବଜ୍ର ପଡ଼ିଲା କି ମାଡ଼ି

।।

କରପତ୍ର ଯୋଡ଼ି ହୋଇଲା ଠିଆ

ବୋଇଲା ଗୋସାଇଁ ନବୋଲ ଏହା

।।

ତୁମ୍ଭେ ଯେ ପରମଗୁରୁ ମୋହର

ଅନୀତି ଆଚାର କିମ୍ପାଇଁ କର

।।

Unknown

ଏହା ଛାଡ଼ି ଆନ କଟାଳ ମୋତେ

କରିଥିଲେ ତାହା ଦିଅନ୍ତି ତୋତେ

।।

ଏହା ବୋଲି କର ଲଲାଟେ ଦେଲା

ଭଗବତ ପାଦେ ପ୍ରମାଣ କଲା

।।

କନ୍ୟାର ନିଷ୍ଠୁର ବଚନ ଶୁଣି

ଲଜ୍ଜାପାଇଲେ ସେ ମନରେ ଗୁଣି

।।

ହୃଦରେ ବିଚାର କଲା ଏକାନ୍ତେ

ବୋଇଲା ପ୍ରମାଦ ପଡ଼ିଲା ମୋତେ

।।

ଗୃହସ୍ଥ ଆଗେ କହିବ ଏ ଆଜ

ମରଣୁ ଅଧିକ ହୋଇବ ଲାଜ

।।

ଲୋକରେ ଝିଙ୍ଗାସମନରେ ବ୍ୟଥା

କାହା ମୁଖଚାହିଁ କହିବି କଥା

।।

ଏହି ସବୁ କଥା ମନରେ ଭାଳି

ବୋଇଲା ମୋ କଥାଶୁଣରେ ବାଳି

।।

ଆମ୍ଭେ ତୋ ମନ ବିଡ଼ିବାପାଇଁ

ଯତନେ କହିଲୁ କଥା ଦେଖାଇ

।।

ତହିଁକି କୋପତୁ ନକର ମୋତେ

ଏବେ ଆନଦ୍ରବ୍ୟ ମାଗିବି ତୋତେ

।।

ତୁ ଏବେ ଏଥକୁ ଆନ ନଧର

ଦେବି ବୋଲି ଏକା ପ୍ରମାଣ କର

।।

ଏତେକେ ଆମ୍ଭେ ଯେ ହୋଇବୁ ତୋଷି

ଭୋକନ୍ୟା ମନରେ ହରଷ ହୋସି

।।

କନ୍ୟାବୋଲେ ତୁମ୍ଭ ବଚନେ ଥିବି

ଯାହା ମାଗିବ ତା ଅବଶ୍ୟଦେବି

।।

ରତ୍ନାବତୀଠାରୁ ଏସନ ଶୁଣି

ଭଗବତ ହସି ବୋଲଇ ବାଣୀ

।।

ଆମ୍ଭେ ତୋଠାରେ ମାଗିଥିଲୁ ଯାହା

ଗେରସ୍ତ ଆଗେ ନକହିବୁ ତାହା

।।

ସତ୍ୟକରି ତୁ ଯେ କର ପ୍ରମାଣ

ନକହିବୁ ତୋତେ ମୋହର ରାଣ

।।

ଏବେ ଯେଉଁ ଦ୍ରବ୍ୟ ମାଗିବି ତୋତେ

ନାସ୍ତି ନ କରିବୁ କଦାପି ମୋତେ

।।

ଏ କଥା ଚିତ୍ତେ ଦୃଢ଼ କରିଥିବୁ

ମଶାଣି ଭୂମିକୁ ନିଶାରେ ଯିବୁ

।।

ଉଲଗ୍ନ ହୋଇ ଭୟଙ୍କର ବେଶ

ମୁକୁଳା କରିବୁ ମଥାର କେଶ

।।

ପୋତିଲା ମଡ଼ାର ଖୋଳିବୁ ମାଟି

ଦିମୁଠା ଧରିଣ ଆସିବୁ ଉଠି

।।

ସେମାଟି ଆଣିଦେବୁ ମୋରକରେ

ନିର୍ଭର ହୋଇଣ ପଶିବୁ ଘରେ

।।

ଏମନ୍ତ ବିଚାର କରନ୍ତେ ବସି

ସାଧବ ପ୍ରବେଶ ହୋଇଲେ ଆସି

।।

ରତ୍ନାବତୀକି ହକାରିଲା ପାଶ

ବୋଇଲା ତୁମୋର ଅଟୁ ବିଶ୍ୱାସ

।।

ଆମ୍ଭେ ଯେ ତୋତେ ସମର୍ପିଣ ଗଲୁ

ଭଗବତ କଥା କେମନ୍ତେ କଲୁ

।।

ଅନ୍ନ ବ୍ୟଞ୍ଜନ ବିଧିମତ କରି

ଦେଉଅଛୁଟିକି ସଂଯୋଗ କରି

।।

କନ୍ୟା ବୋଇଲା କି କହିବି ଅବା

ଆଜ୍ଞା ପ୍ରମାଣେ ତ କରୁଚି ସେବା

।।

ଶୁଣିକରି ସାଧୁ ହରଷ ମନ

ନିତ୍ୟକର୍ମ ସାରି କଲା ଭୋଜନ

।।

ଏଥୁଅନ୍ତରେ ଭଗବତ ପୁଣି

ସାଧବକୁ ଚାହିଁ ବୋଇଲାବାଣୀ

।।

ଆମ୍ଭେ ତୋ ଘରେ କେତେଦିନ ଥିବୁ

ମେଲାଣି ଦିଅ ଦେଶେ ଫେରିଯିବୁ

।।

ପୃଥିବୀଯାକ ଆମ୍ଭର ଅଟଇ

ଏକଠାବେ ଥିବା ଉଚିତ ନୋହି

।।

ସାଧୁବୋଲେ କିମ୍ପା ହୁଅ ବିମୁଖ

ମୋର ଘରେ କେତେ ପାଇଲ ଦୁଃଖ

।।

ଅନ୍ନସଂଯୋଗ ଭାତପାଣି ଯେତେ

କି କି ନମିଳିଲା କହନ୍ତୁ ମୋତେ

।।

ଭଗବତ ବୋଲେ ଶୁଣରେବାବୁ

ତୋହ ପ୍ରସାଦେ ତ ପାଇଲୁ ସବୁ

।।

ଆମ୍ଭେ ଅଇଲୁ ଯେଉଁ ପ୍ରତିଆଶେ

ବଡ଼ ସୁସ୍ଥହୋଇ ବଞ୍ଚିଲୁମାସେ

।।

ନିଶ୍ଚିନ୍ତ ହୋଇଣ କାଟିଲୁ ଦିନ

ତୋର ଆମ୍ଭର ଯେ ନାହିଁଅଭିନ୍ନ

।।

ଯାହାର ଘରେ ଅନ୍ନଜଳ ଖାଇ

ତାର ଭଲମନ୍ଦ ତାହାକୁ କହି

।।

ତୋତେ ଯେଉଁକଥା କଳଙ୍କବାପ

ନକହି ଗଲେତ ଆମ୍ଭଙ୍କୁ ପାପ

।।

ତୁ ଯେବେବୋଲ ନଭାଙ୍ଗି ବୁକିନା

ତୋତେ ସବୁକଥା କହିବୁସିନା

।।

ସାଧୁ ବୋଇଲା ପାଦେ ପଡ଼ିଶୋଇ

କି ଆଜ୍ଞା ହେଉଛି କହ ଗୋସାଇଁ

।।

ଭଗବତ ବୋଲେ କହିବା ଯଥା

ଏ ତୋର ସାନଭାରିଯାର କଥା

।।

ସୁନ୍ଦର ହୋଇଲେ ହୋଇବ କିସ

ତାହାଠାରେ ଅଛି ଅନେକ ଦୋଷ

।।

ମୁହାସ କରି ଆବୋରିବୁ ଯେବେ

ତା ଦେହ ଛୁଇଁଲେ ମରିବୁ ତେବେ

।।

ଆମ୍ଭବୋଲ ଯେବେ ନକରୁ ଆନ

ତେବେ ପାଇବୁ ତୁ ଜୀବନଦାନ

।।

ସାଧୁ ବୋଇଲା ପାଦେ ପଡ଼ିଶୋଇ

କି କି ଦୋଷଅଛି କହ ଗୋସାଇଁ

।।

ହସ୍ତ ଧରି ଯାକୁ ହୋଇଛି ବିଭା

କେମନ୍ତ ପ୍ରକାରେ ଛାଡ଼ିବି ଅବା

।।

ପ୍ରାଣେ ମାରିବିକି କାଟିବି କାନ

କି ଅବା କରିବି ନାସା ଛେଦନ

।।

ଭଗବତ ବୋଲେ ଅବଧ୍ୟା ସ୍ତିରୀ

ବଧିବାକୁ ତାକୁ ବୋଲି ନପାରି

।।

ଆମ୍ଭ ବଚନ ହୃଦପଦ୍ମେ ଧରି

ନାବ ଗୋଟିଏ ଯେ ବହନ କର

।।

ସେ ନାବ ଭିତରେ ଏକ ଗମ୍ଭୀରୀ

ପଟା ଛାଇବୁ ଲୁହାକଣ୍ଟା ମାରି

।।

କନ୍ୟାକୁ ଗମ୍ଭୀରୀ ଭିତରେ ଥୋଇ

କବାଟ କିଳିବୁ ବାହାରେ ଥାଇ

।।

ସରଯୂ ନଦୀରେ ମେଲିବୁ ତାହା

ଅଧିକ ତୋଆଗେ କହିବି କାହା

।।

ଏତେକ ତୋର ସବୁ ଦୋଷ ଯିବ

ଆମ୍ଭ ଆଜ୍ଞା ପ୍ରତିପାଳିତ ହେବ

।।

ଏହାଶୁଣି ସାଧୁ ହୋଇଲେ ତୁନି

ଭାଳିଲା ବଡ଼ ଭାରିଯାକୁ ଘେନି

।।

ବୋଇଲା ତୁଗୋ ଶୁଣ ଲୀଳାବତୀ

ଆମ୍ଭଙ୍କୁ ପଡ଼ିଲା ବଡ଼ ବିପତ୍ତି

।।

ରତ୍ନାବତୀ ଦୋଷ ଦେଖିଲୁ ନାହିଁ

କେବଳ ଶୁଣିଲୁ କର୍ଣ୍ଣ ପୂରାଇ

।।

ଭଗବତ ଯାହା କହିଲା ଏଣୁ

ତୋର ବିଚାରକୁ କେମନ୍ତ ମଣୁ

।।

ସପତଣୀମାନେ ଯୁକତେ ସଲ

କୌଣସି କାଳେ ସେ ନୁହନ୍ତି ଭଲ

।।

ସାଧୁବୋଲକୁ ନପାଇଲା ବ୍ୟଥା

ସୁଧାସମ ଲାଗିଲା ସେହି କଥା

।।

ସପତଣୀ କଥା ଶୁଣି ନିକର

ବୋଇଲା ପ୍ରଭୁ ଝଟତିରେ କର

।।

ଭାରିଯା ଛାର ତ ନୁହଇ କିଛି

ତୁମ୍ଭେ ଭଲଥିଲେ ସବୁହିଁ ଅଛି

।।

ନଦୀରେ ବେଗେ ମେଲିଦିଅ ଏହା

ପଛେ ହୁଅ ସିନା କୋଡ଼ିଏ ବାହା

।।

ଭଗବତକୁ ପଚାରିବ ଯାଇଁ

କେଉଁଦିନ ତାକୁ ମେଲିବ ନେଇ

।।

ଶୁଣି ସାଧବ ଗଲା ଧାତିକାରେ

ମିଳିଲା ସେ ଭଗବତ ଛାମୁରେ

।।

ବୋଇଲେ କନ୍ୟାକୁ ଛାଡ଼ିବା କେବେ

ସନ୍ତୋଷେ ତୁମ୍ଭେ ଆଜ୍ଞା ଦେବ ଯେବେ

।।

ଭଗବତ ବୋଲେ ସାଧୁକୁ ଚାହିଁ

ଆଜ ପାଞ୍ଚଦିନେ ମେଲିବ ନେଇ

।।

ସାଧୁ ବୋଇଲା ଶୁଣ ଭଗବତ

କନ୍ୟାର କି ଦୋଷ ଅଟେ ଏମନ୍ତ

।।

ଭଗବତ ବୋଲେ ନପାଆ ବ୍ୟଥା

ରାତ୍ରେ ଦେଖାଇବା ସକଳ କଥା

।।

ଶୁଣି ସାଧବ ଭିତରକୁ ଗଲା

ମନରେ ତାର ମହାଚିନ୍ତା ହେଲା

।।

ଏମନ୍ତ ସମୟେ ସେ ରତ୍ନାବତୀ

ଦିବ୍ୟସଞ୍ଚା ଘେନି ଗଲା ତଡ଼ତି

।।

ଗମ୍ଭୀର ଭିତରେ ପ୍ରବେଶ ଯାଇ

ଭଗବତ ବୋଲେ କନ୍ୟାକୁ ଚାହିଁ

।।

ଭୋକନ୍ୟା ତୋତେ ମୁଁ କହୁଛି ଏବେ

ମୋ କଥା ପ୍ରମାଣ କରିବୁ ଯେବେ

।।

ଦୃଢ଼ ଭକତି କରିବୁ ପ୍ରକାଶ

ସତ ହାନିହେଲେ ଯିବୁଟି ନାଶ

।।

କନ୍ୟା ବୋଇଲା ଏ ପ୍ରମାଣ ସିନା

ତୁମ୍ଭ ବଚନ ନାସ୍ତିକରେ କିନା

।।

କି ଆଜ୍ଞା ହୋଇବ ହେଉ ଗୋସାଇଁ

ଭଗବତ ବୋଲେ କନ୍ୟାକୁ ଚାହିଁ

।।

ତୁ ଯେବେ ଆମ୍ଭର ବଚନେ ଥିବୁ

ମଶାଣି ଭୂମିକୁ ନିଶାରେ ଯିବୁ

।।

କୌଣସି ଦିଗକୁ ନ ଦେବୁଦୃଷ୍ଟି

ପୋତିଲା ମଡ଼ାର କାଢ଼ିବୁ ମାଟି

।।

ଦୁଇହସ୍ତରେ ଦୁଇମୁଠା ଧରି

ମଥାକେଶ ଥିବୁ ମୁକୁଳାକରି

।।

ସେ ମାଟିଆଣି ତୁ ଦେବୁ ମୋ କରେ

ନିର୍ଭୟ ହୋଇଣ ପଶିବୁ ଘରେ

।।

ଭଗବତ ମୁଖୁ ଏକଥା ଶୁଣି

କନ୍ୟା ହିଁ ସନ୍ତୋଷ ହୋଇଲା ପୁଣି

।।

ରାତ୍ର ପ୍ରବେଶ ହୋନ୍ତେ ରତ୍ନାବତୀ

ପ୍ରବେଶ ମଶାଣି ଭୂମି ଝଟତି

।।

ପୋତିଲା ମଡ଼ାର ପାଶେ ପ୍ରବେଶ

ମୁକୁଳା ହୋଇଛି ମଥାର କେଶ

।।

ଭୂମିକି ଦେଇଣ ଆପଣା ଦୃଷ୍ଟି

ହସ୍ତଦ୍ୱାରା ବାମା ଖୋଳୁଛି ମାଟି

।।

ବୃଢ଼ ସତ୍ୟବ୍ରତ କରିଛି ସେହୁ

କାର୍ଯ୍ୟ ନକଲେ ସେ ଆସିବ କାହୁଁ

।।

ତେଣୁକରି ସେ ଯେ ନିର୍ଭର ହୋଇ

ମୃତ୍ତିକା ଖୋଳୁଛି ମଶାଣି ଭୂଇଁ

।।

ଏ ସମୟେ ଭଗବତ ଚତୁର

କହେ ସାଧୁକୁ ବିଳମ୍ବ ନକର

।।

ଆପଣ ଭାରିଯା କଥା ନ ଜାଣୁ

ଆମ୍ଭ ବଚନ ମିଥ୍ୟାପ୍ରାୟ ମଣୁ

।।

ଭଗବତ ଗଲା ସାଧୁଙ୍କୁ ଘେନି

ମଶାଣି ଭୂମିରେ ମିଳିଲେ ବେନି

।।

ବୃକ୍ଷତଳେ ଥାଇ ଦେଲାକ ଦୃଷ୍ଟି

ରତ୍ନାବତୀ କନ୍ୟା ଖୋଳୁଛି ମାଟି

।।

ଭଗବତ କହେ ସାଧୁ ଆଗର

କିକର୍ମ କରୁଛି ଭାରିଯା ତୋର

।।

ଆଣ୍ଠୁମାଡ଼ି ବସି ନ ହୋଇ ଛିଡ଼ା

ଖୋଳିଖାଏ ଦେଖ ପୋତିଲାମଡ଼ା

।।

ଦେଖି ସାଧୁବର ନ ସ୍ଫୁରେକିଛି

ସ୍ତମ୍ଭୀଭୂତ ହୋଇ ଅନାଇଁଅଛି

।।

ଭଗବତ ମାୟା ନ ପାଇ ଅନ୍ତ

ଦଇବ ଭିଆଉଅଛି ଯେମନ୍ତ

।।

ସାଧବ ଭାରିଯା ଚରିତ୍ର ଜାଣି

ଘରକୁ ବାହୁଡ଼ି ଅଇଲା ପୁଣି

।।

ରତ୍ନାବତୀ କନ୍ୟା ମିଳିଲା ଖରେ

ପ୍ରବେଶ ହୋଇଲା ଆପଣା ଘରେ

।।

ଭଗବତ କରେ ମୃତ୍ତିକା ଦେଲା

ଦେଖି ଭଗବତ ସନ୍ତୋଷ ହେଲା

।।

ବୋଇଲା ଭୋକନ୍ୟା ବହନ ଯାଅ

ନିଶ୍ଚିନ୍ତ ହୋଇଣ ମନ୍ଦିରେ ଶୁଅ

।।

ରତ୍ନାବତୀ କନ୍ୟା ଘରକୁ ଯାଇ

ନିଦ୍ରାଗଲା ବାମା ନିଶ୍ଚିନ୍ତ ହୋଇ

।।

ଏମନ୍ତ ସମୟେ ପାହିଲା ରାତି

ଭଗବତ ଗଲା ସାଧବ କତି

।।

ବୋଇଲା ସାଧୁ ସାବଧାନେ ଶୁଣ

ବୁଝିଲୁଟିକି ତୋ ଭାରିଯା ଗୁଣ

।।

ଆମ୍ଭ ବଚନ ତୁ କରନ୍ତୁ ମିଛ

ଲୋଚନେ ଦେଖିଲୁ କଥା ପ୍ରତ୍ୟକ୍ଷ

।।

ଯେଉଁକଥା ତୋତେ କହିଛୁ ପୂର୍ବେ

ସେ କଥାରେ ମନ ଦିଅତୁ ଏବେ

।।

ଆମ୍ଭେ ତୋର ଘରେ ରହିଲୁ ମାସେ

ଏବେ ଯାଉଅଛୁ ଆନ ପ୍ରଦେଶେ

।।

ସର୍ବ ଶୁଭ ତୋତେ କହିଲୁ ଭଲ

ସାନ ଭାରିଯାକୁ ନଦୀରେ ମେଲ

।।

ନୋହିଲେ ନିଶ୍ଚୟ ମରିବୁ ତୁ ତ

ଯାହା କହିଲୁ ଏ ବଚନ ସତ୍ୟ

।।

ଏତେବୋଲି ବେଗେ ଆସନୁ ଉଠି

ସାଧବ ତାହାକୁ ଗଲାପାଛୋଟି

।।

ରୁହାଇ ଲୋଡ଼ିଲା ଅନେକ ବାଗେ

ଭଗବତ ବୋଲେ ତାହାକୁ ରାଗେ

।।

ଆମ୍ଭେତ ତୋହର ସେବକ ନୋହୁ

ଯେଉଁଠାରେ ଇଚ୍ଛା ସେଠାକୁ ଯାଉଁ

।।

ଆମ୍ଭ ଉପରେ ରାଜପାତ୍ର ନାହିଁ

ଏଥକୁ ତୁ କିମ୍ପା ଅଛୁ ଗୋଡ଼ାଇ

।।

ଶୁଣି ସାଧବ ବାହୁଡ଼ିଲା ଖରେ

ପ୍ରବେଶ ହୋଇଲା ଆପଣା ଘରେ

।।

ଭଗବତ ମାୟା ନ କଲା ହେତୁ

ବଚନ କଲା ବ୍ରହ୍ମଜ୍ଞାନ ତତ୍ତ୍ୱୁ

।।

ନାବ ଗୋଟିଏକ ଭିଆଣ କରି

ତହିଁରେ ରଚିଲା ଏକ ଗମ୍ଭୀରି

।।

ରତ୍ନାବତୀ କନ୍ୟାର ଧରି କର

ପ୍ରବେଶ କଲାକ ନାବ ଭିତର

।।

ଚଉଦିଗରେ ପଟା ବାଡ଼ ଦେଲା

କବାଟ ବାହାର କିଳିଣୀ କଲା

।।

ଦେଖି ରତ୍ନାବତୀ ବିକଳ ମନ

ସ୍ୱାମୀକି ଡାକି ବୋଲଇ ବଚନ

।।

ଆଚମ୍ବିତ କଥା କଲ କିମ୍ପାଇଁ

କିଛି ଅପରାଧ କରି ତ ନାହିଁ

।।

ତୁମ୍ଭ ଆଜ୍ଞା ପାଳି ବଞ୍ଚିଲି ଦିନ

ସ୍ୱାମୀର ବିନୁ ନ ଜାଣଇ ଆନ

।।

ଭଗବତ ଚର୍ଚ୍ଚା କରିବା ପାଇଁ

ଶ୍ରୀମୁଖେ ଯେ ଆଜ୍ଞା ଦେଲେ ଗୋସାଇଁ

।।

ସଞ୍ଚାଦ୍ରବ୍ୟମାନ ଦିଅଇ ନିତି

ବିମୁଖ ନୁହଇ ସାତ୍ତ୍ୱିକ ମତି

।।

କେଉଁ ଅପରାଧେ ଦଣ୍ଡିଲ ମୋତେ

ସଂଶୟ ଫିଟାଇ କହ ତୁରିତେ

।।

ସେକଥା କର୍ଣ୍ଣେ ନ ଶୁଣି ସାଧବ

ଜଳେ ମେଲିନାବ ଫେରିଲା ଜବ

।।

ସ୍ୱାମୀଅଛି ବୋଲି ଜାଣଇ ବାଳୀ

ଶମଶାନ କଥା ମନରେ ଭାଳି

।।

ନିଶ୍ଚୟ ଜାଣିଲା ମଲି ଏଥର

ଭୋଧର୍ମ ଏଥି ପ୍ରତିକାର କର

।।

ମୁଁ କାର କରିଥିଲେ ଅମଙ୍ଗଳ

ଭୁଞ୍ଜିବି ନିଶ୍ଚୟ ତହିଁର ଫଳ

।।

କହୁଁ କହୁଁ ନାବ ଗଲାକ ଭାସି

ସାଧବ ବାହୁଡ଼ି ଘରକୁ ଆସି

।।

ଭଗବତ ତହୁଁ ଚଳିଲେ ଘରେ

ମିଳିଲେ ସରଯୂ ନଦୀର ତୀରେ

।।

ସେ ନଦୀ କୂଳକୁ ବହୁତ ଦୂର

ବିପ୍ର ଶାସନେକ ଅଛି ତହିଁର

।।

ସେ ଗ୍ରାମ ପାଶରେ ମଣ୍ଡପ ଥିଲା

ଭଗବତ ତହିଁ ଆସ୍ଥାନ କଲା

।।

ପାଞ୍ଚ ଦିନକୁ ସେ କରିଛି କଣ୍ଟ

କନ୍ୟା ପ୍ରତିଆଶେ ଜଗିଛି ବାଟ

।।

ମଣ୍ଡପେ ବସି ମନଧ୍ୟାନ ଦେଇ

ଏକଦୃଷ୍ଟି ଦେଇ ନଦୀକି ଚାହିଁ

।।

ସେ ନଦୀ ତୀର ଅତି ଅନୁପମ

ସାରାବତୀ ବୋଲି କଟକ ନାମ

।।

ସୁରସେନ ବୋଲି ତହିଁର ରାଜା

ଶୁଭରେ ପାଳଇ ଜନ ପରଜା

।।

ସେ ରାଜା ମୃଗୟା ବିନୋଦେ ଆସି

ବନର ଭିତରେ ଥିଲାଯେ ପଶି

।।

ସରଯ ନଦୀର ତୀରେ ସେ ବନ

ପାରିଧି କରନ୍ତି ସେ ସୁରସେନ

।।

କିଛି ନ ପାଇଣ ଅତି ନିରାଶେ

ଭଲ୍ଲୁକ ଗୋଟିଏ ପଡ଼ିଲା ପାଶେ

।।

ଶରଧା ନିମନ୍ତେ ଯତନ କରି

ସେ ଭାଲୁକୁ ରାଜା ଅଛଇ ଧରି

।।

ନଦୀ ଭିତରକୁ ଚାହାଁନ୍ତେ ରାୟେ

ଭାସିଯାଉଅଛି ନାବ ଗୋଟିଏ

।।

ପାରୁଶ ଲୋକଙ୍କୁ ନୃପତି କହି

ନାବ ଧରିଆଣ ପହଁରି ଯାଇ

।।

କି କି ଦ୍ରବ୍ୟଅଛି ଦେଖିବା ତାହା

ଏମନ୍ତ ବୋଇଲା ସେ ନରନାହା

।।

ଆଜ୍ଞା ପ୍ରମାଣେ ଯେ ଖୁଣ୍ଟିଆ ଗଲେ

ନାବ ଧରିକୂଳେ ପ୍ରବେଶ ହେଲେ

।।

ସୁରସେନ ରାଜା ହରଷ ମୁଖ

ବୋଇଲା ନାବରେ ଅଛିକି ଦେଖ

।।

ନୃପତି ବଚନେ ହରଷ ଥୋକେ

କବାଟ ଫେଡ଼ିଲ ପାଶ ସେବକେ

।।

ଏକୁ ଆରେକ ହେଲେ ପୁଚ୍ଛାପୁଚ୍ଛି

ଦେଖିଲେ ଉତ୍ତମ କନ୍ୟା ଏ ଅଛି

।।

ସୁରସେନ ରାଜା ମନ ହରଷ

କନ୍ୟାକୁ ଦେଖିଣ ହୋଇଲେ ବଶ

।।

ପାରୁଶ ଲୋକଙ୍କୁ ବୋଇଲେ ରାଇ

କନ୍ୟାକୁହାନ୍ଦୋଳା ଭିତରେ ନେଇ

।।

ଅନ୍ତଃପୁରେ ନେଇ ପ୍ରବେଶ କର

ପାଟମହାଦେଈ ହେଉ ଆମ୍ଭର

।।

ଧରି ରଖିଅଛି ଯେଉଁ ଭାଲୁକୁ

ଗମ୍ଭୀରି ଭିତରେ ପୁରାଅ ତାକୁ

।।

ବେଭାରେ ନଦୀ ଯେ ଅଛଇ ବଢ଼ି

କବାଟ କିଳି ବେଗେ ଦିଅ ଛାଡ଼ି

।।

ଆଜ୍ଞା ପ୍ରମାଣେ ଯେ ସେବକ ଲୋକ

ନାବରେ ପୂରାଇ ବଲ୍ଲୁକ

।।

କବାଟ ବାହାରୁ ଗୋଢ଼େ କିଳିଲେ

ନଦୀସ୍ରୋତରେ ଭସାଇଣ ଦେଲେ

।।

କନ୍ୟାକୁହାନ୍ଦୋଳା ଭିତରେ ନେଇ

ଅନ୍ତଃପୁରେ ଯାଇ ପ୍ରବେଶ ହୋଇ

।।

ଶରଧା ଯୁକତେ କନ୍ୟାକୁ ନେଲେ

ପ୍ରିୟବତୀ ଭାବେ ଭାରିଯା କଲେ

।।

ଦେଖି ଭଗବତ ହରଷ ହୋଇ

ନାବମଙ୍ଗ ବେଗେ ଧରିଲା ଯାଇ

।।

ଫୁରୁଣା ହୋଇ ମନ୍ଦ ମନ୍ଦ ହସି

ବୋଇଲା ହୋ ସଖି ବାହାରହୋସି

।।

ମୁଁ ତୋତେ ବଚନ କହୁଛି ଏବେ

ଆମ୍ଭ ବୋଲ ତୁ ଯେ ନକଲୁ ପୂର୍ବେ

।।

ଉପାୟ କରି ଭିଆଇଲି ଏହା

ତୁ ମୋର ଭାରିଯା ମୁଁ ତୋର ନାହା

।।

ଆସ ଆସ ବୋଲି କବାଟଫେଡ଼ି

ବସିଲା ଗମ୍ଭୀର ଦୁଆର ମାଡ଼ି

।।

ଭଲ୍ଲୁକ ଥିଲା ଯେ ନାବ ଭିତର

ଧାଇଁଆସି ବେଗେ ମୋଡ଼ିଲା ଶିର

।।

ବେନି ଚକ୍ଷୁଖୋଲି ରୁଧିର ଗ୍ରାସି

ଅନ୍ତ ବିଦାରିଲା ବୁକୁରେ ବସି

।।

ଏମନ୍ତେ ଭଗବତ ତହିଁ ମଲା

ଭଲ୍ଲୁକ ତା ସୁଖେ ବନକୁ ଗଲା

।।

ତେଣୁକରି ହାଦେ ପରକୁ ମନ୍ଦ

ଚିନ୍ତିଲେ ତୁଟଇ ଆପଣା କନ୍ଧ

।।

ପର ଅପଘାତ ଚିନ୍ତିଲେ ନର

ଧର୍ମକୁ ସେକଥା ନୋହେ ଉବାର

।।

 

ଧର୍ମଏବ ବଣିଗ୍‌ ଭୂତ୍ୱ ପାପପୁଣ୍ୟ ବିଚାରକଃ

ବିବିଚ୍ୟ କିଳନାୟାଂ ତୁ ବିଦ୍ୟାଦ୍ଦଣ୍ଡଂ ଯଥାବିଧିଃ ।

 

ଧର୍ମ ପୁରୁଷର ଯେଉଁ ବିଚାର

ପାପ ପୁଣ୍ୟ ବେନି ବଣିକ ତାର

।।

ତୁଳ କଷ କରି ଦଣ୍ଡଇ ଆଣି

ଦୁଷ୍ଟ ଲୋକମାନେ ତାହା ନ ଜାଣି

।।

 

ଅଦୃଷ୍ଟମୁଳଂ ସର୍ବ ତୁ ଜ୍ଞାୟତେ କର୍ମକାରିଣା

ଧର୍ମ ତତ୍ତ୍ୱଂ ନ ଜାନାତି ସ୍ୱାହାଂକାରବଶା ଜନଃ ।

 

ବୋଲନ୍ତି ଆମ୍ଭର ଅଦୃଷ୍ଟ ମୂଳ

ଭୁଞ୍ଜିବା ନାହିଁକି ତହିଁର ଫଳ

।।

ବଡ଼ିମାପଣେ କହୁଥାନ୍ତି ପେଲି

ନଜାଣନ୍ତି ଧର୍ମ ଦଣ୍ଡିବ ବୋଲି

।।

 

ପରସ୍ପର ଚ ମର୍ମାଣି ଯେ ବଦନ୍ତି ନରାଧମାଃ

ତେ ସର୍ବେ ନିଧନଂ ଯାନ୍ତି ବାଲୀ କୋଦର ସର୍ପବତ୍ ।

 

ଅନ୍ୟ ଅନ୍ୟରେ ମର୍ମ କୁହାକୁହି

ହୁଅନ୍ତି ଯେଟି ନରାଧମ ସେହି

।।

ସେହି ଦୋଷେ ଯାନ୍ତି ସେମାନେ ନାଶ

ହୁଙ୍କାଗର୍ଭ ସ୍ଥିତ ସର୍ପ ସଦୃଶ

।।

ଏଥକୁ ଅପ୍ରତେ ନକର ପୁଣ

କାହିଁ ଦେଖିଲା ଦୃଷ୍ଟାନ୍ତର ଗୁଣ

।।

କାଞ୍ଚି ନରେଶ ନାମ ସୁଦର୍ଶନ

ପାରିଧି ଅର୍ଥେ ସେ ଗଲେ କାନନ

।।

ସୈନ୍ୟସାମନ୍ତ ଘେନି ଚଢ଼ି ଅଶ୍ୱ

ଘୋର ଅରଣ୍ୟେ ହୋଇଲେ ପ୍ରବେଶ

।।

ଦୁଇପ୍ରହର ଦିନ ଖରା ଅତି

ଘୋଡ଼ାଚଢ଼ି ଏକା ହୋଇ ନୃପତି

।।

ସୈନ୍ୟଙ୍କ ସଙ୍ଗରେ ହୋଇ ଅନ୍ତର

ଏକବନେ ମିଳି ସେ ନରବର

।।

ତୃଷାକାତର କଣ୍ଠ ତାର ଶୁଖେ

ପାଣି ଖୋଜୁ ୨ ଦେଖିଲା ପାଖେ

।।

ଗୋଟିଏ ପୋଖରୀ ସେଠାରେ ଅଛି

ଘାସ ଦଳ ସହ ଜଳ ପୂରିଛି

।।

ତହିଁ ଜଳପାନ କରନ୍ତେ ନୃପ

ତହିଁରେ ଡିମ୍ବ ପାଡ଼ିଥିଲା ସର୍ପ

।।

ସର୍ପଡ଼ିମ୍ବ ଏକ ଜଳ ସଙ୍ଗରେ

ନରେଶ ପିଇଲେ ତୃଷାବେଗରେ

।।

ତହୁଁ ରାଜା ସୁସ୍ଥେ ପୁରକୁ ଗଲା

ସର୍ପଡ଼ିମ୍ବ ତାର ପେଟେ ରହିଲା

।।

କ୍ରମେ କ୍ରମେ ଡିମ୍ବ ଫୁଟି ଭୁଜଙ୍ଗ

ବାଳକ ତା ଗର୍ଭେ ବଢ଼ନ୍ତେ ବେଗ

।।

ଲଭିଲା ଅସୁସ୍ଥ ସେ ନରବର

ଦିନୁ ଦିନ ଶୁଖିଗଲା ଶରୀର

।।

ଏହିପରି କିଛିଦିନରେ ପୁଣ

ରାଜାର ହେଲା ମରିବା ଲକ୍ଷଣ

।।

ସମସ୍ତେ ଦେଖି ହାହାକାର କଲେ

ନାନା ଔଷଧମାନ ଖୁଆଇଲେ

।।

ଔଷଧର କିଛି ନୋହିଲା ଫଳ

ଭାଳିରେ ଏହାର ପୂରିଲା କାଳ

।।

ଏକ ବଗିଚା ଥିଲା ନୃପଙ୍କର

ତହିଁ ବୃକ୍ଷଥିଲା ନାନାପ୍ରକାର

।।

କେହି ମିତ୍ର ଆସି ରାଜାଙ୍କ ପାଶେ

କହିଲା ଏପରି ବାଣୀ ବିଶ୍ୱାସେ

।।

ହେ ରାଜା ତୁମ୍ଭେ ବଗିଚାକୁ ଯାଇ

ଶୟନ କର ତହିଁ ସ୍ଥିର ହୋଇ

।।

ପବନ ନାନାବୃକ୍ଷେ ବାଜି ଆସି

ତୁମ୍ଭ ଦେହରେ ଲାଗିଲେ ବିଶେଷି

।।

ହୋଇବ ଏ ରୋଗ ନାଶ ସତ୍ୱର

ଏ କଥାରେ ଦଣ୍ଡ ହେଳା ନକର

।।

ତାହା ଶୁଣି ରାଜା ସମ୍ମତ ହେଲା

ବଗିଚାରେ ଯାଇ ଶୟନ କଲା

।।

ରାଜା ନିଦ୍ରାରେ ଅଛି ଅଚେତନ

ବଗିଚା ମାଳୀ ଜଗିଛି ଗୋପନେ

।।

ଏ ସମୟେ ରାଜା ଶଯ୍ୟା ପାଖରେ

ଥିଲା ଏକ ସର୍ପ ହୁଙ୍କାଭିତରେ

।।

କେହି ନ ଥିବା ସମୟକୁ ଜାଣି

ହୁଙ୍କାରୁ ବାହାରି ଦେଖିଲା ଫଣୀ

।।

ରାଜା ଅଚେତନ ତା ନାସାଦ୍ୱାରେ

ସର୍ପଏକ ଚାହିଁଅଛି ସ୍ୱଚ୍ଛରେ

।।

ତାକୁ ଦେଖି ହୁଙ୍କାଫଣୀ କହଇ

ଅନ୍ତର ହୁଅ ରାଜାଅଙ୍ଗୁ ତୁହି

।।

ତୋଲାଗି ନରେଶ ପାଆନ୍ତି ଦୁଃଖ

ବାହାରିଗଲେ ତୁ ହୋଇବେ ସୁଖ

।।

ଶୁଣି ନାସାଫଣୀ କହେ ରାଗରେ

ଏହା କିମ୍ପା କହୁମୋର ଆଗରେ

।।

ତୋତେ କହିଲେ ତୁ ଛାଡ଼ି ଏହୁଙ୍କା

ବାହାରିଯିବୁ କି ନ ବହି ଶଙ୍କା

।।

ଯେଝା ବାସସ୍ଥାନ ସେଛାଡ଼େ ନାହିଁ

ଶୁଣି ହୁଙ୍କାସ୍ଥିତ ସର୍ପ କହଇ

।।

ଶୁଣି ତୁ ମୋକଥା ନମାନୁ ଯେବେ

ମରମ ତୋହର କହିବି ତେବେ

।।

ଯେପରି ତୋହର ହୋଇବ ନାଶ

ଏକଥାରେ ଆନ ନାହିଁ ଯେ ଲେଶ

।।

ଶୁଣି ନାସାସର୍ପ କହଇ ଗୀର

ମୁଁ କହିପାରଇ ମରମ ତୋର

।।

ତହୁଁ ହୁଙ୍କାସର୍ପ ରାଗେ କହଇ

ତୁ କି ମୋ ମରମ ଜାଣୁରେ ବାଇ

।।

କି କହିବୁ ଅବା ମୋର କି ତହିଁ

ହେବ ଶୁଣି ନାସାଫଣୀ କହଇ

।।

ମୋର ମରମ କି ଜାଣିଛୁ ତୁହି

କହ ଆଗେ ତାହା ଶୁଣିଲେ ମୁହିଁ

।।

କହିବି ଅଛି ଯା ମରମ ତୋର

ଶୁଣି ହୁଙ୍କାଫଣୀ କହେ ଏ ଗୀର

।।

ଏ ରାଜା ସୋରିଷ ବାଟି ପିଇଲେ

ମିଳାଇ ପଡ଼ିବୁ ତୁ ବିଷ୍ଠାତୁଲେ

।।

ଏହା ଶୁଣି ନାସାସର୍ପ କହଇ

ତଇଳ ଦୀପ ତତାଇଣ କେହି

।।

ତୋ ଗାତ ମୁହଁରେ ଇଡ଼ି ଲେଖରେ

ଜଳିପୋଡ଼ି ମରିବୁ ତୁ ତହିଁରେ

।।

ତହୁଁ ସେ ହୁଙ୍କାରେ ଅନେକ ବିତ୍ତ

ଅଛି ତା ପାଇବ ସେହୁ ଏ ସତ

।।

ଏତେ କହି ସର୍ପ ହୁଅନ୍ତେ ତୁନି

ମାଳୀ ବସି ଶୁଣୁଥିଲା ଏ ବାଣୀ

।।

ତହୁଁ ଶୀଘ୍ର ମାଳି ଡାକି ରାଜାଙ୍କୁ

କହେ ଭଲ କରିଦେବି ତୁମ୍ଭଙ୍କୁ

।।

ଶୁଣି ରାଜା ଅତି ଆନନ୍ଦ ହେଲେ

ଯାହାମାଗିବୁ ତା ଦେବି ବୋଇଲେ

।।

ମାଳୀ ତହୁଁ ବାଟି ଆଣି ସୋରିଷ

ରାଜାଙ୍କୁ ପିଆନ୍ତେ ସେହି ଦିବସ

।।

ଗର୍ଭର ସର୍ପ ମରି ମଳ ସଙ୍ଗେ

ବାହାରି ପଡ଼ନ୍ତେ ନୃପତି ଅଙ୍ଗେ

।।

ରୋଗ ନ ରହିଲା ହେଲା ମଙ୍ଗଳ

ଦିନୁଦିନ ଦେହେ ହୋଇଲା ବଳ

।।

ରାଜାଙ୍କୁ ଭଲ ଦେଖି ମାଳି ଯାଇଁ

ମାଗିଲା ବଗିଚାଗୋଟି ବିନୟୀ

।।

ରାଜା ତାକୁ ହରଷରେ ତା ଦେଲେ

ତାଠାରୁ ଉପକାର ପାଇଥିଲେ

।।

ମାଳୀ ତରଳ ଆଣିଲା ତତାଇ

ହୁଙ୍କାରେ ଇଡ଼ିଲା ସଙ୍କେତ ଯହିଁ

।।

ସେ ତାପେ ସର୍ପ ଛଟପଟ ହୋଇ

ଗାତୁ ବାହାରି ମରନ୍ତେ ତା ଚାହିଁ

।।

ହୁଙ୍କାକୁ ଭାଙ୍ଗି ସମ୍ପତ୍ତି ପାଇଲା

ରାଜା ମାଳୀଙ୍କର ମଙ୍ଗଳହେଲା

।।

ସର୍ପ ଦୁହେଁ ମଲେ ଛିଦ୍ରକୁ କହି

ଶୁଣ ରାଜନ ଏହା ମନଦେଇ

।।

 

ଅପ୍ରୀତି ସ୍ୱଜନେ ଯସ୍ୟ ନ ହିତସ୍ୟ ଶୁଭଂ ସଦା

ଦୀର୍ଘବୁଦ୍ଧି ର୍ଜମ୍ବୁକସ୍ତୁ ଶୃଗାଳ ଦୈତ୍ୟର୍ହତୋ ଯଥା ।

 

ପ୍ରିୟ ଲୋକଙ୍କୁ ପରାପର ନାହିଁ

ଅପ୍ରୀତିରେ ଲାଭ ଅଛଇ ଯହିଁ

।।

ଆତ୍ମୀୟ ଲୋକକୁ ଦୂର ନ କରି

ତାଙ୍କୁ ଦୂରକଲେ ଆପଣାମରି

।।

ଏଥକୁ ଅପ୍ରତେ ନକର ପୁଣ

କାହିଁ ଦେଖିଲା ଦୃଷ୍ଟାନ୍ତରଶୁଣ

।।

ପଶ୍ଚିମ ପ୍ରଦେଶେ ଦଣ୍ଡଜା ଭୂଇଁ

ଦୀର୍ଘବୁଦ୍ଧି ନାମେ ଶୃଗାଳ ଥାଇ

।।

ସେ ବନେ ଅଟଇ ତାହାର ବାସ

ଚରି ବୁଲିଯାଏ ନାନାବିଦେଶ

।।

ଏମନ୍ତେ ଏକଦିନ ବୁଲିଯାଇ

ନେପାଳୀ ମୂଷାଏ ଦେଖିଲା ତହିଁ

।।

ଧରିବ ବୋଲି ଗୋଡ଼ାଇଲା ବେଗେ

ନୀଳକୁଣ୍ଡ ଥିଲା ତହିଁର ଲାଗେ

।।

ମୂଷା ପଳାଇଣ ବିବରେ ପଶି

ଶୃଗାଳ ପଡ଼ିଲା କୁଣ୍ଡରେ ଖସି

।।

ମୂଷା ନ ପାଇ ସେ ମନେ ବିରାଗ

ନୀଳକୁଣ୍ଡେ ପଡ଼ି ତିନ୍ତିଲା ଅଙ୍ଗ

।।

ନୀଳବର୍ଣ୍ଣ ତାର କାୟା ଦିଶିଲା

ତା ଦେଖି ଶୃଗାଳ ହରଷ ହେଲା

।।

ସୁନ୍ଦର ଦିଶିଲା ମୋ ଦେହଯାକ

ନିଶ୍ଚୟ ହୋଇଲି ମୁଁ ବଡ଼ଲୋକ

।।

କେହି ନାହିଁ ଆଉ ମୋହ ସମାନ

ଉପାୟ କରି ମୁଁ ହେବି ରାଜନ

।।

ଜନ୍ତୁମାନଙ୍କର ନୃପତି ହୋଇ

ପର୍ବତ ଶିଖରେ ବସିବି ଯାଇ

।।

ଏମନ୍ତ ବିଚାର କରିଣ ମନେ

ପଶିଲା ଅତ୍ୟନ୍ତ ଅଗମ୍ୟ ବନେ

।।

କ୍ଷୁଦ୍ରବୁଦ୍ଧି ନାମେ ଶୃଗାଳ ତହିଁ

ବାଟରେ ତାହାକୁ ଭେଟିଲା ଯାଇଁ

।।

ବୋଇଲା ଆରେତୁ ବହନ ଯାଯା

ଆମ୍ଭେ ଏ ବନରେ ହୋଇଲୁ ରାଜା

।।

ସକଳ ଜନ୍ତୁଙ୍କୁ ହକାରି ଆଣ

ନଇଲେ କେହି ନ ପାଇବେ ପ୍ରାଣ

।।

ଇନ୍ଦ୍ର ଆମ୍ଭଙ୍କୁ ଅଭିଷେକ କଲେ

ରାଜପଣେଶାଢ଼ୀ ଶ୍ରୀହସ୍ତେଦେଲେ

।।

ଶୃଗାଳ ବରାହ ମୃଗ ସହିତେ

ହସ୍ତୀ ଅଶ୍ୱ ବ୍ୟାଘ୍ର ଶାର୍ଦ୍ଦୂଳ ଯେତେ

।।

କହିବୁ ଜନ୍ତୁମାନଙ୍କର ପାଶ

ରାଜାଙ୍କ ହକରା ଆସିଛି ଆସ

।।

ରାଜାଆଜ୍ଞା ମେଣ୍ଟି ନଇଲେ ବାବୁ

ସଗୋତ୍ର ସହିତ ମରିବେ ସବୁ

।।

ଏମନ୍ତ ବୋଲି ତୁ କହିବୁ ଠିକେ

ଆମ୍ଭେ ବସିଅଛୁ ପର୍ବତ ଶିଖେ

।।

କ୍ଷୁଦ୍ରବୁଦ୍ଧି ତହୁଁ ଚଳିଣ ଗଲା

ସମସ୍ତ ଜନ୍ତୁଙ୍କୁ ଯାଇଁ କହିଲା

।।

ବୋଲେ ରାଜନ ଡାକିଛନ୍ତି ଆସ

ନୋହିଲେ ଏ ବନେ ନ କରବାସ

।।

ଶୃଗାଳ ବାକ୍ୟେ ହୋଇ ଲଣ୍ଡଭଣ୍ଡ

ସର୍ବ ଜନ୍ତୁମାନେ ହୋଇଲେ ରୁଣ୍ଡ

।।

ବୋଇଲେ ଏ ବନେ ସର୍ବଦା ଥାଉ

ରାଜା ଅଛି ବୋଲି ଶୁଣିତ ନାହୁଁ

।।

କୌଣସିକାଳେ ୟା ଦେଖାନଥିଲା

ଏବନେ ନୃପତି କାହୁଁ ହୋଇଲା

।।

କେ ଅବା କାହାକୁ କଲାକରାୟେ

ଏକଥା କହତୁ ହୋଇ ନିର୍ଭୟେ

।।

ଶୁଣିବାକୁ ଏତ ବଡ଼ ବିଚିତ୍ର

କେ ରାଜା ହୋଇଲା କହନ୍ତୁସତ

।।

କ୍ଷୁଦ୍ରବୁଦ୍ଧି ନାମେ ଶୃଗାଳ ତହିଁ

ବୋଇଲା ଶୁଣ ହେ କହୁଛି ମୁହିଁ

।।

ଏ ବନେ ନୃପତି ନୀଳ ନରେନ୍ଦ୍ର

ରାଜପଣ ତାକୁ ଦେଲେକ ଇନ୍ଦ୍ର

।।

ଆପଣେ ତାଙ୍କୁ ଅଭିଷେକ କଲେ

ଶ୍ରୀହସ୍ତରେ ଶାଢ଼ୀ ତୋଳିଣ ଦେଲେ

।।

ନୀଳରାଜା ନାମ ଅଟେ ତାଙ୍କର

ତୁମ୍ଭେମାନେ ତାଙ୍କୁ ଦର୍ଶନ କର

।।

ନୋହିଲେ ପଛେ ନକହିବ ବାବୁ

ବଂଶଶୋଧି ମୁଣ୍ଡ କାଟିବେ ସବୁ

।।

ଶୁଣି ଜନ୍ତୁମାନେ ଲଭି ବିରଷ

ବେଇଲେ ସିଂହକୁ କହିବା ଆସ

।।

ଦଇବେ ସିଂହର ପ୍ରାକର୍ମ ଗାଢ଼

ଜନ୍ତୁମାନଙ୍କର ଉପରେ ବଡ଼

।।

ଏତେବୋଲି ସିଂହ ଛାମୁକୁ ଗଲେ

ଆନୁପର୍ବ କରି ସବୁ କହିଲେ

।।

ସମସ୍ତ ଜନ୍ତୁଙ୍କୁ ଘେନି ହରଷେ

ସିଂହ ପ୍ରବେଶିଲା ରାଜାଙ୍କ ପାଶେ

।।

ଶୀର ନୁଆଁଇଁ କଲା ନମସ୍କାର

ସେବକ ଜନ ଉଚିତ ବେଭାର

।।

ଶୁଣି ସମସ୍ତେ ଦଣ୍ଡବତ ହେଲେ

ହରଷେ ନୃପତି ଉଠି ବୋଇଲେ

।।

ଉଠ ଉଠ ବାବୁ ବହନ ଉଠ

ଆଜିଠାରୁ ଆମ୍ଭ ଚରଣେ ଖଟ

।।

ଶୁଣ ସମସ୍ତେ ହୋଇଲେ ହରଷ

ସେବା କରୁଥାନ୍ତି ନୃପତି ପାଶ

।।

ଏମନ୍ତ ତହିଁ କିଛିଦିନ ଗଲା

ଶୃଗାଳ ନୃପତି ବିଚାର କଲା

।।

ଥିଲେ ଏମାନେ ମୋହର ଅଗ୍ରତେ

ଚିହ୍ନି କରିନିକି ମାରନ୍ତେ ମୋତେ

।।

ଶୃଗାଳ ବୋଲିଣ ଯେବେ ଜାଣିବେ

ନୃପତିପଣ ମୋ ସରିବ ତେବେ

।।

ଏମାନେ କେହି ମୋ ପାଶେ ନଥାନ୍ତୁ

ଯେ ଯାହା ସୁଖେ ଦୂର ହୋଇଯାନ୍ତୁ

।।

ଏତେଭଳି ହୃଦେ କୋପ ବହିଲା

ଆତ୍ମୀୟମାନଙ୍କୁ ଅନ୍ତର କଲା

।।

ପ୍ରୀତି ଲୋକଙ୍କୁ କୋପଭର ହୋଇ

କତିରେ ଗୋଟିଏ ରଖିଲାନାହିଁ

।।

ଏମନ୍ତେ ସବୁ ଜନ୍ତୁମାନେ ଗଲେ

ସିଂହକୁ ଘେନିଣ ବିଚାରକଲେ

।।

ସିଂହ ବୋଇଲାହେ ସମସ୍ତେ ଶୁଣ

କେମନ୍ତ ବୁଝିଲ ରାଜାଙ୍କ ଗୁଣ

।।

ସେବକ ଲୋକ ଦୂର କରିଦେଇ

ଏକା ହୋଇକରି ବସେ କିମ୍ପାଇଁ

।।

ଶୃଗାଳ ପରାୟେ ଦିଶେ ତା ମୁଖ

ତୁମ୍ଭେମାନେ ମଣ କେମନ୍ତ ସୁଖ

।।

ଜନ୍ତୁ ଏ ବୋଇଲେ ଆମ୍ଭେ କିଜାଣୁ

ତୁମ୍ଭର କେମନ୍ତ ବିଚାର ଶୁଣୁ

।।

ସିଂହ ବୋଇଲା ହେ ଶୃଗାଳଗଣ

ଆମ୍ଭଠାରୁ ଶୁଣ ଏକ ବଚନ

।।

ଆଜିର ନିଶିରେ ସମସ୍ତେ ଯିବା

ରାଜାଙ୍କୁ ବେଢ଼ିଣ ବୋବାଳି ଦେବା

।।

ସେ ଯେବେ ନିଶ୍ଚେ ଶୃଗାଳ ହୋଇବ

ତୁମ୍ଭ ସହିତେ ବୋବାଳି ଛାଡ଼ିବ

।।

ଶୃଗାଳ ହୋଇଣ ନ କଲେ ରବ

ମୂର୍ଦ୍ଧନା ଫାଟି ତା ଜୀବନ ଯିବ

।।

ମୋର ଏ ବଚନ ଆନ ନୋହିବ

ଯୁଗେଯୁଗେ ଏହି କଥା ରହିବ

।।

ସେ ଯେବେ ତୁମ୍ଭ ସଙ୍ଗେ ଦେବ ରଡ଼ି

ଅବଶ୍ୟ ତାହାକୁ ମାରିବାବେଢ଼ି

।।

ପଶୁରାଜା ଯହୁଁ ଏହା ବୋଇଲା

ଏକଥା ସବୁରି ମନକୁ ଗଲା

।।

ବିଚାରୁ ବିଚାରୁ ପ୍ରବେଶ ରାତି

ସମସ୍ତେ ମିଳିଲେ ରାଜାଙ୍କ କତି

।।

ସବୁ ଶୃଗାଳ ଏକମୁଖ ହୋଇ

ବୋବାଇ ଉଠିଲେ ରାଜାଙ୍କୁ ଚାହିଁ

।।

ଶୃଗାଳମାନଙ୍କ ଶବଦ ଶୁଣି

ରାଜାହିଁ ବୋବାଇ ଉଠିଲେ ପୁଣି

।।

ଯେ ଯାହାର ଜାତି ସ୍ୱଭାବ ଗୁଣ

କାଳେ ତା ପ୍ରକାଶ ହୁଅଇ ଜାଣ

।।

ଯହୁଁ ରାବ ତାର ହେଲା ବ୍ୟକତ

ସମସ୍ତେ ବୋଇଲେ ଶୃଗାଳ ଏତ

।।

ମାରରେ ମାର ଝଟତିରେ ମାର

ଏ ହୋଇଛି ରାଜା ଆମ୍ଭ ଉପର

।।

ସିଂହ ଯେ ପାରୁଶେ ବସିଣ ଥିଲା

ରାଗରେ ଚାପଡ଼େ ପ୍ରହାର କଲା

।।

ତହିଁରେ ତାହାର ଛିଡ଼ିଲା ମୁଣ୍ଡ

ଭୂମିରେ ଲୋଟିଲା ଶୃଗାଳ ପିଣ୍ଡ

।।

ଆତ୍ମୀୟ ଲୋକଙ୍କୁ କଲାରୁ ଦୂର

ଦୀର୍ଘବୁଦ୍ଧି ଗଲା ଯମ ମନ୍ଦିର

।।

ତେଣୁକରି ଏବେ ଧର୍ମ ବିଚାର

ଆପଣା ଲୋକକୁ ଦୂର ନକର

।।

ଶ୍ରୀଜଗନ୍ନାଥଙ୍କ ଶରଣ ଯାଇ

ପ୍ରସ୍ତାବ ସିନ୍ଧୁ କୃଷ୍ଣ ଦାସ କହି

।।

ଏଥୁଅନନ୍ତରେ ସୁଜନେ ଶୁଣ

ଦୁଃଖୀମାନଙ୍କର କହିବା ଗୁଣ

।।

 

ପ୍ରବାସେ ଯସ୍ୟ ବର୍ଷୀୟାଂ ଯୌବନେ ଚ ଦରିଦ୍ରତା

ପ୍ରଥମ ପ୍ରଣୟେ ସ୍ତ୍ରୀଣାଂ ବିଚ୍ଛେଦ କଷ୍ଟମଭ୍ରତଂ ।

 

ବରଷାକାଳେ ଯେ ପ୍ରବାସ କରି

ସେ ପ୍ରାଣୀର କଷ୍ଟ କହୁନସରି

।।

ଯୁବାକାଳେ ଯେବା ଦରିଦ୍ର ହୋଇ

ଭୋଗେ ବଞ୍ଚିତ ହୋଇ କଷ୍ଟପାଇ

।।

ପ୍ରଥମ ସାକ୍ଷାତେ ଯୁବତୀ ସଙ୍ଗେ

ବିଚ୍ଛେଦ ଘଟିଲେ ଦଇବ ଯୋଗେ

।।

ଜାଣ ହେତୁକରି ଏ ତିନିକଥା

କଷ୍ଟବୋଲି ଲେଖିଅଛି ବିଧାତା

।।

 

ନଦୀତୀରସ୍ଥବୃକ୍ଷଶ୍ଚି ଶିଶୁହସ୍ତଗତଂ ଧନଂ

ଜାରପୁଂସରତା ନାରୀ ସ୍ୱଳ୍ପକାଳେ ବିନଶ୍ୟତି ।

 

ନଦୀକୂଳରେ ଯେଉଁ ବୃକ୍ଷ ଥାଇ

ସେ ବୃକ୍ଷ ଅଳପଦିନରେ ଯାଇ

।।

ବାଳୁତ ପୁଅଙ୍କ ହସ୍ତରେ ଧନ

ନ ଥାଇଟି କେବେ ବହୁତକ୍ଷଣ

।।

ଯେଉଁ ନାରୀ ଜାର ପୁରୁଷେ ରତା

ସେହି ନାଶଯାଏ ନିଶ୍ଚୟ କଥା

।।

ଯହିଁକି ଯାହା ଆବରଣମାନ

ସେକଥା କହିବା ଶୁଣ ସୁଜନ

।।

 

ସମୁଦ୍ରାବରଣ ପୃଥ୍ୱୀ ପ୍ରକାରାବଣ ଗୃହଃ

ନରେନ୍ଦ୍ରବରଣାଃ ଦେଶ ପୁରୁଷବରଣା ସ୍ତ୍ରୀୟ ।

 

ସପତସିନ୍ଧୁର ଅଗାଧ ବାରି

ସେ ଯେ ପୃଥିବୀକୁ ଅଛି ଆବୋରି

।।

ଯେବଣ ଗୃହରେ ପାଚେରୀ ଥାଇ

ସେ ପୁଣି ତାକୁ ଆବରଣ ହୋଇ

।।

ଦେଶକୁ ରାଜା ଆବରଣ ଭଲେ

ସ୍ତିରୀ ଆବରଣ ପୁରୁଷ ଥିଲେ

।।

ଯହିଁକି ଯାହା ଅଟଇ ଭୂଷଣ

ବିସ୍ତାରି କହିବା ରାଜନ ଶୁଣ

।।

 

ନକ୍ଷତ୍ର ଭୂଷଣଶ୍ଚନ୍ଦ୍ର ନାରୀଣାଂ ଭୂଷଣଂ ପତିଃ

ସ୍ୱଦେଶ ଭୂଷଣୋ ରାଜା ବିଦ୍ୟା ସର୍ବତ୍ରଭୂଷଣଂ ।

 

ନକ୍ଷତ୍ରମାନଙ୍କ ଭୂଷଣ ଚନ୍ଦ୍ର

ରାଜ୍ୟକୁ ଭୂଷଣଅଟେ ନରେନ୍ଦ୍ର

।।

ସ୍ତିରୀଙ୍କ ଭୂଷଣ ଅଟେ ନାୟକ

ବିଦ୍ୟା ଯେ ଭୂଷଣ ଜଗତଯାକ

।।

ଯହିଁକି ଅବା ଯେ ଦୀପ ଅଟଇ

କହିବା ଶୁଣ ସାବଧାନ ହୋଇ

।।

 

ଶର୍ବରୀଦୀପକଶ୍ଚନ୍ଦ୍ରଃ ପ୍ରଭାବ ରବିଦୀପକଃ

ତ୍ରୈଲୋକ୍ୟଦୀପକୋ ଧର୍ମଃ ସୁପୁତ୍ର କୁଳଦୀପକ ।

 

ଶର୍ବରୀ ବୋଲି ଯେ ରାତ୍ରିକୁ କହି

ଚନ୍ଦ୍ରମା ତହିଁକି ଦୀପ ଅଟଇ

।।

ପ୍ରାତଃକାଳରେ ରବି ଅଟେ ଦୀପ

ତ୍ରୈଲୋକ୍ୟର ଦୀପ ଧର୍ମସ୍ୱରୂପ

।।

ସୁପୁତ୍ର ଯାହାର ଘରେ ଜନ୍ମଇ

ତାହାର କୁଳଦୀପ ଅଟେସେହି

।।

ଯାହାକୁ ଯେହି ପ୍ରମାଣ କରିବା

ତାର ପ୍ରସ୍ତାବ ତୋ ଆଗେ କହିବା

।।

 

ଜଳପ୍ରମାଣଂ କୁମୁଦସ୍ୟ ନାଳଂ ବିଦ୍ୟାପ୍ରମାଣଂ ମୁଖଭାଷଣଂ ଚ

କୁଳପ୍ରମାଣଂ ବିନୟୋପଚାରଂ ତୃଣାନିଭୂମେ କଥାୟନ୍ତି ସାରଂ ।

 

କଥା କହିବାର ଶୁଦ୍ଧ ବଚନ

ଥିଲେ ଚିହ୍ନିବ ବିଦ୍ୟାବନ୍ତ ଜନ

।।

ଚିହ୍ନା ଅଚିହ୍ନାଦି ବନ୍ଧୁ କୁଟୁମ୍ବେ

ଦେଖି ଯେ ଜନ ବିନୟ ଆରମ୍ଭେ

।।

ସର୍ବଦା କରେ ପରଉପକାର

ଜାଣ ଉତ୍ତମକୁଳ ଅଟେ ତାର

।।

ଯେଉଁ ସରୋବରେ ଯେତେକ ଜଳ

ଜାଣିବା ଉପାଡ଼ି କୁମୁଦନାଳ

।।

ହାତେ ମାପିଲେ ତା ପ୍ରମାଣଜାଣି

ଭୂମି ଭଲମନ୍ଦ କହିବା ପୁଣି

।।

ଗ୍ରୀଷମ ୠତୁରେ ଭୂମିକି ଚାହିଁ

ଯେଉଁଠାରେ ତୃଣ ବହୁଳଥାଇ

।।

ଭୂମିମଧ୍ୟେ ସେହି ସାର ପ୍ରମାଣ

ଆବର କଥାଏ କହିବାଶୁଣ

।।

ଧୂର୍ତ୍ତଲକ୍ଷଣ ଯେ ଲୋକର ହୋଇ

ସେ କଥା ଶୁଣ ମୁଁ ଦେଉଛି କହି

।।

 

ମୁଖ ପଦ୍ମଦଳାକାରଂ ବାଚା ଚନ୍ଦନଶୀଳତଂ

ହୃଦୟ କର୍ତ୍ତରୀଯୁକ୍ତଂ ଏତର୍ତ୍ତ୍ୟୁଧୂର୍ତ୍ତଲକ୍ଷଣଂ ।

 

ମୁଖରେ ବଚନ ନ କହେ ତୁଟି

ହୃଦରେ କତୁରୀ ସମାନ କାଟି

।।

ବଚନ ଚନ୍ଦନ ଶୀତଳ କହେ

କୂଟ କପଟ ହୃଦେ ପୁରିଥାଏ

।।

ତେଣୁକରି ମୁହିଁ କହୁଛି ତୋତେ

ଏ ଲୋକ ଧୂର୍ତ୍ତ ନ ଯିବୁ ପରତେ

।।

 

ଧନୀ ଚ ରାଜବୈଦ୍ୟଶ୍ଚ ମୂର୍ଖଶ୍ଚ ସୂପକାରକଃ

ମନ୍ତ୍ରବାଦୀ କବିଶ୍ଚୈବ ଏଷୁ କୋପଂ ନ କାରୟେତ୍ ।

 

ଧନବନ୍ତ ହୋଇ ଯେବଣ ପ୍ରାଣୀ

ତାହାକୁ କୋପ ନକରିବ ପୁଣି

।।

ରାଜାକୁ କୋପ ନ କରିବ କେହି

ମୁର୍ଖେ ନ ଚାଲିବ ବଡ଼ିମା କହି

।।

ମନ୍ତ୍ରବାଦୀ ଅଟେ ଯେବଣ ଜନ

ତାଠାରେ ନୋହିବ କୂପିତମନ

।।

ସୂପକାରେ କୋପ କଲେଟି ଦୋଷ

ଭୋଜନ କାଳେ ଦେଇ ପାରେ ବିଷ

।।

କବିଙ୍କଠାରେ ନ କରିବ କୋପ

ପଦ ଯୋଡ଼ିଦେବେ ପାଇଲେ ତାପ

।।

ବୈଦ୍ୟକୁ କୋପ ନକରିବ ତିଳେ

ପ୍ରମାଦ ପଡ଼ିବ ଔଷଧ ଦେଲେ

।।

ଆବର କଥାଏ ଶୁଣ ବିସ୍ତାରି

ପ୍ରାଣୀକି ଯେହୁ ମନ୍ଦଚିନ୍ତା କରି

।।

ଯେଉଁ ଭାବେ ପ୍ରାଣୀ ନାଶକୁ ଯାଏ

ସେକଥା ମନରେ ବିଚାରୁଥାଏ

।।

 

ପିତୃବତ୍ ବାଚୟୋବାକ୍ୟା ମନୋଽହଂକାର ପୂରିତଂ

ଜ୍ଞତ୍ୱା ତଦ ବର୍ଜୟେନ୍ମିତ୍ରଂ ବିଷକୁମ୍ଭ ପୟୋମୁଖଂ ।

 

ହିଂସା ଅହଙ୍କାର ପୂରାଇ କାୟେ

ମୁଖରେ କହଇ ଅମୃତ ପ୍ରାୟେ

।।

ପୁତ୍ରକୁ ପିତା ଯେଉଁ ଭାବେ ଦେଖେ

ସେ ଭାବେ ବଚନ କହଇ ମୁଖେ

।।

ଭିତରେ କହେ ଆନ ପାଞ୍ଚଗୁଣ

କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ

।।

କୁମ୍ଭ ଗୋଟାକରେ ପୂରାଇ ବିଷ

ଉପରେ ଢ଼ାଙ୍କୁଣୀ ଦେଇ ଗୋରସ

।।

ଭିତରେ କି ଅଛି ଜାଣି ନ ପାରି

ସେ ଦୁଧ ଖାଇଲେ ଅବଶ୍ୟ ମରି

।।

ଏହି ପ୍ରକାରେ ଦୁଷ୍ଟ ଲୋକମାନେ

ପ୍ରାଣୀଙ୍କି ମାରନ୍ତି ଶୁଣ ସୁଜନେ

।।

ଯେବଣ ଲୋକର ଏତେ ଦୁର୍ଗୁଣ

ମିତ୍ର ହେଲେହେଁ କରିବ ବର୍ଜନ

।।

 

ଗୁଣିନା ସହଯୋଗେନ ନିର୍ଗୁଣୋଽପି ଗୁଣାୟତେ

ନିନ୍ଦିତଂ କୀଟମିଶସ୍ୟ ଚୂଡ଼ସ୍ଥା କୁସୁମୈ ସହ ।

 

ଗୁଣବନ୍ତ ସଙ୍ଗେ ପଡ଼ିଲେ ନର

ଅଗୁଣୀହିଁ ହୁଏ ଗୁଣୀ ପ୍ରକାର

।।

ଉତ୍ତମ ଗତିକି ପାଏ ସେ ପୁଣ

କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ

।।

ମଲ୍ଲୀଫୁଲ ସଙ୍ଗେ ଥିବାରୁ କୀଟ

ଲଭଇ କେମନ୍ତ ଫଳ ଗରିଷ୍ଠ

।।

ଉତ୍ତମ ସଙ୍ଗରେ ପ୍ରବେଶ ଯେଣୁ

ଦେବତାଙ୍କ ଶିରେ ବସିଲା ଯେଣୁ

।।

ସନ୍ଥଜନ ସଙ୍ଗେ ଯେ ସଙ୍ଗୀ ହୁଏ

ନିଶ୍ଚୟ ଉତ୍ତମ ଗତିକି ପାଏ

।।

ଦୁର୍ଜନଲୋକ ଯେ ଅଟଇ ଧୋବା

ସେ କିସ ଜାଣଇ ଦେବତା ସେବା

।।

ବୃକ୍ଷରୁ ସେ ପଟ ନିଅଇ କାଢ଼ି

ଖାରକରି ସବୁ ପକାଏ ପୋଡ଼ି

।।

ଅଶୁଦ୍ଧ ବସ୍ତ୍ରମାନଙ୍କରେ ଦେଇ

ହାଣ୍ଡିରେ ସିଝାଇ କାଚଇନେଇ

।।

ଦୁଷ୍ଟସଙ୍ଗେ ସନ୍ଥ ହୋଇଲେ ମେଳ

ନାଶକୁ ଯାଏଟି ସେ ତତକାଳ

।।

ଏମନ୍ତ ଭାବେଟି ସୁସଙ୍ଗ ଶୁଣ

ଉଶ୍ୱାସ ଲୋକର ସ୍ୱଭାବ ଶୁଣ

।।

 

ଲଘୁନ ସହ ସଙ୍ଗେ ଚ ଲଘୁତ୍ୱମୁପଜାୟତେ

ଯସ୍ନାତ୍ତୁମ୍ବୀ ପାକାଲମ୍ବୀ ଲୌହକଂ ପ୍ଲାବତେ ଜଳେ ।

 

ଲାଉ ଲଘୁଫଳ ଶାସ୍ତ୍ରରେ କହି

ଚଳକ ପାଣିରେ ଭାସଇ ସେହି

।।

ଲୁହା ସ୍ୱଭାବ ଗୁରୁଦ୍ରବ୍ୟ ଯେଣୁ

ଚଳକ ପାଣିରେ ବୁଡ଼ଇ ତେଣୁ

।।

ସେହି ଲୌହଦଣ୍ଡ ଲାଉତୁମ୍ବାରେ

ପୂରାଇ ତାହାକୁ ଅତି ଯତ୍ନରେ

।।

ଜଳରେ ମିଳିଲେ ଶୀଘ୍ରେ ଭାସଇ

ଲଘୁ ସଙ୍ଗେ ସଙ୍ଗୀହେବାରୁ ସେହି

।।

 

ମାତା ଶତ୍ରୁଃ ପିତା ବୈରୀ ଯେନ ବାଳୋ ନ ପାଠତଃ

ନ ଶୋଭତେ ସଭାମଧ୍ୟେ ହଂସମଧ୍ୟେ ବକ ଯଥା ।

 

ପୁତ୍ରକୁ ଯେହୁ ପାଠ ନ ପଢ଼ାନ୍ତି

ସେହି ପିତାମାତା ଶତ୍ରୁ ବୋଲନ୍ତି

।।

ସଭାରେ ବସିଲେ ନସ୍ଫୁରେ ବାଣୀ

ପାଠଶାସ୍ତ୍ର ସେହୁ ନଥାଏ ଜାଣି

।।

ପଢ଼ିଲା ଲୋକ ରାଜହଂସ ତୁଲ୍ୟ

ମୁର୍ଖଲୋକ ବକସଙ୍ଗରେ ତୁଲ୍ୟ

।।

ଏଣୁକରି ପାଠ ନ ପଢ଼େ ଯେହୁ

ପିତାମାତାଙ୍କର ବଇରୀ ସେହୁ

।।

ଆବର କଥାଏ କହିବା ଶୁଣ

ସାବଧାନହୋଇ ଶୁଣ ରାଜନ

।।

 

ଦୁର୍ଭିକ୍ଷେ କୃଷକେ ଜେତା ଗୃହୀଷୁ ଧେନୁରକ୍ଷବଃ

ସ୍ୱାମୀରକ୍ଷାସୁ ଯ ସାଧ୍ୱୀ ବିଦ୍ୟାବସ୍ତ୍ରେ ଚ ସଂସତ୍ୱ ।

 

ଯେଉଁଲୋକ କୃଷି ବହୁତ କରେ

ଦୁର୍ଭିକ୍ଷ ତାହାକୁ ଘଟି ନପାରେ

।।

ଧେନୁ ଯାହାର ଗୃହେ ରହିଥାଇ

ଅତିଥି ଲୋକକୁ ଜିଣଇ ସେହି

।।

ଯେଉଁ ଯୁବତୀ ଗୃହସ୍ଥକୁ ଜିଣେ

ଧନ ସଞ୍ଚିଥାଇ ଚତୁରପଣେ

।।

ଦଇବ ଯୋଗରେ ସମ୍ପତ୍ତି ଶେଷେ

ଧନଦେଇ ସେ ଗୃହସ୍ଥକୁ ପୋଷେ

।।

ତେଣୁକରି ତାକୁ ଜିଣିଲା ନାରୀ

ଗୃହସ୍ଥ ତାହାକୁ ତୁଟି ନପାରି

।।

ଆବର କଥାଏ କହିବା ଶୁଣ

ସଭାରେ ଯେ ଲୋକ ଜିଣଇ ପୁଣ

।।

ବସ୍ତ୍ର ଶାସ୍ତ୍ର ଏ ଦୁଇକଥା ଥିଲେ

ସେ ଲୋକ ସଭାରେ ଜିଣଇଭଲେ

।।

 

ନ ଚ ଭାର ସମର୍ଥସ୍ୟ ନ ଦୂରଂ ବ୍ୟବସାୟିନାଂ

ନ ବିଦେଶୋ ବୁଧନାଂ ଚ କା ପ୍ରୀତି ଦୁର୍ଜନେ ଖଳେ ।

 

ସମର୍ଥ ଲୋକର ଯେଉଁ ବିଧାନ

ସେକଥା କହିବା ଶୁଣ ସୁଜନ

।।

ବୋଝ ଭାରାଦି ସେ ଆଣଇ ଯାହା

କିଞ୍ଚିତ ପ୍ରକାରେ ମଣଇ ତାହା

।।

ଦୂରେ ଯେଉଁଲୋକ ବେଉସା କରି

ବାଢ଼ିଦେଇ ଜଗିଥାଇ ଆବୋରି

।।

ଆୟକରି ଆଣି ଥୁଅଇ ଘର

ସେ ତାକୁ କିଛିହିଁ ନୁହଇ ଦୂର

।।

ପାଠଶାସ୍ତ୍ର ଥିବ ଯାହାର ତହିଁ

ସେହି ପ୍ରବାସେ ରାଜପୂଜାପାଇ

।।

ପ୍ରିୟ ଅପ୍ରିୟ ସମସ୍ତ ଲୋକରେ

ଅପ୍ରୀତି ପ୍ରୀତି ଭେଦନାହିଁ ତାରେ

।।

ଜଗତେ ସେ ଲୋକରୁହା ଏ କୀର୍ତ୍ତି

ଶତ୍ରୁ ମିତ୍ର ନାହିଁ ସବୁଠି ପ୍ରୀତି

।।

 

ରୂପ ଯୌବନସମ୍ପନ୍ନା ବିଶାଳ କୁଳସମ୍ଭବାଃ

ବିଦ୍ୟାହୀନ ନ ଶୋଭନ୍ତେ ନିର୍ଗନ୍ଧାଇବ କିଂଶୁକାଃ

 

ରୂପ ଯୌବନ ସମ୍ପନ୍ନା ହୋଇବ

ଉତ୍ତମ କୁଳରେ ଜନମିଥିବ

।।

ବିଦ୍ୟା ଯେବେ ତାର ଦେହେ ନ ଥାଏ

ସେ ଲୋକ ପଲାଶ ପୁଷ୍ପର ପ୍ରାୟେ

।।

ଗନ୍ଧ ଆଉ ବାସ ନ ଥାଏ ତାର

ଦୃଷ୍ଟିକୁ ଦିଶଇ ଅତି ସୁନ୍ଦର

।।

ପାଠ ଶାସ୍ତ୍ର ଯାର ହୃଦରେ ଥାଇ

ବିଦ୍ୟା ପ୍ରସାସେ ରାଜପୂଜା ପାଇ

।।

ପାଠଶାସ୍ତ୍ର ଯାର ନାହିଁ ହୃଦର

ପାପକୁ ତାର ନ ଥାଏଟି ଡର

।।

ସେହି ପାପକଲେ ଯେମନ୍ତହୋଇ

ସେକଥା ଶାସ୍ତ୍ର ଦେଉଥାଏ କହି

।।

 

ଶତ ପାପେ ଖଞ୍ଜକୁବ୍‌ଜୈ ମୁକଃ ସହସ୍ର କିଳ୍‌ବିଷେ

ଅୟୁତେ ବଧିରୋଽପିସ୍ୟାତ୍ କୁଷ୍ଠୀ ଲକ୍ଷାଂହ୍ୟଶୀତି ଚ ।

 

ଶଏପାପରେ ଛୋଟା କୁଜାହୋଇ

ସହସ୍ର ପାପେ ମୁଖନ ଫିଟଇ

।।

ଅଇବ୍ରତେ ପାପ କରଇ ଯେବେ

ଶ୍ରବଣ ବଧିର ହୁଅଇ ତେବେ

।।

ଲକ୍ଷେ ପାପକଲେ ଶରୀର ମନ୍ଦ

କୋଟିଏ ପାପରେ ଲୋଚନ ଅନ୍ଧ

।।

ବେନିକୋଟି ପାପ ଅର୍ଜଇ ଯେବେ

ପ୍ରାଣୀ ଅପୁତ୍ରିକ ହୁଅଇ ତେବେ

।।

ଲକ୍ଷ ଲକ୍ଷ ପାପ ଯାହାର ଥାଏ

କୁଷ୍ଠରୋଗ ତାର ଦେହରେ ହୁଏ

।।

 

ନିର୍ଲ୍ଲୋଭୀ ପୁଣ୍ୟବାଂଲ୍ଲୋକେ ତସ୍ୟ ବୈକୁଣ୍ଠମାଶ୍ରମଂ

ଧନୁଜ୍ୟାସନଜମ୍ବୁକ ଇବ ଲୋଭୀ ଭବେନ୍ନରଃ ।

 

ପୁଣ୍ୟବନ୍ତକୁ ଯେ ବୈକୁଣ୍ଠେବାସ

ପାପୀମାନେଯାନ୍ତି ଲୋଭରେ ନାଶ

।।

ଏକଥା ବିସ୍ତାରି କହିବା ପୁଣ

କାହିଁ ଦେଖିଲା ଦୃଷ୍ଟାନ୍ତରଶୁଣ

।।

କାଳାନ୍ତକ ନାମେ ଏକ ଶବର

ଜନ୍ତୁମାରି ନିତ୍ୟେ ଭୋଜନ ତାର

।।

ଅନେକ ପାପ ସେ ଅର୍ଜିଲା ଯେଣୁ

ମରଣ ପ୍ରାପତ ହୋଇଲା ତେଣୁ

।।

ଏକ ଦିନକରେ ସେ ଶସ୍ତ୍ରଧାରୀ

ଜଳଘାଟକୁ ଗଲା ଜୀବମାରି

।।

ଧନୁରେ ନାରାଚ ପୂରାଇ ରୋଷେ

ରହିଲା ବୃକ୍ଷ ଗୋଟାକର ପାଶେ

।।

ଏହି ସମୟେ ଶୂକର ଅଇଲା

ତୃଷାର୍ତ୍ତ ହୋଇଣ ଜଳ ଖାଇଲା

।।

ତାହା ପାଶେ ପୁଣ ମୃଗେକ ଆସି

ତୃଷାର୍ତ୍ତ ହୋଇଣ ଜଳରେ ପଶି

।।

ବରାହ ପାଖରେ ପିଉଛି ପାଣି

ଶବର ନାରାଚ ବିନ୍ଦିଲା ଟାଣି

।।

ମୃଗ ଲକ୍ଷ୍ୟକରି ବିନ୍ଧନ୍ତେ ଶର

ପଡ଼ିଲା ଯାଇଁ ବରାହ ଉପର

।।

ନାରାଚ ବାଜନ୍ତେ ବିକଳ ହୋଇ

କୋପଭରେ ଦେଲା ମୃଗକୁ ଚାହିଁ

।।

ବୋଇଲା ଏଥେ କେହି ନାହାନ୍ତି ନା

ଏହି ମୃଗ ମୋତେ ମାରିଲା ସିନା

।।

ଏତେବୋଲି ଦନ୍ତେ ପ୍ରହାର କରି

ମୃଗକୁ ଶୂକର ଦେଲା ସଂହାରି

।।

ହରିଣକୁ ମାରି ବରାହ ମଲା

ବିଧାତା ପୁରୁଷ ଏମନ୍ତ କଲା

।।

ଏଣେ ଯେ ଶବର ଥିଲାକ ବସି

ସର୍ପ ଦଂଶିଲା ତା ଚରଣେ ଆସି

।।

 

ଧନୁଷି ଶବରଶ୍ଚୈବ ନଷ୍ଟ ସର୍ପ କୁବୁଦ୍ଧିନା

ବନାଦାଗତ୍ୟ ଦୁଷ୍ଟ୍ୱାତନ ଜମ୍ବୁକୋ ହର୍ଷମାଗତଃ ।

 

ଦେଖି ଶବର ମନେ କଲା ତାପ

ଧନୁବାଡ଼ି ଘେନି ପିଟିଲା ସାପ

।।

ସର୍ପହିଁ ମଲା ଶବରହିଁ ମଲା

ଶୃଗାଳ ଗୋଟାଏ ବନୁ ଅଇଲା

।।

ମୃତ ଜନ୍ତୁକୁ ସେ ଦେଖିଲା ଯେଣୁ

ମନରେ ହରଷ ଲଭିଲା ତେଣୁ

।।

 

ଏକମାସଂ ନରୋଯାତି ଦୌମାସୌ ମୃଗାଶୂକରୌ

ଅପରେ ଦିନଂ ଯାତି ଅଦ୍ୟ ଭକ୍ଷ୍ୟୋ ଧନୁର୍ଗୁଣୋ ।

 

ହୃଦରେ ଶୃଗାଳ କଲା ବିଚାର

ବୋଇଲା ବଞ୍ଚିବି ଅନେକ କାଳ

।।

ଯେଉଁ ଶବ ଅଛନ୍ତି ମୃତହୋଇ

ମାସକେ ବଞ୍ଚିବି ଏହାକୁ ଖାଇ

।।

ମୃଗ ଶୂକର ଯିବେ ବେନିମାସ

ସର୍ପକୁ ଖାଇବି ଏକ ଦିବସ

।।

ମନରେ ବିଚାରି ବୋଲୁଛି ପୁଣ

ଧନୁରେ ଲାଗିଛି ଚର୍ମର ଗୁଣ

।।

ଏହାକୁ ଭକ୍ଷିବି ଆଜକ ଯାଉ

ସୁସଞ୍ଚ ପଦାର୍ଥ ପଛକୁ ଥାଉ

।।

 

ଲୁବ୍‌ଧେନ ଜମ୍ବୁକେନାଶୁ ଧନୁଷୋଽଗ୍ରସମୀପଗଂ

ଗୁଣଂ ଭୁକ୍ତ୍ୱା ତୁ ତଚ୍ଛିନ୍ନେ ଉତ୍ତ୍ୟାଜ ପ୍ରାଣମଞ୍ଜୁଷା ।

 

ଏତେ ବୋଲି ଗୁଣ ଟାଣନ୍ତେଧରି

ଛିଡ଼ିଲା ସେ ଘୋର ଶବଦ କରି

।।

ଧନୁହୁଳ ଯାଇ ବସିଲା କଣ୍ଠେ

ଶୃଗାଳ ବୋବାଳି ଛାଡ଼ିଲା ଆଣ୍ଟେ

।।

ଛଟପଟ ହୋଇ ଜୀବନ ଗଲା

ବିଧାତା ବିଧାନ ଘଟନା ହେଲା

।।

 

ଅବଶ୍ୟ ଭାବିନୋ ଭାବ ଭାବନ୍ତି ମହତାଦପି

ଗଗ୍ନତ୍ୱଂ ନୀଳକଣ୍ଠସ୍ୟ ମହାଽହିଶୟନଂ ହରେ ।

 

ଯହିଁ ଯାହାକୁ ଥାଏ ଯେଉଁ ଯୋଗ

ମୃତ୍ୟୁ ଆଦିକରି ବନ୍ଧନ ଭୋଗ

।।

ଯାହାକୁ ଯହିଁରେ ପ୍ରାପତ ଶିରୀ

କର୍ମ ନିଏ ତାକୁ ଗଳଥା ମାରି

।।

ଯାହାକୁ ଯହିଁ ଥାଏ ଦୁଃଖ କଷ୍ଟ

ବିଧାତା ତହିଁକି କଢ଼ାଏ ବାଟ

।।

କର୍ମ ତହିଁକି ଅଧିକାରୀ ହୋଇ

ବେକେ ହସ୍ତ ଦେଇ ଘେନିଣଯାଇ

।।

ଦେଖ ଦିଗମ୍ବର ଗିରିଜା ସାଇଁ

ସର୍ପ ଆସନରେ ଶ୍ରୀହରି ଶୋଇ

।।

ତାଙ୍କୁ ବା ଅପୂର୍ବ କେବଣ କଥା

ଅବଶ୍ୟ ଭାବିକି ନକଲେ ବୃଥା

।।

 

ଦୈବଂବଳମବଶ୍ୟଂ ତୁ ଭୁଞ୍ଜନ୍ତି ପ୍ରାଣିନଶ୍ଚିରଂ ।

କର୍ତ୍ତ୍ୱ ତଦନଂଥା କୋଽଅପି ନ ଭବେପ୍ରାଣି ସଂକୁଳେ ।।

 

ଦଇବ ବୋଲିଣ ଅଛଇ ଜଣେ

ତାହାକୁ ପଥର ଘରହିଁ କ୍ଷଣେ

।।

ସେ ଯେବେ ଅବଳ ହୋଇ ପ୍ରାଣୀଙ୍କି

କେହି ତାହାକୁ ନ ପାରନ୍ତି ରଖି

।।

ଏଥକୁ ଅପ୍ରତେ ନକର ପୁଣ

ଫେଡ଼ି କହିବା ଦୃଷ୍ଟାନ୍ତକୁ ଶୁଣ

।।

 

ମାତାପୁତ୍ରେ ବିଷଂ ଦଦ୍ୟାତ୍ପିତା ଚେଦ୍‌ବିକ୍ରୟେତ୍ ସୁତଂ ।

ରାଜା ଚେଦ୍ଧରତେ ସର୍ବଂ ତତ୍ରକା ପରିବେଦନା ।।

 

ମାତା ଯେବେ ଦେବ ପୁତ୍ରକୁ ବିଷ

କେବା ତାହାକୁ କରିପାରେ କିସ

।।

ପୁତ୍ରକୁ ଯେବେଟି ବିକିବ ବାବୁ

ରାଜା ହୋଇ ଯେବା ହରିବ ସବୁ

।।

ଏ ଦୁଃଖ କାହାକୁ କହିବ ଯାଇଁ

ଅଦୃଷ୍ଟ ବୋଲିଣ ଆଦରି ଥାଇ

।।

ଆବର କଥାଏ କରିବ ବୋଧ

ଯେଉଁଦ୍ରବ୍ୟ ହୁଏ ଯେମନ୍ତ ଶୁଦ୍ଧ

।।

 

ଭସ୍ମନା ଶୁଦ୍ଧଂ କାଂସ୍ୟ ତାମ୍ର ଅମ୍ଲେନ ଶୁଦ୍ଧ୍ୟତେ ।

ରଜସା ଶୁଦ୍ଧ୍ୟତେ ନାରୀ ନଦୀ ବେଗେନ ଶୁଦ୍ଧ୍ୟତେ ।।

 

ଭସ୍ମ ଘେନି କାଂସ୍ୟ ମାଜିଲେ ଭଲେ

ତମ୍ବା ଶୁଦ୍ଧହୁଏ ଆମ୍ବିଳ ଦେଲେ

।।

ସ୍ତିରୀ ଶୁଦ୍ଧ ବୋଲି କେମନ୍ତ କହି

ମାସକୁ ମାସ ରଜବତୀ ହୋଇ

।।

ନଦୀ ଶୁଦ୍ଧବୋଲି କେମନ୍ତେ ଜାଣି

ବେଗହୋଇ ଯେବେ ବହଇ ପାଣି

।।

ସବୁ ନଦୀରେ ନ ଶୁଖଇ ଧାର

ସେ ନଦୀ ପବିତ୍ର ବୋଲି ବିଚାର

।।

 

ବିଷବଦ୍‌ଜନୀ ଯାତ୍ରା ବିଷବ ଦ୍ରାଜସେବନଂ ।

ବିଶ୍ୱାସୋ ଯୁବତୌ ତବ୍ଦବ୍ରେଗସଞ୍ଚୟନଂ ତଥାଃ ।।

 

ନିଶାରେ ଗମନ ଦୁର୍ଗମ କଥା

ବିଷପ୍ରାୟ ମଣି ପାଇବ ବ୍ୟଥା

।।

ରାଜାକୁ ମନରେ ପାଇବ ଭୟ

ତାହା ମଣିଥିବ ବିଷର ପ୍ରାୟ

।।

ସ୍ତିରୀଙ୍କି ବିଶ୍ୱାସ ନ ଯିବ କେହି

ବିଷପ୍ରାୟ ମଣିଥିବଟି ତହିଁ

।।

ବ୍ୟାଧିର ଆଉ ନ ଥୋଇବଶେଷ

ତାହା ମଣିଥିବ ଯେସନେ ବିଷ

।।

 

ଲାଳୟେତ୍ ପଞ୍ଚବର୍ଷାଣି ଦଶବର୍ଷାଣି ଡାଡ଼ୟେତ୍

ସଂପ୍ରାପ୍ତୋ ଷୋଡ଼ଶେ ବର୍ଷେ ପୁତ୍ର ମିତ୍ର ବଦାଚରେତ୍ ।

 

ବାଳୁତ ପୁଅଙ୍କ ଚରିତ ଆଞ୍ଚ

ତାହାକୁ ପାଳିବ ବରଷ ପାଞ୍ଚ

।।

ଛଅ ବରଷରୁ ପନ୍ଦର ଯାଏ

ଆକଟ କରିବ ବଇରୀ ପ୍ରାୟେ

।।

ଷୋଳ ବରଷ ପଶିଲେ ତେଣିକି

ପୁତ୍ରେ ମିତ୍ର ସମ ବୁଝିବ ନିକି

।।

କହୁଥିବ ତାକୁ ମଧୁର ବାଣୀ

ଯେମନ୍ତ ପ୍ରକାରେ ତାହାକୁ ଜିଣି

।।

କୁଟୁମ୍ବ ଭାରତା ଉପରେ ଦେବ

ଆପଣେ ଅଲଗା ହୋଇ ରହିବ

।।

ତେବେ ସେ ପୁତ୍ରକୁ ଲାଗିବ ବ୍ୟଥା

ଶାସ୍ତ୍ରରେ ରହିଛି ଏମନ୍ତ କଥା

।।

 

ଅଜରାମରବତ୍ ପ୍ରାଜ୍ଞୋ ବିଦ୍ୟାମର୍ଥଂ ଚ ଚିନ୍ତୟେତ୍

ଗୃହୀତଇକ କେଶେଷୁ ମୃତ୍ୟୁନା ଧର୍ମମାଚରେତ୍ ।

 

ଧର୍ମ ବିଦ୍ୟା ବୋଲି ବୋଲିଛି ଯାହା

ଅଜରାମର ପରି ସଞ୍ଚିବ ତାହା

।।

ଅମର ପଦକୁ ଯେମନ୍ତେ ପାଞ୍ଚି

ଧନ ବିଦ୍ୟା ସେହି ପ୍ରକାରେ ସଞ୍ଚି

।।

ମରଣ ତେଣେ ଟାଣୁଅଛି କେଶ

ତେହ୍ନେ ବଣିକର ଧର୍ମର ଆଶା

।।

ଛାଡି ଭଲ ମନ୍ଦ ଧର୍ମ ଆଚର

କିଛିହିଁ ନୁହଇ ଜୀବନ ଛାର

।।

ପ୍ରାଣ ଗଲାଠାରୁ ସରଇ ଦୁଃଖ

ପଛନ୍ତେ ଲୋଡ଼ିଲେ ପାଇ କି ସୁଖ

।।

 

ଶୁକ୍ଲତାନଞ୍ଜନସ୍ୟେତି ପଣ୍ଡିତସ୍ୟ ନ ମୁର୍ଖତା

ନ ସ୍ଥୈର୍ଯ୍ୟଂ ଯୁବତୀସ୍ତ୍ରୀଣାଂ ସଂସ୍କୃତଂ ଯଥାଂ ତଥା ।

 

ଅଞ୍ଚନ କଳା ଯେ ସହଜେ ହୁଏ

କଉଣିସିକାଳେ ଶୁକଳ ନୋହେ

।।

ବହୁତ ବିଦ୍ୟା ଯେ ପଢ଼ିଣ ଥାଇ

ସେ ଲୋକର ମୂଢ଼ଭାବ ନୁହଇ

।।

ଯୁବତୀର ମନ ନୁହଇ ସ୍ଥିର

ସ୍ୱଭାବେ ପ୍ରକୃତି ଚଞ୍ଚଳ ତାର

।।

ମୁର୍ଖ ପ୍ରାଣୀ ଯେଉଁ ବଚନ କହେ

ତାହାର ଭାଷା ଯେ ସଂସ୍କୃତ ନୁହେ

।।

ସୁବିଚାର କରି କାର୍ଯ୍ୟ ଯେ କରେ

ବିପତ୍ତି ତାହାକୁ ଲଙ୍ଘି ନପାରେ

।।

ଏଥକୁ ଅପ୍ରତେ ନ କର ପୁଣ

ଫେଡ଼ି କହିବା ଦୃଷ୍ଟାନ୍ତର ଶୁଣ

।।

 

ବ୍ୟାଧିହୀନ ଶରୀରସ୍ୟ ବ୍ୟାଧେଭୀତିରନଙ୍ଗଳା

ହିତ୍ୱାପୁଣ୍ୟଂ କଳ୍ମଷସ୍ୟା ଶ୍ରୟେ ନିୟମମଶ୍ନୁତେ ।

 

ରୋଗ ନଥାଇଟି ଯେବଣ ଦେହ

ବ୍ୟାଧି ତାହାକୁ କି କରିବ କହ

।।

ତେଣୁକରି ଆଗ ଭଲ ବିଚାରି

ଅସାର ପଦାର୍ଥ ପଛକୁ କରି

।।

ଭଲ ମନ୍ଦ ଦୁଇକଥା ବିଚାର

ପାପ ପୁଣ୍ୟ ଏହି ଦୁଇପ୍ରକାର

।।

ଭଲ ପଦାର୍ଥମାନ ଆଗ ଖାଇ

ଅସାର ପଦାର୍ଥ ପଛକୁ ଥେଇ

।।

ଏଥକୁ ସଂଶୟ ଫେଡ଼ିବା ପୁଣ

କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ

।।

ବିଧାତା ହୋଇ ଯେ ଏକବ୍ରାହ୍ମଣୀ

ସମୟେକ ମୃତ୍ୟୁ ପାଇଲା ପୁଣି

।।

ଯମଦୂତେ ତାକୁ ବାନ୍ଧିଣ ନେଲେ

ଯମରାଜା ପାଶେ ପ୍ରବେଶ କଲେ

।।

ଦେଖି ଜନ୍ତୁପତି ମନେ ହରଷ

ଚିତ୍ରଗୁପତକୁ ଡାକିଲେ ପାଶ

।।

ବୋଇଲେ ତୁମ୍ଭେ ଶୁଣହେକରଣ

ଏ ରାଣ୍ଡୀ ବ୍ରାହ୍ମଣୀ ହିସାବ ଆଣ

।।

ବିଧବା ହୋଇଯେ ଛାଡ଼ିଲା ଦେହ

ପାପ ପୁଣ୍ୟକଥା ବିଚାରି କହ

।।

ରାଜାଙ୍କ ବଚନ କରଣ ଶୁଣି

ଛାମୁରେ ହିସାବ ଫେଡ଼ିଲା ଆଣି

।।

ବୋଇଲେ ଶୁଣିମା ଜନ୍ତୁନାୟକ

ଏ ରାଣ୍ଡୀବ୍ରାହ୍ମଣୀ ଉତ୍ତମଲୋକ

।।

ପଇଡ଼ପଣା ପାଣିଛତ୍ରମାନ

ଦରିଦ୍ରଲୋକଙ୍କୁ କରିଛି ଦାନ

।।

ଭୋକୀ ଲୋକଙ୍କୁ ଅନ୍ନଦାନ ଦେଲା

ଦେଲିବୋଲି ମନେ ଗରବ କଲା

।।

ଏଥକୁ କିଞ୍ଚିତ ଲାଗିଲା ଦୋଷ

ପାତକ ଅଳପ ପୁଣ୍ୟ ବିଶେଷ

।।

ପୁଣ୍ୟ ତିନିଭାଗେ ପାତକ ଭାଗେ

କିସ ଭୁଞ୍ଜିବ କହ ଆମ୍ଭ ଆଗେ

।।

କରଣ ବାଣୀ ଜନ୍ତୁପତି ଶୁଣି

ବ୍ରାହ୍ମଣୀକି ଚାହିଁବୋଇଲେବାଣୀ

।।

ତୁଗୋବିପ୍ରନାରୀ ଯେ ଦାନଦେଲୁ

ଦେଲୁ ବୋଲି କିମ୍ପା ଗରବକଲୁ

।।

ତେଣୁକରିଦୋଷଲାଗିଲା ତୋତେ

ଏବେ କିବିଚାର କହଗୋମୋତେ

।।

ପୁଣ୍ୟ ତିନିଭାଗେ ଭାଗେ ପାତକ

ତେଣୁକରି ତୋରଦୋଷ ଏତେକ

।।

ଆଗକରି ଏବେ ଭୁଞ୍ଜିବୁ କାହା

ଆମ୍ଭଆଗେ ଫେଡ଼ି କହନି ତାହା

।।

ବ୍ରାହ୍ମଣୀ ବୋଇଲା ଶୁଣଗୋ ସାଇଁ

ଅଳପ ପାତକ କରିଛି ମୁହିଁ

।।

ଏତକ ପାପ ମୁଁ ଭୁଞ୍ଜିବି ଆଗ

ପଛେ ପାଇବି ପୁଣ୍ୟସୁଖ ଭାଗ

।।

ବ୍ରାହ୍ମଣୀ ବଚନ ଶୁଣିଣ ଯମ

ବୋଇଲା କଲାଏଅସାରକର୍ମ

।।

ଯାହା ଲୋଡ଼ିଲା ସେହି ଗତି ପାଇ

ସର୍ପ ହୋଇ ମର୍ତ୍ତ୍ୟେ ଜନମ ହେଉ

।।

ସର୍ପକରି ମର୍ତ୍ତ୍ୟେ ଜନମ କଲେ

ଏମନ୍ତ ଗତି ବ୍ରାହ୍ମଣୀକିଦେଲେ

।।

ଚରିବୁଲି ଚଉଦିଗକୁ ଯାଏ

ବେଙ୍ଗ ଇନ୍ଦୁର ଯାହାପାଏ ଖାଏ

।।

ଜନ୍ତୁ ମାରି ପାପ ଅନେକ କଲା

ପୁଣିଗୋଧନ ଗୋଟିଏ ଦଂଶିଲା

।।

ଏବେ ବିପ୍ରନାରୀ ସ୍ୱଭାବେ ରାଣ୍ଡ

ଗୋରୁ ହତ୍ୟାକରି ପାଇଲାଦଣ୍ଡ

।।

ପାପରେ ପାପ ବର୍ଦ୍ଧମାନ ହୋଇ

କୁମ୍ଭୀପାକରେ ସେ ପଡ଼ିଲାଯାଇ

।।

ଧନୁଗୁଣ ଖାଇ ଶୃଗାଳ ମଲା

ଏହି ସେହିଭାବେ ବିଚାର କଲା

।।

 

ବୁଦ୍ଧିର୍ଯସ୍ୟ ବଳଂ ତସ୍ୟ ନିର୍ବୁଦ୍ଧେଶ୍ଚ କୁତଃ ବଳଂ

ବୁଦ୍ଧିମାନ ଜୟତେ ଶତ୍ରୁନ୍ନିର୍ବୁଦ୍ଧିରପମାକରକଃ ।

 

ବୁଦ୍ଧିଥିଲା ଲୋକ ଶ୍ରୀମନ୍ତ ହୁଏ

ବୁଦ୍ଧି ନଥିଲେ ନାନାଦୁଃଖପାଏ

।।

ସୁବୁଦ୍ଧି କୁବୁଦ୍ଧି ଏ ବେନିଜନେ

କୁବୁଦ୍ଧି ପାତକ ସୁବୁଦ୍ଧି ପୁଣ୍ୟ

।।

ବୁଦ୍ଧି ନଥିଲେଯେ ସହଜେ ହାରି

ବୁଦ୍ଧିବଳେ ହୁଏ ଶତ୍ରୁକୁ ମାରି

।।

ଏଥକୁ ସଂଶୟ ନକର ପୁଣ

ଫେଡ଼ି କହିବା ଦୁଷ୍ଟାନ୍ତକୁ ଶୁଣ

।।

ବଣ୍ୟୋଦର ନାମେ ଏକ କାନନ

ପଶ୍ଚିମଦିଗରେ ଅଛି ସେ ବନ

।।

ସେ ବନ ଭିତରେ ଏକ ପୋଖରୀ

ଦିବ୍ୟଜଳ ତହିଁ ଅଛଇ ପୂରି

।।

ସେ ଜଳ ଭିତରେ କୁମ୍ଭୀର ଘର

ଜନ୍ତୁମାରି ନିତି କରେ ଆହାର

।।

ତୃଷାରେ ଯେ ଜନ୍ତୁ ପାଣିକି ଯାଏ

ତୁଠ ଜଗି ଗ୍ରାହ ସବୁଙ୍କୁ ଖାଏ

।।

ବାହୁଡ଼ି ଆଉ ସେ ନଚାଲେ ବାଟ

ଏମନ୍ତେ ଅଇଲା ଏକ ମର୍କଟ

।।

ତୃଷାର୍ତ୍ତ ହୋଇଣ ତୁଠକୁ ଗଲା

ଯିବାର ପହଣ୍ଡମାନ ଦେଖିଲା

।।

 

ଗତାନି ଗତପାଦାନି ଆଗତାନି ନ ଦୃଶ୍ୟତେ

ଏତତ୍‌ କାରଣମଜ୍ଞାତ୍ୱା ନ ଜାମ ଜଳ ସନ୍ନିଧେ ।।

 

ବାହୁଡ଼ିବା ପାଦ ନ ଦେଖି କିଛି

ମନେ ମନେ କପି ବିଚାରୁଅଛି

।।

ଯିବାର ଚରଣ ପଡ଼ିଛି ଭୂଇଁ

ଆସିବା ଚରଣ କିଛିହିଁ ନାହିଁ

।।

ନିଶ୍ଚୟ ଏ ଜଳେ ଅଛି ବିପଦ

ପଥିକମାନଙ୍କୁ କରୁଛି ବଧ

।।

ମୁଁ ଯେବେ ଏଥିରୁ ପିଇବି ପାଣି

ବାହୁଡ଼ି ଆଉ ନ ଆସିବି ପୁଣି

।।

ଏମନ୍ତେ ବାନର ସେଠାରୁ ଗଲା

ବାଉଁଶର ନଳୀ ଗୋଟିଏ କଲା

।।

 

ନଳେନ ପିୟତେ ବାରି ଲଭ୍ୟତେ ରତ୍ନ ମାଳିକା

ଉପାୟେ ଶତ୍ରୁସଂହାରଂ କାରୟେନ୍ମିତ୍ରରକ୍ଷଣଂ ।

 

ପୋଖରୀ ତୁଠରେ ବୃକ୍ଷରେ ବସି

ପାଣିରେ ନଳକୁ ବୁଡ଼ାଇ ଶୋଷି

।।

ବୁଦ୍ଧିର ପ୍ରସାଦେ ତୃଷାହିଁ ଗଲା

ସେ ବୃକ୍ଷ ଉପରେ ଯେ ଫଳଥିଲା

।।

ତାହା ଭୋଜନ କରି ହୋଇ ତୁଷ୍ଟ

ସେ ବୃକ୍ଷେ ବସି ରହିଲା ମର୍କଟ

।।

ପଥିକମାନଙ୍କୁ ଡାକି କହଇ

ଏହି ଜଳରେ କୁମ୍ଭୀର ଅଛଇ

।।

ତୁମ୍ଭେମାନେ ଏଥୁଜଳ ନ ପିଅ

ପ୍ରାଣନେଇ ଗୃହେ ବାହୁଡ଼ିଯାଅ

।।

ମର୍କଟ ମୁଖରୁ ଏସନ ଶୁଣ

କେହି ସେ ସରୁ ନ ପିଇଲେପାଣି

।।

ଏମନ୍ତ କେତେହେଁ ଦିନକ ଗଲା

କୁମ୍ଭୀର ମନରେ ବିଚାର କଲା

।।

ବୋଇଲା ମୋହର ସରିଲା ବପୁ

ବାନର ମୋରତ ହୋଇଲାରିପୁ

।।

ଭଗାରିପଣେ ମୋ ଭାଙ୍ଗିଲା ଗ୍ରାସ

ଏହାକୁ କେମନ୍ତେ କରିବି ତୋଷ

।।

ମିତ୍ର ହୋଇ ତାର ତୋଷିବିମନ

ଲାଞ୍ଚ କରି କିଛି ଦେବଇଁ ଧନ

।।

ନବରତ୍ନ ମାଳା ଗୋଟିଏ ଆଣି

ମର୍କଟକୁ ଚାହିଁ ବୋଲଇ ବାଣୀ

।।

ଅହେ ରାମଦୂତ ଶୁଣ ମୋ ଗୀର

ଆଜିଠାରୁ ମୁହିଁ ମଇତ୍ର ତୋର

।।

ନବରତ୍ନମାଳା ଦେଉଛି ତୋତେ

ହେମିତ୍ରଏବେ ରକ୍ଷାକରମୋତେ

।।

ଭୋକିଲାଶାର୍ଦ୍ଦୁଳପ୍ରାୟେକହୋଇ

ଆହାର ନପାଇ ମରୁଛି ମୁହିଁ

।।

ତୁ ଏବେ ଖଚ ନ କହିବୁ ଆଉ

ପଥିକ ଆସିଣ ଏ ଜଳ ଖାଉ

।।

ଏତେକ ମୋହର ପୂରିବ ପେଟ

ଭୋ ମଇତ୍ର ଫେଡ଼ ମୋହର କଷ୍ଟ

।।

ଏତେବୋଲିମାଳଦେଲାକଆଗେ

ବାନରତାହାକୁ ପିନ୍ଧିଲାବେଗେ

।।

ମନେ ତୋଷହୋଇ ଅଛଇ ବସି

ଶବର ଗୋଟାଏ ମିଳିଲାଆସି

।।

ସେଦିନ ଜନ୍ତୁ ନ ପାଇଲା ଭେଟ

ବିଚାରି ମନରେ ପାଇଲା କଷ୍ଟ

।।

ବୃକ୍ଷ ଉପରକୁ ଦେଲାସେ ଦୃଷ୍ଟି

ଦେଖିଲା ବସିଛି ମର୍କଟ ଗୋଟି

।।

ବୋଇଲା ଏହାକୁ ମାରିବି ଆଜ

ତେବେଯେମୋହରହୋଇବକାର୍ଯ୍ୟ

।।

ପୁତ୍ର ଭାରିଯା ବସିଥିବେ ଦୁଃଖେ

ଏହାକୁନେଲେସେଖାଇବେସୁଖେ

।।

ଏତେବୋଲିକାଣ୍ଡଧନୁରେଯୋଚି

ଓଟାରିଲା କର୍ଣ୍ଣଯାଏଆମୋଞ୍ଚି

।।

ବାନରବୋଇଲାନମାରମୋତେ

ଏରତ୍ନମାଳାମୁଁ ଦେବଇଁତୋତେ

।।

ଏହା ନେଇ ତୋର କୁଟୁମ୍ବ ପୋଷ

ଅକାରଣ ମୋତେ ନକର ନାଶ

।।

ସାତ ପୁରୁଷକୁ ଅଣ୍ଟିବ ତୋର

ଏହା ନେଇ ଜୀବ ରଖମୋହର

।।

ଏତେବୋଲି ମାଳଦେଲା ପକାଇ

ଶବର ତା ନେଲା ହରଷହୋଇ

।।

Unknown

ମନେ ମନେ ପୁଣି ବିଚାର କଲା

ବୋଇଲା ଏ ଭଲ ପଦାର୍ଥଦେଲା

।।

ଅପାର ଧନ ଅଛି ଏହା ତହିଁ

ଆଉ କାଣ୍ଡଦେଖି ଯୋଚିବିମୁହିଁ

।।

ଏତେବୋଲି ଶରଯୋଚିଲା ଆଗେ

ଓଟାରି ଆଣୁଛି ବିନ୍ଧିବ ରାଗେ

।।

ଶବର ବୋଇଲା ଆରେ ବାନର

ଇଷ୍ଟଦେବତାଙ୍କୁ ସୁମରତୋର

।।

ନିଶ୍ଚୟ ଆଜି ମୁଁ ମାରିବି ତୋତେ

ଆଉ ଧନ ଥିଲେ ଦିଅତୁମୋତେ

।।

ବାନର ବୋଇଲା ନକର ରୋଷ

କଥାଏ କହିବା ହୁଅତୁ ତୋଷ

।।

ଏ ମୋର ପିତା ଅରଜିବା ଭୁଇଁ

ଅନେକ ପଦାର୍ଥ ସଞ୍ଚିଛି ମୁହିଁ

।।

ଯେତେ ଧନଦ୍ରବ୍ୟ ଅରଜିଥିଲେ

ଜଳଭିତରେ ତା ବୁଡ଼ାଇଗଲେ

।।

ତୁ ଏବେ ପୋଖରୀ ଭିତରେ ପଶ

ଗରିଆ ଗୋଟିଏ ଘେନିଣ ଆସ

।।

ଅଧିକ ଲୋଭ ନ କରିବୁ କିଛି

ଅନେକ ଦ୍ରବ୍ୟ ମୋଜଳରେଅଛି

।।

ଏହା ଶୁଣି ବ୍ୟାଧତୋଷହୋଇଲା

କେଉଁଠାରେ ଅଛି କହବୋଇଲା

।।

ବାନର ବୋଇଲା ଶୁଣ ଶବର

ଜଳତୁଠକୁ ତୁ ଗମନ କର

।।

ଏକମନ ହୋଇ ପଶ ପାଣିକି

କୂଳରୁ ଦୁଇଶ ହାତ ତେଣିକି

।।

ସେହିଠାରେ ମୁଁ ଯେଥୋଇଛିଧନ

ବିଧାତା ଦେଲା ତୁ ନିଅ ବହନ

।।

ଶୁଣିକରି ବ୍ୟାଧ ପଶିଲା ଜଳ

ଧନଲୋଭେ ଚିତ୍ତହୋଇଛି ଭୋଳ

।।

ଥୋକାଏ ଦୂର ଯେହୁଁ ଗଲା ପଶି

କୁମ୍ଭୀର ଛନ୍ଦିଣ ଧରିଲା ଆସି

।।

ସହଜେ ତାକୁ ଲାଗିଥିଲା ଭୋକ

ଜଳରେ ବୁଡ଼ାଇ ମୋଡ଼ିଲାବେକ

।।

ବିଧାତା ଲେଖନ କେ କରୁ ଆନ

ମର୍କଟ ବୁଦ୍ଧିରେ କଲା ଏମାନ

।।

ବୁଦ୍ଧିର ପ୍ରସାଦେ ଶତ୍ରୁ ହିଁ ମଲା

ମିତ୍ରର ଏଣେ ଚିତ୍ତ ତୋଷକଲା

।।

ତେଣୁକରି ବୁଦ୍ଧି ବିଶେଷ ଗାଢ଼

ବୁଦ୍ଧିକି ନକର ଯେ ସାନ ବଡ଼

।।

ସୁବୁଦ୍ଧି କୁବୁଦ୍ଧି ଏ ବେନି ଜନ

ନିବୁଦ୍ଧି ପାତକ ସୁବୁଦ୍ଧି ପୁଣ୍ୟ

।।

ସୁବୁଦ୍ଧିଲୋକଯେଦେବତା ଅଂଶ

କୁବୁଦ୍ଧି ଲୋକ ଯେ ଅସୁର ବଂଶ

।।

ଏତେହେଁ ସୁଜନେମୋବୋଲଶୁଣ

ସୁବୁଦ୍ଧି ଲୋକର ବହୁତ ଗୁଣ

।।

ଏବେ କହିଦେବା ଉତ୍ତମ ବାଣୀ

ଭଲମନ୍ଦ କଥା ଯେମନ୍ତ ଜାଣି

।।

ଯେବଣ ବଳଦ ଲାଙ୍ଗୁଡ଼ ନାଡ଼େ

ଗ୍ରାମପାଣି ଯେଉଁ ବିଲରେ ପଡ଼େ

।।

ସେ ଭୂମି ଚଷିବ ଲଙ୍ଗଳ ଘେନି

ଏଦୁଇ କଥାରେ ନାହିଁଟି ହାନି

।।

 

ଗଣକେ ନାସ୍ତି ଯଦ୍ଦେଶେ ଯାତ୍ରାରମ୍ଭେ ଚ ମଙ୍ଗଳେ ।

ଯନ୍ମାସାୟଂସ୍ଥିତୋ ବାୟୁସ୍ତତ୍ପଦଂ ଚାଳୟେତ୍‌ ପୁର ।

 

ଯେଉଁଦେଶେ ନାହିଁ ଗଣକ ଜନ

ଯାତ୍ରାରମ୍ଭେ ଶୁଭ ଏହାକୁ ଘେନ

।।

ଅନୁକୂଳବେଳେ ହୋଇବ ଛିଡ଼ା

ଦେଖିବ ନାସିକାର ବେନିପୁଡ଼ା

।।

ଯେ ନାସାରେ ଥିବ ପବନ ବହି

ସେ ପାଦଗୋଟିକି ଆଗ ବଢ଼ାଇ

।।

ଶ୍ରୀଜଗନ୍ନାଥଙ୍କୁ ସୁମରି ମନେ

ଆବର କହିବା ଶୁଭ ଶଙ୍କୁନେ

।।

 

ଶୂନ୍ୟ କୁମ୍ଭଦ୍ୱୟ ହସ୍ତେ ଛିଙ୍କନଂ ଯୁଗ୍ମକଂ ତଥା

ମୁକ୍ତକେଶଂ କରସ୍ପର୍ଶଂ ଦୃଷ୍ଟାନ ଗମନେ ଶୁଭଃ ।

 

ତୁଚ୍ଛା କୁମ୍ଭଦ୍ୱୟ ହସ୍ତରେ ଥାଇ

କିବା ଛିଙ୍କ ଦୁଇଗୋଟା ହୁଅଇ

।।

ମୁକୁଳା କେଶେ କର ଲାଗିଥାଇ

ଡାକବୋଇଲେକାର୍ଯ୍ୟସିଦ୍ଧିନୋହି

।।

 

ଦଧିମତ୍ସ୍ୟଂ ଚ ପୁରତଃ ଶଙ୍ଖ ଚକ୍ର ଚ ଦକ୍ଷିଣେ ।

ଶୁକାପାରାବତଂ ହଂସ ଦୃଷ୍ଟ୍ୱା ତୁ ଗମନେ ଶୁଭଂ ।

 

ଦଧ ମତ୍ସ୍ୟଯେବେଦେଖିବ ଆଗେ

ଶଙ୍ଖ ଚକ୍ର ଥିବ ଦକ୍ଷିଣ ଭାଗେ

।।

ରାଜହଂସ ଶ୍ୱେତ ପାରୁଆ ଦୁଇ

ଏମନ୍ତେ ଶଙ୍କୁନେ ଯେଲୋକଯାଇ

।।

ଅବଶ୍ୟ ସେ କାର୍ଯ୍ୟ ହୁଅଇସିଦ୍ଧ

କେବେହେଁ ତହିଁରେ ନାହିଁ ବିରୋଧ

।।

ଆବର ଯେତେ ଅଶଙ୍କୁନମାନ

ତାହାକହିଦେବା ଶୁଣ ସୁଜନ

।।

 

ମାର୍ଜାର ଯୁଦ୍ଧେ କଳହଃ କୁଟୁମ୍ୱେ ରଜସ୍ୱଳାସ୍ତ୍ରୀ ଜନନୀବିରୋଧେଃ ।

ଅକାଳ ବୃଷ୍ଟି ର୍ମୃତସୂତକେ ବା ପ୍ରସ୍ଥାନଯାତ୍ରା ମରଣଂ ଧ୍ରୁବଂ ଚ ।

 

ଯେତେବେଳେ ଯାତ୍ରାକରିବ ଜନ

ବେନିମାର୍ଜାର କରୁଥିବେ ରଣ

।।

ଏମନ୍ତ ଦେଖି ଅନୁକୂଳ କଲେ

ପ୍ରାଣୀକି ଘାତପଡ଼େ ଅବହେଳେ

।।

କିବା କୁଟୁମ୍ୱରେକଳି ହୁଅଇ

ନିଜ ନାରୀର ପୁଷ୍ପ ପ୍ରକାଶଇ

।।

କିବା ଅନୁକୂଳ କରିବାପାଇଁ

ନିଜ ଜନନୀ ମନାକରୁଥାଇ

।।

ତାହାଙ୍କ ବଚନ ଭାଙ୍ଗିଲେ ଜାଣ

ନିଶ୍ଚେ ଅମଙ୍ଗଳ ଘଟେ ପ୍ରମାଣ

।।

ପୁଣି ହେଉଥିଲେ ଅକାଳ ବୃଷ୍ଟି

ସୁତକ ମୃତକ ଅଶୌଚ ଘଟି

।।

ଷଡ଼ପ୍ରକାରେ ପ୍ରାଣୀ ପୀଡ଼ାପାଇ

ଧ୍ରୁବ ଏହା ବୋଲିଶାସ୍ତ୍ରରେ କହି

।।

ଏତେକଥାରେ ଯାତ୍ରାନାହିଁ ପୁଣ

ଆବର କଥାଏ କହିବା ଶୁଣ

।।

 

କାର୍ପାସମାଂସେ ରଜକସ୍ତ୍ରିତୈଳୀବିକର୍ଣ୍ଣେ ଭିକ୍ଷୁଦ୍ୱିଜକୁବ୍‌ଜବାସ୍ତୁ

ବିମୁକ୍ତକେଶୋନୟନୈର୍ବିଜୀନଃପ୍ରସ୍ଥାନଭଙ୍ଗେ ନିପୁଣା ଭବନ୍ତି ।

 

ଅନୁକୂଳ ବେଳେ ଦେଖିକାର୍ପାସ

ଆବର ବିକାଯାଉଥିଲେମାଂସ

।।

ରଜକ ବୋଲିଯେଧୋବାକୁକହି

ସେଯେବେ ମଇଳାବସ୍ତ୍ରଦେଖାଇ

।।

ତେଲ ପସରା ମୁଣ୍ଡେ ଘେନିତେଲୀ

ଅଥବା ଗ୍ରାମେ ଯାଉଥିବ ବୁଲି

।।

ଯୋଗୀହସ୍ତେ ଥାଳଦେଖିଲେଜାଣ

କାନଖଣ୍ଡିଆହିଁ ଏହି ପ୍ରମାଣ

।।

ବାଳ ମୁକୁଳା ପୃଷ୍ଠେ ପଡ଼ିଥାଇ

କଣାଜନ ଆଗେ ଦେଖାଦିଅଇ

।।

ବିପ୍ରହୋଇ ଯେବେ ପିଠିରେ କୁଜ

ଦୃଷ୍ଟିରେ ଦେଖିଲେ ଗମନତେଜ

।।

ଏସବୁ ନମାନି ଯେ ଲୋକଯାଏ

କାର୍ଯ୍ୟ ନୁହଇ ନାନାକଷ୍ଟପାଏ

।।

 

ବାମେ ଶବଶିବାକୁମ୍ଭା ଦକ୍ଷିଣେ ଗୋମୃଗା ଦ୍ୱିଜାଃ ।

ନକୁଳଃ ସର୍ବକାର୍ଯ୍ୟଶଂ ଅହିଃ ସର୍ବତ୍ର ବାଧ୍ୟତେ ।।

 

ଯାତ୍ରାକାଳେ ବାମେ ଶବଶୃଗାଳ

କୁମ୍ଭକୁ ଦେଖିଲେ ହୁଏ ମଙ୍ଗଳ

।।

ଦକ୍ଷିଣରେ ଗୋରୁ ମୃଗ ବ୍ରାହ୍ମଣ

ଦେଖିଲେ ସେ ଶୁଭ ହୁଅଇଜାଣ

।।

ଯେଦିଗେସେଦିଗେ ନେଉଳଭଲ

ସର୍ପ ସବୁଦିଗେ ପ୍ରାଣୀର ସଲ

।।

ଏବେ କହିବା ଗୃହ ଉପଦ୍ରବ

ସାବଧାନେଶୁଣ ହେ ନରଦେବ

।।

 

ଦିବସେ ପେଚକା ରାତ୍ରୌ କାକଃ କ୍ରୀଡ଼ତି ନିର୍ଭୟଃ ।

ହଠାନ୍ମାର୍ଜ୍ଜାରନାଦଶ୍ଚ ଗୋମାୟୁ ରଟତେ ସଦା ।

ଉତ୍‌ଥିତଂ ରକ୍ତହୀରାୟାଃ କପୋତଭ୍ରମଣଂ ସଦା ।

ଯସ୍ୟ ପାର୍ଶ୍ୱେ ଭବେଦ୍ଦେବଂ ଷଣ୍ମାସେତସ୍ୟ ନାଶନଂ ।

 

ଦିବସେ ଉଲ୍ଲୁକେ ଦିଅଇ ସ୍ୱନ

ରାତ୍ରଅର୍ଦ୍ଧେ କାକ ରାବଇ ଘନ

।।

ଶୃଗାଳ ରାବ କରଇ ସତତ

ମାର୍ଜ୍ଜାର ଗୃହରେମରେ ହଠାତ୍‌

।।

ରଙ୍ଗ ଉଇ ଯେବେ ଘରୁ ବାହାରି

ଉପରେ ବସଇ କପୋତଘୁରି

।।

ଏ ଷଡ଼କଥା ଯାହାଘରେ ହୋନ୍ତି

ଷଡ଼ମାସେ ପତି ପତ୍ନୀ ମରନ୍ତି

।।

ଏକଥା ଅନ୍ୟଥା ନୁହଇ ଶୁଣ

କହୁଛି ଆବର କଥାର ପୁଣ

।।

 

ତୈଳାଭ୍ୟଙ୍ଗେ ଚ କ୍ଷୌରାନ୍ତେ ସଙ୍ଗମାନ୍ତେ ସ୍ତ୍ରୀୟସ୍ତଥା

ସ୍ନାନ ନ କୁରୁତେ ଯସ୍ତୁ ସାତୁ ଚାଣ୍ଡାଳ ଉଚ୍ୟତେ ।

 

ତେଲଘେନି ସ୍ନାନ ନକଲେ ଦୃଢ଼

କ୍ଷୌରହୋଇ ଯେହୁ ନକରେ ବୁଡ଼

।।

ସ୍ତିରୀସଙ୍ଗ କରି ନ କଲେ ସ୍ନାନ

ଚାଣ୍ଡାଳରେ ଲେଖା ସେ ଲୋକଜାଣ

।।

ଯେଉଁକଥାରେ ଦୋଷାଦୋଷ ନାହିଁ

ସେ କଥାମାନ ମୁଁ ଦେଉଛି କହି

।।

 

ମକ୍ଷିକା ସତତଂ ଧାରା ମାର୍ଜ୍ଜାରେ ବହୁବିନ୍ଦବଃ

ବାଳବାମାମୁଖୋଚ୍ଛିଷ୍ଟଂ ନ ଦୋଷୋ ମନୁରବ୍ରବୀତ୍‌ ।

 

ମକ୍ଷିକା ବୋଲି ଯେ ମାଛିକି କହି

ବିଷ୍ଠାଉପରେ ସେ ବସିଣଥାଇ

।।

ଦେବତାମାନଙ୍କ ଯେବଣ ଭୋଗ

ତହିଁଯାଇ ପୁଣି ବସଇ ବେଗ

।।

ଏଥିରେ ଆଉକିଛି ଦୋଷନାହିଁ

ମନୁ ଏହା ଶାସ୍ତ୍ରେ ଅଛନ୍ତି ଲିହି

।।

ଅଚ୍ଛବ ଲୋକ ହାଣ୍ଡିଥିବ ଧରି

ପେଜତୋଳିଦେବ ବ୍ରାହ୍ମଣନାରୀ

।।

ଦୁଇପାତ୍ରରେ ଲାଗିଥିଲୋ ଧାର

ତହିଁ ବିରୋଧ ନଧର ମନର

।।

ମାର୍ଜ୍ଜାର ଆସି ସେ ଉଚ୍ଛିଷ୍ଟ ଖାଇ

ସେ ତଣ୍ଡୁଳ ଅନ୍ନହାଣ୍ଡିରେ ଦେଇ

।।

ଦେବତାଙ୍କ ଭୋଗଖାଇବ ଯେବେ

ତହିଁ ଦୋଷନାହିଁ କହୁଛି ଏବେ

।।

ଏକ ଆରେକ ଯେ ବଚନ ଭାଷି

ଯେଉଁ ବିନ୍ଦୁ ପଡ଼େ ଉପରେ ଆସି

।।

ତାହା ମୁଖୁ ଯେବେପଡ଼ିବ ଛେପ

ଏ କଥାରେ ନାହିଁ କିଛିହିଁପାପ

।।

ବ୍ରହ୍ମବିନ୍ଦୁ ହାଦେ ଅଟଇ ଏହି

ମନୁ ଏହିଭୂପେ ଅଛନ୍ତି ଲିହି

।।

ରତିକାଳେ ସ୍ତିରୀ ସଙ୍ଗରେ ଭେଟ

କାମଭରେ ଯେବେ ଚୁମ୍ୱିବଓଠ

।।

ତହିଁ ତାହାକୁ କିଛି ଦୋଷ ନାହିଁ

ଏ କଥା ପୁରାଣ ଅଛଇ କହି

।।

ବାଳୁତ ପୁଅର ତୁଣ୍ଡର ଲାଳ

ଶରଧା କରି ଯେ ଧରଇକୋଳ

।।

ସେ ତାକୁଚୁମ୍ୱନଦେବାରୁ ମୁଖେ

ଲାଳ ଯେବେଲାଗିଯିବତାମୁଖେ

।।

ତହିଁ ତାହାର କିଛି ଦୋଷ ନହିଁ

ଶୁଣ ପଣ୍ଡିତେ ଏଥେ ମନଦେଇ

।।

 

କାଷ୍ଠପାଷାଣତୋୟେଷୁ ତୃଣନୌକାଗଜାଦିଷୁ

ଦେବାଳୟେ ସଭାୟାଂ ଚ ନ ଦୋଷଃ ସ୍ପର୍ଶନାଦିହ ।

 

ତୃଣଗୁଡ଼ିଏ ଯେବେ ଥାଇ ପଡ଼ି

ଆଡ଼କେ ଉଭା ହୋଇଥିବ ହାଡ଼ି

।।

ଆରଆଡ଼େ ଥିବ ବ୍ରାହ୍ମଣ ରହି

ଯୋଡ଼ା ଲାଗିଥିବ ଏକତ୍ୱ ହୋଇ

।।

ମନେ ଭ୍ରାନ୍ତିକର ନ କର ରୋଷ

ସେକଥାରେନାହିଁ କିଛିହିଁ ଦୋଷ

।।

ବୃକ୍ଷ ଉପରେ ରହିଥିବ ହାଡ଼ି

ଶୁଦ୍ରହିଁଥିବ ଆରଡାଳେ ଚଢ଼ି

।।

ତହିଁ ତାହାକୁ କିଛିଦୋଷ ନାହିଁ

ମନୁ ବଚନ ଏସନ ଅଟଇ

।।

ବିପ୍ର ଅଚ୍ଛବ ବେନି ଶେଯ ପଡ଼ି

ଏକହାତ ଥିବ ମଧ୍ୟରେ ଛାଡ଼ି

।।

ଏମନ୍ତ ଆସନ କରିବ ଯେବେ

ତହିଁ ଦୋଷନାହିଁ କହୁଛି ଏବେ

।।

ନାବରେ ଅଚ୍ଛବ ବସିଣଥାଉ

କି ଅବା ଅନ୍ନ ତହିଁ ରାନ୍ଧି ଖାଉ

।।

ତହିଁରେ କିଛି ଦୋଷ ନାହିଁ ପୁଣ

ମନୁ ବୋଇଲେ ଏ କଥାପ୍ରମାଣ

।।

ଗଜ କନ୍ଧରେ ବସିଥିବ ମାଡ଼ି

ଆଗରେ ଶୂବ୍ର ତା ପଛରେହାଡ଼ି

।।

ଦେହକୁ ଦେହ ନ ଲାଗିବ ଏକା

ଏକଥାରେ ନାହିଁକିଛିହିଁ ଶଙ୍କା

।।

ଦେବଯାତ୍ରାକୁ ଯେଉଁଲୋକ ଯାଏ

ଅଚ୍ଛବକୁ ଯେବେସେଠାରେଛୁଏ

।।

ମନ ଶୁଦ୍ଧକରି ଦେଖିବ ଜାତ

ଘରେ ଆସି ପୁଣି ଭୁଞ୍ଜିବଭାତ

।।

ତହିଁ ତାହାକୁ କିଛି ଦୋଷନାହିଁ

ମନୁ ଏହା ଛନ୍ତି ଶାସ୍ତ୍ରରେ କହି

।।

ଆବର କଥାଏ ଶୁଣ ରାଜନ

କହିବା ଉଶ୍ୱାସଲୋକର ଗୁଣ

।।

 

ଜ୍ଞାନହୀନାଃ କୁବୁଦ୍ଧିଶ୍ଚ ସଜ୍ଜନସ୍ୟାପି ନିନ୍ଦକଃ

ଦୁର୍ଦ୍ଦାକଶ୍ଚାପ୍ୟହଙ୍କାରୀ ଲଘବସ୍ତେ ପ୍ରକୀର୍ତ୍ତିତା ।

 

ଇତର ଲୋକ ନ ଜାଣନ୍ତି କିଛି

ଉତ୍ତମ ଲୋକଙ୍କୁ କହନ୍ତି ବାଛି

।।

ବଡ଼ଲୋକ ଆଗେ କରନ୍ତି ଟାଣ

ଏମନ୍ତ ଲୋକଙ୍କୁ କାହିଁ ନ ଗଣ

।।

ବଡ଼ଲୋକ ବୁଦ୍ଧି ବଡ଼ ବ୍ୟବସ୍ଥା

କେବେହେଁ ନକହେ ଉଶ୍ୱାସକଥା

।।

ତୁମ୍ଭେ ବୋଲିବ କେଉଁଭାବେ ପୁଣ

ଫେଡ଼ି କହିବା ଦୃଷ୍ଟାନ୍ତରଶୁଣ

।।

ପୋଖରୀଗୋଟିକ ଭିତରେ ପଶି

ପାଣି ପିଉଥିଲେ ବରାହ ଆସି

।।

ଏମନ୍ତ ସମୟେ ଅଇଲା ସିଂହ

ତୃଷା କରଇ ତା ଜୀବକୁ ଦାହ

।।

ପ୍ରବେଶ ହୋଇଲା ପୋଖରୀକୂଳେ

ଦେଖିଲା ବରାହ ପଶିଛି ଜଳେ

।।

ମନେ ବିଚାରିଲା ସେ ବନପତି

ଦଣ୍ଡେ ଥିବା ଆମ୍ଭେ ଉହାଡ଼କତି

।।

ବରାହ ଯେ ଜଳ ପିଉଛି ଯାଇ

ଆମ୍ଭଙ୍କୁ ଦେଖିଲେ ଯିବ ପଳାଇ

।।

ତୃଷାର୍ତ୍ତ ହୋଇ ସେ ମରିବଦୁଃଖେ

ସେ ପାପ ଆମ୍ଭଙ୍କୁ ଲାଗିବ ସୁଖେ

।।

ଏମନ୍ତ ବିଚାରି ରହନ୍ତେ ସିଂହ

ବରାହ ପାଇଲା ମନରେ ଖଙ୍ଗ

।।

ପାଣି ଖାଇ ସୁସ୍ଥ ହୋଇଲା ଯହୁଁ

ସିଂହକୁ ବଚନ ବୋଲଇତହୁଁ

।।

 

ଗୁପ୍ତୋଽସି କିଂ ବନାଧ୍ୟକ୍ଷ ତ୍ୟଜାଶାଂ ଜୀବନସ୍ୟତୁ

ଘୃଷ୍ଟିବାଳଂ ନ ମାଂ ବୁଦ୍ଧ୍ୱା ଯୁଦ୍ଧତାଂ ଚ ମାୟା ସହ ।

 

ବୋଇଲା ଆହେ ବନପତି ଶୁଣ

ଲୁଚି ରହିଲେକି ପାଇଲେ ପ୍ରାଣ

।।

ମୁଁ ଯେ ଶୂକର ମହାବୀରବର

ମୋହତୁଲେ ତୁହୋ ସମର କର

।।

ତୋହତୁଲେ ଯୁଦ୍ଧ ଅଛି ମୁଁ ପାଞ୍ଚି

ନ ପାରିବୁଯେବେ ପଳାଅଘୁଞ୍ଚି

।।

ହରାହ ମୁଖରୁ ଏମନ୍ତ ଶୁଣି

ସିଂହ ବିଚାରଇ ମନରେ ପୁଣି

।।

ବୋଇଲା ଏ ଛାର ଉଶ୍ୱାସ ଲୋକ

କେମନ୍ତେ ବିଚାର କରୁଛି ଦେଖ

।।

ଆମ୍ଭେ ଘୁଞ୍ଚିଲାକୁ ଫୁଲାଏ ଏହୁ

ମାଇଲେ ଏହାକୁ ରଖିବ କେହୁ

।।

ଇତର ବୁଦ୍ଧି ଏ ଉଶ୍ୱାସ ଲୋକ

ଭାଷାରେ ଏହାର କରିବାଟେକ

।।

 

ଗଜ୍ଜଶ କର ଭଦ୍ରଂ ତେ ବୃହି ସିଂହେମୟା ଜିତଃ

ପଣ୍ଡିତେ ସ୍ତତ୍ରପିନାନ୍ତେ ସିଂହଶ କରୟୋର୍ବଳଂ ।

 

ସିଂହ ବୋଇଲାରେ ଶୁଣ ଶୂକର

ଦଇବେ ତୁ ଯେ ଅଟୁ ବୀରବର

।।

ସବୁରି ଆଗରେ କହିବୁ ଯାଇଁ

ସିଂହକୁ ସଂଗ୍ରାମେ ଜିଣିଲି ମୁହିଁ

।।

ପ୍ରତିଜ୍ଞା କରିଣ କହୁଛି ଯାହା

ପଣ୍ଡିତ ଜନେ ବିଚାରିବେ ତାହା

।।

ବୋଲିବେ ସିଂହକୁ ଶୂକର ଜିଣି

ଏକଥା କେବେହେଁ ନାହୁଁ ତଶୁଣି

।।

ସିଂହ ଶୂକର ହେବ ସମାନ

ଏଥକୁ ପରତେ ଯିବକି ମନ

।।

ସାଧୁଲୋକମାନେ ବୁଝିବେ ଠିକେ

ତୁଯାଇ କହଯା ସଂସାରଯାକେ

।।

ପ୍ରବୋଧି ସିଂହଯେ କହନ୍ତେ ବାଣୀ

ବରାହ ପଳାଇ ଗଲା ତା ଶୁଣି

।।

ବୋଇଲା ଏକଥା ପ୍ରମାଣ ସିନା

ଯଥା ଯୁକତେ ଏ କହିଲାକିନା

।।

ନଜାଣି ପ୍ରତିଜ୍ଞା କଲି ମୁଁ ଯେତେ

ଏହାମାଇଲେ ଯେ ମୁଁ ଅବାକେତେ

।।

ଏତେବୋଲି ପେଟମୁଣ୍ଡ ଆଉଁସି

ଧର୍ମକୁ ସୁମରି ବନରେ ପଶି

।।

ସିଂହ ଆସି ପୁଣି ପଶିଲା ଜଳେ

ପାଣି ପିଇଯାଇ ଉଠିଲା କୂଳେ

।।

ବଡ଼ ଲୋକଙ୍କର ଏମନ୍ତ ଗତି

ଉଶ୍ୱାସ ଲୋକର ନଯାନ୍ତି କତି

।।

ଯେତେ କହିଲେ ନ ଜାଣନ୍ତି ତାହା

ଧର୍ମପୁରୁଷ ଯେ ତାହାଙ୍କୁ ସାହା

।।

ତେଣୁ କରି ବଡ଼ ସ୍ୱଭାବେ ଗରୁ

ଯେସନେ ଉଶ୍ୱାସ ନୁହଇମେରୁ

।।

ଧର୍ମ ଅଧର୍ମ ନ ପାରନ୍ତି ଚିହ୍ନି

ଉଶ୍ୱାସଲୋକର ଦୋଷ ନ ଘେନି

।।

ଇତର ଲୋକ ଯେ ସ୍ୱଭାବେ ସାନ

ତାକୁ ଦିଶଇ ଯେଉଁ କଥାମାନ

।।

ସେହି କଥାମାନ ହୃଦରେ ଧରି

କଉଣସି କାମ ନ ପାରେ କରି

।।

ଧାର୍ମିକପଣେ ବଡ଼ଲୋକ ଯେହୁ

ଗୁଣ ଅବିଗୁଣ ଜାଣନ୍ତି ସେହୁ

।।

 

ଅଜ୍ଞୋ ନ ଲଭତେ କୀର୍ତ୍ତିଂ ମଣ୍ଡୁକୋ ନଳିନାସର୍ବ

କୃଷକୋ ଦ୍ୟୁତଅଙ୍ଗଂ ଚ ତାମ୍ୱୁଳଂ ମର୍କଟସ୍ତଥା

କୁକ୍‌କରୋ ଦୁଗ୍‌ଧସ୍ୱାଦୁତ୍ୱଂ ନ ଜାନାତି କଦାଚନ ।

 

ଅବୁଝା କେବେହେଁ ନପାଏ ଯଶ

ମଣ୍ଡୁକୀ କି ଜାଣେ ନଳିନୀ ରସ

।।

ଶ୍ୱାନକୁ ବାନ୍ଧି ଦୁଧ ଭାତ ଦିଅ

ଜଗତୀ ଉପରେ ନେଇ ଶୁଆଅ

।।

ସେ ତାକୁ ଅଟଇ ଦାରୁଣ ଦୁଃଖ

ଉଚ୍ଛିଷ୍ଟ ପତର ଖାଇବା ସୁଖ

।।

ତେଣୁକରି ତାକୁ ନ ରୁଚେ ଆନ

ମର୍କଟ ମୁଖରେ ଯେମନ୍ତ ପାନ

।।

ରସିକ ଜାଣିବ ରସର ଗାଥା

ଚଷା କି ଜାଣିବ ପଶାର କଥା

।।

 

ଯସ୍ୟ ସ୍ନେହସୁ ଯତ୍ରାସ୍ତେ ପ୍ରୀତିର୍ଭବତି ତଦ୍ଦୟୋଃ

ଭିନ୍ନାଭିନ୍ନଂ ନ ଯତ୍ରାସ୍ତେ ତତ୍‌ ପ୍ରୀତିରଚଳୋଽଭବେତ୍‌ ।

 

ଯାହାତୁଲେ ପ୍ରୀତି କରିବ ଭାବେ

ଚିତ୍ତକୁ ଚିତ୍ତ ନ ମଜ୍ଜିବ ଯେବେ

।।

ବାରି ନୁହଇ ଭିନ୍ନାଭିନ୍ନ ହୋଇ

ପ୍ରୀତି ବୋଲିକରି ଏହାକୁ କହି

।।

 

ରବିପଙ୍କଜୟୋଃ ପ୍ରୀତିରସ୍ଥିରା ଜ୍ଞାୟତେ ଜନୈଃ

ଜଳାଦ୍‌ଭିନ୍ନେ ପଙ୍କଜେ ତୁ ଭାସ୍କରୋ ଦହତି କ୍ଷଣାତ୍‌ ।

 

ପଦ୍ମକୁ ସୂର୍ଯ୍ୟ ଯେଉଁଭାବେ ସଖା

ଏ କିଛି ନୁହଇ ପ୍ରୀତିରେଲେଖା

।।

ସେପରି ପ୍ରୀତି କିଛି ନୁହେଁ ଜାଣ

ବୁଝାଇ କହିବା ସୁଜନେ ଶୁଣ

।।

ପଦ୍ମକୁ ଜଳରୁ କାଢ଼ିଣ ନେବା

ଶୁଖିଲାସ୍ଥାନରେ ରଖାଇଦେବା

।।

ସୂର୍ଯ୍ୟ ତାହାକୁ ନଦହିବ ଯେବେ

ପ୍ରୀତିବୋଲି ତାହା ଲେଖିବ ତେବେ

।।

ଜଳ ତାହାକୁ ହୋଇଥାଏ ସାକ୍ଷୀ

ଖରାରେ ପଡ଼ିଲେ ମରଇ ଶୁଖି

।।

ସୂର୍ଯ୍ୟ ଯେବେ ତାକୁ ଦହିଲା ଏକା

ସେପ୍ରୀତି କାହିଁରେ ନୁହଇ ଲେଖା

।।

 

କୁମୁଦସ୍ୟ ତୁ ଯା ପ୍ରୀତିଶ୍ଚନ୍ଦ୍ରୋସା ନ ପ୍ରଶଂସିତା

ଚନ୍ଦ୍ରୋକ୍ଷୀଣେ କୈରବେଽପି ସ୍ଫୁଟତି ନ ପ୍ରତୀକ୍ଷିତେ ।

 

ଚନ୍ଦ୍ରକୁଦେଖିଲେ କୁମୁଦ ଫୁଟେ

ଚନ୍ଦ୍ରମାବପୁ ଦିନୁ ଦିନୁ ତୁଟେ

।।

କୁମୁଦ ମନେ ତ ନଥାଇ ଆନ

ଚନ୍ଦ୍ର ନାଶଯାଏ ଉଆଁସ ଦିନ

।।

ଯେଉଁଦିନ ଚାନ୍ଦ ହୁଅଇ ନାଶ

କୁମୁଦ ମନେତ ନଥାଇ ପ୍ରାସ

।।

ପ୍ରିୟଲୋକର ବିନାଶକୁ ଶୁଣି

ସେଦିନ କିମ୍ପାଇ ଫୁଟିଲା ପୁଣି

।।

ମୁଦ୍ରିତ ହୋଇ ଫୁଟନ୍ତା ଯେବେ

ସେକାର୍ଯ୍ୟକୁ ପ୍ରୀତି ବୋଲନ୍ତି ତେବେ

।।

ପୀରତି ଭାବରେ ଏମନ୍ତ ଗୁଣ

ଫେଡ଼ି କହିବା ଦୃଷ୍ଟାନ୍ତରପୁଣ

।।

 

ନୀରକ୍ଷୀରଦ୍ୱୟୋଃ ପ୍ରୀତିର୍ନା କ୍ଷୀଣା ଭବତେ କଦା

 

ନୀରମନ୍ଦାଏ ଯେ କ୍ଷୀରେ ଦେଇ

ଅନଳେ ବସାଇ ଦହିବାନେଇ

।।

ପୀରତି ସଙ୍ଗରେ ଏମନ୍ତ ଫଳ

ଦୁଧକୁ ରଖିଣ ଶୁଖଇ ଜଳ

।।

ଜଳ ମରିବାର ଗୋରସ ଦେଖି

ସେ ଶୁଣି ଧର୍ମକୁ କରଇ ସାକ୍ଷୀ

।।

ମୋତେ ରଖି ମୋର ମଇତ୍ର ମଲା

ଏଡ଼େ ପ୍ରୀତିଗୋଟା ନିଷ୍ଫଳଗଲା

।।

ମୋର ଦେହ କିମ୍ପା ଥିବଟି ରହି

ଏହି ଅଗ୍ନିରେମୁଁ ପଡ଼ିବି ଡେଇଁ

।।

ଏତେ କହି କ୍ଷୀର ଧାଇଁ ଆସଇ

ଉତୁରିପଡ଼ି ନିଆଁରେ ଝାସଇ

।।

ମିତ୍ରକୁ ନପାଇ ଆକୁଳ ମନ

ଅଗ୍ନିରେଅଙ୍ଗ ତାକରେଦହନ

।।

ପାଣି ମୁଠାଏ ପକାଇଲେ ନେଇ

ହାଣ୍ଡିତଳେ ପୁଣି ଲାଗଇଯାଇ

।।

ମିତ୍ରକୁ ପାଇଲେ ହରଷ ହୁଏ

ପ୍ରୀତିବୋଲିକରି ଏହାକୁ କହେ

।।

ଏକ ଦୁଃଖ ଯେବେ ଆବର ରସି

ସେପ୍ରୀତିକେବେହେଁନୁହେବିନାଶି

।।

 

ଅସନ୍ତୋଷେ ଦରିଦ୍ରସ୍ୟ ବିପ୍ରସ୍ୟନାଶ ଏବହି

ରାଜ୍ଞୋଦାରିଦ୍ର୍ୟଯୁକ୍ତସ୍ୟରାଜ୍ୟନାଶୋ ଭବେତ୍ତଥା ।

 

ଯେଉଁ ବିପ୍ରଜାତି ଦରିଦ୍ର ହୋଏ

ଦାନଘେନି ଯେବେତୋଷନପାଏ

।।

ଶାନ୍ତନୋହି ଯେବେ କରିବରୋଷ

କର୍ମହୀନ ହୋଇଯାଏ ସେ ନାଶ

।।

ରାଜାଚିତ୍ତ ଯେବେଦରିଦ୍ର ହୋଇ

ଯେତେଦେଶଥିଲେ ନାଶକୁଯାଇ

।।

ଦୟାଳୁ ହୁଅନ୍ତି ଯେଲୋକମାନେ

ଦୂରକୁ ଦିଶନ୍ତି ପର୍ବତ ଯେହ୍ନେ

।।

 

ଭେର୍ଯ୍ୟାଦୌ ଯୋଜନାନ୍ତଂ ଚ ଘନେଦ୍ୱାଦଶ ଯୋଜନ

ଶର୍ଦ୍ଦିତଂ ଭବତେ ଦାତୁରସେନ ସଚରାଚରଂ ।

 

ଭେରୀଶବଦଯେ ଯୋଜନ ବାଦ୍ୟ

ଦ୍ୱାଦଶ ଯେ ଜନ ମେଘଶବଦ

।।

ଦାତା ଯେଉଁଦାନ ଦରିଦ୍ରେଦେଇ

ଜଗତଯାକରେ ବିଖ୍ୟାତହୋଇ

।।

 

କୃପଣସ୍ୟ ଧନଂ ତାବତ୍‌ କାର୍ପସ୍ୟ ମୁଦ୍ରିତସ୍ୟ ଚ

ଜଳବନ୍ନ ସବେତ୍ତତ୍ର ବର୍ଦ୍ଧାତେ ନ କଦାଚନ ।

 

ଯେଉଁଲୋକ ହୃଦେ ନଥାଇଦୟା

ଅସରନ୍ତି କୂପପ୍ରାୟ ତା କାୟା

।।

ଜୀର୍ଣ୍ଣକୂପରେ ପାଣି ଯେତେ ଥାଇ

କୁମ୍ଭ ବୁଡ଼ାଇ ନ ଦିଅନ୍ତି କେହି

।।

ସରିଲେ ସିନା ସେ ଝରଇ ପାଣି

ଅସରନ୍ତା କୂପ ନାମ ନଜାଣି

।।

ପୋତାହୋଇଣ ନାଶଯାଏ ଜଳ

କେଉଁକଥାକୁସେନୋହେସୁଫଳ

।।

ନାମ ସହିତେ ନ ପଡ଼ଇକିନା

କୃପଣର ଧନ ସେପରି ସିନା

।।

ଏମନ୍ତ ବୋଲିଣ କହିଛି ପାଠ

ଏକଥା ଲାଗିଲା ବଡ଼ ସଙ୍କଟ

।।

ହସ୍ତତୋଳି ଯେ ନ ଦିଅଇ କିଛି

ଅଦାତା ତାହାକୁ ଶାସ୍ତ୍ରେ କହିଛି

।।

ତୁମ୍ଭେବୋଲିବ କେଉଁଭାବେ ପୁଣ

ଫେଡ଼ିକହିବା ଦୃଷ୍ଟାନ୍ତର ଶୁଣ

।।

 

ନିର୍ଦ୍ଦେୟସ୍ତୁ ଧନଂ ସ୍ଥାପ୍ୟ ନୋ ଦତ୍ତଂ ନାଭି ଭୁଜ୍ୟତେ

ତଦ୍ଧନଂ ନାଶମାୟାତ ତଡ଼ିଲ୍ଲେଖେବ ନାନ୍ୟଥା ।

 

ନିର୍ଦ୍ଦୟ ଲୋକ ଯେ ସଞ୍ଚଇ ବିତ୍ତ

ଦେବାଠାରେ ତାର ନଥାଇଚିତ୍ତ

।।

ଆପଣେ ନଖାଏ ନକରେ ଦୟା

ସେ ଧନ ସମାନ ବିଜୁଳିଛାୟା

।।

 

ଦାନଭକ୍ଷ୍ୟ ବିହୀନେନ ଯସ୍ତୁ ସଞ୍ଚୟତେ ଧନଂ

ବିଂଶସ୍ୟ ପୂରଣର୍ଥାୟ ସ ସଦା ବ୍ୟସ୍ତ ମାନସଃ ।

 

ଏମନ୍ତ ବିଚାର କରଇ ମନ

ଦୁଃଖପାଇ ପଛେ ବଞ୍ଚିବ ଦିନ

।।

ବ୍ୟୟକଲେଯିବ ମୋଦ୍ରବ୍ୟ ନାଶ

ଅଧିକ ବୋଇଲେ ଲୋକବିଶେଷ

।।

ଅଠର ଟଙ୍କା ହୋଇଥିଲା ପୂର୍ବେ

ଆଉ ଯୋଡ଼ିଏ ମୁଁ ଅର୍ଜିବି ଯେବେ

।।

କୋଡ଼ିଏ ପୂରିଲେ ଅଧିକ କଥା

ତେବେସେଯିବ ମୋ ମନର ବ୍ୟଥା

।।

ଏମନ୍ତ ବୋଲି ଭାଳୁଥାଇ ବସି

ଊଣୋଇଶେବ୍ୟାଧିଘୋଟିଲାଆସି

।।

 

ଜୀବନାଧି ଯଦ୍‌ ବିଭାମଜ ତଂ ଦୁଃଖପୀଡ଼ୟା ।

ନ ଯାତି ତତ୍ତ ତତ୍ସଙ୍ଗେ ସର୍ବଂ ବିଷ୍ଣୋର୍ଦ୍ଧାମାଳୟଂ ।।

 

ଜୀବନ ଥିବା ପରିଯନ୍ତେ ସୁଖେ

ଧନ ଅରଜଇ ଅନେକ ଦୁଃଖେ

।।

ଯେତେବେଳେ ମୃତ୍ୟୁ ହୁଏ ପ୍ରାପ୍ତତ

ଠୁଳ କରିଥାଇ ସେସବୁ ବିତ୍ତ

।।

ମରିବା ବେଳେ ନ ଦିଅନ୍ତି କିଛି

ଏକଥାରେ କିବା ସନ୍ଦେହ ଅଛି

।।

ଯେତେ ଧନଦ୍ରବ୍ୟ ଥାଇଟି ତାର

ଶ୍ରୀଜଗନ୍ନାଥଙ୍କ କୋଠଭଣ୍ଡାର

।।

 

ଦାନ ଭୋଗ ବିହୀନ ଯଦ୍ଦାନଂ ତନ୍ନିଷ୍ଫଳଂ ଭବେତ୍‌ ।

ବୀଜଭାବବତୀ କ୍ଷେତ୍ରେ ଶସ୍ୟ ନ ମର୍ଜ୍ଜନଂ ଯଥା ।।

 

ହସ୍ତ ତୋଳିଣ ନ ଦିଅଇ ଯେହୁ

ଥୋଇଗଲେ ଆଉ ପାଇବ କାହୁଁ

।।

ଯାହାକୁ ଦେଲା ସେ ତ ଧନୀହେଲା

ଅକାରଣ ହୋଇ ଆପଣେ ମଲା

।।

ଦେଉଥିଲେ ସିନା ପାଆନ୍ତୁ ପୁଣି

ନଦେଲା ପଦାର୍ଥ କେଦେବଆଣି

।।

ଯେଦେଇଥାଇ ସେ ଲେଉଟିପାଇ

ତେଣୁକରି ସେହି କୃପଣ ନୋହି

।।

ହସ୍ତତୋଳି ଯେହୁ ନ ଦେଲାବିତ୍ତ

ଆରଜନ୍ମେତାକୁ ନୋହେ ପ୍ରାପତ

।।

ବୁଣିଥିଲେ ସିନା ମିଳେ ଜନମି

ଥୋଇଲା ଧନଟି ପଡ଼ିଆ ଭୂମି

।।

 

ଅବିଦ୍ୟା ଜୀବନଂ ଶୂନ୍ୟ ହରିଶୂନ୍ୟ ସବାନ୍ଧବଃ ।

ଅପୁତ୍ରିକ ଗୃହ ଶୂନ୍ୟ ସର୍ବଶୂନ୍ୟ ଦରିଦ୍ରତା ।।

 

ବିଦ୍ୟାଥିବା ଲୋକ ସ୍ୱଭାବେ ବଡ଼

ତାହାକୁ କିଛିହିଁ ନୁହଇ ଗାଡ଼

।।

ମୂର୍ଖଲୋକଙ୍କୁ ଯେଉଁ ଶାସ୍ତ୍ର ପୁଚ୍ଛି

ମୁଖରେ ତାଙ୍କର ନ ଥାଏ କିଛି

।।

ଶୁଦ୍ଧ ଯେ ନୁହଇ ଅଶୁଦ୍ଧ ମୁଖ

ଗୋଷ୍ଠୀରେପଡ଼ିଲେ ଏକଥାଦୁଃଖ

।।

ଯେଉଁଦେଶେ ବନ୍ଧୁ କୁଟୁମ୍ୱ ନାହିଁ

ସେ ଦେଶରେ କିସ କରିବଯାଇ

।।

ଶୂନ୍ୟବୋଲି ଏହା ଜାଣିହୋନର

କେବେହେଁସେଦେଶେନକରଘର

।।

ଯେବଣ ପ୍ରାଣୀର ନଥାଇ ସୁତ

ଘରେ ପୁରିଥାଇ ଅନେକ ବିତ୍ତ

।।

ଦାସୀ ମଇଁଷି ଗୋରୁଗାଈ ମୂଳେ

କେତେଦ୍ରବ୍ୟଲେଖିକହିବାଠୁଳେ

।।

ପୁତ୍ରଦୁହିତା ଯେ ନୋହିଲେ ଘେନ

ଶାସ୍ତ୍ରେକହିଅଛି ସେଘରଶୂନ୍ୟ

।।

ଅନେକ ପାପେ ଅପୁତ୍ରିକହୋଇ

ଅନ୍ତ କରି ତାହା କହି ନୁହି

।।

ଦରିଦ୍ର ଲୋକର ସକଳ ଶୂନ୍ୟ

କେହି ତାହାକୁ ନକରଇ ମାନ୍ୟ

।।

 

ଗୋହାପାପଂ ଯୁଗାନ୍ତଂ ଚ ସ୍ତ୍ରୀହା ପାପଂ ଚତୁର୍ଯୁଗଂ

କଳ୍ପନ୍ତଂ ବ୍ରହ୍ମହାପାପଂ ବ୍ରହ୍ମସ୍ୱାଘଂ ନ ଯୀଦତି ।

 

ଗୋରୁହତ୍ୟାପାପ ଯେହୁ କରଇ

ଯୁଗ ପରିଯନ୍ତେ ପାପ ଲାଗଇ

।।

ସ୍ତିରୀହତ୍ୟା ଯେବେ କରିଣଥାଇ

ଚାରିଯୁଗ ଗଲେ ସେ ପାପଯାଇ

।।

ବିପ୍ରହତ୍ୟା କଲେ କଳପେ ଯାଏ

ବ୍ରହ୍ମସ୍ୱପାପ ଅନ୍ତକରି ନୋହେ

।।

ପୁତ୍ର ଦୁହିତା ଯେ ପିତା ସହିତେ

ନାତି ପଣନାତି ଥିବେଟିଯେତେ

।।

ସବୁକୁ ଲାଗଇ ବ୍ରହ୍ମସ୍ୱ ଦୋଷ

ସାହୁ ବୋଧକଲେ ପାତକନାଶ

।।

ଅତି ପାପକଲେ ଦରିଦ୍ର ହୋଇ

ସବୁ ପ୍ରକାର ତାର ନାଶଯାଇ

।।

 

ରୂପଂ ବିତ୍ତଂ କବିତ୍ୱଂ ଚ ବିଦ୍ୟାଦିଗୁଣ ସଂଙ୍କୁଳ

କୁଳଶୀଳାଦିକଂ ସର୍ବଂ ଦରିଦ୍ରସ୍ୟ ହି ନଶ୍ୟତି ।।

 

ଯେତେବେଳେ ପ୍ରାଣୀ ଦରିଦ୍ର ହୋଇ

ରୁପବର୍ଣ୍ଣଗୋଟି ନାଶକୁଯାଇ

।।

ସମର୍ଥପଣରେ ଯେଉଁ ବିଚାର

ତା ପାଇ ନପାରେ ଦରିଦ୍ର ନର

।।

ମହତ ପଣରେ ଯେଉଁ ବେଭର

ସେହି ନାଶଯାଇ ଦରିଦ୍ରଠାର

।।

ବିଦ୍ୟାବୁଦ୍ଧିତାର ଯେତେକ ଥାଇ

ଦରିଦ୍ର ହୋଇଲେ ନାଶକୁଯାଇ

।।

ବଳବପୁ ଆଦି କହିବା ପୁଣ

ନାଶକୁ ଯାଇ ସେ ସକଳଗୁଣ

।।

ସତ୍ୟଧର୍ମ କୁଲଶୀଳକୁ ଘେନି

ଦରିଦ୍ର ହୋଇଲେ ଏତେକହାନି

।।

 

ଦରିଦ୍ରସ୍ୟ ବ୍ୟାଧିସତ୍ୟ ମୂର୍ଖସ୍ୟାଧର୍ମଣସ୍ତଥା

ପୂର୍ବାର୍ଜିତ ଫଳେନୈବ ସୁଖଂ ସର୍ବଂ ବିଷୀଦତି ।

 

ଦରିଦ୍ର ବ୍ୟାଧିମନ୍ତ ମୂର୍ଖଜନେ

ଭୁଞ୍ଜନ୍ତି ଦୁଃଖଟି ଅଧମମାନେ

।।

ପାପ ଫଳରୁଟି ଏମନ୍ତ ଦୁଃଖ

ଲୋଡ଼ିଲେ ସେ କାହିଁ ପାଇବସୁଖ

।।

ଭଲମନ୍ଦରଟି ଯେଉଁ ବ୍ୟବସ୍ଥା

ଅନ୍ତରେ ଜାଣିବ ସମସ୍ତ କଥା

।।

ତୁମ୍ଭେ ବୋଲିବ କେଉଁଭାବେପୁଣ

କାହିଁ ଦେଖିଲା ଦୃଷ୍ଟାନ୍ତକୁଶୁଣ

।।

 

କାକଃ କୃଷ୍ଣଃ ପିକଃ କ୍ୱ ଭେଦ ପିକ କାକୟୋଃ

ବସନ୍ତକାଳେ ସଂପ୍ରାପ୍ତେ କାକଃ କାକଃ ପିକଃ ପିକଃ ।

 

କାକବର୍ଣ୍ଣଗୋଟି ସ୍ୱଭାବେ କଳା

ପିକ ବର୍ଣ୍ଣ ଦିଶେ ତାହାରି ପରା

।।

ଜ୍ୟୋତିରେ ଦେହ କୃଷ୍ଣବର୍ଣ୍ଣସମ

ବାରି ନୁହଇ ଭିନ୍ନାଭିନ୍ନ ଲୋମ

।।

ବେନିଗୋଟି ଜୀବ କଳାସ୍ୱଭାବ

ବସନ୍ତ ସମୟେ କରନ୍ତେ ରାବ

।।

ତେବେ ଜାଣି ତାଙ୍କ ବଚନ ନିକ

କାକ କାକ ହୋଏ ପିକାହିଁପିକ

।।

ଆବର କଥାଏ କହିବା ପୁଣ

ସୁସଙ୍ଗୀଲୋକର ଯେତେକଗୁଣ

।।

 

ଅକର୍ତ୍ତବ୍ୟ ତୁ ନ କୁର୍ଯ୍ୟାଦେବାକୀ ନ କଜେତ୍‌ କଦା ।

ସୁସଙ୍ଗେ ଜୀବନଂ ରଖେତ୍‌ ପାନ୍ଥ କର୍କଟୟୋର୍ଯଥା ।।

 

ଯେତେ କାର୍ଯ୍ୟଥିଲେ ଅତି ଆକଟେ

ଏକାହୋଇଣ ନ ଚାଲିବ ବାଟେ

।।

ତୁମ୍ଭେ ବୋଲିବ କେଉଁ ଭାବେ ଅବା

କାହିଁ ଦେଖିଲା ଦୃଷ୍ଟାନ୍ତର ଦେବା

।।

ଭଦ୍ରାନନ୍ଦ ନାମେ ଏକ ପ୍ରବାସୀ

ନିଗମ ବନରେ ପଶିଲା ଆସି

।।

ଏକା ଜଣେ ହୋଇ ଚାଲଇ ବାଟ

ପଥରେ ଦେଖିଲା ଏକ କର୍କଟ

।।

ବିଦେଶୀକି ଚାହିଁ କର୍କଟ କହି

ଏକାହୋଇ ପଥ ନ ଚାଲ ଭାଇ

।।

ଜ୍ଞାନ ବୁଦ୍ଧି ତାର ନାହିଁକି ଆଉ

ନିଗମ ବନରେ ଏକା ତୁ ଯାଉ

।।

ବିଦେଶୀ ବୋଇଲା ଶୁଣ କର୍କଟ

ନାହିଁ ମୋର ବନ୍ଧୁ କୁଟୁମ୍ୱ ଇଷ୍ଟ

।।

ପୁତ୍ର ଦୁହିତା ନାହିଁ ମୋ ସଙ୍ଗତେ

କାହାକୁ ଘେନିଣ ଚାଲିବି ପଥେ

।।

କର୍କଟ ବୋଇଲା ମୋତେ ତୁ ନିଅ

ତୁଣ୍ଡର ସଙ୍ଖାଳି କରିଣ ଥାଅ

।।

ଶୁଣି ପ୍ରଦେଶୀ ଲଭିଲା ସନ୍ତୋଷ

ବୋଇଲା ମୋର କମଣ୍ଡଳେ ପଶ

।।

ଯେତେଦୂର ତୁ ଇଚ୍ଛାସୁଖେ ଯିବୁ

ମିତ୍ରହୋଇ ମୋର ସଙ୍ଗତେଥିବୁ

।।

ଏତେବୋଲିତାକୁକରରେ ଘେନି

ଚଳିଲେ ପ୍ରଦେଶୀ କର୍କଟ ବେନି

।।

ସଧୀରେ ସଧୀରେ କଲେ ଗମନ

ବଟବୃକ୍ଷ ଅଛି ନିଗମ ସ୍ଥାନ

।।

ଖରାରେ ଆରତ ହୋଇ ପ୍ରଦେଶୀ

ଛାଲପାରି ବୃକ୍ଷତଳରେ ବସି

।।

 

ଅଗମେ ମୃକ୍ଷାଶାଖାୟାଂ କାକ ସର୍ପୋ ପଥିସ୍ଥିତୌ

ଉଭୟୋର୍ଦ୍ଦୁଷ୍ଟବୁଦ୍ଧିତ୍ୱେ ଭବେତ୍ପଥିକନାଶନଂ ।

 

କାକ ସର୍ପ ବେନି ମଇତ୍ର ହୋଇ

ସେ ବୃକ୍ଷ ଉପରେ ଅଛନ୍ତି ରହି

।।

ତରୁବର ଶିଖେ ତାହାଙ୍କ ବାସ

ପଥିକମାନଙ୍କୁ କରନ୍ତି ନାଶ

।।

ଏମନ୍ତେ ପ୍ରଦେଶି ଥିଲାକ ବସି

ନିଦ୍ରା ଘାରିଲା ତା ଚକ୍ଷୁରେ ଆସି

।।

ପଥଶ୍ରମ ପାଇ ପଡ଼ିଲା ଶୋଇ

କାକ ଡାକଦେଲା ସାପକୁଚାହିଁ

।।

ଭୋ ମିତ୍ର ଭକ୍ଷିବା ଉତ୍ତମ ମାଂସ

ବିଦେଶୀ ଶୋଇଛି ଯାଇତୁ ଦଂଶ

।।

ଶୁଣିକରି ସର୍ପ ଧାଇଁଲା ରୋଷେ

ପ୍ରବେଶ ହୋଇଲା ବିଦେଶୀପାଶେ

।।

ମଥାରେ ନେଇ ଲଗାଇଲା ଘାଉ

ବିଦେଶୀ ଜାଣି ନପାରିଲା ଆଉ

।।

କହୁଁ କହୁଁ ବିଷ ଦେହେ ବ୍ୟପିଲା

ନିଦ୍ରାବସ୍ଥାରେ ତା ଜୀବନଗଲା

।।

କାକ ମୁଖ ଚାହିଁ ବୋଇଲା ସର୍ପ

ଭୋ ମିତ୍ର ହରିଲା ପଥିକ ଦର୍ପ

।।

ନିର୍ଭୟ ହୋଇଣ ଖାଅ ତୁ ବସି

ଗର୍ଭ ପୁରାଇଣ ସନ୍ତୋଷ ହୋସି

।।

ଏତେ ବୋଲି ସର୍ପ ମିତ୍ରକୁ କହି

ବୃକ୍ଷକ୍ରୋଟରେ ପଶିଲାକଯାଇଁ

।।

ଏମନ୍ତ ଶୁଣି ସେ ଅଇଲା କାକ

ବିଦେଶୀପରେ ବସିଦେଲା ଡାକ

।।

ଥଣ୍ଟଘେନି ତାର ଚର୍ମ ଟାଣିଲା

ନିଶ୍ଚୟ ମରିଛି ବୋଲି ଜାଣିଲା

।।

କମଣ୍ଡଳେ ଅଛି ଯେବଣ ଦ୍ରବ୍ୟ

ତାହାଖାଇ ଆଗେ ତୋଷିବିଗର୍ଭ

।।

ଥଣ୍ଟ ପୂରାଇ ଦରାଣ୍ଡନ୍ତେ କାକ

କର୍କଟ ଜାଣି ଧରିଲା ତା ବେକ

।।

ବେନିଗୋଟି ଦନ୍ତ ଲଗାଇ କଣ୍ଠେ

ଆକର୍ଷି ଧରିଣ ଯାକିଲା ଆଣ୍ଟେ

।।

କାକ ବୋଇଲା ତୁ ଶୁଣ କର୍କଟ

କିମ୍ପା ଜାକିଧରୁ ମୋହର କଣ୍ଠ

।।

ପଞ୍ଚଭୂତ ଆତ୍ମା ଯାଉଛି ଉଡ଼ି

ଦନ୍ତେ ତିରଣ ମୋତେ ଦିଅଛାଡ଼ି

।।

ମୁଁ ତୋର ଭଗାରି ନୁହଇ ବାପ

ଅଦୋଷେ ମାଇଲେପାଇବୁପାପ

।।

କର୍କଟ ବୋଇଲା ଶୁଣରେ ବାଇ

ସର୍ପ ଅଛି ମୋର ମିତ୍ରକୁ ଖାଇ

।।

ତାହାକୁ ଆଗତୁ ଜିଆଅ କିନା

ତେବେ ତୋ ଜୀବନ ପାଇବୁସିନା

।।

ପ୍ରଚ୍ଛନ୍ନ ବଚନ ମୋହର ଏଟି

ନୋହିଲେ ଦନ୍ତରେ କାଟିବିତୋଟି

।।

ଶୁଣି ସ୍ତମ୍ଭୀଭୂତ ହୋଇଲା କାକ

ସର୍ପକୁ ଡାକିଲା ହେମିତ୍ର ରଖ

।।

ବିଦେଶୀ ଅଙ୍ଗରୁ ବିଷ ତୁ ହର

ନୋହିଲେ ଜୀବନ ଗଲାଟି ମୋର

।।

କାକ ବଚନରେ ବାହାରି ଅହି

ବିଷ ଚୁମ୍ୱିଲା ଘାଆମୁଖେଯାଇ

।।

ଭଦ୍ରାନନ୍ଦ ନାମେ ବିଦେଶୀଗୋଟି

ସଚେତହୋଇ ସେ ବସିଲାଉଠି

।।

କର୍କଟ ବୋଇଲା ଶୁଣ ହେ ମିତ୍ର

ସର୍ପଦଂଶିଲା ଯେ ନ ଜାଣୁ ତୁତ

।।

ଛାଲ ତଳରେ ଅଛି ଲୁଚି ସେଟି

ବାଡ଼ିଧରି ବେଗେ ପକାଅ ପିଟି

।।

ମୋଠାରୁ ଯିବକି ଏ କାକ ଛାର

ସର୍ପକୁ ଆଗ ତୁ ବହନମାର

।।

କର୍ମଟ ବଚନ ଶୁଣି ସେ ଯୋଗୀ

କରେ ବାଡ଼ିଧରି ଉଠିଲାବେଗି

।।

ଛାଲ ତୋଳି ତହିଁ ମାଇଲା ସର୍ପ

କର୍କଟ ହାରିଲା କାକର ଦର୍ପ

।।

ଦନ୍ତରେ କାଟି ବେନିଖଣ୍ଡ କଲା

ତା ପିଣ୍ଡୁ ପ୍ରାଣ ଅନ୍ତରୀକ୍ଷେଗଲା

।।

କାକସର୍ପ ବେନି ହୋଇଲେ ହତ

ସୁସଙ୍ଗ ସଙ୍ଗର ଗୁଣ ଏମନ୍ତ

।।

ତେଣୁ କରି ପଥେ ନ ଯିବ ଏକା

ସଙ୍ଗେ ଜଣେଥିଲେ ପ୍ରାଣକୁଶାଖା

।।

କର୍କଟକୁ ଚାହିଁ ବୋଇଲେ ଯୋଗୀ

ଭୋମିତ୍ର ଏଠାରୁ ଚଳିବାବେଗି

।।

ଯେୁଁଠାରେ ପାଇ ଆତ୍ମାକୁ ସଲ

ସେଠାରେ ଥିବାର ନୁହଇ ଭଲ

।।

ତୁଯେବେ ହେମିତ୍ର ରଖିଲୁମୋତେ

ଉତ୍ତମସ୍ଥାନରେ ହୁଡ଼ିବି ତୋତେ

।।

ଏତେବୋଲି ଯୋଗୀ ଚଳିଲାବେଗେ

ପ୍ରବେଶ ହୋଇଲା କର୍କଟ ଲାଗେ

।।

ନଦୀକୂଳେ ନେଇ ମିତ୍ରକୁ ଛାଡ଼ି

ମଣ୍ଡପେ ବସିଲା ଆସନ ମାଡ଼ି

।।

ସାବଧାନ ହୋଇ ଶୁଣ ସୁଜନ

ସୁସଙ୍ଗ ଲୋକର ଏମନ୍ତଗୁଣ

।।

ଆବର କଥାଏ କହିବା ଏବେ

ସୁଜନେ ବିଚାରି ଘେନିବ ତେବେ

।।

 

କ୍ଷୁଧାତୁରାଣାଂ ନହି ଶୁଦ୍ଧବୁଦ୍ଧି ତୃଷାତୁରାଣାଂ ନ ଚ ପାତ୍ରଶୁଦ୍ଧିଃ

ନିଦ୍ରାତୁରାଣାଂ ନଚ ଭୂମିଶଯ୍ୟା କାମାତୁରାଣାଂ ନହି ଲୋକଲଜ୍ଜା ।

 

କ୍ଷୁଧାରେ ଯେଲୋକ ଆରତହୋଇ

ବଳବୁଦ୍ଧି ତାର ନଥାଏଦେହୀ

।।

ତୃଷା ଆରତ ଯେ ସବୁହୁଁ ଦୁଃଖ

ପାତ୍ର ଭଲମନ୍ଦ ନ ଜାଣେ ମୂର୍ଖ

।।

ଶୁଦ୍ଧ ଅଶୁଦ୍ଧ ନ ଜାଣେ କେବଳ

ଯହିଁ ପାଇ ତହିଁ ପିଅଇ ଜଳ

।।

ନିଦ୍ରାରେଯେଲୋକ ଆରତହୋଇ

ଭୂମି ଭଲମନ୍ଦ ନଜାଣେ ସେହି

।।

ପଦା ବୁଦାମୂଳ ଯେ ଶମଶାନ

ଯହିଁ ପାରେ ତହିଁ କରେ ଶୟନ

।।

କାମଆତୁର ଯେଉଁଲୋକ ହୋଇ

ଲାଜକୁ ତାହାର ଭୟ ନଥାଇ

।।

ମରିବା କଥାକୁ ନଥାଏ ଭୟ

ବିଷ ମଣୁଥାଏ ଅମୃତ ପ୍ରାୟ

।।

କ୍ଷୁଧା ତୃଷା ନିଦ୍ରା ଆବର କାମ

ଏମାନେ ଚିତ୍ତକୁ କରନ୍ତି ଭ୍ରମ

।।

 

ସର୍ବଦୁଃଖାଧିକଂ ମନ୍ୟେ ତ୍ୱନ୍ନ ନଷ୍ଟଂ ସୁଦାରୁଣଂ

ଭୁଜଙ୍ଗସ୍ୟ ବିଷତ୍ତୀକ୍ଷଣଂ ନରସ୍ୟ ସର୍ବଘାତକଂ

 

ସବୁ ଦୁଃଖରୁ ଯେ କ୍ଷୁଧା ଗରିଷ୍ଠ

ଭୋକ ଲାଗିଲେ ଜ୍ଞାନଯାଏ ନଷ୍ଟ

।।

ତୁମ୍ଭେବୋଲଅବା କେମନ୍ତଭାବେ

ସେକଥା ବୁଝାଇ କହିବା ଏବେ

।।

ଭୁଜଙ୍ଗ ବୋଲିଣ ସର୍ପକୁ କହି

ସେଦଂଶିଲେଦେହଯେମନ୍ତହୋଇ

।।

ବିଷଯେଦେହରେ ଉଠଇ ଖରେ

କ୍ଷୁଧାରେ କଷ୍ଟହିଁ ସେହି ପ୍ରକାରେ

।।

ଘାରିହୋଇଣ ପାଉଥାଇ ଦୁଃଖ

କେଉଁ କଥାରେ ନଥାଏ ତାସୁଖ

।।

କୋଟିଏ ନାଗର ଯେମନ୍ତ ଜ୍ୱାଳା

ଅନ୍ନକଷ୍ଟ ଦୁଃଖ ତହିଁ ଆଗୁଳା

।।

 

ଆଦୌ ରୂପବିନାଶିନୀକୃଶକରି କାମସ୍ୟ ବିଧ୍ୱଂସିନୀ

ଜ୍ଞାନଭ୍ରଂଶକାରୀ ତପକ୍ଷୟକାରୀ ଧର୍ମାର୍ଥନିର୍ମୂଳିନୀ

ପୁତ୍ରଭ୍ରାତୃକଳତ୍ରଭେଦନକାରୀ ଲଜ୍ଜାକୁଳଚ୍ଛେଦିନୀ

ସୀମାଂ ପୀଡ଼ତ ସର୍ବଦୋଷ ନନୀ ପ୍ରାଣାପହାରୀକ୍ଷୁଧା

 

ପ୍ରଥମେ ରୂପ କରଇ ବିନାଶ

ତାପରେ ଶରୀର କରଇ କୃଶ

।।

କାମ ଜ୍ଞାନ ତପ ଜୟ କରଇ

ଧର୍ମ ଅର୍ଥର ମୂଳ ନ ରଖଇ

।।

କାମଦେବ ତାପ କରଇ ଦୂର

କ୍ଷୁଧା ଅଶେଷ କ୍ଳେଶମୂଳଧାର

।।

ପୁତ୍ର ଦୁହିତା ଯେ କୁଟୁମ୍ୱ ଲୋକ

ସବୁରି ମନକୁ ଲାଗଇ ଶୋକ

।।

ଭିନ୍ନଭିନ୍ନ କରି କରନ୍ତି ଘର

ପେଟ ନପୁରି କେ ପଳାନ୍ତି ଦୂର

।।

ପିତାକୁ ପୁତ୍ର ଯେ କରଇ ଦୂର

ଏତେଦୁଃଖ ହାଦେ ଅନ୍ନ କଷ୍ଟର

।।

ଗୃହସ୍ଥକୁ ଛାଡ଼ି ଭାରିଯା ଯାଇ

ପରଘରେ ଖଟେପୋଇଲୀ ହୋଇ

।।

ଏମନ୍ତ ଭାବେଟି ଅନ୍ନର କଷ୍ଟ

ସର୍ପଗରଳରେ ଯେମନ୍ତ ନଷ୍ଟ

।।

 

ମନ୍ତ୍ରେ ସଦଦିଷଂ ଯାତି କ୍ଷୁଧାନ୍ନ ଭୋଜନ ତଥା

ସଜ୍ଜାନାବନ୍ନାମନ୍ତ୍ରୌ ଚ କ୍ଷୁଦ ବିଷେ ଖଳରୂପକେ ।

 

ମନ୍ତ୍ରପଢ଼ି ଯେହ୍ନେ ବିଷକୁ ଝାଡ଼ି

ଅନ୍ନଦେଲେ କ୍ଷୁଧାଶୀତଳପଡ଼ି

।।

ଅନ୍ନ ବଡ଼ଲୋକ ରଖଇ ପ୍ରାଣ

କ୍ଷୁଧା ତୃଷାହିଁଟି ପ୍ରକୃତି ଜାଣ

।।

ସାଧୁଜନମାନେ ବିଚାର କର

ଗୁଣ ଅବିଗୁଣ ଏତେ ଅନ୍ତର

।।

ପିତାମାତା ଦୁହେଁ ପୁତ୍ରକୁ ଯେତେ

ପଢ଼ିବାନିମନ୍ତେ ବୁଝାନ୍ତି କେତେ

।।

ତୁମ୍ଭେ ଯେ ଆମ୍ଭର ଗୁଣିକ ପୁଅ

ପାଠ ପଢ଼ିବାକୁ ବିବେକ ହୁଅ

।।

 

ବିଦ୍ୟା ନାମ ନରସ୍ୟ ରୂପମଧିକଂ ପ୍ରଚ୍ଛନ୍ନ ଗୁପ୍ତଧନଂ

ବିଦ୍ୟା ଭୋଗକରି ଯଶଃ ସୁଖକାରୀ ବିଦ୍ୟା ଗୁରୁଣାଂଗୁରୁ

ବିଦ୍ୟା ବନ୍ଧୁଜନେ ବିଦେଶଗମନେ ବିଦ୍ୟାପରମଦୈବତ

ବିଦ୍ୟା ରାଜସୁ ପୂଜିତଂ ନହି ଧନଂ ବିଦ୍ୟା ବିହୀନଃ ପଶୁ ।

 

ପାଞ୍ଚରେ ଗଣିତ ହୋଇବୁ ଯେବେ

ସଭାରେ ବସିବୁ ପଣ୍ଡିତ ଭାବେ

।।

ବିଦ୍ୟା ପ୍ରସାଦେ ଧନଦ୍ରବ୍ୟ ପାଇ

ବିଦ୍ୟା ଥିଲେ ରାଜଗୋଷ୍ଠୀକିଯାଇ

।।

ବିଦ୍ୟାହୀନ ଲୋକ ସ୍ୱଭାବେ ଅନ୍ଧ

ପବିତ୍ର ନୁହଇ ତାହାର ପଦ

।।

ସଭାରେ କହି ନ ପାରଇ କଥା

ପିତା ମାତାକୁ ଯେ ବହୁତ ବଥା

।।

ପଣ୍ଡିତ ଲୋକଙ୍କୁ ଆସନ୍ତି ପୁଚ୍ଛି

ଖଡ଼ିତଳେ ଖଣ୍ଡା ଶାସ୍ତ୍ରରେ ଅଛି

।।

ବିଦ୍ୟାଧନ ବାବୁ ଜଗତେ ସାର

ଚୋରାଇ ନେଇ ନପାରଇଚୋର

।।

ଜାତି ବିଭାକାର୍ଯ୍ୟ ଯହିକି ଯାଇ

କେଉଁଠାରେ ସେହି ହଜଇନାହିଁ

।।

ଖଣ୍ଡ ଦଣ୍ଡ ପାଟ ଏମାନେ ମୂଳେ

ରାଜାହିଁ ନେଇ ନ ପାରଇବଳେ

।।

ଯେବେଟି ବିଦେଶୀ ରାଜ୍ୟକୁ ଯାଇ

ଭାର ବୋଝକରି ନଥାଏ ବୋହି

।।

ସକଳ ଦ୍ରବ୍ୟମାନ ହୋଏ ବ୍ୟୟ

ବିଦ୍ୟାଧନ ଆଉ ନ ଯାଏ କ୍ଷୟ

।।

ଦେଲେ ଖାଇଲେ ଯେଉଁଧନ ସରି

ସେ ଧନ ଛାରକୁ ଲେଖା ନକରି

।।

ବିଦ୍ୟାଧନ ଯେଉଁ ପଣ୍ଡିତ ବହି

ସୁପୁରୁଷ ବୋଲି ତାହାକୁ କହି

।।

ଏମନ୍ତ ବୋଲିଣ ଶିଖାଏ ତାତ

ତାହା ନ ଶୁଣନ୍ତି ଯେବଣ ସୁତ

।।

ସେ ଲୋକମାନଙ୍କୁ ବୋଲିଟି ମୂର୍ଖ

କେଉଁଠାରେ ତାଙ୍କୁ ନମିଳେସୁଖ

।।

 

ଅସନ୍ତୁଷ୍ଟା ଦ୍ୱିଜା ନଷ୍ଟା ସନ୍ତୁଷ୍ଟାଇବ ପାର୍ଥିବାଃ

ସଲଜ୍ଜା ଗଣିକା ନଷ୍ଟାଃ ନିର୍ଲ୍ଲଜାଶ୍ଚ କୁଳସ୍ତ୍ରୀୟଃ ।

 

ଜାତିମାନଙ୍କରେ ବ୍ରାହ୍ମଣ ଶ୍ରେଷ୍ଠ

ଅସନ୍ତୋଷରେ ସେ ହୁଅହିଁ ନଷ୍ଟ

।।

ରାଜାହୋଇ ଯେବେସନ୍ତୋଷବହି

ଯେତେ ଦେଶଥିଲେ ନାଶକୁଯାଇ

।।

ବେଶ୍ୟାହୋଇଯେବେଲଜ୍ଜାକୁପାଏ

ଶାସ୍ତ୍ରରେ କହିଛି ସେ ନାଶଯାଏ

।।

କୁଳସ୍ତିରୀ ଯେବେ ଛାଡ଼ିବ ଲାଜ

ସେ ଛାର ଯୁବତୀ କାହିଁରେକାର୍ଯ୍ୟ

।।

ତାହାକୁ ଗୃହରେ ରଖିଲେ ପୁଣ

ପଛନ୍ତେ କାଳକୁ ନିଅଇ ପ୍ରାଣ

।।

 

ହେଳାୟାଂ କାର୍ଯ୍ୟନାଶଃସ୍ୟାଦ ବୁଦ୍ଧି ନାଶଶ୍ଚ ନିର୍ଦ୍ଧନେ

ଯଚ୍‌ଞୟାଂ ମାନନାଶଃସ୍ୟାଦ୍‌ ବୁଦ୍ଧିନାଶଶ୍ଚ ନିର୍ଦ୍ଧନେ ।

 

ହେଳାକରି କାର୍ଯ୍ୟ କରି ନୁହଇ

ନିର୍ଦ୍ଧନ ଲୋକର ବୁଦ୍ଧିନଥାଇ

।।

ଯାଚକ ହୋଇଯିବ ଯାହା ପାଶ

ପୁଣ୍ୟଧର୍ମ ସବୁ ଯାଇଟି ନାଶ

।।

ଅଜାତିରେ ଯେ ବେଳେକ ଭକ୍ଷି

କୁଳ ନାଶଯାଏ ଶାସ୍ତ୍ରରେ ଅଛି

।।

ଏମନ୍ତ ଭାବେ କହିଅଛି ପାଠ

ଏତେଲୋକଙ୍କୁ କରିବା ଆକଟ

।।

 

ମର୍ଦ୍ଦଳୋ ପାଠପୋ ଦାସୀ ଗ୍ରାମେଣୋ ନାପିତ ସ୍ତଥା

ନାବିକଶ୍ଚୈବ ଗୋପାଳଃ ନପ୍ତୋତେ ତାଡନେ ବଶଃ ।

 

ପାଠ ପଢ଼ନ୍ତି ଯେ ବାଳୁତପୋଏ

ମାଇଲେ ତାହାକୁ ହୁଅଇ ଜୟେ

।।

ମର୍ଦ୍ଦଳ ଯେବେ ଆଣ୍ଟକରି ମାରି

ତେବେ ସେ ଶୁଭଇ ଶବଦକରି

।।

ଦାସୀଯେ ପୋଇଲିଏ ପରିବାରୀ

ଆକଟ କଲେ ଯେ ଥାଆନ୍ତିଡ଼ରି

।।

ଗ୍ରାମେଶବୋଲିହେ ଦେଶପ୍ରଧାନ

ନାପିତ ବୋଲିଟି ଭଣ୍ଡାରିନାମ

।।

ନାବିକ ବୋଲି କେଉଟିକୁ କହି

ଗୋପାଳ ମିଶି ସାତଜଣ ହୋଇ

।।

ଏହାଙ୍କଠାରେ ନୋହିବ ସଦୟ

ଗୋପାଳ ମିଶି ସାତଜଣ ହୋଇ

।।

ଏହାଙ୍କଠାରେ ନୋହିବ ସଦୟ

ମାରି ସେମାନଙ୍କୁ କରିବ ଜୟ

।।

 

ଋଣକର୍ତ୍ତା ପିତା ଶତ୍ରୁ ମାତାଶତ୍ରୁ ଦ୍ୱଚାଋଣୀ

ଭାର୍ଯ୍ୟା ରୂପବତୀ ଶତ୍ରୁଃ ପୁତ୍ରଃ ଶତ୍ରୂ କୁପଣ୍ଡିତଃ ।

 

ଜନକ ଯେବେ ହୁଏ ଋଣକାରୀ

ସେ ଅଟେ ପୁତ୍ରର ନିଶ୍ଚେ ବଇରୀ

।।

ମାତା ବିଟପୀ ହୋଇଲେ ବଇରୀ

ସୁନ୍ଦରୀ ଭାର୍ଯ୍ୟାକୁ ଦୃଷ୍ଟି ସବୁରି

।।

କୁପଣ୍ଡିତ ହୁଏ ଯେଉଁ ତନୟ      

ମାତାପିତାକୁ ସେ ଭଗାରିପ୍ରାୟ

।।

 

ସର୍ବସମ୍ପତ୍‌ ପ୍ରଯୁକ୍ତୋଽପିକ୍ରୁରେ ବିଦ୍ୟାବିବର୍ଜିତେ

ଗୁଣାଃ ପୂଜ୍ୟା ନ ଭୂୟନ୍ତେ ତଦ୍‌ବିଧେନ ଜନେନ ତୁ ।

 

ଯେବଣ ଲୋକର ନ ଥିବ ଗୁଣ

ପାଶରେ ଥାଇକି କରିବ ପୁଣ

।।

ତୁମ୍ଭେବୋଲିବ କେଉଁଭାବେ ଅବା

ଦୃଷ୍ଟାନ୍ତରେ ଏହା ଫେଡ଼ିକହିବା

।।

 

ନମ୍ରନ୍ତି ଫଳିପୋ ବୃକ୍ଷା ନମ୍ରନ୍ତି ଗୁଣିନେ ଜନାଃ

ମୂର୍ଖଂ ଚ ଶୁଷ୍କକାଠଂ ଚ ଭଜ୍ୟତେ ନ ଚ ନମ୍ରତେ ।

 

ସୁଜନ ଲୋକର ଭଲ ବ୍ୟବସ୍ଥା

ବିନୟ ଭାବରେ କହିବ କଥା

।।

ଦୁର୍ଜନ ଲୋକର ବୁଦ୍ଧି ଏମନ୍ତ

ଶୁଖିଲା କାଠର ଦେହ ଯେମନ୍ତ

।।

ଭାଜିଯାଏ ପଛେ ଦ୍ୱିଖଣ୍ଡ ହୋଇ

ନମ୍ରଭାବେ କେବେ ଓହଳେନାହିଁ

।।

 

ମୂର୍ଖସ୍ତ୍ୱ ଧର୍ମଶୀଳସ୍ତୁ ସ୍ୱପ୍ରଶଂସାନୁରାଗତଃ

ତଦ୍‌ବକ୍ରେ ମଧୂରାଳପଂ ନୋ ସରେତ୍ତ୍ୱ କଦାଚନି ।

 

ମୂର୍ଖଲୋକମାନେ ଅଧର୍ମୀ ଜାଣ

କରୁଥାନ୍ତି ଏକ ଆପଣା ଟାଣ

।।

ମଧୁର ଭାଷା ନ ଆସଇ ତୁଣ୍ଡେ

କଳି କରିବାକୁ ଉଠନ୍ତି ଚାଣ୍ଡେ

।।

 

ବନସଂସ୍ଥେଷୁ ବୃକ୍ଷେଷୁ ଚନ୍ଦନଂ ପୂଜ୍ୟତେ ଜନୈଃ

ଯଥାରତ୍ନେଷୁ ସର୍ବେସୁ ହାଟକଂ ବହୁମାନଭାକ ।

 

ଅରଣ୍ୟରେ ଅଛି ଅନେକ ବୃକ୍ଷ

ଚନ୍ଦନକାଠ ଯେ ସବୁହୁଁ ମୋକ୍ଷ

।।

ଆନବୃକ୍ଷ କାହିଁ ତା ତୁଲେ ସରି

ଭଲ ମନ୍ଦ ଦୁଇ ଏତ ବିଚାରି

।।

ସବୁ ରତ୍ନମାନେ ନୁହନ୍ତି କମ

ସୁବର୍ଣ୍ଣତୁଲେକି ହୋଇବ ସମ

।।

କଷଟିରେ କଷି ଅଗ୍ନିରେ ଦହି

ଯେତେତୁଳିଥାଏତେତକ ହୋଇ

।।

ମହତ ଲୋକର ଏମନ୍ତ ଗୁଣ

ଅସତ୍‌ମାର୍ଗକୁ ନ ଯାନ୍ତି ପୁଣ

।।

 

ଦୟାବାନ୍ମୁନୁଷଃ ଶ୍ରେଷ୍ଠଃ ପଂକ୍ତିମାନେବ ବୁଦ୍ଧିମାନ୍‌

କୃଷ୍ଣାଭକ୍ତଃ ସର୍ବପୂଜ୍ୟୋ ଯତସ୍ତଦ୍‌ ବାସନା ଦୃଢ଼ା ।

 

ସେ ଯେଡ଼େ ପୁରୁଷ ହୋଇବଏକ

ଦୟାବନ୍ତଲୋକ ମନୁଷ୍ୟଲେଖ

।।

ଗୋଷ୍ଠୀରେଥାଆନ୍ତିଯେବଣଲୋକ

କୃଷ୍ଣକଥାରେ ସେ ବଡ଼ ବିବେକ

।।

ସେ ପ୍ରାଣୀମାନେଟି ବିଶେଷ ବଡ଼

ସବୁ ଜନ୍ମେ ତାଙ୍କ ବାସନାଦୃଢ଼

।।

ଅଧର୍ମୀ ପୁରୁଷ ମାୟାରେ ବସି

କୃଷ୍ଣକଥାରେ ନ ପାରନ୍ତି ପଶି

।।

 

ବାସୁଦେବ ସ୍ଥିତେ ଯସ୍ତୁ ଭଜେଦନ୍ୟଂ ନରାଧମଃ

ପୂରତୋଜାହ୍ନବୀଦୃଷ୍ଟା କୂପଂ ଘନତି ଦୂର୍ମତିଃ ।

 

ବାସୁଦେବ ପ୍ରାୟ ପ୍ରଭୁଙ୍କୁ ଛାଡ଼ି

ଅନ୍ୟାନ୍ୟକୁ ଭଜେ ଅମଡ଼ାମାଡ଼ି

।।

ତାହାକୁ ବୋଲିଟି ଅଧମ ଜନ

ଫେଡ଼ିକହିବା ଦୃଷ୍ଟାନ୍ତର ଶୁଣ

।।

ଜାହ୍ନବୀ ଅଟେ ଯେ ଉତ୍ତମ ନଈ

ଦୁଆର ମୁହରେ ଯାଉଛି ବହି

।।

ତା ଜଳପାନରେ ଛାଡ଼ଇ ପାପ

ବାରିଆଡ଼େ ଯାଇଁଖୋଳାନ୍ତିକୂପ

।।

ତେଣୁକରି ତାଙ୍କୁ ବୋଲିବା ସାନ

ଗୋଷ୍ଠୀରେନଲେଖି ଏଲୋକମାନ

।।

ବଡ଼ିମା ପଣେ କହୁଥାନ୍ତି କଥା

ଆପଣା ଇଚ୍ଛାଏ ବଡ଼ ବକତା

।।

 

କୂପେ ଚ ଦର୍ଦ୍ଦରୋବକ୍ତି ମତ୍ସମଃ କୋଽସ୍ତ ସଙ୍ଗରେ

ପେଚକସ୍ତୁ ତଥା ରାତ୍ରୌ କାକାନାଂ ନୀରବେ କ୍ଷଣେ ।

 

ଦର୍ଦ୍ଦୁରବୋଲି ଯେ ବେଙ୍ଗକୁକହି

ଯେମନ୍ତେ କୂପଭିତରେ ସେଥାଇ

।।

ବକତା ହୋଇ କହୁଥାଇ ରାଗେ

ଶତ୍ରୁଥିଲେ ଆସି ମିଳୁ ମୋଆଗେ

।।

ପଥର କୋରଡ଼ ଭିତରେ ପଡ଼ି

ନିଠାଇ କରି ଛାଡ଼ୁଥାଏ ରଡ଼ି

।।

କୂପରେ ପଶି ନ ପାରଇ ସର୍ପ

ତେଣୁକରି ତାର ଏଡ଼େକ ଦର୍ପ

।।

ପେଚା ଯେ ନିଶାରେ ବଡ଼ବକତା

ବୋଲଇ ମୋତହୁଁ ନାହିଁଶକତା

।।

କୁଆକୁ ରାତ୍ରେ ତ ଦିଶଇ ନାହିଁ

ତେଣୁକରି ପେଚା ଗର୍ବେ ଡାକଇ

।।

ଦିବସେବାହାରେ ନୁହଇତେଡ଼େ

ଉଶ୍ୱାସ ଲୋକର ସ୍ୱଭାବ ଏଡ଼େ

।।

ବିଲରେ ବସାଯେ ଚେଣ୍ଟାଇପକ୍ଷୀ

ଭଲମନ୍ଦ କଥା ନଜାଣେ କିଛି

।।

ଚୋର ଅବାସାଧୁ ଯେବାଟେଯାଇ

ତାହାକୁ ଦେଖିଲେବୋବାଉଥଇ

।।

ସଭାରେ ଯେହୁ କହେ ଟେକକଥା

ସେ ଜଣେ ଏହାଙ୍କ ସଙ୍ଗେବକତା

।।

ତାଙ୍କର ମାୟା ତ କେହି ନଜାଣି

ତୁଚ୍ଛାକଥାକୁ ହେଉଥାନ୍ତି ଟାଣି

।।

 

ଆକାଶାନ୍ତଂ ମେଘଶବ୍ଦଂ ଚୌରାନୀଃ କରଣଂ ସ୍ତଥା

କବେର୍ଭାବଂ ଅଶ୍ୱବଳଂ ଦୁର୍ବୋଧ୍ୟଂ ଦୈବେତୈ ରପି ।

 

ଆକାଶର ଅନ୍ତ ତଥା ଜୀମୂତ

ଶୂନ୍ୟରେ ଗର୍ଜ୍ଜନ କରେ ବହୁତ

।।

ଚୋର ମରମ ଯେ ଅଶ୍ୱର ବଳ

କବି ହୃଦେ ସାତ ସମୁଦ୍ର ଜଳ

।।

ଯେଯେତେପଣ୍ଡିତହୋଇବହେଉ

ଏହାଙ୍କ ମନ ନ ଜାଣନ୍ତି କେହୁ

।।

ଏତେ ଲୋକଙ୍କର ମହିମା ଏଡ଼େ

ଦେବେ ନଜାଣନ୍ତି ମାନବକେଡ଼େ

।।

କୁଳ ନାଶଯାଇ ଯେମନ୍ତ ଭାବେ

ସେ କଥା କହୁଛି ଶୁଣହେ ଏବେ

।।

 

କୁଳାନ୍ତଂ ବହବୋ ଗାବଃ କୁଳାନ୍ତ ବହବସ୍ଥିଳାଃ

କୁଳାନ୍ତଂ ମୁଖରୀ ଭାର୍ଯ୍ୟା କୁଳାନ୍ତଂ ବନ୍ଧୁ ବିଗ୍ରହଃ ।

 

ବହୁତ ଗୋଧନ ଯେ ଲୋକ କରି

ଭଲରୂପେ ତାହା ପାଳି ନପାରି

।।

ନାନାରୋଗକରି ବ୍ୟଧିରେ ମରେ

ପୋକ ପଡ଼ିଥିଲେଦେଖିନପାରେ

।।

ଅଧିକହେତୁରୁ ନୋହେସଙ୍ଖୋଳା

ଚୋରଖଣ୍ଟ ନିଏ କଲେକ ହେଳା

।।

ବ୍ୟାଘ୍ର ଘେନିଯାଏ ଚରିବାଠାରୁ

କୁଳନାଶଯାଏ ସେହି ହେତୁରୁ

।।

ତିଳ ବେଉସା ଯେ ବହୁତ କରେ

ସେ ପ୍ରାଣୀ ପାତକୀ ହୋଇଣମରେ

।।

ଶମ୍ଭୁଲିଙ୍ଗ ସଙ୍ଗେ ସେ ତିଳ ସରି

ଘଣାରେ ପଡ଼ନ୍ତେ ବିକୋତିକରି

।।

ପାଦରେ ମାଡ଼ି ନାରଖାର କରେ

କୁଳ ନାଶଯାଏ ଏହି ପ୍ରକାରେ

।।

ଯେଉଁ ଲୋକଙ୍କର ଭାରିଯା ଜାଣ

ମୁଖରେ କହଇ କଟୁବଚନ

।।

ରିପୁ ପ୍ରାୟେ ନିଜପତିକି ଦେଖେ

ଗୁରସ୍ତ ପଣର ଭାବ ନ ରଖେ

।।

ଧର୍ମ କୀରତିକି ମଣଇ ଶଲ

ଦ୍ରବ୍ୟଦିଆଇଲେ ନକରେବୋଲ

।।

କୁଟୁମ୍ୱଙ୍କ ପାଇଁ ନ ଥାଏ ଦକ

କୁଳ ନାଶକରେ ଏମନ୍ତ ଲୋକ

।।

ସୁଜନମାନେ ସାବଧାନେ ଶୁଣ

ଆବର କଥାଏ କହିବା ପୁଣ

।।

ଝିଅ ଦେଇ ଯାକୁ ଜୁଆଇଁ କରି

ତାହାତୁଲେ କଳି କରିନପାରି

।।

ଅନ୍ତର୍ଗତେ ଆଉ ନକରି ମାୟା

ପୁତ୍ରପ୍ରାୟ ତାକୁ କରିବ ଦୟା

।।

ମାସେ ପକ୍ଷକେ ତା ଘରକୁ ଯିବ

ଦୁଃଖ ସୁଖ କଥା ସଙ୍ଖୋଳିଥିବ

।।

ଝିଅକୁ ଦଣ୍ଡିଲେ ନ କରି କଳି

ଲୋକ ଆଗେ ତାକୁନଦେବଗାଳି

।।

ଗୋଳ ବାଦ କଲେ ଧର୍ମ ବିଫଳ

ଏମନ୍ତ ଲୋକର ବୁଡ଼ଇ କୁଳ

।।

ଜୁଆଇଁ ଯେବେ ଶ୍ୱଶୁରକୁ ଦେଖି

ବାପପ୍ରାୟମଣି ହୋଇବ ସୁଖୀ

।।

ଶାଶୁକୁ ମଣିବ ଯେମନ୍ତ ମାତ

ଶଳାକୁ ଦେଖିବ ସମାନ ଭ୍ରାତ

।।

ଭାର୍ଯ୍ୟାକୁ ମଣିବ ଆତ୍ମାର ସରି

ଏତେଠାରେଯେବେ ଦୟାନକରି

।।

ଘରେ ଦ୍ରବ୍ୟଥିଲେଶ୍ୱଶୁରେଦେବ

ନଥିଲେ ଶ୍ୱଶୁର ଘରୁ ଖାଇବ

।।

ଏମନ୍ତ ନକରି କଲେ ସେ ବାଦ

କୁଳ ବୁଡ଼ଇ ଧ୍ରୁବ ଏହି ପଦ

।।

ଭାରିଯା ଯେବେଟି ହୋଇବ ଦୁଷ୍ଣ

ବୋଲିବ ମୋହର ଏହୁ ଅଦୃଷ୍ଟ

।।

ପିତା ମାତାର ଦୋଷ ନାହିଁ କିଛି

ସେ କି ଏହାକୁ କୁଶିକ୍ଷା ଦେଇଛି

।।

ଝିଅଦେଇ ମୋତେ କରିଛି ପୁଅ

ଆଉ କଥାମାନ ପଛକୁ ଥୁଅ

।।

ଭାରିଯା ଦୁଷ୍ଟ ମୋ କର୍ମ ଯୁଗତେ

ଶାଶୁ ଶ୍ୱଶୁରଙ୍କ କିଦୋଷଏଥେ

।।

ଏମନ୍ତ ପ୍ରକାରେ ଯେଉଁ ଜୁଆଁଇ

ଧର୍ମହିଁ ତାହାକୁ ଛାଡ଼ିବ ନାହିଁ

।।

ବିଷ୍ଣୁ କଥାରେ ମଜ୍ଜିଥାଇ ଚିତ୍ତ

ଏମନ୍ତ ଲୋକର କୁଳ ଉଚିତ

।।

 

ଜଳବ୍ୟାଳସ୍ତୁ ମୂଢ଼ାତ୍ମା ଉଭୌ ସମପଦାଶ୍ରୀତୌ

ବୃଥାହଂକାରିକାଣୌ ସ୍ୟାତାଂ ବିଷଜ୍ଞାନ ବିବର୍ଜ୍ଜିତୌ ।

 

ଉଶ୍ୱାସ ଲୋକଯେ ନୁହଇ ଗୁରୁ

ଧଣ୍ଡସାପ ଯେହ୍ନେ ଟେକଇଫେରୁ

।।

ବିଷଅବା ତାର ନଥାଉ ଯେତେ

ଫଣା ଟେକିଥାଇ ପ୍ରତିଜ୍ଞା ଏତେ

।।

ଉଶ୍ୱାସ ପ୍ରାଣୀର ଏମନ୍ତ ଗୁଣ

ଭଲଲୋକଙ୍କର ବେଭାର ଶୁଣ

।।

 

ଅପୂର୍ଣ୍ଣକଲଶଃ ଶବ୍ଦଂ କରୋତ୍ୟୁଗ୍ରତରଂ ତଥା

ଅଳ୍ପବିଦ୍ୟାଽଳ୍ପଦୁଗ୍‌ଧ ଚ ନରଃ ସୁରଭିକା ତଥା

ଜଳାଶୟେଽଳ୍ପେତୋ ୟେ ଚ ଭବେତ୍‌ ଶଫରିକା ଯଥା ।

 

ଅଳପ ଜଳେ କୁମ୍ଭ ଦକ ଦକ

ଅଳପ କ୍ଷୀରେ ଗାବେ ଧ୍ୱନିଟେକ

।।

ସେ ଲୋକମାନଙ୍କ ଏମନ୍ତ କାୟ

ଶଫରୀ କେରାଣ୍ଡି ମାଛର ପ୍ରାୟ

।।

ଜଳରେ ଥାଇ ସାତତାଳ ଗଣ୍ଡ

ଚଳକପାଣିରେ ଟେକଇ ମୁଣ୍ଡ

।।

ଫରଫରହୋଇ ସେ ଡେଉଁଥାଇ

ଉଶ୍ୱାସ ଲୋକର ସ୍ୱଭାବ ଏହି

।।

 

ଅଳ୍ପବିଦ୍ୟୋଽଳ୍ପବୁଦ୍ଧିଶ୍ଚ ଗର୍ବଂ ବହନ୍ତି ମାନବଃ

କଚୁ ବୃକ୍ଷମୂଳେ ଭେକେ ଦଣ୍ଡଛତ୍ର ଧରାୟତେ ।

 

ଅଳପ ଲୋକର ଅଳପ ବୁଦ୍ଧି

କହୁଥାନ୍ତି ସିନା ଆପଣା ସିଦ୍ଧି

।।

ତାହାଙ୍କ କଥାକେ ପ୍ରତେ କରଇ

ଯେଯେଡ଼େବଡ଼ସେଦାଣ୍ଡେପଡ଼ଇ

।।

ବଡ଼ଲୋକ ଯେହୁ ନ କହେ କିଛି

ଦାଣ୍ଡକୁ ସେ ପୁଣ ଦିଶଇ ବାଛି

।।

ବଡ଼ ଦୁରାଚାର ଅଳପ ଲୋକ

କିଞ୍ଚିତ ସୁଖକୁ ବହୁତ ଟେକ

।।

ଭେକ ବୋଲିଣଯେ ବେଙ୍ଗକୁକହି

ଜଳବୃଷ୍ଟି ଦେଖି ଗଲା ପଳାଇ

।।

ସାରୁ ପତ୍ରତଳେ ରହିଲା ଲୁଚି

ମହାଘୋରବୃଷ୍ଟି ସେଠାରେ ବଞ୍ଚି

।।

ମନେ ବିଚାରିଲା ହେଲି ମୁଁ ରାୟ

ଆଉ କାହାକୁ ମୋର ଅଛି ଭୟ

।।

ଛତ୍ର ଟେକାଇଲେ ବୋଲି ନୃପତି

ମୋହଶିରେ ପୁଣି ଉଡ଼ୁଛି ଛତି

।।

ଏମନ୍ତ ବୁଦ୍ଧି ସେ ଯେବଣ ନର

ତାହାଙ୍କ ଛାରକୁ ଲେଖାନକର

।।

 

ସୁମିଷ୍ଟ ଭକ୍ଷପାନେନ ପିକ ରୌତି ମନୋହରଂ

କଦର୍ଯ୍ୟେ ପଙ୍କିଳେ ତୋୟୋ ଭେକାଃ କୁର୍ବନ୍ତି ଗର୍ଜନଂ ।

 

କୋକିଳେ ପିଅନ୍ତି ଅପୁର୍ବ ଜଳ

ଭକ୍ଷନ୍ତି ଉତ୍ତମ ସୁସ୍ୱାଦୁ ଫଳ

।।

ବଡ଼ିମାପଣେ ସେ ନକରେ ଆଣ୍ଟ

ଅତିହିଁ ସୁସ୍ୱର ଶୁଭଇ କଣ୍ଠ

।।

ଭେକଯେ ବେଙ୍ଗ ଯହିଁ ତହିଁ ଥାଉ

କାଦୁଅ ପାଣି ମନ୍ଦା ଏକ ହେଉ

।।

ଏତେକ ତହିଁରେ ଖେଳଇଖେଳ

ରଡ଼ି ଦେଉଥାଏ ଅତି ଗହଳ

।।

ଦଶପାଞ୍ଚ ହୋଇରୁଣ୍ଡ ସେ ଜଳେ

ଗଳାଫୁଲାଇଣ ଡାକନ୍ତି ରୋଳେ

।।

 

ଆଉତାଙ୍କଲକ୍ଷ୍ୟ ଦେବାଟିକେତେ ।। ଉଶ୍ୱାସ ଲୋକର ସ୍ୱଭାବ ଏତେ

ପନପସ୍ୟ ପୟଃପେଟ୍ୟା ରୂପଂ ନିତ୍ୟଂ ଚ ସ୍ୱାଦୂତ

କିଂକାର୍ଯ୍ୟରୂପେ ସୌନ୍ଦର୍ଯ୍ୟ ଗୁଣେ ସର୍ବେଽବିମୋହିତଃ ।

 

ପଣସ ଫଳ ତା ଉପରେ କଣ୍ଟା

ଭିତରେ ଥାଇଟି ଅମୃତଗୋଟା

।।

କୋଚିଲା ଫଳଯେପାଚିଲେ ରଙ୍ଗ

ଖାଇଲେ ପିତା ସେ ମନ ବିଭଙ୍ଗ

।।

ପଇଡ଼ ସ୍ୱଭାବେ ଯେ କାଠଫଳ

ଭିତରେ ଥାଇଟି ସୁସ୍ୱାଦୁ ଜଳ

।।

ଅମୃତ ପ୍ରାୟେକ ଲାଗଇ ପାଣି

ଭଲମନ୍ଦ କଥା ଏମନ୍ତ ଜାଣି

।।

ସାନବଡ଼ ହୋଇ ଯେଉଁ ଭିଆଣ

ଏହିଭାବେ ସବୁ ବିଚାର ଜାଣ

।।

କୁସଙ୍ଗୀଲୋକର ନୋହିବସାଙ୍ଗ

ସୁସଙ୍ଗ ଲୋକର ନିର୍ମଳ ଅଙ୍ଗ

।।

ପୁରାଣମାନଙ୍କେ କହିଛି ଏହା

ସୁସଙ୍ଗ ନାବ ଯେ କୁସଙ୍ଗ ଲୁହା

।।

ଏଥକୁ ଅପ୍ରତେ ନ କର ପୁଣ

କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ

।।

 

ଲୌହସ୍ୟ ଦୁର୍ଜ୍ଜନସ୍ୟାତି ନାସ୍ତିଭେଦଂ ମୟୋଦିତଂ

ସନ୍ତାପରହିତେ ଚ୍ଛନାଂ ପାଦପାନାଂ ବିନାଶନେ ।

 

ଲୁହା ସହଜରେ ଦୁର୍ଜ୍ଜନ ପୁଣି

ସମସ୍ତ ବୃକ୍ଷକୁ ପକାଏ ହାଣି

।।

ଖଣତାହୋଇସେ ଖୋଳଇମୂଳ

ଦୁର୍ଜ୍ଜନ ଲୋକ ଯେ ଏଡ଼େ ଅକଳ

।।

ଦୁର୍ଜ୍ଜନ ଲୋକଟି ସେପରି ଜାଣ

ହୁଅଇ ସାଧୁର ଦୁଃଖ କାରଣ

।।

ତଥାପି ସାଧୁ ବୃକ୍ଷମାନଙ୍କର

ଖଳରେ ଲୁହାରେ ନୁହେବିକାର

।।

ସେ ଲୁହା କାଟଇ କରତ ପଟା

ନାବ ଖଞ୍ଜିବାକୁ ବଢ଼େଇ ବଣ୍ଟା

।।

ଦୁଇମୁଣ୍ଡ ପଟା ଭିତରେ ପଶେ

ଯେସନେ ନାରାଚଦେହରେବସେ

।।

ଏଡ଼େ ଶତ୍ରୁପଣ କଲେ ଦୁର୍ଜ୍ଜୁନ

କାଷ୍ଠମନେ ତାକୁ ନଥାଇ ଆନ

।।

ସେନାବଜଳରେମେଲିଲେନେଇ

ଲୁହାଶହେବିଶା ଭିତରେ ଥାଇ

।।

ନାନା ଶସ୍ତ୍ରମାନ ଭିତରେ ଥୋଇ

ଅକୂଳ ସମୁଦ୍ରେ ମେଲିବାନେଇ

।।

ସେ ନାବ ସ୍ୱଭାବେ ସନ୍ଥ ସମାନ

ଲୁହାପ୍ରତି କେତେ ନୁହେବିମନ

।।

ଏତେକ ପାଞ୍ଚ ନ କରଇ ଚିତ୍ତେ

ଏ ଯେ ଶତ୍ରୁ ପଣ କରିଛି ମୋତେ

।।

ଖଣନ୍ତି ରୂପେ ମୂଳ ଖୋଳିଆଣି

ଖଣ୍ଡ ଖଣ୍ଡ କରି କାଟିଲା ପୁଣି

।।

ଦେହକଣା କରି ଭିତରେ ପଶି

ଏବେ ଯାଉଅଛି ଉପରେ ବସି

।।

ଏଡ଼େ ଶତ୍ରୁପଣ କରିଛି ଯେବେ

ଏହାକୁ କିମ୍ପାଇ ବହିବି ଏବେ

।।

ମଝି ସମୁଦ୍ରରେ ଦେବଇଁ ଛାଡ଼ି

ସପତ ସମୁଦ୍ରେ ଏ ମରୁ ବୁଡ଼ି

।।

ସୁଜନ ଲୋକ ଯେ ଅଟଇ ନାବ

କେବେହେଁ ନକରେ ଅପ୍ରୀତିଭବ

।।

ଅସାର କଥା ନ ପାଞ୍ଚଇ ମନେ

ବହିନେଇକରେଲକ୍ଷେଯୋଜନେ

।।

କୂଳରେ ପ୍ରବେଶ କରଇ ଆଣି

ବଡ଼ଲୋକ ବୁଦ୍ଧି ଏଭାବେ ଜାଣି

।।

ଧାର୍ମିକ ଲୋକର ନିର୍ମଳ ଅଙ୍ଗ

ଅଧର୍ମ ସଙ୍ଗରେ ନୁହଇ ସଙ୍ଗ

।।

ଯଦ୍ୟପି ତାସଙ୍ଗେ ହୋଇବମେଳ

ପ୍ରମାଦ ପଡ଼ଇ ଯେ ତତକାଳ

।।

ଏଥକୁ ଅପ୍ରତେ ନକର ପୁଣ

କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ

।।

 

ଦୁର୍ଜ୍ଜନସ୍ୟ ଚ ସଂସର୍ଗତ ସାଧୁନାଂ ଦଣ୍ଡମିକ୍ଷ୍ୟତେ ।

ଲୌହସଂସର୍ଗତୋ ବହ୍ନି ସ୍ତାଡ଼ନଂସହତେ ଯଥା ।

 

ଲୁହାଯେ ଦୁର୍ଜ୍ଜନ କମାର ନେଇ

ଅଗ୍ନିରେଭରିଣ ତାହାକୁ ତାଇ

।।

ସଣ୍ଡୁଆସି ଧରି ଜାଳି ନିରାଟେ

ହାତାରେ ଧରିଣ ପିଟଇ ଆଣ୍ଟେ

।।

ସେ ଅଗ୍ନି ତାହାର କିଦୋଷକଲା

ଦୁର୍ଜ୍ଜନ ସଙ୍ଗରୁ ମାଡ଼ ଖାଇଲା

।।

ଉଶ୍ୱାସ ଲୋକର କୁଟିଳ ଅଙ୍ଗ

କେବେହେଁତାସଙ୍ଗେ ନୋହିବସଙ୍ଗ

।।

ଆବର କଥାଏ କହିବା ଏବେ

ବସ୍ତ୍ରହୀନଲୋକ ଯେମନ୍ତ ଭାବେ

।।

ଦୁଃଖ ସୁଖ ଘେନି ସଂସାର ମତ

ଅନ୍ନବସ୍ତ୍ର ଦୁଇ ପ୍ରାଣୀଙ୍କ ହିତ

।।

ଏ ବେନି ପଦାର୍ଥ ନଥିଲେ ଏକା

ସେଲୋକ ସଭାରେ ନୁହଇଲେଖା

।।

 

ବସ୍ତ୍ରହୀନଂ ମୃତାକାରଂ ଘୃତହୀନ କୁଭୋଜନଂ

ପତିହୀନା ଯଥାନାରୀ ବେଦହୀନା ଦ୍ୱିଜସ୍ତଥା ।

 

ବସ୍ତ୍ରହୀନା ହୋଇ ଯେବଣ ପ୍ରାଣୀ

ମଲାଲୋକ ସଙ୍ଗେ ତାହାକୁ ଗଣି

।।

ଘୃତହୀନ ଯହିଁ ମିଳେ ଭୋଜନ

ଜାଣଯେ ସୁଫଳ ନୋହେସେଦିନ

।।

ପତି ନ ଥାଇଟି ଯେବଣ ନାରୀ

ସେ ସ୍ତିରୀ ଛାରକୁ ଲେଖାନକରି

।।

ବେଦ ନ ଜାଣଇ ଯେଉଁ ବ୍ରାହ୍ମଣ

ବିପ୍ର ସଙ୍ଗତରେ ତାକୁ ନ ଗଣ

।।

ଯେ ଯାହାର ଗତି ସ୍ୱଭାବ ମୂଳେ

ବାସନା କେହି ନଛାଡ଼ନ୍ତି ଠୁଳେ

।।

ଏଥକୁ ଅପ୍ରତେ ନ କର ପୁଣ

କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ

।।

 

ଶର୍କରାଂନବନୀତେ ଚ ନିମ୍ୱ ବୀଜଂନିରୂପୟତେ

ଦୁଗ୍‌ଧଧାରା ସଦା ଦେୟା ନିମ୍ୱଃ କିଂ ମଧୁରାୟତେ ।

 

ଲହୁଣୀ ଖଣ୍ଡ କରି ଏକଠାଇଁ

ନିମ୍ୱମଞ୍ଜିନେଇ ପୋତିବ ତହିଁ

।।

ପତ୍ରଫୁଟି ଗଛ ଉଠିବ ଯେବେ

ଉତ୍ତମ କରି ତା ପାଳିବ ତେବେ

।।

ଦୁଧ ଶତେଭାର ଢାଳି ତାପରେ

ନିତିନିତିକଲେ ଏହି ପ୍ରକାରେ

।।

ଖଣ୍ଡ ଗିରିସମ ଆଣିମା ଠୁଳେ

ଖତପ୍ରାୟେ କରିଦେବା ତାମୂଳେ

।।

ପଇଡ଼ ପାଣି ନିତି ପ୍ରତି ଦେଇ

ଖରା ନ ଲାଗଇ ଛାଇରେ ଥୋଇ

।।

ଅନେକ ପ୍ରକାର ଯତନକଲେ

ସ୍ୱଭାବ ନିକି ସେ ଛାଡ଼ିବ ଭଲେ

।।

ପତ୍ର ଗୋଟିଏକ ଚୋବାଇ ଖାଉ

ସେ ନିକି ମଧୁର ଲାଗିବ ଆଉ

।।

ଯେଯେତେବଡ଼ ଏ ସଂସାରେ ଥାଇ

ଯେ ଯା ବାସନା ତାଛାଡ଼ିବକାହିଁ

।।

ରସୁଣ ଦେହରେ ଚନ୍ଦନ ଘଷ

ସେନିକି ଛାଡ଼ିବ ତାର ସୁବାସ

।।

ତୁଳସୀପତ୍ର ଯେ ଶିରରେ ଧରି

ବିଛୁଆତି ପତ୍ର ଦେଖିଲେ ଡରି

।।

ତେଣୁ କରି ଦୁଷ୍ଟଲୋକଙ୍କ ପାଶ

ଯିବାକୁ ମନରେ ଲାଗଇ ତ୍ରାସ

।।

ଦୁଷ୍ଟର ଅତି ଭଲମନ୍ଦ ଗୁଣ

କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ

।।

ଦୁର୍ଜ୍ଜନ ଲୋକ ଅରଜିଲେ ଧନ

ସନ୍ଥଲୋକ ତାଙ୍କୁ କରନ୍ତି ମାନ୍ୟ

।।

ଧନରେ ଜଗତ ହୋଇଛି ବଶ

ଧନ ସମସ୍ତଙ୍କୁ କରଇ ତୋଷ

।।

ଧନଥିଲେ ମାନ ମହିମା ଥାଇ

ଧନ ନ ଥିଲାକୁ ବୋଲନ୍ତି ବାଇ

।।

ଧନ ଥିଲା ଲୋକ ଅର୍ଜିଲେ ପାପ

ମନକୁ ତେଡ଼େ ନ ଲାଗଇ ତାପ

।।

ଧନ ନ ଥିଲେଯେ ନଥାଇ ପଣ

କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ

।।

 

ଧନେନ ପୂଜିତଂ ସର୍ବଂ ନିର୍ଦ୍ଧନଃ କେନ ପୂଜ୍ୟତେ

ତଣ୍ଡୁଳେନ ଯୁତଂ ଧାନ୍ୟ ମାନନୀୟଂ ଭବେତ୍‌ ସଦା ।

 

ଧାନ୍ୟ ଭିତରେ ଚାଉଳ ଥାଇ

ସହଜେ ତାହା ତ ସମସ୍ତେଖାଇ

।।

ସେ ଧାନ୍ୟ ପଡ଼ିଥାଇ ଯହିଁ ପୁଣି

ନିଧି ପ୍ରାୟ କରି ସାଉଁଟି ଆଣି

।।

ହାଣ୍ଡିରେ ଭରି ତା ଉସେଇଁଦେଇ

ଶୁଖାଇ କୁଟିଲେ ଚାଉଳହୋଇ

।।

ପ୍ରାଣପରା କରି ସମ୍ଭାଳି ତାହା

ଗୋଟିଏପଡ଼ିଲେବୋଲନ୍ତି ଆହା

।।

ତଣ୍ଡୁଳକୁ ପୁଣି ଆଦର ଯେତେ

ଚଷୁକୁ ଆଦର ନଥାଇ ତେତେ

।।

ପାଛୁଡ଼ି କରି ତା ପକାଇ ଦେଇ

ତାହାକୁ ଆଦର ନକରେ କେହି

।।

ଯହିଁ ପଡ଼ିଲେ ସେ ହୁଅଇ ନାଶ

ବୋଲନ୍ତି ଏହାକୁମାଡ଼ିଲେଦୋଷ

।।

ଚାଉଳ ଥିଲେହେଁ ବିକଇ ଧାନ

ଚଷୁକୁ କର କେତେହୀନିମାନ

।।

ଧନଥିଲା ଲୋକ ସେହି ପ୍ରକାର

ନିର୍ଦ୍ଧନଲୋକର ନାହିଁ ଆଦର

।।

Unknown

ଶାସ୍ତ୍ରେ କହିଅଛି ଏମନ୍ତ ଭଲା

ଧନ ପାଶେ ନେଇ ଜୀବନଗଲା

।।

ଏକମନ ହୋଇ ସ୍ୱଜନେ ଶୁଣ

ଅର୍ଥକୁ ଏ ନ ଘଟିଲାତ ପୁଣ

।।

ଧନ ପ୍ରାଣ ଯେବେ ସମାନ କଲା

ଧନ ଛାଡ଼ି କିମ୍ପା ଜୀବନ ଗଲା

।।

ଜୀବନ ସଙ୍ଗେ ଧନ ଯେବେଯାନ୍ତା

ତେବେସେଭାବସବୁଦିନେ ଥାନ୍ତା

।।

ପ୍ରାଣକୁ ଯେବେ ନ ଛାଡ଼ନ୍ତା ଧନ

ତେବେଲେଖାହୋନ୍ତଏକଥାମାନ

।।

ଶାସ୍ତ୍ରରେ ଏମନ୍ତ କହି ଯେ ଅଛି

ଅନୁଭବକୁ ତ ନଇଲା କିଛି

।।

ଏହି କଥାମାନ ନଜାଣେ ଯେହୁ

ଯୋଗକୁ ବ୍ରହ୍ମା ନ ଖଟଇତହୁଁ

।।

କୋଟିକୋଟି ଧନ ଅର୍ଜିଣ ଥାଇ

ପୁଣ ସେ ଧନ କେଉଁଆଡ଼େଯାଇ

।।

ସବୁଦିନେ ଯେବେ ନୋହିବସଖା

ସେଧନ କାହିଁରେ ନକରଲେଖା

।।

ସାଧୁଜନମାନେ ମନରେ ଗୁଣ

କହିବା ଉତ୍ତମ କଥାଏ ଶୁଣ

।।

ଆପଣା ହୃଦେ ଅନୁଭବ କର

କେଉଁଧନ ଘେନି ଯିବ ସଙ୍ଗର

।।

ସେକଥା ତୁମ୍ଭଙ୍କୁ ଦେଉଛି କହି

ସବୁଦିନେ ଥିବ ମନରେ ଥୋଇ

।।

ଶ୍ରୀକୃଷ୍ଣ ନାମ ଗଣ୍ଠିଧନ କର

ଯାହା ଘେନିଯିବ ବୈକୁଣ୍ଠପୁର

।।

ଆଉ ଯେତେ ଦ୍ରବ୍ୟ ସବୁଉପେକ୍ଷି

ଦୀନବନ୍ଧୁ ନାମମନରେ ଲେଖି

।।

ଯେଉଁଧନ ପ୍ରାଣ ସଙ୍ଗତେ ଯାଇ

ଇହ ପରଲୋକେ ମୁକତିଦେଇ

।।

କୋଟି ଏବାରଯେହୋଇଲେ ଜନ୍ମ

ସଙ୍ଗ ନ ଛାଡ଼ଇ ଯେବଣ ଧନ

।।

ସେ ଧନ ବାଛି ମୁଁ କରିଛି ଠାବ

ପାରିଲେ ସୁଜନେ ତହିଁକି ଭାବ

।।

ଆଉ ଦ୍ରବ୍ୟରେ କାର୍ଯ୍ୟ ନାହିଁ କିଛି

ଏମନ୍ତ ବୋଲିଯେ ପୁରାଣେ ଅଛି

।।

ଖାଇଲେବ୍ୟୟିଲେନସରେଯାହା

ପ୍ରାଣଗଲାବେଳେ ହୁଅଇଇସାହା

।।

ତାହାକୁ ଧନ ବୋଲିକରି ଲେଖି

ଆଉ ଯେତେଦ୍ରବ୍ୟ ଯିବା ଉପେକ୍ଷି

।।

ଶ୍ରୀଜଗନ୍ନାଥଙ୍କ ପଦ୍ମଚରଣ

ଦୀନକୃଷ୍ଣ ଦାସ ପଶେ ଶରଣ

।।

ସେ ପ୍ରଭୁ ଆଜ୍ଞା ଦେଇଛନ୍ତି ଯାହା

ଲେଖନଘେନିମୁଁ ଲେଖଇତାହା

।।

ସଂସାର ଭାବ ଭଲମନ୍ଦ ବାଣୀ

ପାପପୁଣ୍ୟ କଥା ଏମନ୍ତ ଜାଣି

।।

ଏମାନେ ସବୁ ପ୍ରତିନିଧି ଭାବେ

ପ୍ରଭୁଙ୍କ ଆଜ୍ଞାରେ ଲେଖିଲି ଏବେ

।।

ସାଧୁଜନମାନେ ବିଚାର କର

ଦୟା ଯେ ଅଟଇ ଧର୍ମର ସାର

।।

ଉପକାର ଯେବେ କରଇ ପ୍ରାଣୀ

ମହତ ଲୋକଙ୍କୁ କରିବ ଜାଣି

।।

ଉଶ୍ୱାସ ଲୋକର କଲେ କୁଶଳ

ସେ ପୁଣ ତାହାକୁ ହୁହଇ ସଲ

।।

ନୀଚ ଛାରର ଉପକାର କଲେ

ଆପଣେ ନାଶକୁ ଯିବଟି ଭଲେ

।।

ପାପ ପୁଣ୍ୟ ସେ ଯେ ଜାଣିବକାହିଁ

ତାକୁ ଦୟାକଲେ ଧର୍ମହିଁ ନାହିଁ

।।

ନୀଚ ଉପକାର କରି ସ୍ୱଭାବେ

ଯକ୍ଷ ଗର୍ଭବାସ ହୋଇଛି ପୂର୍ବେ

।।

ଉଶ୍ୱାସ ଲୋକକୁ ବିଶ୍ୱାସ କରି

ପୁରୁଷ ହୋଇସେ ହୋଇଲାନାରୀ

।।

ଏଥକୁ ଅପ୍ରତେ ନକର ପୁଣ

ଫେଡ଼ି କହିବା ଦୃଷ୍ଟାନ୍ତର ଶୁଣ

।।

କାଞ୍ଚି ନାମରେ ଏକ ଗ୍ରାମ ସାର

ତହିଁର ସାଧବ ଯେ ରତ୍ନାକର

।।

ଗୋରୁମଇଁଷି ଧନରତ୍ନ ଯେତେ

ସମ୍ପଦ ମହିମା କହିବା କେତେ

।।

ତୋର ଭାରିଯାରେ ନୋହିଲାପୁଅ

କୋଡ଼ିଏ ଅଠର ହୋଇଲା ଝିଅ

।।

ପୁତ୍ର ନଥିବାରୁ ମନରେ ଦୁଃଖ

ଅମୃତ ଭୋଜନ ନ ମଣେ ସୁଖ

।।

ଲଲାଟ ଲିଖନ କେ କରୁ ଆନ

ଦଇବ ଘଟସୂତ୍ର ଏହିମାନ

।।

ଧର୍ମ କୀରତି ଯେ ବହୁତ କଲା

ଅନେକ ପ୍ରକାରେ ଦାନହିଁଦେଲା

।।

ପୋଖରୀବାମ୍ଫୀ ଦେଉଳତୋଳାଇ

ଦେବତାମାନଙ୍କୁ ଭୋଗ କରଇ

।।

ପାଣିପଣାଦାନ କହିବା କେତେ

ଅନ୍ନଛତ୍ର ଦେଲା ପୁତ୍ର ନିମନ୍ତେ

।।

ଏମନ୍ତ ତାହାର ଜ୍ୟେଷ୍ଠ ଯୁବତୀ

ନାମ ତାହାର ଅଟେ ପ୍ରଭାବତୀ

।।

ପତିଭକତା ସେ ଯୁବତୀ ମୋକ୍ଷ

ସୁନ୍ଦରପଣକୁ କି ଦେବା ଲକ୍ଷ୍ୟ

।।

ଗର୍ଭବାସ ହେଲା ଦିବ୍ୟକାମିନୀ

ଜଗତଯାକରେ ଶୁଭିଲା ଧ୍ୱନି

।।

ରଜା ପରଜା ଯେ ଜଗତଯାକ

ଶୁଣି ତା ହରଷ ସମସ୍ତ ଲୋକ

।।

ବୋଲନ୍ତି ସାଧୁ ପୁତ୍ର ମୁଖ ଚାହିଁ

ସବୁ ଦୁଃଖ ତାର ଏଥର ଯାଉ

।।

ପୁଣ୍ୟ ବିକଶିଲା ଧର୍ମର ବଳେ

ଏବେ ସେ ପୁତ୍ରକୁଧରିବକୋଳେ

।।

ବାରତା ପାଇ ବିପ୍ରମାନେ ଗଲେ

ପୁତ୍ର ହେଉବୋଲିକଲ୍ୟାଣ କଲେ

।।

ଶରଧା ପାଇଣ ସକଳ ଜନେ

ସାଧବ ହରଷେ ବୋଇଲାମନେ

।।

ବୋଇଲା ଏଘାନ୍ତି ଯିବମୋଦୁଃଖ

ନିଶ୍ଚୟ ଚାହିଁବ ପୁତ୍ରର ମୁଖ

।।

ଏମନ୍ତେ ଗଲା ଦଶମାସ ପୂରି

ପ୍ରସବ କଲାକ ସାଧବ ନାରୀ

।।

ଲଲାଟ ଲିଖନ କେ କରେ ଆନ

ଦୁହିତା ଗୋଟିଏ ହୋଇଲା ଜନ୍ମ

।।

ଦେଖିଣ ସାଧବ ପାଇଲା ଲାଜ

ବୋଇଲା ଜୀବନେ ନାହିଁ ମୋ କାର୍ଯ୍ୟ

।।

ଦୁହିତା ଗୋଟିଏ ହେଲା ଅଭାଗ୍ୟେ

କି ବୋଲି କହିବି ଲୋକଙ୍କଆଗେ

।।

ମରଣକୁ ଲାଜ ଘଟିଲା ହେତୁ

ମାନଭଗ୍ନ ଯୋଗେ କ୍ଷଣକେ ମୃତ୍ୟୁ

।।

ଏମନ୍ତ ବିଚାର କରି ମନର

ଭାରିଯାକୁ କହେ ସେ ରତ୍ନାକର

।।

ବୋଇଲା ସବୁକଥାମାନ ଛାଡ଼

ଝିଅ ବୋଲିକରି ଗୋଳ ନପାଡ଼

।।

ଭିତରପୁରେ ଘେନିକରି ରହ

ପୁତ୍ରବୋଲି ଦାଣ୍ଡ ହାଟରେ କହ

।।

ଦାସଦାସୀ ଆଦି ଅଛନ୍ତି ଯେତେ

ସବୁରିଆଗରେ କହୁଛି ଏତେ

।।

କର୍ମରେ ଅର୍ଜିଅଛି ଯେଉଁ ଫଳ

ଝିଅ ବୋଲିକରି ନକର ଗୋଳ

।।

ଯେତେଆଶାକଲେ ନୋହିଲାକିଛି

ଏହାକୁ କାହାର ଶରଧା ଅଛି

।।

ଜୀବ ଥିବାଯାଏ ଭିତରେ ଥିବ

ମଲେ ତ ଆମ୍ଭରହି ପାପ ଯିବ

।।

ଏମନ୍ତ ବିଚାର କରି ସକଳ

ପୁତ୍ରବୋଲି କଲେ ଦାଣ୍ଡରେ ଗୋଳ

।।

ସାଧବହିଁ ମନ ଫୁରୁଣା କଲା

ହାଟ ତୁଠ ଜୁର କରିଣଦେଲା

।।

ବ୍ରାହ୍ମଣ ଭାଟ ଯେ ଅଇଲେ ଧାଇଁ

ବଧାଇ ମାଗନ୍ତି ଫୁରୁଣାହୋଇ

।।

ବୋଇଲେ ସାଧୁ ସାବଧାନ ହୁଅ

ବୃଦ୍ଧକାଳେ ତୁଯେ ପାଇଲୁ ପୁଅ

।।

ଛଡ଼ିଲା ପୂର୍ବର ପାତକ ସବୁ

ଆମ୍ଭଙ୍କୁ ଏବେ ତୁ ବଧାଇଦେବୁ

।।

ଶାଢ଼ୀ ସୁନା ଧନ ପାଇବୁ ଭାତ

ଜଗତେ ତୋକଥାହେଉ ବିଖ୍ୟାତ

।।

ଶୁଣି ସାଧବର ନସ୍ଫୁରେ କିଛି

ଭିତରକଥା ଯେ ମନରେ ଅଛି

।।

ବ୍ରାହ୍ମଣ ଭାଟଙ୍କୁ ସନ୍ତୋଷ କଲା

ଲୋକମାନଙ୍କୁ ଧନ ଦାନଦେଲା

।।

ଆସନ ତେଜି ସେ ଉଠିଲା ଖରେ

ମାନଭର ହୋଇ ପଶିଲାଘରେ

।।

ଏଥୁଅନନ୍ତରେ କିଛିଦିନ ଶେଷ

ଝିଅକୁ ହୋଇଲା ବେନିବରଷ

।।

ଏଥକୁ ତୁମ୍ଭେ କିସ ଭାଷ କହ

ଶୁଣି ତା ହରଷ କରିବୁଦେହ

।।

ଦଇବ ଯାହା ସେ ଅଛି ଭିଆଇ

କୋଳର ପୁଅକି ଦୋଳିରେ ଥାଇ

।।

ବୋଲନ୍ତି ମାଏ ସାବଧାନ ହୁଅ

ତୁମ୍ଭ ପରସାଦେ ପାଇଲୁ ପୁଅ

।।

କେତେବେଳେତ ନଦେଖିବ ଆଉ

ତୁମ୍ଭ କଲ୍ୟାଣେ ସେ ବରତିଥାଉ

।।

ଶୁଣି ଲୋକମାନେ ହୋଇସୁଶାନ୍ତି

ଭିତରେ ନ ପଶି ବାହୁଡ଼ିଯାନ୍ତି

।।

ଏମନ୍ତେଣ ଗଲା ଥୋକାଏ ଦିନ

ସାଧବ ବିଚାର କଲା ତା ମନ

।।

ଭାରିଯାକୁ ଚାହିଁ ବୋଲଇ ବାଣୀ

ଏକଥା ଯେମନ୍ତ କେହି ନଜାଣି

।।

ମୋହର ବଚନ ଶୁଣ ପ୍ରତ୍ୟକ୍ଷ

ଏ ଝିଅଗୋଟିକି ପିନ୍ଧାଅକାଚ

।।

ଉଲଗ୍ନ ତାକୁ ନ କରିବ ଆଉ

ଲୋକ ହିଁ ଦେଖିଲେ ପରତେଯାଉ

।।

ପୋଇଲିଯୋଡ଼ିଏଦିଅ ତା ପାଶେ

ଜଗିଥିବେ ତାକୁ ରାତ୍ର ଦିବସେ

।।

ଏମନ୍ତ ହୋଇ କିଛିଦିନ ଯାଉ

ପଛେ ଯେଉଁକଥା ହୋଇବହେଉ

।।

ଲୋକହିଁବୋଲି ଦେଖିବା କେଡ଼େ

ହାଟ ଦାଣ୍ଡକରି ନଦେବ ତେଡ଼େ

।।

ନିକଟ ପାରୁଶେ ଖେଳାଉ ଥିବ

ଲୋକ ଦେଖିଲେ ଭିତରକୁ ନେବ

।।

ଶୁଣି ତାହା ନାରୀ ହରଷ ହେଲେ

ଏହିପ୍ରକାରେ କେତେଦିନକଲେ

।।

ନିକଟ ପାରୁଶେ ଖେଳାଉଥାନ୍ତି

ଲୋକ ଦେଖିଲେ ଭିତରକୁନ୍ୟନ୍ତି

।।

ଏମନ୍ତେ ତହିଁ କିଛିଦିନ ଶେଷ

ପୁଅକୁ ହୋଇଲା ନବବରଷ

।।

କାବେରୀ ଦେଶରେ ସାଧବଜଣେ

ସେପୁଣବାରତାପାଇଲାତେଣେ

।।

ଜାଣି ନ ପାରି ସେ ପରତେ ଗଲା

ଝିଅଦେବି ବୋଲିବିଚାରକଲା

।।

ଭଲଭଲ ଲୋକ ପାରୁଶେ ଡାକି

ବୋଲଇ ତୁମ୍ଭେ ଯେ ଯାଅକାଞ୍ଚିକି

।।

ସାଧବ ଛାମୁରେ କହିବ ସବୁ

ଆମ୍ଭଝିଅ ତାଙ୍କ ପୁଅକୁଦେବୁଁ

।।

ଏଥକୁ ସେହି ନାସ୍ତିକଲେ ଅବା

ବଳେ ଧରିଆଣି କରିବୁଁ ବିଭା

।।

ଶୁଣିଣ ଗଲେ ଭଲଭଲ ଲୋକେ

ପ୍ରବେଶହୋଇଲେ କାଞ୍ଚିକଟକେ

।।

ରତ୍ନାକର ନାମେ ସାଧବ କତି

କହିଲେ ସକଳେ କଥା ଯୁଗତି

।।

ବୋଇଲେ କାବେରୀ ଦେଶ ସାଧବ

ନାମ ତାହାଙ୍କର ଶ୍ରୀବାସୁଦେବ

।।

ତାହାଙ୍କର ଅଛି ଏହି ଦୁହିତ

ବିଭା କରିନାହିଁ ବରଷ ସାତ

।।

ଅତି ବିଚକ୍ଷଣ ଅପୂର୍ବ ଶୋଭା

ତୁମ୍ଭ ପୁତ୍ରକୁ ସେ କରିବ ବିଭା

।।

ଏଥକୁ ତୁମ୍ଭ କିସ ଭାଷ କହ

ଶୁଣି ତା ହରଷ କରିବୁଁ ଦେହ

।।

ଏମନ୍ତ ବଚନ କହନ୍ତେ ଚାର

ସାଧବ ଛାଡ଼ିଲା ନିଶ୍ୱାସ ଖର

।।

ବୋଲଇ ଆମ୍ଭର ବାଳୁତ ବତ୍ସି

ବିଭାକାଳ କଥା ପଛକୁ ଅଛି

।।

ସାଧୁଆଗେ ଏବେ ବାରତା କହ

ଯେତେଦିନହେଲେଦେବସେଝିଅ

।।

ଆମ୍ଭର ଏଣିକି ଯିବାର ନାହିଁ

ଏତେ ତତପର ହୁଅ କିମ୍ପାଇଁ

।।

ଏବେ ତୁମ୍ଭେମାନେ ବାହୁଡ଼ିଯାଅ

ଶ୍ରୀବାସୁଦେବଙ୍କୁ ବାରତା କହ

।।

କାଞ୍ଚିଗ୍ରାମଲୋକ ବୋଇଲେଯିବୁଁ

ତୁମ୍ଭେନାସ୍ତିକଲେବଳେହେଁନେବୁ

।।

ଏତେବୋଲିତହୁଁ ଚଳିଲେ ବେଗେ

ବାରତା କହିଲେ ସାଧବଆଗେ

।।

ବୋଇଲେ ଆମ୍ଭେ ଯେତେକକହିଲୁ

ବିଭାର ବାରତା ଛାମୁରେ ଦେଲୁ

।।

ସେ ପୁଣି ବାରତାଦେଲେ ଆମ୍ଭଙ୍କୁ

ନାସ୍ତି କରୁଛନ୍ତି ତୁମ୍ଭ ଝିଅଙ୍କୁ

।।

ସାଧବ ବୋଇଲା ଆଣିମା ଧରି

ବିଭାଲଗ୍ନ ଯୋଗ ଥାଅ ବିଚାରି

।।

ଲୋକବୋଇଲେ ଦିନାଦଶ ଅଛି

କଉଣସି କାର୍ଯ୍ୟ ନୋହିଲା କିଛି

।।

ସାଧବବୋଇଲେ ତୁମ୍ଭେଯେ ଯାଅ

ଯେ ଯାହା ମନରେ ବିଚାରିଥାଅ

।।

ଟାକିଥିବା କଥା ତରଳ କରି

କେହି ନ ଜାଣିବେ ଆଣିବାଧରି

।।

ଶୁଣି ଲୋକମାନେ ହୋଇଲେସଜ

ଯେମନ୍ତେ କରିବେ ପ୍ରଭୁରକାର୍ଯ୍ୟ

।।

ଗୁପତ ପ୍ରକାରେ କଟକେ ପଶି

ଉଆସ ନିକଟେ ଜଗିଲେ ଆସି

।।

ଏମନ୍ତେ ସାଧବ ପୁତ୍ର ଉପମ

ଗୁପତେଶ୍ୱର ଯେ ତାହାରନାମ

।।

ଭୋଜନେ ବସିଲେ କୁଟୁମ୍ୱଯାକ

ବାହାର ହୋଇଣ ଅଇଲା ଏକ

।।

ଦାସୀମାନେ କିଛି ଜାଣନ୍ତି ନାହିଁ

ଦାଣ୍ଡକୁବୋଲି ସେ ଅଇଲାଧାଇଁ

।।

ଯାହା ଲେଖିଅଛି ଭାଲେ ବିଧାତା

କେ ନାସ୍ତି କରିବ ଅର୍ଜିଲା କଥା

।।

କନ୍ୟାଘର ଲୋକେ ଜାଗିଣଥିଲେ

ଧାଇଁଆସି ତାକୁ କାଖଯେକଲେ

।।

ପତଙ୍ଗ ଯେସନ ଉଡ଼ିଣ ଯାଇ

କଟକବାହାରେ ଗଲେସେନେଇ

।।

ଏମନ୍ତେ କାବେରୀ ଦେଶରଲୋକେ

ବରକୁପାଛୋଟିଅଇଲେଥୋକେ

।।

ବିଭାବିଧିକାର୍ଯ୍ୟ ଯେମନ୍ତ ମାନି

ବାଦ୍ୟ ବଜାଇଲେ ଚଉତାଘେନି

।।

ସାଧବ ତାହାଙ୍କୁ ଦେଇଛି ପେଶି

ବାଟରେ ଭେଟିଲେ ବରକୁଆସି

।।

ହସ୍ତୀଘୋଡ଼ାମୂଳେ ପାଇକଲୋକ

ସମସ୍ତେ ମିଶିଣ ହୋଇବେ ଏକ

।।

ଏକକୁ ଆରେକ ଅଇଲେ ଧାଇଁ

କାର୍ଯ୍ୟକଲୁ ବୋଲିହରଷ ହୋଇ

।।

ଚଉତା ଉପରେ ବସାଇ ବର

ଯେସନ ପ୍ରକାର ପଳାଏ ଚୋର

।।

ପ୍ରବେଶହୋଇଲେକାବେରୀଦେଶେ

ମିଳିଲେ ପୋଖରୀ ଗୋଟିକ ପାଶେ

।।

ଅପନ୍ତରା ବାଟ ଦୁର୍ଗମ ଭୂଇଁ

ବୃକ୍ଷ ଗୋଟିଏକ ଅଛି ସେଠାଇଁ

।।

ବରକୁ ସେଠାରେ ଏକା ଛାଡ଼ିଣ

ସକଳ ଲୋକ କରିଗଲେସ୍ନାନ

।।

କର୍ମକର୍ମାଣି କରି କଲେ ସ୍ନାନ

ଯାହାର ଯେଉଁ ନିତ୍ୟକର୍ମମାନ

।।

ଏମନ୍ତେ ବିଧାତା ମହିମା ଦେଖ

ସେ ବୃକ୍ଷ ଉପରେ ଥିଲାଯେ ଯକ୍ଷ

।।

ବିପ୍ରଦେଶ ଧରି ପ୍ରବେଶ ତଳେ

ବରକୁ ଦେଖିଲାଯେବେନି ଡାଳେ

।।

ବୋଇଲେ ଆହେ ଅବଧାନ ହୁଅ

ପୁରୁଷ ନୋହୁ ତୁ ସାଧବ ଝିଅ

।।

ଅନ୍ଧ ହୋଇଲା ତୋର ବେନିଚକ୍ଷୁ

ଏଡ଼େ ମନ୍ଦକର୍ମ କିମ୍ପା କରୁଛୁ

।।

ଭଲଲୋକର ଏବେଭାର ନୋହି

ସ୍ତିରୀ ସ୍ତରୀକି ବିଭାଅଛି କାହିଁ

।।

ଜାଣିଲେ ଏକଥା ମରଣୁ ଦୁଃଖ

କେମନ୍ତେ ଚାହିଁବୁ ଲୋକଙ୍କ ମୁଖ

।।

ଯକ୍ଷ ତହୁଁ ଶୁଣି ଏମନ୍ତ ବାଣୀ

ବୋଇଲା ମୁଁ କିସ କରିବି ପୁଣି

।।

ପିତାମାତା କଲେ ବେଳହୁଁ ଛନ୍ଦ

କରମେ ଅରଜି ଅଛି ମୁଁ ମନ୍ଦ

।।

ଏଥକୁ ମୋତେ ପ୍ରତିକାର କର

କେମନ୍ତପ୍ରକାରେ ହୋଇବିପାର

।।

ଯକ୍ଷ ବୋଇଲା ତୁ ଭୟ ନ କର

ତୋହଠାରେ ଦୟା ହୋଲା ଆମ୍ଭର

।।

ତେଣୁକରି ତୋତେ କହିଲୁ ବାପ

ଧର୍ମରେ କେବେହେଁ ନଥାଏପାପ

।।

ଯାହାକୁ ଯେହି ଉପକାର କରି

ସେ ଯେବେ ତାହାକୁ ଚିହ୍ନି ନପାରି

।।

ତେବେ ସବୁ ଧର୍ମ ହୁଅଇ ନାଶ

ତୁ ଏବେ ଏଥକୁ ବିଚାରୁ କିସ

।।

ପରରାଜ୍ୟେ ଯାଇ କରିବୁ କାର୍ଯ୍ୟ

ଜଣାପଡ଼ିଲେତ ପାଇବୁ ଲାଜ

।।

ପୁରୁଷବେଶଆମ୍ଭେତୋତେ ଦେବା

ତୋହସ୍ତିରୀବେଶ ଆମ୍ଭେ ଘେନିବା

।।

ବିଭାବିଧିକାର୍ଯ୍ୟ ସରିଲେ ତୋର

କନ୍ୟାକୁ ଘେନିଯେ ଆସିବୁଘର

।।

ଆମ୍ଭ ପୁଂସବେଶ ଆମ୍ଭଙ୍କୁ ଦେବୁ

ତୋହ ସ୍ତିରୀବେଶକୁ ଘେନିବୁ

।।

ତୋରେ ଆମ୍ଭର ଉପକାର ଏତେ

ଅଧିକ ବଚନ କହିବା କେତେ

।।

ଯକ୍ଷ ବାଣୀ ଶୁଣି ଗୁପତେଶ୍ୱର

ବୋଇଲା ଏକଥା ପ୍ରମାଣମୋର

।।

ଅଧିକ ତୁମ୍ଭଙ୍କୁ କହିବି କେତେ

ମରଣ ଦାଉରୁ ଉଦ୍ଧାର ମୋତେ

।।

ଶୁଣିକରି ଯକ୍ଷ ତୋଷ ହୋଇଲା

ହୃଦରେ ଲଗାଇ ଆସି ଭିଡ଼ିଲା

।।

ପୁରୁଷବେଶ ତା ଗଲା ପ୍ରତ୍ୟକ୍ଷେ

ସ୍ତିରୀବେଶ ଧରି ରହିଲା ବୃକ୍ଷେ

।।

ଏମନ୍ତେ ଗୁପତେଶ୍ୱରର ବାପ

ପୁତ୍ରକୁ ନଦେଖି ମନରେ କୋପ

।।

କଟକଯାକ ଚାରିଦିଗେ ଖୋଜି

ବିଚାରିଲା ମନେ ମନେ ସେ ହେଜି

।।

ଲୋକେତ କହିଲେ ବାରତାମାନ

ବିଭାକରିବାକୁ ନେଲେ ନନ୍ଦନ

।।

ଶୁଣି ସାଧବ ବରଗିଲା ଦୂତ

ମନରେ ଚିନ୍ତାପାଇଲା ବହୁତ

।।

ବିଭାର ବିଧି ଅଳଙ୍କାର ଘେନି

ପେଶିଲା ଲୋକ ସସ୍ର ଦୁଇ ତିନି

।।

ଦାସୀକି ଡକାଇ କହିଲା କାନେ

ପୁତ୍ରର ପାଖ ନଛାଡ଼ିବ କ୍ଷଣେ

।।

ଉହାଡ଼ରେ ପିନ୍ଧାଇବ ବାସ

ବସିତ ନଦେବ ଲୋକଙ୍କ ପାଶ

।।

ବିଧାତା କରିଛି ଯେଉଁ କଷଣ

ମୁଁ କିସ କରିବି ତୁମ୍ଭେ ତ ଜାଣ

।।

ଏତେ ବୋଲି ସାଧୁ ରହିଲାଘର

ଲୋକେ ଚଳିଗଲେ ଯେ ତତପର

।।

ଧାପଧାଉଡ଼ି କରି ଯେ ଯାହାରେ

ବରକୁ ଭେଟିଲେ ବହୁତଦୂରେ

।।

କନ୍ୟାଘରଲୋକେ ଦେଖି ହରଷ

ପୁରୁଷାର୍ଥପାଇ ହୋଇଲେ ତୋଷ

।।

କାବେରୀ ଦେଶରେ ସାଧବ ଆସି

ବ୍ରାହ୍ମଣମାନଙ୍କୁ ଘେନିଣ ବସି

।।

ବେଦୀ ଚାରିପାଶେ ବସିଲେଦ୍ୱିଜ

ବିଭାକରିବାର ଯେମନ୍ତ କାର୍ଯ୍ୟ

।।

ସେ କଥାମାନ ଯେ ପ୍ରକାରେ କରି

ବରକନ୍ୟା କୁଳ ଗୋତ୍ର ଉଚ୍ଚରି

।।

କନ୍ୟାକୋଳେ ଘେନି ବସିଲା ପିତା

ହୁଳହୁଳି ଦେଲେ ସର୍ବ ବନିତା

।।

ବାକ୍ୟ ଉଚ୍ଚାରିଲେ ସେ ଦ୍ୱିଜବର

କୁଶନାଡ଼ ଘେନି ବାନ୍ଧିଲେ କର

।।

ଅନେକ ଦାନ ଯଉତୁକ ଦେଲେ

ତହିଁରେଯେ ବିଧି ବିଧାନକଲେ

।।

ଅହିୟ ଯୁବତୀ ଫେଡ଼ିଲେ କର

ଲାଜା ହୋମସାରି ଉଠିଲେ ବର

।।

ତଣ୍ଡୁଳ ପୂରାଇ ହସ୍ତରେ ଦେଲେ

ଖୁରିକଂସାମାନ ବାଟେକାଢ଼ିଲେ

।।

ଆସିବା ପଥରେ ବାନ୍ଧିଲେ ତାହା

ବିଧାତାଭିଆଣ କରନ୍ତି ଯାହା

।।

ବରକୁ ବୋଇଲେ ଶୁଣରେବାବୁ

ପାଦେ ପଡ଼ିଥାଇଁ ଯିବୁଟି ସବୁ

।।

ବନ୍ଦାପନା ସାରି ସବୁ କାମିନୀ

ହୁଳହୁଳିଦେଲେ ସମୟ ଜାଣି

।।

ବରକନ୍ୟା ଯାଇ ବସିଲେ ଘର

ସାରିଲେଶୀତଳଭୋଜୀବେଭାର

।।

ଷଡ଼ଦିନ ଯହୁଁ ହୋଏ ଆଗୁଳା

ସାରିଲେ ଚଉଠି ସାତମଙ୍ଗଳା

।।

କନ୍ୟାଘେନି ବର ମେଲାଣିମାଗେ

ନିଜଘରକୁ ଯିବାପାଇଁବେଗେ

।।

ସାଧବ ପୁଅଯେ ଗୁପତେଶ୍ୱର

ଏମନ୍ତେ ବିଚାର କଲା ମନର

।।

ବୋଇଲା ସ୍ୱଭାବେ ମୁଁ ସ୍ତିରୀ ଅଙ୍ଗ

ଏବେତ ପାଇଲି ପୁରୁଷ ଅଙ୍ଗ

।।

ବିଧାତାମୋତେଯେହୋଇଲାସାହା

ଧର୍ମବଳେ ସିନା ପାଇଲି ଏହା

।।

ଅଇଲା ବାଟେ ମୁଁ ନଯିବି ଆଉ

ଏ ବେଶ ମୋର ସବୁଦିନେ ଥାଉ

।।

ମୁହିଁତ ତାକୁ ନ ମାଗିଲି ଯାଇ

ଯାଚିଦେଲେ ମୋତେ ସେ ଦୟାବହି

।।

ସେ ଅବା ନ ଜାଣି କରିବ ରୋଷ

ଏକଥାରେ ମୋର ଅଛିକି ଦୋଷ

।।

ଲୋକଙ୍କୁ ବୋଇଲା ସାଧବ ପୁଅ

ଘରକୁ ଯିବା ବେଗେ ସଜହୁଅ

।।

ଆସିବାର ପଥେ ନଯିବା ଆମ୍ଭେ

ଏଥକୁ କେମନ୍ତେ ବିଚାରତୁମ୍ଭେ

।।

ସେବାଟେମୋତେ ଲାଗିଲା ଡର

ଆନ ପଥେ ଯିବା ବିଚାରକର

।।

ଶୁଣିଲୋକମାନେହୋଇଲେତୋଷ

ବୋଇଲେଯେକଥା ତୁମ୍ଭର ଯଶ

।।

ସେକଥା ତୁମ୍ଭଙ୍କୁ ରୁଚିଲା ଯେତେ

ଆନପଥେ କରି ଗମନତେବେ

।।

ଶୁଣିଣ ବୋଇଲେ ସାଧବ ଶିଷ୍ୟ

ଛାମୁରେ ଜଣାଇ ବହନ ଆସ

।।

ଏମନ୍ତ କହି ଉଦ୍‌ବେଗ ହୋଇ

ଚଉତା ଉପରେ ବସିଲାଯାଇଁ

।।

କନ୍ୟାକୁ ଘେନିଣବସିଲାକୋଳେ

ଅନୁକୂଳକଲା ମଙ୍ଗଳ ବେଳେ

।।

ସୁସ୍ୱରେ ବାଜଣା ଶୁଭେ ଶବଦ

ଢୋଲଦମା ଭେରୀ ଟମକ ବାଦ୍ୟ

।।

ଧାପ ଧଉଡ଼ ଦେଇକରି ଯାଇ

ଯଉତୁକ ଦ୍ରବ୍ୟ ସଙ୍ଗେ ଚଳଇ

।।

କେତେହେଁକଦୂରେ ପାଇଲା ଦେଶ

ବାଟଭାଙ୍ଗିଗଲେ ଚଉଦକୋଶ

।।

ସାଧବ ପୁତ୍ର ଦରଶନ କଲା

ଦେଖିକରି ସାଧୁ ସନ୍ତୋଷହେଲା

।।

ମନେବିଚାରିଲା ମଙ୍ଗଳ କାର୍ଯ୍ୟ

ଜଗତମୁଖେ ତ ନୋହିଲା ଲାଜ

।।

ଯୁବତୀମାନେ ହୁଳହୁଳି ଦେଲେ

ବରକନ୍ୟା ଘେନି ଘରକୁ ଗଲେ

।।

କ୍ଷୀରିପିଠା ଦିବ୍ୟ ଅମୃତ ରସ

ଭୁଞ୍ଜିଣସମସ୍ତେହୋଇଲେତୋଷ

।।

ଜଣେଜଣେହୋଇ ମେଲାଣିମାଗି

ଯେ ଯାହା ଘରକୁ ଚଳିଲେବେଗି

।।

ଏଥୁଅନନ୍ତରେ କିଛିଦିନ ଶେଷ

ସାଧବ ପୁତ୍ରକୁ ରାଇଲା ପାଶ

।।

ଶରଧାଯୁକତେ କୋଳରେ ଧରି

ପଚାରିଲା ଅତି ବିଶ୍ୱାସକରି

।।

ବୋଇଲା ତୁଯେ ବିଭାହୋଇଗଲୁ

ଏଡେ କର୍ମ ବାବୁ କେମନ୍ତେକଲୁ

।।

ଗୁପତକଥାଯେ ଜାଣିଲେ ଲୋକ

ଆମ୍ଭର ସରନ୍ତା ମର୍ଯ୍ୟାଦାଯାକ

।।

କାହାମୁଖ ଆମ୍ଭେ ଚାହାନ୍ତୁ ଯାଇଁ

ମରନ୍ତୁ କର୍ପୁର ପଇଡ଼ ଖାଇ

।।

ପୁତ୍ର ବୋଇଲା ଶୁଣ ତୁମ୍ଭେ ପିତା

ମନରେ କିଛି ନ କରିବ ଚିନ୍ତା

।।

ଝିଅପ୍ରାୟେ ମୋତେ ଯୁକତ ମଣ

ଏଡ଼େ ବଡ଼ କଥା ତୁମ୍ଭେନଜାଣ

।।

ମୋହକର୍ମେ ମୁଁ ଯେ ପାଇଲିଫଳ

ଭୋପିତା ତୁମ୍ଭର ଭାଗ୍ୟର ବଳ

।।

ଯେଉଁଦିନମୋତେନେଲେସେଧରି

ଚଉତା ଗୋଟିକ ଭିତରେ ଭରି

।।

ଅପନ୍ତରା ଭୂମି ମଧ୍ୟ ମଣ୍ଡଳେ

ବୃକ୍ଷଗୋଟି ଅଛି ପୋଖରୀକୂଳେ

।।

ତାହାତଳେମୋତେ ବସାଇ ଏକ

ସ୍ନାନକରି ଗଲେ ସମସ୍ତେ ଲୋକ

।।

ଏମନ୍ତ ସମୟେ ଥିଲି ମୁଁ ବସି

ବୃଦ୍ଧବ୍ରାହ୍ମଣେକ ମିଳିଲେ ଆସି

।।

ମୋତେ ବୋଇଲାତୁ ସାଧବଝିଅ

ଲୋକଲଜ୍ଜାକୁତୁ ବୋଲାଉପୁଅ

।।

ମହିଳା ହୋଇ ତୁ ଲାଜ ନପାଉ

ବିଭାହେବାପାଇଁ କେମନ୍ତେଯାଉ

।।

ସ୍ତିରୀରେ ସ୍ତିରୀ କହିଁଅଛି ବାହା

କଉଣସି କାଳେ ନଜାଣି ଏହା

।।

ବେଦଶାସ୍ତ୍ରରେ କେଉଁଠାରେଅଛି

ସ୍ୱଭାବେ ବାଳୁତ ନ ଜାଣୁ କିଛି

।।

ସେଠାରେ ଜାଣିଲେତୋହରକଥା

ମରଣୁ ଲାଜଯେହୋଇବବ୍ୟଥା

।।

ଆମ୍ଭବୋଲ ଯେବେଯିବୁପରତେ

ଉପକାର ଏବେ କରିବାତୋତେ

।।

ଧର୍ମରେ କଷଣ ବିହିଲେ ଧାତା

କାହାର ଆୟତ୍ତନୋହେସେକଥା

।।

ଆମ୍ଭ ପୁଂସପଣ ତୁମ୍ଭେ ଯେ ନିଅ

ତୁମ୍ଭ ସ୍ତିରୀବେଶ ଆମ୍ଭଙ୍କୁ ଦିଅ

।।

ବିଭାହୋଇ ତୁଯେ ଆସିବୁ ଖରେ

ପ୍ରବେଶ ହୋଇବୁ ଏହି ଠାବରେ

।।

ଆମ୍ଭପୁଂସ ପଣ ଆମ୍ଭଙ୍କୁ ଦେବୁ

ତୋହ ସ୍ତିରୀ ବେଶ ତୁଘେନିଯିବୁ

।।

ବୃକ୍ଷ ଉପରେ ମୁଁ ଅଛଇ ଉଠି

ମୋହ ନାମ ଯକ୍ଷପୁରୁଷଗୋଟି

।।

ଏତେବୋଲିଭୁଜେଭିଡ଼ିଲାମୋତେ

ଭୋପିତାତୋଆଗେକହିଲିଏତେ

।।

ଛୁଇଁବାମାତ୍ରକେ ଗଲା ମୋ ପାପ

ଦେଖୁ ଦେଖୁ ହେଲି ପୁରୁଷରୂପ

।।

ସ୍ତିରୀବେଶ ହୋଇ ସେ ପୁଣଗଲା

ବୃକ୍ଷ ଉପରେ ଯେ ବିଶ୍ରାମକଲା

।।

କନ୍ୟାଘରଲୋକମୋତେହେଁନେଲେ

ସର୍ବଶୁଭଯୋଗେବିବାହକଲେ

।।

କିଛିଦିନ ତହିଁ ନିଶ୍ଚିନ୍ତ ଥିଲି

ମନରେ ଉତ୍ତମ ବିଚାର କଲି

।।

ଅଇଲା ବାଟରେ ନ ଯିବି ଆଉ

ପୁରୁଷପଣ ମୋ ସର୍ବଦାଥାଉ

।।

ବାଟରେ ପ୍ରପାତ ହୋଇଲା ନିଧି

ଏହାକୁ ଛାଡ଼ିବା ନୁହଇ ବିଧି

।।

ତେଣୁକରି ତାର ନଗଲି ପାଶ

ଏଥିରେ ଭୋ ପିତାଅଛିକି ଦୋଷ

।।

ପୁତ୍ରର ବଚନ ସାଧବ ଶୁଣି

ଚକିତ ହୋଇଲା ମନରେପୁଣି

।।

ହୃଦପଦ୍ମରେ ସେ ପାଇଲା ତାପ

ବୋଇଲା ବାବୁତୁ ଅର୍ଜିଲୁ ପାପ

।।

ଉପକାରୀର ଅପକାର କଲୁ

ଅଧର୍ମ କଥା କିମ୍ପା ଆଚରିଲୁ

।।

ଅଧର୍ମ କଥାକୁ ନ ପାଉ ଭୀତି

ଜ୍ଞାନେପାପକଲେ ହୋଏ ବିପତ୍ତି

।।

ଏବେ ତୁ କି ବୁଦ୍ଧି କରିବୁ କହ

ଧର୍ମ ଲଙ୍ଘିଲେ ନାଶଯାଏ ଦେହ

।।

ପୁତ୍ରବୋଇଲା ମୁଁ ଗଲେହେଁଯିବି

ଚିର ହୋଇ ନିକି କାଳକ ଥିବି

।।

ହୋଇଲା ସୁଖତ ଭୁଞ୍ଜିବି ଆଗ

ପଛେ କରିବି ସିନା ଦୁଃଖଭୋଗ

।।

ଏ ମୃତ୍ୟୁମଣ୍ଡଳ ଯେ ମୃତ୍ୟୁ ଭୂଇଁ

ଅମର ହୋଇଜଣେ କେହିନାହିଁ

।।

ବ୍ରହ୍ମା ବିଷ୍ଣୁ ମୂଳେ ଶଙ୍କରଦେବ

ଏତେ ଲୋକମାନେ ଛାଡ଼ିଲେଜୀବ

।।

ଦେବତାମାନଙ୍କ କଥା ନ ଧରୁ

ମାନବ ଛାରକୁ କି ଲେଖାକରୁ

।।

ପୁତ୍ର ବୋଲ ଶୁଣି ସାଧବ ତୋଷ

ଏଥୁଅନନ୍ତରେ ହୋଇଲା କିସ

।।

ବୋଧ ପାଇଲେ ପିତାପୁତ୍ରବେନି

ଏମନ୍ତେ ଗଲା ମାସ ଦୁଇତିନି

।।

ଯକ୍ଷ ପୁରୁଷ ଯେ ଗଛରେ ଥିଲା

ନିରାଶହୋଇଣ ସେଠାରୁ ଗଲା

।।

ଯୁବତୀରୂପ ହୋଇଥିଲା ଅଙ୍ଗ

କାମଦେବ ପୀଡ଼ା କଲାକ ବେଗ

।।

ମଦନ ଆତୁରେ ମନ ଉଚ୍ଚାଟି

ସ୍ୱ ଜାତି ପୁରୁଷେପାଇଲାଭେଟି

।।

ତାହାଙ୍କ ସଙ୍ଗେ ଅଙ୍ଗ ସଙ୍ଗଭୋଗେ

ଗର୍ଭବାସ ହେଲା ଏହି ସଂଯୋଗେ

।।

ନୀଚକୁ ଯହିଁ ଉପକାର କଲା

ଏମନ୍ତ ଭାବେ ସେ ନାଶକୁ ଗଲା

।।

ସ୍ତିରୀଙ୍କ କଥା ଯେ କରଇ ଦୃଢ଼

ସେ ପ୍ରାଣୀମାନଙ୍କୁ ବୋଲିବ ମୂଢ଼

।।

ଯେଡେବଡ଼ଲୋକ ହୋଇଲେ ହେଉ

ସ୍ତିରୀଙ୍କି ବିଶ୍ୱାସ ନ ଯିବଆଉ

।।

ଦୀନକୃଷ୍ଣ ଦାସ ପ୍ରଭୁ ଶରଣ

ସ୍ତିରୀ ଉପକାର କହିବା ଶୁଣ

।।

ସ୍ତିରୀଙ୍କି ବିଶ୍ୱାସ ଯେ ଲୋକଗଲା

ଜୀବନ ଥାଇଁ ସେ ସ୍ୱଭାବେମଲା

।।

ପିଣ୍ଡରେ ପ୍ରାଣ ଯେତେଦିନ ଥିବ

ସ୍ତିରୀଙ୍କି ବିଶ୍ୱାସ କେଭେ ନ ଯିବ

।।

ଏଥକୁ ଅପ୍ରେତେ ନକର ପୁଣ

ଫେଡ଼ିକହିବା ଦୃଷ୍ଟାନ୍ତର ଶୁଣ

।।

ପଶ୍ଚିମ ରାଜ୍ୟେ ଏକ ଦଣ୍ଡଧାରୀ

ନାମ ତାହାର ବିକ୍ରମ କେଶରୀ

।।

ସମ୍ପଦ ତାର ଅପ୍ରମିତ ଜାଣି

ସେ ରାଜାର ଥାନ୍ତି ଦୁଇଶରାଣୀ

।।

ଚନ୍ଦ୍ରାବତୀ ନାମେ ଯେ ତଳିପାଟ

ତାହାକୁ ରସିଲାନୃପତି ଶ୍ରେଷ୍ଠ

।।

ପ୍ରାଣରୁ ଅଧିକ ଦେଖିଲା ତାକୁ

ଆଉ ନଗଲା ସେ କାହାରିଠାକୁ

।।

ସକଳ ଗୁଣରେ ନୃପତି ଭୋଗୀ

ଗୁରୁ ତାହାର ସଦାନନ୍ଦଯୋଗୀ

।।

ଗୁପତ କରି ସେ କହିଲା କର୍ଣ୍ଣେ

ସ୍ତିରୀଙ୍କି ବିଶ୍ୱାସ ନଯିବ ମନେ

।।

ଏମନ୍ତ ତହିଁ କିଛିଦିନ ଗଲା

ସେକଥା ରାଜାର ମନରେ ଥିଲା

।।

ଗୁରୁ ବଚନକୁ ପ୍ରତେ ନ ଯାଇ

ସ୍ତିରୀଠାରେ ପ୍ରାଣ ସମର୍ପିଥାଇ

।।

କୌଣସି ରାଣୀର ନ ଗଲା ପାଶ

ଚନ୍ଦ୍ରାବତୀଠାରେ ବଡ଼ ବିଶ୍ୱାସ

।।

ସକଳ ସମ୍ପଦ ତେଜି ନୃପତି

ନିରନ୍ତରେ କଲା ତାତୁଲେ ପ୍ରୀତି

।।

ମହାଦେଈମାନେ ନିରାଶ ହୋଇ

ରାଜାକୁ ଭଲ ନବୋଇଲେକେହି

।।

ଏମନ୍ତେ ତହିଁ କେତେଦିନ ଗଲା

ସେକଥା ରାଜାର ମନରେ ଥିଲା

।।

ଚନ୍ଦ୍ରାବତୀକି ସେ ଛାମୁକୁ ନେଇ

ବୋଇଲା ଆଗେ ଶୁଣ ପ୍ରାଣସହୀ

।।

ତୋତେଯେକେହି ନ ପାରନ୍ତି ଦେଖି

କି ବୁଦ୍ଧି କରିବା କହଗୋ ସଖୀ

।।

ଯୁଗତେ ତୁ ମୋର ପ୍ରାଣର ମିତ

ପ୍ରୀତିରେ ରଖି ବନ୍ଦିକଲୁ ଚିତ୍ତ

।।

ରାଣୀ ବୋଇଲା ଶୁଣ ମହୀପତି

ତୁମ୍ଭବିନୁ ନାହିଁ ମୋହର ଗତି

।।

ଦଣ୍ଡେ ନ ଦେଖିଲେଶ୍ରୀମୁଖତୋର

ଦଶଦିଗ ମୋତେ ଦିଶେ ଅନ୍ଧାର

।।

ନିର୍ମଳ ହୋଇଣ ଦିଶଇ ଆଖି

ଏଥକୁ ଏକା ଚନ୍ଦ୍ରସୂର୍ଯ୍ୟ ସାକ୍ଷୀ

।।

ରାଜା ବୋଇଲେ ଗୋ କହୁଛିମୁହିଁ

ନିୟମ କରୁଛି ତୋଦେହ ଛୁଇଁ

।।

ତୁ ମୋର ପ୍ରାଣର ଅଟୁ ଭାବିନୀ

ବନବାସ ଯିବି ସଙ୍ଗରେ ଘେନି

।।

ଏମନ୍ତ ବୋଲି ସେ ନୃପତିବର

ଅଭିନବ ନାମେ ଜ୍ୟେଷ୍ଠକୁମର

।।

ପୁତ୍ରକୁ ରାଜ୍ୟଭାର ଦେଇ ଦେଲା

ଭାରିଯାକୁ ନେଇ ବନକୁ ଗଲା

।।

ଅନେକ ଦୂର ସେ ଗମିଲେ ବାଟ

ବନବାସଟି ଏମନ୍ତ କଷ୍ଟ

।।

ରାଜା ମୁଖଚାହିଁ ବୋଲଇ ରାଣୀ

ଭୋପ୍ରଭୁମୋତେବେଗେଦିଅପାଣି

।।

କଣ୍ଠ ଶୁଖି ମୋର ଯାଉଛି ପ୍ରାଣ

ନଦେଲେ ମରିବି ଭୋପ୍ରଭୁଶୁଣ

।।

ନୃପତି ବୋଇଲା ଥାଅ ତୁ ବସି

ଜଳ ଖୋଜଇମୁଁ ବନରେ ପଶି

।।

ଏତେବୋଲିରାଜାଚଳିଲେ ଖରେ

ବୁଲିଲେ ଅନେକ ବନ ଭିତରେ

।।

କୌଣସିଠାରେ ନମିଳିଲା ପାଣି

ମନେ ବିଚାରିଲେ ସେ ନୃପମଣି

।।

ଚନ୍ଦ୍ରବତୀ ମୋର ପ୍ରାଣର ସଖୀ

ତୃଷାରେ ବଡ଼ସେହୋଇଲାଦୁଃଖୀ

।।

ଜଳତ କାହିଁ ନ ମିଳିଲା ଆଉ

ରୁଧିର ଦେବିସେ ନିଶ୍ଚିନ୍ତେଖାଉ

।।

ଏତେ ବୋଲି ରାଜା ଖଡ଼ଗ ଧରି

ଭୁଜ ଚିରିଦେଲେ ବିସ୍ତାରକରି

।।

ତହିଁକି ହୃଦରେ ନାହିଁ ବେଦନା

ସିଇଁଲେ ସିଆଳୀ ପତରଦନା

।।

ରୁଧିର ଘେନି ଧାତିକାରେ ଗଲେ

ରାଣୀ ଛାମୁରେତନେଇଣଦେଲେ

।।

ବୋଇଲେରେ ସଖୀ ପିଅତୁ ଜଳ

ଦିବ୍ୟଅଙ୍ଗ ତୋର ହେଉଶୀତଳ

।।

ରାଜା ମୁଖ ଚାହିଁ ବୋଲଇ ରାଣୀ

ରୁଧିର ପ୍ରାୟତ ଦିଶଇ ପାଣି

।।

ବିକୃତି ପାଇଛି ଦେଖିଲେ ଯାହା

କେମନ୍ତେ ଗର୍ଭକୁ କ୍ଷେପିବିତାହା

।।

ରାଜା ବୋଇଲେମୁଁ କହଇ କିନା

ବନର ପାଣି ସେହିମତି ସିନା

।।

ନାନା ପତ୍ର ପଡ଼ି ପଥରଝରା

ତେଣୁଦିଶୁଅଛି ରୁଧିର ପରା

।।

ଏଥକୁ ମନେ ତୁ ନ ଭାଳ କିଛି

ଅନେକ ଦୁଃଖେମୁଁ ଖୋଜିଆଣିଛି

।।

ନୃପତି ବଚନେ ସନ୍ତୋଷ ରାଣୀ

ଗର୍ଭକୁ କ୍ଷେପିଲାରୁ ରୁଧିର ପାଣି

।।

ସେଠାରୁ ରାଜା କିଛିଦୂର ଗଲେ

ଏକ ବୃକ୍ଷତଳେ ନିଶି ବଞ୍ଚିଲେ

।।

ରଜନୀ ପ୍ରଭାତେ ଚଳିଲେ ବେନି

ଶୀତଳେ ଗଲେ କୋଶଦୁଇତିନି

।।

କ୍ଷୁଧାରେ ରାଣୀଯେ ଆତୁରହୋଇ

ବିକଳେ ବୋଇଲେରାଜାଙ୍କୁ ଚାହିଁ

।।

ଭୋପ୍ରଭୁ ମୋ ଗର୍ଭ ଯାଉଛିଜଳି

କ୍ଷୁଧାରେ ଆଉ ନ ପାରଇ ଚଳି

।।

ଫଳମୂଳ ସଙ୍ଗେ ନୋହିଲା ଭୋଟ

ବିକଳେ ଆତ୍ମା ମୋ ପାଉଛିକଷ୍ଟ

।।

ରାଜା ବୋଇଲା ଗୋ ନଭାଳକିଛି

ପାରିଧିକରି ମୁଁ ଯାଉଛି ଦେଖି

।।

ମୃଗ ସମ୍ୱର ପାଇବଇଁ ଯାହା

ତୋତେ ଆଣିଦେବି ରାନ୍ଧିବୁତାହା

।।

ଏତେ ବୋଲିକରି ନୃପତିବର

ରାଣୀ ବସିଲେ ଯେ ବୃକ୍ଷତଳର

।।

ସେ ବନ ଭିତରେ ପଶିଲେ ଯାଇ

ଜନ୍ତୁଭେଟ ଆଉନୋହିଲେକାହିଁ

।।

ତାଟକା ହୋଇଲେ ନୃପତିବର

ଲଲାଟେ ମାଇଲେ ଆପଣା କର

।।

ବୋଇଲେ ଜନ୍ତୁ ଯେ ନୋହିଲେ ଭେଟ

କେମନ୍ତଯିବମୋ ଭାରିଯା କଷ୍ଟ

।।

ମୋହଆଗେ ଯେବେ ମରିବରାଣୀ

ମୁଁ ଆଉ ଜୀଇଁ କି କରିବିପୁଣି

।।

ପ୍ରାଣବଲ୍ଲଭୀ କରିଛି ଯାହାକୁ

କେମନ୍ତ ପ୍ରକାରେ ତୋଷିବି ତାକୁ

।।

ଏମନ୍ତ ବିଚାର କରନ୍ତେବସି

ବୁଦ୍ଧିଏ ହୃଦରେ ସ୍ଫୂରିଲାଆସି

।।

ବୋଇଲା କାଟିବି ଆପଣା ବୁକୁ

ଏହାଦେଇମୁଁ ଯେତୋଷିବିତାକୁ

।।

ମାଏଁସ ବୋଲି ସେ ରାନ୍ଧିଣଖାଉ

ଏତେକେ ତାହାର କ୍ଷୁଧାହିଁଯାଉ

।।

ଧର୍ମକୁ ସୁମରି ନୃପତିବର

ଖଡ଼ଗେ କାଟିଲା ଆପଣା ଉର

।।

ନିରୋଳ ଭାବେ ଖଣ୍ଡ ଖଣ୍ଡ କରି

ଶିଆଳି ପତର ଦନାରେ ଭରି

।।

ହରଷ ହୋଇଣ ବହନ ଗଲେ

ରାଣୀ ଛାମୁରେ ତାପ୍ରବେଶକଲେ

।।

ଦେଖିଣ ସନ୍ତୋଷହୋଇଲେରାଣୀ

ବୋଇଲା ଏ କିସ ମାଏଁ ସପୁଣି

।।

ଅତିହିଁ କୋମଳ ଲଳିତ ପ୍ରାୟେ

ରକତ ବର୍ଣ୍ଣ ତା ଦିଶୁଛି କାୟେ

।।

ରାଜାବୋଲେସେହୁବେଭାରେସାନ

ମୃଗ ପିଲାଗୋଟି ଅଳପ ଦିନ

।।

ବଡ଼ଜନ୍ତୁ ଯହୁଁ ନୋହିଲା ଭେଟ

ବୁଲି ବୁଲି ଆମ୍ଭେ ପାଇଲୁ କଷ୍ଟ

।।

କେବଣ ଠାବରେ ଜନ୍ତୁ ନଭେଟି

ଏ ମୃଗ ପିଲାକୁ ଆଣିଲୁ କାଟି

।।

ବହନକରି ଗୋ ରନ୍ଧନ କର

କ୍ଷୁଧା କଷ୍ଟଦୁଃଖଯାଉତୋହର

।।

ରାଣୀ ବୋଇଲେ ଶୁଣ ନୃପନାହା

ଜଳତୁଠେ ସିନା ରାନ୍ଧିବାଏହା

।।

ରାଜା ବୋଇଲେ ଏ ପ୍ରମାଣ କଥା

ଭୋ ପ୍ରାଣବନ୍ଧୁ ତୁ କହିଲୁ ପଥ

।।

ଏତେବୋଲି ତହୁଁ ବହନଗଲେ

ଜଳତୁଠେ ବସି ରନ୍ଧନକଲେ

।।

ରାଣୀ ବୋଇଲେ ଶୁଣ ନୃପବର

ଭୋପ୍ରଭୁ ଜଳରେ ସ୍ନାହାନ କର

।।

ଏହିଠାରେ ବସ ସୁବେଶହୋଇ

ତୁମ୍ଭଙ୍କୁ ପରଶି ମୁଁ ପଛେ ଖାଇ

।।

ରାଜାବୋଇଲେ ମୋଅଙ୍ଗରେ ଜ୍ୱର

ଭୋସଖୀ ଆଗେ ତୁ ମଣୋହିକର

।।

ଆଜ ମୁଁ କିଛି ନ କରିବି ଗ୍ରାସ

ଦେହ ହେଉଛି ମୋ ବଡ଼ ଅଳସ

।।

ରାଜାବୋଲେରାଣୀହୋଇଲାତୋଷ

କ୍ଷୁଧା ଆରତେ ଭୁଞ୍ଜିଲାମାଏଁସ

।।

ଦଇବେ ଉଶ୍ୱାସ ବୁଦ୍ଧି ଯୁବତୀ

ପ୍ରଭୁ ଉପବାସେ ନକଲା ଭୀତି

।।

ଏମନ୍ତେ ଭୋଜନ ସାରି କାମନୀ

ଆଚମନ ସାରି ଚଳିଲେବେନି

।।

ଥୋକାଏ ଦୂରଦେଶ ଘୋଷପାଇ

ପ୍ରବେଶହୋଇଲେ ଗଙ୍ଗାରେ ଯାଇଁ

।।

ତରାଇ ଗୋଟିଏ ବହୁଛି ନାବ

ବୟସ ତାହାକୁ ଅଳପ ହେବ

।।

ପାଛୋଡ଼ାଗୋଟିଏବେଢ଼ାଇଅଙ୍ଗେ

କେରୁଆଳ ଧରି ବସିଛି ମଙ୍ଗେ

।।

ପ୍ରଖର ସେହିତ ବାହୁଛି ଗଙ୍ଗା

କୂଳରେ ଆଣି ଲଗାଇଲାଡଙ୍ଗା

।।

ପାଠଶାଠ କିଛି ଅଛି ସେ ଜାଣି

ସଂସ୍କୃତ ଭାଷାରେ କହଇ ରାଣୀ

।।

ବଚନ ଅତି ନ କହଇ ଆଣ୍ଟ

କୋକିଳପ୍ରାୟ ତା ଶୁଭଇ କଣ୍ଠ

।।

କୁଣ୍ଡଳ ଯୋଡ଼ିଏ କାନରେ ଭରି

ଜଡ଼ା ବନାଇଛି ଭଙ୍ଗିମା କରି

।।

ବେଭାରେ ବୟସ ଯଉବନ ତା

ଲଲାଟପଟରେ ଶୋହୁଛି ଚିତା

।।

ବଚନ କହଇ ସୁସ୍ୱର ଭାବେ

ରେଖାରୂପ ହୋଇ ବସିଛିନାବେ

।।

ରାଜା ବୋଇଲା ହୋ ତରାଇଭାଇ

ଆମ୍ଭଙ୍କୁ ନିଅ ତୁ ନାବେ ବସାଇ

।।

ବେଗେଣ ବାବୁ ପାରିକରି ଦିଅ

ଦୁଃଖମୂଲ ତୋର ଖରଚ ନିଅ

।।

ଶୁଣି କଇବର୍ତ୍ତ ବୋଇଲା ଆସ

ଥିରହୋଇ ମୋର ନାବରେବସ

।।

ନାବିକ ମୁଖରୁ ଏସନ ଶୁଣି

ରାଜାରାଣୀ ନାବେ ବସିଲେ ପୁଣି

।।

ଚନ୍ଦ୍ରାବତୀ ରୂପଦେଖିଣଡୋଳେ

ନାବିକ ବୁଡ଼ିଲା ମଦନ ଜଳେ

।।

ରାଣୀକି ଦେଖି ବନ୍ଦିକଲା ଚିତ୍ତ

କେଦାରରାଗେ ଆଳାପିଲା ଗୀତ

।।

କଣ୍ଠ ଶୁଭିଲା ବ୍ରହ୍ମା ବୀଣା ଜିଣି

ଯେସନେ ଅଣ୍ଡିରାକୋକିଳବାଣୀ

।।

ବେଭାରେ ବୟସ ବପୁ ସୁନ୍ଦର

ଗୀତଶୁଣି ରାଣୀ ହୋଇଲାଭୋଳ

।।

ପଞ୍ଚଭୂତ ଆତ୍ମା ମଜ୍ଜିଲେ ଯେଣୁ

ରାଜାକୁ ରାଣୀ ପିଠିଦେଲା ତେଣୁ

।।

କେଉଟ ଆଡ଼କୁ କଲାକ ମୁଖ

ବିଚାରି ମନକୁ ପାଉଛିସୁଖ

।।

ଗୀତ ଶୁଣି ଚିତ୍ତ ହୋଇଲା ମୋହି

ପୁଣ ପୁଣ ତାର ମୁଖକୁ ଚାହିଁ

।।

ଏକ ଦୃଷ୍ଟି କରି ଦେଇଛି ମନ

ନିଶ୍ଚଳେ ରହିଲା ବେନି ନୟନ

।।

ଚନ୍ଦ୍ରବତୀର ଯେ ଏମନ୍ତ ଦେଖି

ନାବିକ ତାହାକୁ ଠାରିଲାଆଖି

।।

ବୋଇଲା ଭୋସଖୀ ଅଛିକି ମନ

ସୁରତି ଦେଇ ରଖ ମୋଜୀବନ

।।

ରାଣୀବୋଇଲା ହୋ ନୃପତି ଅଛି

ତେଣୁକରି କାର୍ଯ୍ୟନୋହିବ କିଛି

।।

ନୋହିଲେତୋତେମୁଁ ଦିଅନ୍ତିଦେହ

ଏଥକୁ କିବୁଦ୍ଧି କରିବା କହ

।।

ନାବିକ ବୋଇଲା ରାଣ କି ଚାହିଁ

ସାବଧାନ ହୋଇ ଶୁଣଗୋ ସହୀ

।।

ମୋହତୁଲେଯେବେତୋହରକାର୍ଯ୍ୟ

ରାଜାଙ୍କୁ ମୁହିଁଯେମାରିବି ଆଜ

।।

ମୋତେ ଘେନି ଯେବେ କରିବୁ ଘର

ଜଳ ଛୁଇଁକି ଗୋ ନିୟମ କର

।।

ଏହାଶୁଣି ଜଳ ଛୁଇଁଲା ରାଣୀ

ରାଜାହିଁ ତାହା ନପାରିଲା ଜାଣି

।।

ବେନିଲୋକଙ୍କର ଲୋଚନ ଠାର

ଜାଣି ନ ପାରିଲା ନୃପତିବର

।।

ନାବକ ନାବଧୀରେଧୀରେନେଲା

ମଝି ନଦୀରେ ସେ ପ୍ରବେଶହେଲା

।।

କେରୁଆଳ ବାହି ଧରି ନିରାଟେ

ରାଜା ଉପରେ ସେ ପିଟିଲାଆଣ୍ଟେ

।।

ଦେଖି ନୃପତ ଅତି ଭୀତ ହୋଇ

ଜଳ ଭିତରକୁ ପଡ଼ିଲା ଡେଇଁ

।।

ପହଁରି ଗଲା ସେ ଭୁଜର ବଳେ

କର୍ମବଳେ ଯାଇଁ ଲାଗିଲା କୂଳେ

।।

ବୋଇଲା କିବୁଦ୍ଧି କରିବି ଏବେ

ଗୁରୁଙ୍କ ବଚନ ନ କଲି ପୂର୍ବେ

।।

ଯେଉଁକଥାଆଜ୍ଞାଦେଲେଗୋସାଇଁ

ସ୍ତିରୀ ଛାରକୁ ତା ବିଶ୍ୱାସନାହିଁ

।।

ପତିଭକ୍ତା ଏ ଯେ ପ୍ରାଣ ଭାବିନୀ

ବନବାସ କଲି ଏହାକୁ ଘେନି

।।

ରୁଧିର ମାଂସ ଏ ଦେହରୁ ଦେଲି

ପ୍ରାଣରୁ ଅଧିକ ସମ୍ଭାଳି ଥିଲି

।।

ଏ ପୁଣି ଆତ୍ମାକୁ ହୋଇଲା ସଲ

ଯୁବତୀ ଛାର ତ ଏଡ଼େ ଅସାର

।।

ଏତେବୋଲି ରାଜା ତ୍ୱରିତେଗଲା

ଆପଣା ରାଜ୍ୟରେ ପ୍ରବେଶହେଲା

।।

ଗୁରୁଙ୍କ ଚରଣେ ଲଗାଇ ମଥା

କହିଲେ ଆପଣା ଭାରିଯାକଥା

।।

ଭୋ ପ୍ରଭୁ ତୁମ୍ଭର ନକଲି ବୋଲ

ଏବେ ଯେ ଭୁଞ୍ଜିଲି ଅର୍ଜିଲାଫଳ

।।

ଗୁରୁ ବୋଇଲେ ହେ ଶୁଣନୃପତି

ଆମ୍ଭ ବଚନକୁ କଲୁଯେ ନାସ୍ତି

।।

ତେଣୁକରି ଏବେ ପାଇଲୁ ଦୁଃଖ

ଦାନ ଧର୍ମ କରି ପାପ ଉପେଖ

।।

ଶ୍ରୀଗୁରୁ ବଚନେ ନୃପତି ଗଲା

ଅନ୍ନବସ୍ତ୍ର ଛତ୍ର ଦାନହିଁ ଦେଲା

।।

ଦେବତା ବ୍ରାହ୍ମଣ ସନ୍ତୋଷ କରି

ନିଶ୍ଚିନ୍ତେ ଚଳିଲେ ସେ ଦଣ୍ଡଧାରୀ

।।

ଏଥୁଅନନ୍ତରେ ଶୁଣିମା ରସ

ନାବିକ ରାଣୀର କଥା ସନ୍ଦେଶ

।।

ହରଷ ବଚନେ ବୋଇଲା ରାଣୀ

ବଶହେଲି ମୁହିଁ ତୋ ଗୀତଶୁଣି

।।

ଚିତ୍ତ ବୁଡ଼ି ମୋର ଟଳିଲା ଦେହ

କିସନାମତୋର ମୋଆଗେକହ

।।

ନାବିକ ବୋଇଲା ଶୁଣଗୋରାଣୀ

ତୁ ମୋତେ ଯାହାପଚାରିଲୁ ପୁଣି

।।

ମାତାପିତାମୋତେକିନାମ ଦେଲା

ପୂର୍ବର କଥାତପାଶୋରଗଲା

।।

ବଡ଼ବ୍ୟାଧିଦେହେହୋଇଲାଯେବେ

ଖଣ୍ଡି ଆବୋଲିଗୋଡ଼ାଏକଏବେ

।।

ଦଇବେ ମୋର ବେନିପାଦନାହିଁ

ଥୁଣ୍ଟାହୋଇ ଏକା ବସିଣଥାଇ

।।

ବସ୍ତ୍ର ଖଣ୍ଡିଏ ଯେବେଢ଼ାଇ ଅଙ୍ଗେ

ନାବ ବାହୁଥାଇ ବସିଣମଙ୍ଗେ

।।

ମାଣେଏଣେ ଏଥୁ ହୋଇଣେଜାତ

ତେବେହୋଏ ମୋର ଦିନକ ଭାତ

।।

ବିଧାତା ମୋତେ ଦଣ୍ଡିଅଛି ଯହୁ

ଠାବରୁ ଚଳି ନପାରଇ ତହୁଁ

।।

ଟୋକାଇଗୋଟିକ ଭିତରେ ଥାଇ

ଭାରିଯା ମୋତେ ଘେନିଯାଏ ବହି

।।

ଏହାଶୁଣି ରାଣୀ ବିକଳ ମନ

ପିଣ୍ଡରୁ ଛାଡ଼ିକି ଗଲା ଜୀବନ

।।

ବୋଇଲା ଶୁଣରେ ପାପିଷ୍ଠ ମୂଢ଼

ବସନକାଢ଼ ମୁଁ ଦେଖଇଗୋଡ଼

।।

ଏତେ ଅଲକ୍ଷଣ ଅଛିତୋ ତହିଁ

ଆଗହୁଁ ମୋତେତ କହିଲୁନାହିଁ

।।

ନିଜ ନାଥ ମୋର ପୃଥୀର ପତି

ତୋତେ ଦେଖି ତାକୁ କଲି ଯେ ନାସ୍ତି

।।

ତୁ ମୂଢ ଏଡ଼େ ଅଲକ୍ଷଣ ଯେବେ

ବିଧାତା କି ମୋତେ ଛାଡ଼ିଲା ଏବେ

।।

ଏତେବୋଲିହାତ ଲଲାଟେ ମାରି

ବେନି ଲୋଚନରୁ ଲୋତକ ଝରି

।।

ରାଜା ଗୁଣ ହୃଦ ପଦ୍ମରେ ଲଦି

ଗଦଗଦ ହୋଇଉଠିଲା କାନ୍ଦି

।।

ନାବିକ ବୋଇଲା ଶୁଣରେ ସହୀ

ଯାହା ଅର୍ଜିଅଛୁ ଭୁଞ୍ଜିବୁ ତୁହି

।।

କରମେ ଅରଜି ଅଛୁତୁ ଦୁଃଖ

ଏବେ ଲୋଡ଼ିଲେକି ପାଇବୁସୁଖ

।।

ଜାଣୁଜାଣୁ ତୁ ଅର୍ଜିଲୁ ଅଯଶ

ଏବେ କାହିଁପାଇଁ ହେଉବିରସ

।।

ଶୁଣିଣ ଧଇର୍ଯ୍ୟ ଧଇଲା ରାଣୀ

କର୍ମକୁ ଆଦରି ହୋଇଲା ତୁନି

।।

ବିଚାରି ଛାଡ଼ିଲା ନୃପତି ଆଶ

ଶତେଗୁଣେ ପୁଣି କଲା ସାହସ

।।

ଦଇବେ ସ୍ତିରୀଯେ ସ୍ୱଭାବେଜଡ଼

ଯେଭାବେ ବୁଝିଲେସେଭାବେଦୃଢ

।।

ନାବିକକୁ ଚାହିଁ ବୋଇଲା ରାଣୀ

ସତ୍ୟକଲି ମୁଁ ଯେ ତୋଗୀତଶୁଣି

।।

ଯାହା ଅର୍ଜିଅଛି ପାଳିବି ତାହା

ଧର୍ମନାଶଯିବ ନକଲେ ଏହା

।।

ଏମନ୍ତ ବିଚାର କରନ୍ତେ ବସି

ନାବିକ ଭାରିଯା ମିଲା ଆସି

।।

ଗୁରସ୍ତପାଶେ ହୋଇଲାପ୍ରବେଶ

ବୋଇଲା ଟୋକାଇଭିତରେ ପଶ

।।

କଉଡ଼ିତଣ୍ଡୁଳ ପାଇଛୁକେତେ

ନେଲେ ଯେ ଅନ୍ନ ରାନ୍ଧି ଦେବି ତୋତେ

।।

କେତେଲୋକ ଆଜି କରିଛୁପାରି

ଏ ଦିବ୍ୟଯୁବତୀ କାହାର ନାରୀ

।।

ଭାରିଯାବଚନେ ବୋଲେ କୈବର୍ତ୍ତ

ମୋଠାରେ ମଜ୍ଜିଲା ଏହାରଚିତ୍ତ

।।

ତେଣୁକରି ଯେ ମୁଁ ଏହାକୁନେବି

ପ୍ରିୟବତୀ କରି ସମ୍ଭାଳିଥିବି

।।

ନାବିକ ବଚନ ଶୁଣି ନିକର

ମନେତାପକଲା ଭାରିଯାତାର

।।

ବୋଇଲା ଖଣ୍ଡିଆ ପାମର ପଶୁ

ରାଜାଙ୍କ ପତ୍ନୀକି କିମ୍ପାଇ ରସୁ

।।

ତୁ ଯେବେ ଏହାକୁ ନେବୁଟିଆଜ

ମୋହତୁଲେତୋରନାହିଁଟିକାର୍ଯ୍ୟ

।।

ଚନ୍ଦ୍ର ଆଗରେ କି ତାରା ପ୍ରକାଶ

ଦିହୁଡ଼ି ଆଗେକି ଦୀପର ତ୍ରାସ

।।

ତୁଯେବେମୋତେ କଲୁ ନିରୀମାକ୍ଷୀ

ଏଥକୁ ଦେବ ଚନ୍ଦ୍ର ସୂର୍ଯ୍ୟ ସାକ୍ଷୀ

।।

ମୁଁ ଯେବେ ତୋହର ବଦନ ଚାହିଁ

ଶତେକ ଗୋହତ୍ୟା ପାତକପାଇ

।।

ଏତେବୋଲି ବାଳୀ ରହିଲା ଖସି

ଖଣ୍ଡିଆ ରହିଲା ନାବରେବସି

।।

ନିୟମ ଶୁଣି ଯେ ପାଇଲା ପ୍ରତେ

ରାଣୀକି ବୋଇଲା ନିଅତୁ ମୋତେ

।।

ନାବିକ ବଚନେ ବୋଇଲା ରାଣୀ

ବୋଝଭାର କଥା ମୁହିଁ ନଜାଣି

।।

ନାବିକ ବୋଇଲା ଅଦୃଷ୍ଟ ତୋର

କେମନ୍ତେ ହେଉଛୁ ଭାରିଯାମୋର

।।

ତୁ ଯେବେ ବିଶ୍ୱାସ ନ ଯାନ୍ତୁ ମୋତେ

ମୁଁ କିମ୍ପା ଭାରିଯା କରନ୍ତି ତୋତେ

।।

ସତ୍ୟଭଗ୍ନ ହୋଇ ଛାଡ଼ିବୁ ଅବା

ଅଧର୍ମ ପାଇବୁ ନକଲେସେବା

।।

ଜଳଛୁଇଁ ସତ୍ୟକଲୁ ଯେ ନାବେ

ଗୀତଶୁଣି ମୋତେ ରସିଲୁ ଏବେ

।।

ପତ୍ନୀଯହୁଁ ମୋର ଦେଖିଲା ତୋତେ

ନିରାଶହୋଇ ଛାଡ଼ିଗଲା ମୋତେ

।।

ତୁ ଏବେ ମୋତେ ନକର ନିରାଶ

ସତ୍ୟହାନିହେଲେ ପାଇବୁଦୋଷ

।।

ଏକଥା ବିଚାର କରରେ ସହୀ

ଆପଣା ଅଦୃଷ୍ଟ ପରକୁ ଦେଇ

।।

ଏବେତୁହି ମୋତେ ମଥାରେଧର

ରଜନୀ ହେଉଛି ବଡ଼ ଅନ୍ଧାର

।।

ନାବିକ ବଚନ ଶୁଣିଣ ରାଣୀ

ଧର୍ମକୁ ସୁମରି ଉଠିଲା ପୁଣି

।।

ଖଣ୍ଡିଆ ବସିଲା ଟୋକେଇପରେ

ପରାକ୍ରମେ ରାଣୀ ଧଇଲା ଶିରେ

।।

ଧୀର ଧୀର ହୋଇ ଘରକୁ ଗଲା

ଖଣ୍ଡିଆଘର ଭିତରେ ପଶିଲା

।।

ଦେଖିଲା ବନର ପ୍ରାୟ ତା ବାସ

କୁଢ଼ କୁଢ଼ ହୋଇଅଛି ପାଉଁଶ

।।

ତାହାଦେଖି ରାଣୀ କଲା ରୋଦନ

ଏକକାଠି ମେଢ଼ ପଡ଼ିଲା ମନ

।।

ମନରେ ପୁଣି ହୃଦପଦେ ଚିନ୍ତି

ଅଦୃଷ୍ଟ ଆବୋରି ହୋଇଲାଶାନ୍ତି

।।

ରାନ୍ଧଣା ଭୋଜନ ସାରିଲା ଖରେ

ନିଦ୍ରାଗଲେ ବେନି ଏକଶଯ୍ୟାରେ

।।

ରଜନୀ ପ୍ରଭାତେ ଉଠିଲା ରାଣୀ

ନାବେ ତାକୁନେଇ ଥୋଇଲା ପୁଣି

।।

ବେଳବୁଡ଼େ ପୁଣ ଘରକୁ ଆଣେ

ମାସ ଚାରି ଗଲା ଏହି ପ୍ରମାଣେ

।।

ଏମନ୍ତେ ଚନ୍ଦ୍ର ନ ପାଳିଲା ମହୀ

ମରୁଡ଼ିରେ ଗଲା ଦୁର୍ଭିକ୍ଷହୋଇ

।।

ଗର୍ଭକୁ ଅନ୍ନ ନ ମିଳିଲା ଯହୁଁ

ନାବିକକୁ ରାଣୀ ବୋଇଲା ତହୁଁ

।।

ପୂର୍ବଦିଗେ ଏକ ରାଜାଏ ଅଛି

ଅନ୍ନ ବସ୍ତ୍ର ଛତ୍ର ଦାନଦେଉଛି

।।

ଏ ରାଜ୍ୟେ ଦୁର୍ଭିକ୍ଷ ପଡ଼ିଲା ଏବେ

ସେରାଜ୍ୟକୁ ଆମ୍ଭେ ଯିବା କି ତେବେ

।।

ନାବିକ ବୋଇଲା ରାଣୀକୁ ଚାହିଁ

ମୁଁ କାହିଁ ତହିଁକି ପାରିବି ଯାଇ

।।

ଚରନାହିଁ ଯେ ଯୁକତେ ଛୋଟା

ଢାଳେ ହେଁ ଅପାର କଦର୍ଯ୍ୟ ଗୋଟା

।।

ରାଣୀ ବୋଇଲା ମୁଁ ମୁଣ୍ଡରେନେବି

ଖଣ୍ଡେ ଖଣ୍ଡେ ଦୂରେ ଓହ୍ଲାଉଥିବି

।।

ଶୁଣିଣ ହରଷ ନାବିକ ଚିତ୍ତ

ବୋଇଲା ଚାଲଗୋ ଯିବା ସଙ୍ଗାତ

।।

ଆଣ୍ଠୁ ଭରା ଦେଇ ଉଠିଲା ଖରେ

ସଳଖି ବସିଲା ଟୋକାଇପରେ

।।

କ୍ରମେ କ୍ରମେ ତାକୁ ଘେନିଲା ରାଣୀ

ମୁଣ୍ଡରେ ଆଣି ବସାଇଲା ପୁଣି

।।

ଥୋକାଏଦୂର ସେ ଗମିଲେଦେଶ

କିଛିଦିନେ ତହିଁ ହେଲେ ପ୍ରବେଶ

।।

ନାବିକକୁ ମଥା ଉପରେ ତୋଳି

ଅନ୍ନଛତ୍ରଠାକୁ ଚଳିଲା ବାଳୀ

।।

ମଥାରୁ ଓହ୍ଲାଇ ଥୋଇଲା ତଳେ

ସ୍ନାନ କରାଇଲା ତାହାକୁ ଜଳେ

।।

ତହିଁ ଉତ୍ତାରୁ ଅନ୍ନ ମାଗିନେଲା

ଅତି ଯତ୍ନକରି ସୁସେବା କଲା

।।

ଯେଉଁ କଟକରେ ରହିଲା ରାଣୀ

ଆପଣାରାଜ୍ୟ ବୋଲିସେ ନ ଜାଣି

।।

ସେବା କରୁଥାଇ ଗୁରସ୍ତ ପାଶ

ଦେଖି ନଗ୍ରଲୋକେ ହୋଇଲେ ତୋଷ

।।

କାହୁଁ ଅଇଲା ଏ ଅପୂର୍ବ ନାରୀ

ଖଣ୍ଡିଆଗୋଟାକୁ ମୁଣ୍ଡରେ ଧରି

।।

ସାମନ୍ତପଣରେ ବଡ଼ ଶକତା

ନିଶ୍ଚୟ ଏକ ସ୍ତିରୀ ପତିଭକ୍ତା

।।

ଗୁରସ୍ତ ବାପୁଡ଼ା ଚରଣ ଛୋଟ

ପାଦନାହିଁ କାହିଁ ଚାଲିବ ବାଟ

।।

ପତିଭକତା ଯେ ଉତ୍ତମ ସ୍ତିରୀ

ଭଲ ଖଟିଅଛି ସୁସେବା କରି

।।

ଭଲଭଲ ଲୋକ ଦେଖିଣ ଗଲେ

ରାଜାଙ୍କ ଛାମୁରେ ବାରତାଦେଲେ

।।

ବୋଇଲେ ଆମ୍ଭରରାଜ୍ୟର ଭାଗ୍ୟ

ସ୍ତିରୀଗୋଟିଏକ ଦେଖିଲୁଯୋଗ

।।

ପତିଭକତା ସେ ପ୍ରତ୍ୟକ୍ଷେ ସତୀ

ଭଲା ଖଟିଅଛି ଗୁରସ୍ତ କତି

।।

ଡଗର ବଚନ ଶୁଣିଣ ରାୟେ

ମନରେ ବହୁତ କଲାସଂଶୟେ

।।

ବୋଇଲା ସେ ଯେବେ ଏଡ଼େ କାମିନୀ

ଦେଖିବା ତାହାକୁ ଆସଯାଘେନି

।।

ନୃପତି ବଚନେ ଡଗର ଗଲେ

ରାଜାଆଜ୍ଞା ବୋଲିତାକୁ କହିଲେ

।।

ହରଷ ମନେ ଗୋ ବହନ ଉଠ

ନିଶ୍ଚୟ ତୁମ୍ଭର ଫିଟିଲା କଷ୍ଟ

।।

ମହାରାଜାତୋତେକଲେ ଶରଧା

ଅବଶ୍ୟ ଖଣ୍ଡିବେ ଦରିଦ୍ର ବାଧା

।।

ଶୁଣିକରି ରାଣୀ ଉଠିଲା ବେଗେ

ପ୍ରବେଶ ହୋଇଲା ନୃପତି ଆଗେ

।।

ରାଣୀକି ଦେଖିଣ ହରଷ ରାଜା

ବୋଇଲା ଏ ମୋଢ଼ୀ ଆମ୍ଭ ଭାରିଜା

।।

ଏହା ପୂର୍ବଗୁଣ ଅଛିଟି ଯେତେ

ଅନ୍ତକରି ତାହା କହିବି କେତେ

।।

 

ମଦଙ୍ଗ ଶୋଣିତଂ ମାଂସ ପୀତ୍ୱା ଭୁକ୍ତ୍ୱା ମମଙ୍ଗନା ।

କୈବତ୍ତିଗାନଶେ ଭାଭ୍ୟା ମୋହିତା ମାଂ ପରିତ୍ୟଜେତ୍‌ ।

ଗଙ୍ଗାଯମୁନାୟୋର୍ମଧ୍ୟେ କ୍ଷିପ୍‌ତ୍ୱା ମାଂ ସାପି ଦୁର୍ଭଗା ।

କୈବର୍ତ୍ତସେବୟା ଯୁକ୍ତା ଜାରିଣ୍ୟେଷା ବିବିଚ୍ୟତାଂ ।

 

ବାହୁଚିରି ୟାକୁ ରୁଧିର ଦେଲି

ଉରମାଂସଦେଇ କ୍ଷୁଧାନାଶିଲି

।।

ଯହିଁ କରେ ପତିଭକତା ପଣ

ସେ କଥା କହିବା ଏବେତୁ ଶୁଣ

।।

ଗଙ୍ଗା ଯମୁନାର ମଧ୍ୟରେ ନାବ

କଇବର୍ତ୍ତ ସଙ୍ଗେ ଯେମନ୍ତ ଭାବ

।।

ସେହିଠାରେ ତୁଯେ ପତି ଭକତା

ମନରେ ଅଛିକି ପୂର୍ବର କଥା

।।

ରାଜାଙ୍କ ମୁଖରୁ ଏମନ୍ତ ଶୁଣ

ପ୍ରତିବୋଧ ତାକୁ ଦେଉଛି ରାଣୀ

।।

ବୋଇଲା ଶୁଣିମା ହେ ମହାରଥା

ଯାହା କହିଲ ଏଯଥାର୍ଥ କଥା

।।

 

ବୃକ୍ଷ କ୍ଷୀଣଫଳଂ ତ୍ୟଜନ୍ତି ବିହଗାଃ ଶୁଷ୍କଂ ସରଃ ସାରସାଃ ।

ପୁଷ୍ପ ପ୍ରର୍ଯ୍ୟୁଷିତଂ ତ୍ୟଜନ୍ତି ମଧୁପା ଦଗ୍‌ଧଂବନାନ୍ତଂମୃଗଃ

ନିର୍ଦ୍ରବୃ ପୁରୁଷ ତ୍ୟଜନ୍ତି ବନିତା ଭ୍ରଷ୍ଟଂ ନୃପ ମନ୍ତ୍ରିଣଃ ।

ସର୍ବେଽପ୍ୟର୍ଥବଶାୟିନୋ ନରପତେ କା ନସ୍ୟ ହେ ବଲ୍ଲଭଃ

 

ଯେଉଁ ବୃକ୍ଷମାନେ ଫଳିଣ ଥାନ୍ତି

ସମସ୍ତେ ତହିଁର ତଳକୁ ଯାନ୍ତି

।।

ଯେତେବେଳେ ତାର ସରଇ ଫଳ

କହି ଯେ ତହିଁର ନ ଯାନ୍ତିତଳ

।।

ପୋଖରୀ ଭିତରେ ଜଳେ ଯେଥାଇ

ନାନା ଜନ୍ତୁମାନେ ଗମନ୍ତି ତହିଁ

।।

ଯେତେବେଳେ ତହୁଁ ଶୁଖଇପାଣି

ତହିଁକି କେହିତ ନଯାନ୍ତି ପୁଣି

।।

ଫୁଲ ଫୁଟିଥାଇ ଯେବଣ ବୃକ୍ଷ

ଭ୍ରମରମାନେ ଥାନ୍ତି ଲକ୍ଷ ଲକ୍ଷ

।।

ଯେତେବେଳେ ପୁଷ୍ପ ପଡ଼ଇ ଝଡ଼ି

ତହିଁକି କେହିତ ନଯାନ୍ତି ଲୋଡ଼ି

।।

କାନନ ବେଭାର ନିଗମ ଭାବ

ଆଶ୍ରେ କରିଥାନ୍ତି ସକଳ ଜୀବ

।।

ଯେତେବେଳେ ପୋଡ଼ିହୁଏ ସେ ନାଶ

କେହିତ ନଯାନ୍ତି ତହିଁର ପାଶ

।।

ଯେଉଁ ସାଆନ୍ତର ସରଇ ଧନ

ତାହାକୁ ତେଜଇ ସେବକଜନ

।।

ପତି ଯେବେ ଅତି ଦରିଦ୍ର ହୋଇ

ଭାରିଯା ତାହାକୁ କଥା ନ କହି

।।

ହସ୍ତ ଧରି ବିଭା ହୁଅଇ ଯାକୁ

ନିଦ୍ରବ୍ୟ ହୋଇଲେ ତେଜତାକୁ

।।

କାହାର ବଲ୍ଲଭ କେହି ନୁହନ୍ତି

ଅର୍ଥରେ ସିନା ସର୍ବେ ବଶଯାନ୍ତି

।।

ଶୁଣିଣ ସନ୍ତୋଷ ହୋଇଲା ରାୟେ

ବୋଇଲା ସ୍ତିରୀଙ୍କି ନାହିଁ ଉପାୟେ

।।

ବିଧାତା ପୁରୁଷ ଏହାକୁ ସାହା

କେତେରୂପେ ଆଣି କହିଲା ତାହା

।।

ପାରୁଶ ଲୋକଙ୍କୁ ନୃପତି କହି

ଏ ପାପୀ ଯୁବତୀ ମୁଖ ନ ଚାହିଁ

।।

ନ ରଖି ଏଠାରେ ବହନ ନିଅ

ବାହାର କରି ମୋ ରାଜ୍ୟରୁ ଦିଅ

।।

ତେବେଯେ ମନରୁ ଯିବ ବିଷାଦ

ସ୍ତ୍ରିରୀକଳଙ୍କ ହୋ ଏଡ଼େ ପ୍ରମାଦ

।।

ରାଜା ଆଜ୍ଞା ପାଇ ସକଳେ ଗଲେ

ରାଜ୍ୟରୁ ବାହାର କରିଣ ଦେଲେ

।।

କଟକା ପ୍ରବେଶ ହୋଇଲେ ପୁଣି

କୈବର୍ତ୍ତକୁ ଘେନିଗଲା ସେ ରାଣୀ

।।

ବାଟେ ଯାଉଁ ଯାଉଁ ନିଗମ ସ୍ଥାନ

ପ୍ରବେଶ ହୋଇଲେ ଘୋର ଅରଣ୍ୟ

।।

ସେ ବନ ଭିତରେ ବାଘ ଯେ ଥିଲା

ଏଦୁହିଁଙ୍କି ଦେଖି ଧାଇଁଅଇଲା

।।

ଦଇବେ ତାକୁ ଲାଗିଥିଲା ଭୋକ

ମାଡ଼ିବସି ବେଗେମୋଡ଼ିଲାବେକ

।।

ତୋଟି କଣାକରି ରୁଧିର ପିଇ

ମାଉଁସଖାଇ ସେ ନିଶ୍ଚିନ୍ତେ ଯାଇ

।।

ଏମନ୍ତେ ଯେ ଦୁହେଁ ସେଠାରେ ମଲେ

ଅଧର୍ମ ଫଳରେ ନାଶକୁ ଗଲେ

।।

ସୁଜନମାନେ ସାବଧାନେ ଶୁଣ

ସ୍ତିରୀମାନଙ୍କର ଏମନ୍ତ ଗୁଣ

।।

 

ଅନାଚାରେ କୁସ୍ତ୍ରୀଣାଂ କୁଳନାଶୋ ଭବେଧ୍ରୁବଂ

ବିବାଦେ ଦେଶନାଶଃସ୍ୟାଦଳ୍ପକାଳେ ନସଂଶୟଂ ।।

 

ଅନାଚାର କରେ ଯେଉଁ ଯୁବତୀ

କୁଳଧର୍ମମାନ ନାଶକୁ ଯାନ୍ତି

।।

ଧନଦ୍ରବ୍ୟ ଅଛି ଯେବଣ ଲୋକ

ଧୀରବୁଦ୍ଧିକରି ହୋଏ ବିବେକ

।।

ଉଶ୍ୱାସପଣେ ନ ଜାଣିଲେ କେହି

ସେ ଧନ ଅଳପେ ନାଶକୁ ଯାଇ

।।

ଯେଉଁଦେଶରେ କଳିଦ୍ୱନ୍ଦ୍ୱ ନିତ୍ୟେ

 

ଅହଙ୍କାର ଥାଇ ସବୁରି ଚିତ୍ତେ

 

ଦ୍ୱନ୍ଦ୍ୱ ବିବାଦ ନିରନ୍ତରେ ହୋଇ

 

ସେ ଦେଶେ ଅଳପେନାଶକୁ ଯାଇ

 

ଆବର କଥାଏ କହିବା ଶୁଣ

 

ଯେତେ ଲୋକଙ୍କୁ ନ ଚାଳିବ ପୁଣ

 

 

ଅହିନରେନ୍ଦ୍ର ଶାର୍ଦ୍ଦୁଳ ବଲ୍ଲରୀତାଳାପାଚକାଃ

ଶ୍ୱାନ ମର୍କଟ ମୁଖଂଚ ଅଷ୍ଟ ଦେବତାନ୍ନଚାଳୟେତ୍‌ ।

 

ଅହିନରେନ୍ଦ୍ର ଯେ ଶାର୍ଦ୍ଦୁଳ ଦୁଷ୍ଟ

ବଲ୍ଲରୀ ବାଳକ ଶ୍ୱାନ ମର୍କଟ

।।

ଏତେ ଲୋକଙ୍କୁ ନ ଚାଳିବ କେହି

ଚାଳିଲେ ଏହାଙ୍କୁ ପ୍ରାଭବ ପାଇ

।।

ଆବର କଥାଏ ଶୁଣ ବ୍ୟବସ୍ଥା

ଗୁପତ କରିବ ଯେତେକ କଥା

।।

 

ଆୟୁର୍ବିତ୍ତଂ ଗୃହଛିଦ୍ରଂ ମନ୍ତ୍ରମୈଥୁନମୌଷଧଂ

ଅପମାନଂ ତପୋଦାନଂ ନବ କର୍ମାଣି ଗୋପୟେତ୍‌ ।

 

ନିଜ ଆୟୁଷ ନ କହିବ ପରେ

ଘର ଛିଦ୍ରକଥା କେଉଁପ୍ରକାରେ

।।

ବିତ୍ତ ମନ୍ତ୍ର ନାରୀ ସଙ୍ଗମ ଗୁଣ

ତପ ଦାନ ଆଦି ଯେତକ ଗୁଣ

।।

ଅପମାନ କଥା ଯେତେକ ଯହିଁ

ଔଷଧ ସହିତେ ନ କହି କାହିଁ

।।

ଏତେକଥାମାନ ଯେବେ ପ୍ରକାଶ

ଆପଣା ଆତ୍ମାକୁ ଲାଗଇ ତ୍ରାସ

।।

 

ତରୋଃ ଶାଗଂ ଶୁସ୍କମାଂସ ସ୍ୱନ୍ଥେତରଳଂ ଦଧି

ପାଳିତପ୍ରାଣିନୋମାଂସ ଭଭେଣାଭକ୍ଷ୍ୟେଭୋଜନଂ ।

 

ତରୁଶାଗ ଆଦି ଶୁଖିଲା ମାଂସ

କରେ ଦଧିମନ୍ଥି ନକରି ଗ୍ରାସ

।।

ଘର ଜନ୍ତୁମାରି ଯେ ଲୋକ ଖାଏ

ଅଭକ୍ଷ୍ୟ ଭକ୍ଷଲା ପାତକ ପାଏ

।।

 

ଦାସଦଣ୍ଡଂ ଶିରୋମୁଣ୍ଡ ମିତ୍ରଦଣ୍ଡମଭାଶଣଂ

ନାରୀଦଣ୍ଡଂ ପୃଥକ ଶଯ୍ୟା ବିପ୍ରଦଣ୍ଡମନାଦରଂ ।

 

ଦାସୀକି ଯେବେ ଦଣ୍ଡ ଦତ୍ତକରି

କେଶ ମୁଣ୍ଡିଲେତାବେଭାରସରି

।।

ମୈତ୍ରକୁଯେବେ ନ କହିବି କଥା

ମୁଣ୍ଡକାଟିବାର ଯେମନ୍ତ ବ୍ୟଥା

।।

ସେହିଭାବେ ତାକୁ ଲାଗଇ ପ୍ରାସ

ସେ ଦଣ୍ଡ ସବୁହୁଁ ଅତି ବିଶେଷ

।।

ଭାରିଯା ସଙ୍ଗେ କଳିଦ୍ୱନ୍ଦ୍ୱ ହୋଇ

ପିଠିଦେଇ ଯେବେ ସ୍ୱାମୀଶୁଅଇ

।।

ମନେ ଦୁଃଖକରି କଲେଟି ମାନ

ସେ ଦଣ୍ଡ ତାକୁ ମରଣ ସମାନ

।।

ବିଦ୍ୟାବନ୍ତ ଲୋକ ଯହିଁକି ଯାଏ

ସେଠାରେ ସେ ଯେବେ ପୂଜା ନ ପାଏ

।।

କେହି ଯେବେ ତାକୁ ନ ଦେବେ ଦେଖା

ଏଦଣ୍ଡ ତାହାର ମୃତ୍ୟୁରେ ଲେଖା

।।

ବିଦ୍ୟା ଯେ ସଂସାରେ ଅଟଇ ସାର

ବିଦ୍ୟାହୀନ ପ୍ରାଣୀ ଲେଖାନକର

।।

ବିଦ୍ୟାବନ୍ତ ଲୋକଗୁଣିକ ଯେଣୁ

ଗୁଣି ଅବିଗୁଣ ଜାଣଇ ତେଣୁ

।।

ନକ୍ଷେତ୍ରମାନଙ୍କୁ ଚନ୍ଦ୍ରମା ଯେହ୍ନେ

ମାନବଗୋଷ୍ଠୀକି ବିଦ୍ୟାର୍ଥୀ ତେହ୍ନେ

।।

ସବୁହୁଁ ଉତ୍ତମ ଶ୍ରୀକୃଷ୍ଣ ନାମ

ବ୍ରହ୍ମାଣ୍ଡ ଭିତରେ କି ଦେବା ସମ

।।

ଧନ ଜୀବନକି ତହିଁକି ସରି

ଚିନ୍ତାକଲେ ଘୋର ନରକୁ ତରି

।।

 

ନାମରତ୍ନଂ ନାମରତ୍ନଂ ନାମମଙ୍ଗଳ ମେବଚ

ନିଗମାନ୍ନିଗମଂ ନାମ ନୀଳାଚଳପତେର୍ବିତେ ।

 

ସେ ନାମଗୋଟି କଣ୍ଠେ କରହାର

ମଧୁରମାନଙ୍କ ଉପରେ ସାର

।।

ଯେ ଯେଡ଼େ ଦ୍ରବ୍ୟ ହୋଇକିନା ଯେହି

ନାମସମ ସ୍ୱାଦୁ ନୁହନ୍ତି କେହି

।।

ମଙ୍ଗଳହୋଇ ତେତେ କଥାମାନ

ମୁକୁନ୍ଦ ନାମକୁ ନୋହେ ସମାନ

।।

ମଙ୍ଗଳ ଉପରେ ସେ ନୃପବର

ସେ ନାମଗୋଟି ହୃଦେ କର ହାର

।।

ନିଗମମାନଙ୍କ ନିଗମ ଯେହୁ

ନୀଳଗିରିରେଟି ବିଜୟ ସେହୁ

।।

ସତ ଉପରେ ହେ ପରମ ସତ

କୃଷ୍ଣ ନାମବିନୁ ନାହିଁ ମୁକତ

।।

 

ବନେ ବା ଦୁର୍ଗମେ ଚୈବ ନାରୀଣାଂ ସଙ୍ଗମେ ତଥା

ସ୍ନାନଭୋଜନ ସ୍ୱପ୍ନେନ କୃଷ୍ଣନାମାସ୍ମରଣେତ୍ସଦା ।

 

ବନକୁ ଯାଉ କି ଦୁର୍ଗମେ ଯାଉ

କି ଅବା ଯୁବତୀପାଖରେ ଥାଉ

।।

ସ୍ନାନ ଭୋଜନାଦି ଯାବତ କର୍ମ

ସ୍ୱପନେ ହେଁ ଧରି ଶ୍ରୀକୃଷ୍ଣ ନାମ

।।

ଏତେକ ମୁକତହୋଏ ସେ ନର

ସଂସାର ସାଗର ଭିତରୁ ପାର

।।

ଦୀନକୃଷ୍ଣ ଦାସ କହୁଛି ଯାହା

ସୁବୁଦ୍ଧି ଜନେ ହେତୁ କର ତାହା

।।

ଧନସମ୍ପଦ ଯେତେ ଦ୍ରବ୍ୟ ଥାଇ

ଯିବାବେଳେ ସବୁ ଉପେକ୍ଷି ଯାଇ

।।

ଯେତେ ଦୁଃଖକଷ୍ଟ ପଡ଼ିବ ଅଙ୍ଗ

ଏ ଦେହ ଗୋଟାକ ନ ଯିବ ସଙ୍ଗେ

।।

ପିତାମାତା ପୁତ୍ର ଭାରିଯା ମୂଳେ

ସବୁ ଛାଡ଼ିଯିବେ ଯେ ଯାହା ବେଳେ

।।

ପାଦପଦ୍ମରେ ଯାହା ମନ ଥିବ

ପଥକୁ ସଙ୍ଖାଳି କରି ତା ଯିବ

।।

ଯେଉଁ ନାମରୁ ଯେ ଖଣ୍ଡିବ ପାପ

ସେ ନାମ ଗୋଟିକ ହୃଦରେ ଜପ

।।

ତେଣୁ ଶାସ୍ତ୍ରାଦି ମୁଁ କରି ଉତ୍ପନ୍ନ

ପ୍ରସ୍ତାବସିନ୍ଧୁ ବୋଲି ଏହାନାମ

।।

ଚାଣକ୍ୟ ଶାସ୍ତ୍ରରେ ଯେତେକ ବାଣୀ

ସବୁ ପ୍ରସ୍ତାବ ଠୁଳ କରି ଆଣି

।।

ଏ ପୁସ୍ତକ ପଢ଼େ ଯେବଣ ପ୍ରାଣୀ

ଭଲମନ୍ଦ କଥା ପାରଇ ଜାଣି

।।

ତେଣୁକରି ମୁଖେ ଯୋଡ଼ିଲି ଗୀତ

ପଣ୍ଡିତମାନଙ୍କୁ ପରମ ହିତ

।।

ଯେଉଁ ପ୍ରସ୍ତାବରେ ଯେଉଁ ବିଧାନ

ଶୁଣିଲେ ପରତେ ପାଇବ ମନ

।।

ସଂସାରର ଚେଷ୍ଟା ଯେତେକ ପ୍ରାଣୀ

ଏ ଶାସ୍ତ୍ର ପଢ଼ିଲେ ପାରିବ ଜାଣି

।।

ଶ୍ରୀଜଗନ୍ନାଥଙ୍କ ପଦ୍ମ ଚରଣ

ଶିଶୁମତି କୃଷ୍ଣଦାସ ଶରଣ

।।

Image